অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଲୁଅ ଚାଷ

ଉପକ୍ରମ

ବୃକ୍ଷଲତାଗୁଡିକ ସମଗ୍ର ଜୀବଜଗତର କଲ୍ୟାଣ ପାଇଁ ଇଶ୍ଵରଙ୍କ ପ୍ରଦତ୍ତ ଅମୂଲ୍ୟ ବରଦାନ କହିଲେ ଅତ୍ୟୁକ୍ତି ହେବନାହିଁ । ଏପରି ଅନେକ ବୃକ୍ଷଲତା ରହିଛି ଯାହା ନିଜସ୍ୱ ଔଷଧୀୟ ଗୁଣବତ୍ତାରେ ପରିପୂର୍ଣ୍ଣ ହେଲେ ମଧ୍ୟ ଅନେକଙ୍କ ପାଇଁ ଅଜଣା ହୋଇରହିଯାଇଥାଏ । ଏହିପରି ଏକ ବିରଳ ବନୌଷଧି ହେଉଛି ନିଧି ।

କେରଳ କୃଷି ବିଶ୍ଵବିଦ୍ୟାଳୟ ଅଧୀନରେ ଥିବା ଆଞ୍ଚଳିକ କୃଷି ଗବେଷଣା କେନ୍ଦ୍ରର ବିଶେଷଜ୍ଞମାନେ ‘ ନିଧି ‘ ର ବ୍ୟବସାୟିକ ଚାଷ ଉପରେଗୁରୁତ୍ଵ ଆରୋପ କରିଛନ୍ତି । ନିଧି ହେଉଛି ମତିଆଳୁ ବା ଓଲୁଅ ଜାତୀୟ ଏକ ଔଷଧୀୟ ବୃକ୍ଷ । ଏହି ବୃକ୍ଷ କେରଳ ଓ ତାମିଲନାଡୁର ମାଟିରେ ଭଲ ବଢିବ ବୋଲି ଉପରୋକ୍ତ ଗବେଷଣା କେନ୍ଦ୍ରର ସହଯୋଗ ନିର୍ଦ୍ଦେଶକ ଡକ୍ଟର ପିଭି ବାଲଚନ୍ଦ୍ରନଙ୍କ ସୂତ୍ରରୁ ପ୍ରକାଶ ।

ଏହିଭଳି ଓଲୁଅର ଅନ୍ୟାନ୍ୟ କିସମଠାରୁ ନିଧିର ଅମଳ ପାଇଁ ୧୩୫ ଦିନ ଅର୍ଥାତ ୧୫ ଦିନ କମ ସମୟ ଦରକାର ହେବ । ହେକ୍ଟର ପିଛା ଅମଳ ୨୭ ତାଙ୍କ ହୋଇପାରିବ ବୋଲି ପରୀକ୍ଷା କରାଯାଇଛି । ଏହି ଔଷଧୀୟ ବୃକ୍ଷ ଚାଷକରି କୃଷକମାନେ ଅଧିକ ଲାଭବାନ ହୋଇପାରିବେ ବୋଲି ବୈଜ୍ଞାନିକମାନେ ମତଦେଇଛନ୍ତି ।

ଚାରା ପ୍ରସ୍ତୃତି

ଦେଶୀ ଆଳୁ ପରି ଏଗୁଡିକ ମଧ୍ୟ ମଞ୍ଜି କଟାଯାଇ ଚାରା ପ୍ରସ୍ତୁତି କରାଯାଏ । ୫୦୦ ବର୍ଗଫୁଟ ଏକ ବେଡରେ ଚାରା ପ୍ରସ୍ତୁତି ପାଇଁ ୧୫୦-୧୭୦ କିଲୋଗ୍ରାମ ମଞ୍ଜି ଦରକାର ପଡିଥାଏ ଏବଂ ଏହା ଏକ ହେକ୍ଟର ଜମିରେ ଲଗାଇବା ପାଇଁ ଯଥେଷ୍ଟ ହୋଇପରେ । ପୂର୍ବ ବର୍ଷର ଅମଳରୁ ମଞ୍ଜି କାଟି ଲଗାଯାଏ । ଏପ୍ରିଲ- ମେ ମାସରେ ଚାରା ପାଇଁ ମଞ୍ଜି ଲଗାଯାଏ ଏବଂ କାଟି ଲଗାଯାଏ ଏବଂ ମାସକ ପରେ ଚାରାକୁ ମୁଖ୍ୟ କ୍ଷେତରେ ପୋତାଯାଏ ।

ଉପଯୁକ୍ତ ସମୟ

ମୁଖ୍ୟ କ୍ଷେତରେ ଚାରା ଲଗାଇବା ପାଇଁ ଉପଯୁକ୍ତ ସମୟ ହେଲା ଜୁଲାଇ-ଅଗଷ୍ଟ ଏବଂ ନଭେମ୍ବର- ଡିସେମ୍ବର ।

ଖତସାର : ଜମିରେ ଚାରା ପୋତିବା ପୂର୍ବରୁ ଶଯ୍ୟା ପ୍ରସ୍ତୁତିବେଳେ ଗୋବର ଖତ ବା କୁକୁଡା ମଳ ଅଥବା କମ୍ପୋଷ୍ଟକୁ ହେକ୍ଟର ପିଛା ୧୦ ଟନ ହିସାବରେ ପ୍ରୟୋଗ କରିବାକୁ ହେବ । ତେବେ କମ୍ପୋଷ୍ଟ , ଧାନଜମିର ପରିତ୍ୟକ୍ତ ନଡାକୁଟା ତଥା କୁଣ୍ଡା ହେକ୍ଟର ପିଛା ୧୦ ଟନ ହିସାବରେ ଜମିରେ ଦେଇ ଶଯ୍ୟା ପ୍ରସ୍ତୁତ କଲେ ଭଲ ଅମଳ ମିଳିଥାଏ । ୪୦ ରୁ ୬୦ କିଲୋଗ୍ରାମ ପର୍ଯ୍ୟନ୍ତ ନାଇଟ୍ରୋଜେନ ସାରା ଥରେ ବା ଦୁଇଥର ଏବଂ ୭୦ କିଲୋଗ୍ରାମ ଫସଫରସ,୧୦୦ କିଲୋଗ୍ରାମ ପୋଟାସିୟମ ସାର ପ୍ରୟୋଗ କରିବା ଦରକାର । ଫସଲ ବଦଳ ଏବଂ କୁଣ୍ଡା ପରି ମୃତ୍ତିକା କଣ୍ଡିସନର ପ୍ରୟୋଗ କଲେ ରୋଗ ପୋକ ଦାଉରୁ ରକ୍ଷା ମିଳିବ ।

ଜଳସେଚନ

ବର୍ଷା କମିଗଲେ ଜଳସେଚନ ଦରକାର । କିନ୍ତୁ ଦେଖିବାକୁ ହେବ ଯେପରି ମଝିରେ ତିଆରି ହୋଇଥିବା ନାଳୀରେ ପାଣି ବୋହିଯାଏ ।

ଅମଳ

୧୨୦ରୁ ୧୫୦ ଦିନ ଭିତରେ ଫସଲ ଅମଳ କରିବାକୁ ହେବ । ଏହି ଚାଷ କରିବାକୁ ଆଗ୍ରହୀ କୃଷକମାନେ ଡିସେମ୍ବର ସୁଦ୍ଧା ପୁରୁଣା ଚାଷୀଙ୍କ ଠାରୁ ଉପରୋକ୍ତ ଗବେଷଣା କେନ୍ଦ୍ରରୁ ମଞ୍ଜି ସଂଗ୍ରହ କରିପାରିବେ ।

ଏହି ଚାଷ ବିଷୟରେ ଅଧିକ ତଥ୍ୟ ଜାଣିବାକୁ ଥିଲେ ସହଯୋଗୀ ନିର୍ଦ୍ଦେଶକ (ଗବେଷଣା) ଆଞ୍ଚଳିକ କୃଷି ଗବେଷଣା କେନ୍ଦ୍ର, କେରଳ କୃଷି ବିଶ୍ଵବିଦ୍ୟାଳୟ , ଙ୍କ ସହ ଯୋଗାଯୋଗ କରିପାରିବେ ।

ଆଧାର :ଆଞ୍ଚଳିକ କୃଷି ଗବେଷଣା କେନ୍ଦ୍ର, କେରଳ କୃଷି ବିଶ୍ଵବିଦ୍ୟାଳୟ

Last Modified : 1/16/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate