অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କାକମାଚୀ

ବୈଜ୍ଞାନିକ ନାମ

ସୋଲାନମ ନାଇଗ୍ରମ

ବଂଶ

ସୋଲାନାସୀ

ଆଞ୍ଚଳିକ ଭାଷାଗତ ନାମ :

ଓଡିଆ

କାକମାଚୀ

ସଂସ୍କୃତ

କାକମାଚୀ

ଇଂରାଜୀ

Garden Nightshade

ହିନ୍ଦୀ

ମକୋୟ

ବଙ୍ଗଳା

ଗୁଡୁକାମାଇ

ଉପକ୍ରମ

କାକମାଚୀ ଭାରତର ସମସ୍ତ ପ୍ରାନ୍ତରେ ଉତ୍ପନ୍ନ ହେଉଥିବା ଏକ ଔଷଧୀୟ ଗୁଳ୍ମ  । ଏହାର ବିବିଧ ଔଷଧୀୟ ଗୁଣ ହେତୁ ଆମ ଦେଶର ପାରମ୍ପରିକ ଆୟୁର୍ବେଦୀୟ ଚିକିତ୍ସାରେ ଜ୍ଵର , ହୃଦରୋଗ, ପ୍ରମୋଦ, ଶୋଥ, କୁଷ୍ଠ ଓ ଅର୍ଶବିକାର ପ୍ରଭୁତି ରୋଗର ଉପଚାର ପାଇଁ ଏହାକୁ ପ୍ରୟୋଗ କରାଯାଇଥାଏ  । ପ୍ରାକୃତିକ ଭାବରେ ଏହା ବହୁଳ ଭାବରେ ମିଳିପାରୁଥିବାର ଏହାର କୃଷିକରଣ ହୋଇନାହିଁ  ।

କିନ୍ତୁ ଏହାର ଔଷଧୀୟ ଉପଯୋଗିତା ଏବଂ ଭବିଷ୍ୟତରେ ଏହାର ଆବଶ୍ୟକତା ଦ୍ରୁଷ୍ଟିରୁ ଏହାର କୃଷିକରଣ କରାଯିବାର ଅବଶ୍ୟକତା ରହିଛି  ।

ଉଦ୍ଭିଦ ପରିଚୟ

କାକମାଚୀ  ୧ରୁ ୧୨ ହାତ ଉଚ୍ଚତା ବିଶିଷ୍ଟ ଏକ ଶାଖାବହୁଳ ଗୁଳ୍ମ  । ଏହି ଗୁଳ୍ମ ଗ୍ରୀଷ୍ମଋତୁରେ ନଷ୍ଟ ହୋଇଯାଏ ଏବଂ ବର୍ଷାଋତୁର ଶେଷବେଳକୁ ଉତ୍ପନ୍ନ ହୋଇ ଶୀତଋତୁରେ ସବୁଜିମାରେ ଭରିଯାଏ  । ଏହାର ପତ୍ର ଅଖଣ୍ଡିତ ବା ସାମାନ୍ୟ ଦନ୍ତୁରିତ ,  ମସୃଣ ତଥା ୨ରୁ ୩ ଇଞ୍ଚ ଲମ୍ବା ଓ ୧.୫ ଇଞ୍ଚ ପର୍ଯ୍ୟନ୍ତ ଓସାର ହୋଇଥାଏ  । ଅଗଷ୍ଟ- ସେପ୍ଟେମ୍ବର ମାସରେ ଫୁଲ ଫୁଟିଥାଏ  । ପୁଷ୍ପ ଧବଳ ଓ କ୍ଷୁଦ୍ର  । ଫଳ ଛୋଟ ଛୋଟ ଗୋଲାକାର ଓ ସବୁଜ ରଙ୍ଗର ଓ ପେନ୍ଥାରେ ଫଳିଥାଏ  । ଏହା ପାଚିଗଲେ ଜାମୁକୋଳି, କଳା ହଳଦିଆ ଅଥବା ଈଷତ ଲାଲ ରଙ୍ଗର ଦେଖାଯାଏ  । ଏହା ଛୋଟ ଛୋଟ ବିଲାତି ବାଇଗଣ ଫଳ ଭଳି ଦେଖାଯାଏ  ।

ପ୍ରୟୋଗନୀୟ ଅଂଶ :

ଏହାର ଫଳ ଓ ପଞ୍ଚାଙ୍ଗ ଚିକିତ୍ସାରେ ବ୍ୟବହାର କରାଯାଏ  ।

ରାସାୟନିକ ସଂଗଠନ :

ଏଥିରୁ ସୋଲେନିନ ନାମକ ଏକ କ୍ଷାରାଭ ମିଳିଥାଏ । ଏହା ବ୍ୟତୀତ , ଏଥିରେ ସେପୋନିନ ମଧ୍ୟ ରହିଥାଏ  । ଏଥିରେ ବହୁତ ସ୍ୱଳ୍ପ ମାତ୍ରାରେ ହାନିକାରକ ତତ୍ତ୍ଵ ରହିଥାଏ  ।

ଔଷଧୀୟ ଗୁଣ ଓ ପ୍ରୟୋଗ

କାକମାଚୀ ତିକ୍ତ ତଥା କଟୁରସଯୁକ୍ତ , ତ୍ରିଦୋଷନାଶକ , ସ୍ନିଧ , ଉଷ୍ଣ, ଶୁକ୍ରଜନନ,  ଏବଂ ନେତ୍ରହିତକର  । ଏହାର ଫଳକୁ ଶୋଥ, କୃଷ୍ଠ, ଅର୍ଶ, ଜ୍ଵର, ପ୍ରମେହ , ହିକ୍କା,  ହୃଦରୋଗର ଚିକିତ୍ସାରେ ପ୍ରୟୋଗ କରାଯାଏ  । ଏହାର ସଦ୍ୟ ପତ୍ରର ସ୍ଵରସକୁ ଗରମ କରି ଦିଆଯାଏ  । ତେବେ ଏହାର ମୁଖ୍ୟ ପ୍ରଭାବ ଯକୃତ ଉପରେ ପଡିଥାଏ  । ଜୀର୍ଣ୍ଣ ଯକୃତ ବୃଦ୍ଧି, ଅର୍ଶ, ଉଦର, ଚର୍ମରୋଗ, କାମଳରୋଗ, ସଂକ୍ରାମକ କାମଳ ରୋଗ , ଯକୃତ ପଦାହ ବାଲିଭର  ସିରୋସିସ  ପ୍ରଭୁତି ଯକୃତ ବିକାର କାରଣରୁ ଉତ୍ପନ୍ନ ରୋଗଗୁଡିକର ଉପଚାର ପାଇଁ ଉଦ୍ଧିଷ୍ଟ ଆୟୁର୍ବେଦୀୟ ଔଷଧଗୁଡିକରେ ମୁଖ୍ୟତଃ ଏହାକୁ ବ୍ୟବହାର କରାଯାଉଛି  । ଏହା ମଧ୍ୟ ମଳବର୍ଦ୍ଧତା ଦୂର କରିବାରେ ସହାୟକ ହୋଇଥାଏ । ପୁରୁଣା ଚର୍ମରୋଗ ବିଶେଷକରି କୁଣ୍ଡିଆ, ଏବଂ ଯାଦୁରେ ଏହାର ପତ୍ରର ଶାଗ ସେବନ କରନ୍ତି ତଥା ପତ୍ରଲେପ କରନ୍ତି  । ଏହିସବୁ ବହୁମୁଖୀ ଔଷଧୀୟ ଉପଯୋଗୀତା ଦୃଷ୍ଟିରୁ ଉଭୟ ଜାତୀୟ ଓ ଅନ୍ତର୍ଜାତୀକ ବଜାରରେ ଏହାର ଚାହିଦା ବେଶୀ  ।

ଚାଷ ପ୍ରଣାଳୀ

ଜଳବାୟୁ ଓ ମୃତ୍ତିକା :

ଏହା ଭାରତର ଥଣ୍ଡା ପ୍ରଦେଶକୁ ଛାଡି ଅନ୍ୟାନ୍ୟ ସବୁ ପ୍ରଦେଶରେ ଚାଷ କରାଯାଇପାରିବ  । ବାଲିଆ, ଦୋରସା ମାଟି ତଥା କୃଷ୍ଣକର୍ପାସ ମାଟି ଏହାର କୃଷିକରଣ ପାଇଁ ଉପଯୁକ୍ତ ଅଟେ  । ଏହାର ଚାଷ ପାଇଁ ୬.୫ ରୁ ୪.୮ P.H    ଥିବା ମାଟି ଭଲ ଅଟେ  ।

ଉନ୍ନତ କିସମ :

କାକମାଚୀ ମୁଖ୍ୟତଃ ଦୁଇଟି ପ୍ରଜାତିର ଦେଖାଯାଏ  । ଗୋଟିଏ କିସମର ଫଳ ବାଇଗଣୀ ଓ ଅନ୍ୟତୀ କଳାରଙ୍ଗର  । ଔଷଧୀୟ ଗୁଣ ଦୃଷ୍ଟିରୁ କଳା ଫଳଗୁଡିକ ଅଧିକ ଉପଯୋଗୀ  ।

ଚାରା ଉତ୍ପାଦନ  :

ଏକ ଏକର ଚାଷ ପାଇଁ ୭ମିଟର ଆକାରର ପଟାଳି ତିଆରି କରାଯାଏ  । ଏକର ପ୍ରତି ୪୦୦ ରୁ ୫୦୦ ଗ୍ରାମ ମଞ୍ଜି ଦରକାର ହୋଇଥାଏ  । ଏହି ପଟାଳିରେ ଶୁଖିଲା ଗୋବର ଖତ ମିଶାଇ ମେ” ମାସରେ ପ୍ରସ୍ତୁତ କରାଯାଏ  । ୧ କିଗ୍ରା ମଞ୍ଜି ପ୍ରତି ୩ ଗ୍ରାମ ଥିରମ ପ୍ରୟୋଗ କରିବା ପରେ, ସେଗୁଡିକକୁ ୫ ଗୁଣା ବାଲି ମିଶାଇ ପଟାଳିରେ ବୁଣି ଦିଆଯାଏ  ଏବଂ ଏହାକୁ ନିମପିଡିଆ  ଖତ ଓ ମାଟିର ମିଶ୍ରଣରେ ଘୋଡାଇ ଦିଆଯାଏ ଯେପରି ମଞ୍ଜି ମାଟି ଉପରକୁ ଦେଖାଯାଏ ନାହିଁ  ଏବଂ, ୧.୫ ସେମି ମାଟି ଗଭୀରକୁ ମଧ୍ୟ ଯିବନାହିଁ   । ପଟାଳି ୩-୪ ଦିନ ବ୍ୟବଧାନରେ ପାଣି ସିଞ୍ଚନ କରାଯିବା ଉଚିତ  । ମଞ୍ଜି ବୁଣିବାର ୭-୮ ଦିନ ମଧ୍ୟରେ ଅଙ୍କୁରଣ ଆରମ୍ଭ ହୋଇଥାଏ  । ଏହି ସମୟରେ ଏହାର ଘାସ ବଛାବଛି କରିବା ଉଚିତ  । ଚାରାଗୁଡିକୁ ରୋଗ ଆକ୍ରମଣ କରିଥାଏ  । ଏଥିପାଇଁ ଡାୟଥେମ ୩-୪୫ ଗ୍ରାମ ୧ ଲିଟର ପଣିରେ ମିଶାଇ ସିଞ୍ଚନ କଲେ ଲାଭପ୍ରଦ ହୋଇଥାଏ  । ରୋଗର ନିରାକରଣ ପାଇଁ ଗୋମୁତ୍ର ମଧ୍ୟ ପ୍ରୟୋଗ କରାଯାଇପାରିବ  । ୪୦-୪୫ ଦିନ ପର୍ଯ୍ୟନ୍ତ ଚାରାଗୁଡିକ ପଟାଳିରେ ରହିବା ପରେ ୧୦ରୁ ୧୫ ସେମି ଉଚ୍ଚ ହୋଇଯାଏ ଓ ଲଗାଇବା ପାଇଁ ଉପଯୁକ୍ତ ହୋଇଥାଏ  ।

ଜମି ପ୍ରସ୍ତୃତି :

ଜମିକୁ ଭଲ ଭାବରେ ହଳକରି ପଟାଳିରେ ସମତଳ କରାଯାଏ  । ଏକର ପ୍ରତି ୨ରୁ ୨.୫ ଟନ ଶୁଖିଲା ଗୋବର ଖତ ମିଶାଯାଇଥାଏ ଓ ପୁଣି ଠାରେ ହଳକରି ସମତଳ କରାଯାଏ  ।

ରୋପଣ ପ୍ରଣାଳୀ :

ଚାରା ରୋପଣ ପୂର୍ବରୁ ଜମିରେ ପାଣି ସିଞ୍ଚନ କରିବା ଆବଶ୍ୟକ  । ଚାରାଗୁଡିକ ୪୫x ୪୫x ୪୫ ସେମି ଦୂରରେ ଲଗାଯାଇଥାଏ ।   ସାଧାରତଃ ଉପରଓଳି ସମୟରେ ଗଛ ଲଗାଇବା ଉଚିତ । ଲଙ୍କାମରୀଚ ତାଳି କିଆରିରେ ପୋତିଲା ଭଳିଳ ଏହି ଚାରାକୁ ଜମିରେ ଲଗାଯାଇଥାଏ  । ଗଛ ଲଗାଇବାର ୪୫ରୁ ୫୦ ଦିନ ମଧ୍ୟରେ ଗଛରେ ଫୁଲ ଧରିଥାଏ  । ତାପରେ ଫୁଲରୁ ଫଳ ହୋଇଥାଏ । ଫଳଗୁଡିକ ପ୍ରଥମେ ସବୁଜ ରଙ୍ଗର ହୋଇଥାଏ ଓ ପାକଳ ହେବାପରେ ହଳଦିଆ ରଙ୍ଗର ହୋଇଥାଏ  । ଏକ ଏକରରେ ୧୧୦୦୦ ଚାରା ଲଗାଯାଇପାରିବ   ।

ଫସଲର ଯତ୍ନ ଓ ଜଳସେଚନ ବ୍ୟବସ୍ଥା :

ଏହି ଗଛ ଗୋଟିଏ ଅନାବନା ଗଛ ଭାବରେ ପ୍ରାକୃତିକ ଭାବରେ ବଢିପାରୁଥିବାରୁ ଏହାର ଆଖପାଖରୁ ଅନ୍ୟାନ୍ୟ ଘାସ ଆଦି ଗଛକୁ ସଫା କରିଦେବା ଉଚିତ  । ଏହାର ଚାଷ ପାଇଁ ଜଳସେଚନର ବ୍ୟବସ୍ଥା ଅବଶ୍ୟକ ପଡେନାହିଁ  ।

ଅମଳ :

ଏହାର ଫଳ ଓ ପଞ୍ଚାଙ୍ଗ ଔଷଧୀୟ ଉପଯୋଗୀ ହୋଇଥିବାରୁ ଏହାର ପାକଳ ଫଳଗୁଡିକ ଅଗଷ୍ଟ ମାସଠାରୁ ଅକ୍ଟୋବର ମାସ ମଧ୍ୟରେ ବଛାବଛି ଓ ସଂଗ୍ରହକରି ଭାଲୋ ଭାବରେ ଶୁଖାଇଦିଆଯାଏ  । ନଭେମ୍ବର – ଡିସେମ୍ବର ମାସରେ ଫଳ ସଂଗ୍ରହ କରିସାରିବା ପରେ ଏହାରେ ପଞ୍ଚାଙ୍ଗକୁ ଉପାଡି ଖରାରେ ଶୁଖାଯାଇଥାଏ  ।

କାକମୋଚୀ ଫସଲର ଏକର ପ୍ରତି ଆୟ ବ୍ୟୟ

(ଏକ ଏକର ଜମିରେ ବର୍ଷକୁ ୨୦,୦୦୦ ଟଙ୍କା ମିଳିପାରିବ )

ଆୟ :

୧.  ଚାରା ରୋପଣ – ୨,୦୦୦ (ଆବଶ୍ୟକ ଅନୁଯାୟୀ ବଢିପାରେ ବା କମିପାରେ  )

୨. ଜମି ପ୍ରସ୍ତୁତି – ୪୦୦.୦୦

୩. ସାର ପ୍ରୟୋଗ – ୩୦୦୦.୦୦

୪. ରୋପଣ ପ୍ରଣାଳୀ – ୨୦୦.୦୦

୫.ଘାସ ବଛାବଛି- ୫୦୦.୦୦

୬. ଫଳ ଅମଳ- ୧୦୦୦.୦୦

୭. ଫସଲ ଉପାଡିବା- ୩୦୦.୦୦

୮. ଫସଲ ବିକ୍ରି ବ୍ୟବସ୍ଥା – ୫୫୦.୦୦

ବ୍ୟୟ :

୧. ଶୁଖିଲା ଫଳ ବିକ୍ରିକରି ଆୟ (୧୦୦ କିଗ୍ରା ୪୦ ଟଙ୍କା ଦରରେ )

୨. ପଞ୍ଚାଙ୍ଗ ବିକ୍ରିକରି ଆୟ – ୧୫,୦୦୦ ଟଙ୍କା


ଆଧାର :ଡାକ୍ତର ଦୀନବନ୍ଧୁ ମହାରଣା

Last Modified : 1/5/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate