ସମଗ୍ର ମାନବ ଜାତିକୁ ଚନ୍ଦନ ବୃକ୍ଷ ପ୍ରକୃତିର ଅମୂଲ୍ୟତମ ଉପହାର କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ଦେବଯୋଗ୍ୟ ବୃକ୍ଷଟି ନିଜର ଅଦ୍ଵିତୀୟ ସୁଗନ୍ଧ ଓ ଆଧ୍ୟାତ୍ମିକ ମହତ୍ତ୍ଵ ଦୃଷ୍ଟିରୁ ଯେପରି ଭାରତୀୟ ଜନଜୀବନରେ ଯଥେଷ୍ଟ ଗୁରୁତ୍ଵ ଲାଭ କରିଛି । ସେହିପରି ଔଷଧୀୟ ଉପଯୋଗିତା ଦୃଷ୍ଟିରୁ ଏହା ବେଶ ଗୁରୁତ୍ଵପୂର୍ଣ୍ଣ ଅଟେ ।
ଚନ୍ଦନ ବୃକ୍ଷ ଭାରତର ସର୍ବାଧିକ ୨୦ଟି ଗୁରୁତ୍ଵପୂର୍ଣ୍ଣ ବ୍ୟବସାୟିକ ଔଷଧୀୟ ଗଛ ମଧ୍ୟରେ ସ୍ଥାନ ପାଇଛି । ମୂଲ୍ୟ ଓ ଉପଯୋଗୀତା ଦୃଷ୍ଟିରୁ ଏହା ଅନ୍ୟାନ୍ୟ ଔଷଧୀୟ ଗଛ ତୁଳନାରେ ଯଥେଷ୍ଟ ଉଚ୍ଚରେ ରହିଆସିଛି । ସୁତରାଂ ବ୍ୟବସାୟିକ ଭିତ୍ତିରେ ଏହାର କୃଷିକରଣ ଅତ୍ୟନ୍ତ ଲାଭଦାୟକ ଅଟେ ।
ଚନ୍ଦନ ବୃକ୍ଷର ବିଭିନ୍ନ ନାମ : -
ଆଞ୍ଚଳିକ ଭାଷାଗତ ନାମ : -
ଚନ୍ଦନ ଗଛର ପରିଚୟ
ଏହା ଏକ ମଧ୍ୟମ ଧରଣର (୧୦ରୁ ୧୫ ମିଟର ଉଚ୍ଚତା ବିଶିଷ୍ଟ ) ବହୁ ବର୍ଷାୟୁ, ଚିରହରିତ ଓ ଅର୍ଦ୍ଧ ପରଜୀବୀ ବୃକ୍ଷ ଅଟେ । ଏହାର ଶାଖାଗୁଡିକ ନମନୀୟ ଓ ଦୋଳାୟମାନ ଅଟେ । ଏହାର ବକ୍କଳ ଗାଢ ଧୂସର ରଙ୍ଗ ଓ ସାମାନ୍ୟ ଆବଡାଖାବଡା । ପତ୍ରଗୁଡିକ ସରଳ ପରସ୍ପର ବିପରୀତମୁଖୀ , ବୃତ୍ତାଭସ୍ତାକାର , ଅଗ୍ରଭାଗ ବର୍ଚ୍ଛାକାର , ଅଖଣ୍ଡ ଓ ମସୃଣ । ଫଳ ଗୁଡିକ ଉଭୟ ଲିଙ୍ଗୀ, ବାଇଗଣୀ ବା ନାଲି ମିଶା ବାଇଗଣ ରଙ୍ଗଯୁକ୍ତ ଓ ଅଗ୍ରଜ ବା କକ୍ଷଜ ସସିମ ସ୍ତବକରେ ସଜ୍ଜିତ ହୋଇ ରହିଥାନ୍ତି । ଏହାର ଫଳ କ୍ଷୁଦ୍ର ଗୋଲାକୃତି , କଠିନ ଆବରଣଯୁକ୍ତ ଓ ବାଇଗଣୀ ରଙ୍ଗ ଅଟେ । ଏହାର ମଞ୍ଜିଗୁଡିକ କଠିନ ଚିକ୍କଣ ଓ ଧଳା ରଙ୍ଗବିଶିଷ୍ଟ । ଏହାର ମଞ୍ଜ କାଠ ଈଷତ ହଳଦୀ ରଙ୍ଗ ଓ ସୁଗନ୍ଧମୟ । ସାତବର୍ଷ ଆୟୁପରେ ଏଥିରେ ମଞ୍ଜି କାଠ (ଚନ୍ଦନର ସର୍ବାଧିକ ଉପଯୋଗୀ ଅଂଶ) ମିଳିଥାଏ ଏବଂ ୧୫ ବର୍ଷୀଆ ଗଛର ମଞ୍ଜ କାଠରୁ ତେଲ ନିଷ୍କାସନ କରାଯାଇଥାଏ । ଗଛର ଆୟୁ ବୃଦ୍ଧି ସହିତ ତେଲର ମାତ୍ରା ବଢିଥାଏ । ଚନ୍ଦନ ଗଛର ଚେରରୁ ଅଧିକ ମାତ୍ରାରେ ତେଲ ମିଳିଥାଏ ।
ପରିବ୍ୟାପ୍ତ : ଏହା ଭାରତର ମୁଖ୍ୟତଃ କର୍ଣ୍ଣାଟକ , ତାମିଲନାଡୁ ଓ କେରଳ ରାଜ୍ୟରେ ସମୁଦ୍ରପତ୍ତନଠାରୁ ୧୨୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ଦେଖିବାକୁ ମିଳେ ।
ପ୍ରୟୋଗନୀୟ : କାଠ, ଚେରମୂଳ
ଚନ୍ଦନକାଠରୁ ମିଳୁଥିବା ଉପାଦେୟ
ଚନ୍ଦନକାଠରୁ ମିଳୁଥିବା ଉଦବାୟୀ ଚନ୍ଦନ ତେଲ ଅତ୍ୟଧିକ ଉପକାରୀ । ଏହି ତେଲରେ ଦୁଇଟି ଆଲକୋହଲ (ଆଲଫା ସାଣ୍ଟାନଲ ଏବଂ ବଟା ସାଣ୍ଟାନଲ) ଏହା ସୁଗନ୍ଧଯୁକ୍ତ ଓ ଔଷଧୀୟ ଗୁଣଯୁକ୍ତ ଅଟେ ।
ଔଷଧୀୟ ଗୁଣ ଓ ପ୍ରୟୋଗ : ଏହାର କାଠ , ବକ୍କଳ ଓ ତେଲକୁ ବ୍ୟବହାର କରାଯାଏ । ଏହାର କାଠ ତିକ୍ତ ଓ ସୁଗନ୍ଧଯୁକ୍ତ । ଏହା ମୁତ୍ରବର୍ଦ୍ଧକ , ବିରେଚକ , ହୃଦରୋଗ ପାଇଁ ଲାଭଦାୟକ , ପୋଡାଜଳା ଆଦି ଅନୁଭବ , ମସ୍ତିସ୍କ ପ୍ରଦାହ, ଚର୍ମରୋଗ , କୁଷ୍ଠ , ମାନସିକ ସମସ୍ୟା , ଜଣ୍ଡିସ , କଫ ଓ ଅନ୍ୟାନ୍ୟ ରୋଗ ପାଇଁ ବ୍ୟବହାର କରାଯାଏ । ଏହାର ବକ୍କଳ ମ୍ୟାଲେରିଆ ପାଇଁ ଉପଯୋଗୀ । ଏହାଛଡା ଅମ୍ଳଜନିତ ସମସ୍ୟା , ଚର୍ମରୋଗ,କାଛୁକୁଣ୍ଡିଆ ଇତ୍ୟାଦିରେ ଏହାର ବ୍ୟବହାର ଅତ୍ୟନ୍ତ ଉପଯୋଗୀ । ଏହାର କାଠ ମଧ୍ୟ ଦେବ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ ।
କୃଷିପୋଯୋଗୀ ଜଳବାୟୁ :
ଯେଉଁ ଅଞ୍ଚଳରେ ବାର୍ଷିକ ବୃଷ୍ଟିପାତ ହାରାହାରି ୫୦୦ ମିଲିମିଟରରୁ ୨୦୦୦ ମିଲିମିଟର ଥାଏ ସେଠାରେ ଏହା ଭଲ ଭାବରେ ବଢିପାରେ । ଏହି ବୃକ୍ଷ ବିଭିନ୍ନ କିସମର ମୃତ୍ତିକାରେ ଏପରିକି ପଥୁରିଆ ନିଗିଡା ଅଞ୍ଚଳରେ ମଧ୍ୟ ବଢିପାରେ । ଏହା ସମୁଦ୍ରପତ୍ତନଠାରୁ ୬୦୦ ରୁ ୧୦୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ବଞ୍ଚିପାରେ ।
ପ୍ରଜନନ (ମଞ୍ଜି) :
ମଞ୍ଜି ଗୁଡିକ ମୁଖ୍ୟତଃ ଏପ୍ରିଲ ଓ ମେ ବା ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ସଂଗୃହିତ ହୁଏ । ଦୁଇ ପ୍ରକାର ପଟାଳି ଚନ୍ଦନ ମଞ୍ଜି ପାଇଁ ବ୍ୟବହୃତ ହୁଏ । ଗୋଟିଏ ଖାଲୁଆ ଓ ଅନ୍ୟଟି ଉଚ୍ଚା । ବିଭିନ୍ନ ପ୍ରକାର ଜଳବାୟୁରେ ଏହା ଭଲ ବଢିପାରେ । ମଞ୍ଜିରୁ ଚାରାଳ ଉତ୍ପନ୍ନ ହେଲାପରେ ଯେତେବେଳେ ଏହା ୪-୬ ପତ୍ର ଅବସ୍ଥାକୁ ଆସେ ସେତେବେଳେ ଏହାକୁ ପଲିଥିନ ବ୍ୟାଗରେ ପ୍ରତିରୋପିତ କରାଯାଏ ଓ ପୋଷାକ ହିସାବରେ କେତେକ ଡାଲି ଜାତୀୟ ମଞ୍ଜି ଯଥା- ହରଡ, ମୁଗ , ବିରି ଆଦି ଏହା ସହିତ ରୋପଣ କରାଯାଏ । ଏହା ଚନ୍ଦନ ଚାରାର ବୃଦ୍ଧିକୁ ସହାୟତା କରେ । ଚେରଗୁଡିକ ଅକ୍ଷତ ରଖି ଗଜା ମଞ୍ଜିକୁ ପଟାଳିରୁ ବାହାର କରାଯାଏ । ଚେରଗୁଡିକୁ ଶୁଖିବାକୁ ଦିଆଯାଏ ନାହିଁ । ଅନ୍ତତଃ ଗୋଟିଏ ସପ୍ତାହ ପାଇଁ ଏହାକୁ ଛାଇରେ ରଖାଯାଏ । ୩୦ ସେମି ବିଶିଷ୍ଟ ରୋପଣଯୋଗ୍ୟ ଚାରା ପାଇବା ପାଇଁ ୬ ମାସରୁ ୮ ମାସ ସମୟ ଲାଗେ । କେତେକ ନୂଆ ମଞ୍ଜି ସକ୍ରିୟ ହେବା ପାଇଁ ପ୍ରାୟ ଦୁଇମାସ ସମୟ ନେଇଥାନ୍ତି । ମଞ୍ଜିଗୁଡିକର ଦୁଇ ବର୍ଷ ପର୍ଯ୍ୟନ୍ତ ଅଙ୍କୁରୋଦଗାମ କ୍ଷମତା ଥାଏ । ୪୮ ଘଣ୍ଟା ପାଣି କିମ୍ବା ୦.୫ ଶତକଡା ଜରବଲକ ଅମ୍କରେ ରାତିସରା ରଖି ଏହାର ନିଷ୍କ୍ରିୟତାକୁ ସକ୍ରିୟ କରାଗଲେ ମଞ୍ଜି ଅଙ୍କୁରିତ ହୋଇଥାଏ ।
ଏହାର ପୋଷାକ ନିୟମିତ ବ୍ୟବଧାନରେ ଡାଳଗୁଡିକ ଛେଦନ କରାଯାଏ । ୫୦ ଘନ ସେମି ଖାତରେ ଓ ୩ରୁ ୫ ମିଟର ବ୍ୟବଧାନରେ ଏହାକୁ ଲଗାଯାଏ । ୩୯ ପ୍ରତିଶତ ପ୍ରତିରୋପଣ ସଫଳ ହେବାର ଜଣାଯାଇଛି । ପ୍ରତିରୋପିତ ଚାରାଗୁଡିକ ସୂର୍ଯ୍ୟକିରଣ , ନିଆଁ ଓ ଚାରୁଥିବା ପଶୁଠାରୁ ଦୂରରେ ରଖିବା ଦରକାର ।
ଜମିପ୍ରସ୍ତୁତି :
ମୁଖ୍ୟ କ୍ଷେତରେ ଗ୍ରୀଷ୍ମ ଋତୁରେ ୪x ୪ ମିଟର ଦୂରତାରେ ୪୫x ୪୫x ୪୫ ସେମି ଆକାରର ଗାତ ଖୋଳି ପ୍ରତି ଗାତରେ ୨୦ କିଗ୍ରା ହିସାବରେ ଗୋବର ବା କମ୍ପୋଷ୍ଟ ଖତ ଦିଆଯାଏ । ଉଈ ନିରାକରଣ ପାଇଁ ୨୦ ଗ୍ରାମ କରି ଥିମେଟ ପ୍ରୟୋଗ କରିବାକୁ ପଡିଥାଏ । ଚାରା ଏକ ଫୁଟ ଉଚ୍ଚର ହେବାପରେ ବର୍ଷାଋତୁ ବେଳକୁ ଏହାକୁଳ ଗାତରେ ପୋତି ଦିଆଯାଏ । ଏକ ଏକରରେ ୩୦୦ ଚାରା ରୋପଣ କରାଯାଇପାରିବ ।
ଘାସ ବଛାବଛି ଓ ସାର ପ୍ରୟୋଗ :
ପ୍ରତି ୬ ମାସରେ ଥରେ ଗଛର ୧ ମିଟର ଆଖପାଖ ସ୍ଥାନକୁ ସଫା କରିବାକୁ ପଡିଥାଏ । ଗଛର ବୃଦ୍ଧିରେ ବାଧା ନ ଆସିବା ପାଇଁ ସହାୟକ ଗଛସବୁ ମଝିରେ ମଝିରେ କଟାଛଟା କରିବାକୁ ପଡେ ।
ଉତ୍ତମ ପ୍ରକାର ମଞ୍ଜକାଠ ପାଇବା ପାଇଁ ଏହାର ତଳ ଡାଳସବୁ କଟିକାବୁ ପଡିଥାଏ । ଏହା ସହିତ ପ୍ରତିବର୍ଷ ୧୦ କିଗ୍ରା ହିସାବରେ କମ୍ପୋଷ୍ଟ ଖତ ଦେବାକୁ ପଡିଥାଏ । ସଠିକ ଭାବରେ ଏହି ପ୍ରକ୍ରିୟା ଚାଲୁ ରହିଲେ ଗଛର ବ୍ୟାସ ବୃଦ୍ଧି ବର୍ଷକୁ ୫ ସେମି ହିସାବରେ ହୋଇପାରିବ । ୪୦ ବର୍ଷ ଆୟୁବିଶିଷ୍ଟ ପ୍ରାୟ ୭୦-୮୦ କିଗ୍ରା ମଞ୍ଜକାଠ ମିଳିପଡ଼ିଥାଏ ।
ରୋଗ ନିରାକରଣ ସହିତ ସୁଗନ୍ଧି ପ୍ରସାଧନ ପାଉଡର , ହସ୍ତଶିଳ୍ପ ଓ ଅନ୍ୟ କେତେକ ବ୍ୟବସାୟିକ କ୍ଷେତ୍ରରେ ଚନ୍ଦନ କାଠର ଚାହିଦା ଅନେକ । ବିଭିନ୍ନ ପ୍ରକାର ମୂର୍ତ୍ତି ତିଆରି ସହିତ ଏଥିରୁ ସୌଖୀନ ପଦାର୍ଥ ମଧ୍ୟ ନିର୍ମିତ ହୋଇଥାଏ । ହିନ୍ଦୁ ଧର୍ମରେ ଏହାର ବ୍ୟବହାର ସୁଦୂରପ୍ରସାରୀ । ଏହା ପୂର୍ଣ୍ଣ ବିକଶିତ ବୃକ୍ଷରୁ ହାରାହାରି ୨୫,୦୦୦/- ଟଙ୍କା ଆମଦାନୀ ହୋଇଥାଏ । ଏହି ହିସାବରେ ଯଦି ଏକ ଏକର କ୍ଷେତରେ ୨୦୦ ଟି ଗଛ ସଠିକ ବିଏଚବିରେ ହୋଇପାରେ ତେବେ ୪୦ ବର୍ଷ ପରେ ପ୍ରାୟ ୫୦ ଲକ୍ଷ ଟଙ୍କା ଆମଦାନୀ ହୋଇପାରିବ ।
ଖଣ୍ଡ ଚନ୍ଦନ କାଠ କି.ଗ୍ରା ପ୍ରତି ୨୦୦ ଟଙ୍କା ଥିବା ସ୍ଥଳେ ଏହାର ଗୁଣ୍ଡ କି.ଗ୍ରା ପ୍ରତି ୫୦ ଟଙ୍କା ହିସାବରେ ଓଡିଶା ରାଜ୍ୟ ଜଙ୍ଗଲ ହେଉଛି ଚନ୍ଦନ କାଠର ମୁଖ୍ୟତଃ ବ୍ୟବସାୟ ସ୍ଥଳେ ।
ତୈଳ ପ୍ରସ୍ତୁତି ପାଇଁ ଆୟବ୍ୟୟ -
ବ୍ୟୟ :
କଞ୍ଚାମାଲ ନିମନ୍ତେ (ହର୍ଟ ଭର୍ଡ ୧ ଟନ ମଞ୍ଜ କାଠ ପାଇଁ ) |
|
ମଞ୍ଜକାଠ (୧ ଟନ) |
୫୦,୦୦୦ |
ଚେର ମୂଳ (୧ଟନ ) |
୨,୭୨,୦୦୦ |
କୋଇଲା/ ଇନ୍ଧନ ଖର୍ଚ୍ଚ |
୫,୦୦୦ |
ଶ୍ରମିକ |
୫,୦୦୦ |
ଅନ୍ୟାନ୍ୟ |
୧୦,୦୦୦ |
ଆୟ : ତେଲ ବିକ୍ରି କରି ଆୟ (ଏକ ଟନ କାଠରୁ ୫୦ କିଗ୍ରା , ତୈଳ ମିଳେ । ପ୍ରତି କିଗ୍ରା ତୈଳ ଦାମ ୧୨,୦୦୦ ଟଙ୍କା ହେଲେ ) ମୋଟ ଲାଭ : ୬,୦୦,୦୦୦-୩,୪୨,୦୦୦=୨,୫୮,୦୦୦/-
ଆଧାର - ଡାକ୍ତର ଦୀନବନ୍ଧୁ ମହାରଣା
Last Modified : 1/1/2020