অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଚନ୍ଦ୍ରଶୂର

ବୈଜ୍ଞାନିକ ନାମ : ଲେପିଡିୟମ ସାଟାଇଭମ

ବଂଶ : କ୍ରୁସିଫେରୀ

ଆଞ୍ଚଳିକ ଭାଷାଗତ ନାମ :

ଓଡିଆ – ହିମ୍ବଶାଗ

ବଙ୍ଗଳା- ହାଲିମ

ତେଲୁଗୁ- ଅଦିତୟଲୁ ଗୁଜୁରାଟୀ- ଅଶେଲିଓ

ଇଂରାଜୀ- common cress

ହିନ୍ଦୀ- ଚନ୍ଦ୍ରଶୂର, ଚନସୁର

ସଂସ୍କୃତ- ଚନ୍ଦ୍ରଶୂର

ତାମିଲ- ଅଲିବିରଇ

ମରାଠୀ – ଆଲୀଉ

ଉପକ୍ରମ

ଆମ ଦେଶର ଦେଶୀୟ ଚିକିତ୍ସା ପରମ୍ଫରାରେ ଚନ୍ଦ୍ରଶୂର ଅତି ପ୍ରାଚୀନ କାଳରୁ ବ୍ୟବହୃତ ହୋଇଆସୁଛି । ଏହା ବଳ ଓ ପୃଷ୍ଟିବର୍ଦ୍ଧକ ହେବା ସହ ଅନେକ ମାରାତ୍ମକ ରୋଗର ଚିକିତ୍ସାରେ ମଧ୍ୟ ଏହାକୁ ପ୍ରୟୋଗ କରାଯାଇଥାଏ । ଆୟୁର୍ବେଦ ଦ୍ରବ୍ୟଗୁଣ ଶାସ୍ତ୍ରରେ ଏହାକୁ ରସାୟନ , ବଳବର୍ଦ୍ଧକ , ଉତ୍ତେଜକ, ଦୁଗ୍ଧବର୍ଦ୍ଧକ, ଶୂଳହର ଏବଂ ବୀଜୀକର ଗୁଣ ଯୁକ୍ତ ଅଟେ  । ଏହାର ବହୁମୁଖୀ ଔଷଧୀୟ ଗୁଣ ଯୋଗୁଁ ଏହାର ଯଥେଷ୍ଟ ବ୍ୟବସାୟିକ ଚାହିଦା ରହିଛି  ।

ଉଦ୍ଭିଦ ପରିଚୟ

ଏହାକୁ ଭାରତର ଅନେକ ରାଜ୍ୟରେ ଆଜିକାଲୀ ଚାଷ କରାଯାଉଛି  । ବିଶେଷ  କରି ମହାରାଷ୍ଟ୍ର , ଗୁଜୁରାଟ ଓ ରାଜସ୍ଥାନରେ ବହୁଳ ଭାବରେ ଚାଷ କରାଯାଉଛି  । ଏହା ଭାରତର ବିଭିନ୍ନ ସ୍ଥାନରେ ପ୍ରାକୃତିକ ଭାବରେ ମଧ୍ୟ ଦେଖାଯାଏ  ।

ଏହା ୩୦ରୁ ୫୦ ସେମି ଉଚ୍ଚତା ବିଶିଷ୍ଟ ଏକ କ୍ଷୁଦ୍ର ତୃଣ ଅଟେ । ଏହା ୩ରୁ ୪ ମାସ ପର୍ଯ୍ୟନ୍ତ ବଞ୍ଚିଥାଏ ଏବଂ ଚାଷ ଜମିରେ ବର୍ଷାଋତୁ ପରେ ପରେ ଆପେ ଆପେ ବଢିଥାଏ  । ଏହାର ପତ୍ର ଚେପଟା , ଅଣ୍ଡାକାର ୦.୨ ଇଞ୍ଚ ବ୍ୟାସ ବିଶିଷ୍ଟ ହୋଇଥାଏ  । ଏହାର ବୀଜ ଛୋଟ , ଲାଲ ବର୍ଣ୍ଣଯୁକ୍ତ ଏବଂ ଜଳରେ ପଡିଲେ ଲାଲୁଆ ହୋଇଯାଏ । ମୁଖ୍ୟତଃ ଏହାର ବୀଜକୁ ଉପଯୋଗ କରାଯାଇଥାଏ  ।

ପ୍ରୟୋଗନିୟ ଅଂଶ : ମଞ୍ଜି

ରାସାୟନିକ ସଂଗଠନ

ଏହାର ବୀଜରୁ ଏକ ପ୍ରକର ସୁଗନ୍ଧିତ ଉଡ଼ନଶୀଳ ତୈଳ ଓ ଏକ ସ୍ଥିର ତୈଳ ମଧ୍ୟ ମିଳିଥାଏ  । ଏହାର ପଞ୍ଚାଙ୍ଗରୁ ମଧ୍ୟ ତେଲ ମିଳିନଥାଏ । ଏହି ତେଲରୁ ବେଞ୍ଜିଲ ସାୟନାଇଡ ତଥା ବେଞ୍ଜଲ ଆଇସୋଥାମ୍ବୋସାୟନେଟ ନାମକ ରାସାୟନିକ ଦ୍ରବ୍ୟ ମିଳିଥାଏ  ।  ଏହା ବ୍ୟତୀତ ଏହି ତେଲରେ ଆୟୋଡିନ , ଲୌହ ଫସପେଟସ  ପୋଟାସ କେତେକ ଲବଣାଂଶ, ଏକ ତିକ୍ତ ସତ୍ତ୍ଵ ଜଳୀୟ ଅଂଶ ଓ ଗନ୍ଧକ ଦ୍ରବ୍ୟ ମିଳିଥାଏ  । ଆହୁରି ମଧ୍ୟ ଏଥିରେ ଗ୍ଳୁକୋଟ୍ରୋପୋଇଓଲିନ ନାମକ ଏକ ପ୍ରକାର ଗ୍ଳୁକୋସାଇଡି ମିଳିଥାଏ  ।

ଔଷଧୀୟ ଗୁଣ ଓ ପ୍ରୟୋଗ

ଏହାକୁ ମୁଖ୍ୟତଃ ପ୍ରସୂତାବସ୍ଥା, ରକ୍ତଦୋଷ, ଚର୍ମରୋଗ , ନେତ୍ରରୋଗ, ପ୍ଲାହୀବୃଦ୍ଧି , ଗ୍ରନ୍ଥୀରୋଗ, କାଶ, ଓ ଅତିସାର ଆଦି ରୋଗର ଚିକିତ୍ସାରେ ଉପଯୋଗ କରାଯାଏ  । ମୁଖ୍ୟତଃ ଏହାକୁ ଏକ ବଳବର୍ଦ୍ଧକ ଓ ପୃଷ୍ଟିପ୍ରଦ ପଦାର୍ଥ  ରୂପେ ବ୍ୟବହାର କରାଯାଏ । ବାଲ୍ୟାବସ୍ଥାରେ ଏହି ଗଛର କ୍ଷୀର ସେବନ କଲେ ଉତ୍ତମ ରୂପେ ଶାରୀରିକ ଅଭିବୃଦ୍ଧି ହୋଇଥାଏ  । ଏହାକୁ ପଶୁମାନଙ୍କର ଖାଦ୍ୟ ରୂପେ ଏବଂ ବିଶେଷକରି ଦୁଗ୍ଧ ଉତ୍ପାଦନକାରୀ ପଶୁ ମାନଙ୍କର ଖାଦ୍ୟ ରୂପେ ବ୍ୟବହାର କରାଯାଏ  । ଏହା ବ୍ୟତୀତ, ମୂତ୍ରରୋଗ,ଆଖିରୋଗ, ପାଚନ ସସ୍ଥାନଗତ ଗୋଳମାଳ, ଅଣ୍ଟାରୋଗ, ଓ ଶ୍ଵାସରୋଗ ର ଉପଚାର ପାଇଁ ମଧ୍ୟ ବ୍ୟବହାର କରାଯାଏ  । ତେଣୁ ଏହିସବୁ ବହୁମୁଖୀ ଔଷଧୀୟ ଉପଯୋଗୀତା ଦ୍ରୁଷ୍ଟିରୁ ଏହାକୁ ଆଧୁନିକ ପ୍ରଣାଳୀରେ ବ୍ୟବସାୟିକ ଭିତ୍ତିରେ ଚାଷ କରାଗଲେ ଏହା ଚାଷୀ ମାନଙ୍କର ଆର୍ଥିକ ପ୍ରଗତିରେ ସାହାଯ୍ୟ କରିପାରିବ  ।

ଚାଷ ପ୍ରଣାଳୀ

ଜଳବାଯୁ ଓ ମୃତ୍ତିକା : ଚନ୍ଦ୍ରଶୂରର ଚାଷ ପାଇଁ ନାତିଶୀତୋଷ୍ଣ ଜଳବାୟୁ ଉପଯୁକ୍ତ । ପ୍ରାୟ ୭୦ରୁ ୧୨୫ ସେ.ମି  ବାର୍ଷିକ ବର୍ଷା ହେଉଥିବା ଅଞ୍ଚଳରେ ଏହାକୁ ଚାଷ କରାଯାଇପାରିବ  । ଏହା ଛଡା ବାଲିଆ ଓ ଦୋରସା ମାଟିରେ ମଧ୍ୟ ଏହି ଗଛ ଭଲ ବଢିଥାଏ  ।

ଜମି ପ୍ରସ୍ତୁତି  : ପ୍ରଥମେ ଜମିରେ ଦୁଇ ଚାରି ଥର ଚାଷ କରାଯାଏ । ଏକର ପ୍ରତି ୫ -୬  ଟନ ଶୁଖିଲା ଗୋବର ଖତ ମିଶାଯାଇ ଏହାକୁ ହଲ କରାଯାଏ  ଏବଂ ପଟା ଚଳାଇ ସମତଳ କରାଯାଏ   ।

ଫସଲର ଯତ୍ନ : ଏହା ଏକ ରବି ଫସଲ ହୋଇଥିବାରୁ ଏଥିରେ ଅନାବନା ଘାସ ବେସୀ ଉଠେନାହିଁ  । ତଥାପି ଅନାବନା ଘାସ ଉଠିଥିଲେ ଏହାକୁ ବାଛିଦେବା ଦରକାର  । ଏହାର ଜଳସେଚନ ଆବଶ୍ୟକ ହୁଏ ନାହିଁ  । କିନ୍ତୁ ଯଦି ଜଳ ୧୫ ଦିନ ବ୍ୟବଧାନରେ ଜଳସେଚନର ବ୍ୟବସ୍ଥା କରାଯାଏ ଜଳସେଚନ କରାଯିବ ତେବେ ଫସଲ ଅଧିକ ଅମଳ କ୍ଷମ ହୋଇପାରିବ   ।

ରୋଗ ପୋକ ନିୟନ୍ତ୍ରଣ : ଏହି ଗଛ ପାଉଡରି ମିଲଡିଉର ପ୍ରକୋପରେ କ୍ଷତିଗ୍ରସ୍ତ ହୋଇଥାଏ  । ଏହାର ନିରାକରଣ ପାଇଁ ସଲଫର ଡଷ୍ଟର ପ୍ରୟୋଗ କରାଯାଇ ପାରିବ  । ଇଣ୍ଡୋସଅଳଫାଇନର ୧ ମିଲି ଭାଗ ଏକ ଲିଟର ପାଣିରେ ଘୋଳ କରାଯାଇ ଫସଲରେ ସିଞ୍ଚନ କରାଗଲେ ଏହି ରୋଗକୁ ନିୟନ୍ତ୍ରଣ କରାଯାଇ ପାରିବ  ।

ଅମଳ : ଏହି ଫସଲ ପ୍ରାୟ ୧୦୦ ଦିନରେ ଅମଳ କ୍ଷମ ହୋଇଥାଏ  । ଏହା ପତ୍ର ହଳଦିଆ ତଥା ମଞ୍ଜି ଲାଲ ହୋଇଗଲେ ଏହାକୁ କାଟି ଅମଳ କରିବା ଦରକାର  ।  ଫସଲରୁ ଉପାଡି କରି କିମ୍ବା ହାତରେ କାଟି ଅମଳ କରାଯାଏ  । ମଞ୍ଜି ଗୁଡିକୁ ପରିଷ୍କାର କରି ଅଖାରେ ବିକ୍ରି ପାଇଁ ରଖାଯାଇ ଥାଏ  ।

ଆର୍ଥିକ ଲାଭ : ଏହି ଫସଲରୁ ଏକର ପ୍ରତି ୭-୮ କ୍ଵିଣ୍ଟାଲ ମଞ୍ଜି ମିଳିଥାଏ  । କିଗ୍ରା ପ୍ରତି ୧୩ରୁ ୨୦ ଟଙ୍କା ଦରରେ ବିକ୍ରି କରାଗଲେ ହାରାହାରି ୧୦,୦୦୦ ରୁ  ୧୫,୦୦୦ ହଜାର ଟଙ୍କା ମିଳିପାରିବ  । ଫସଲ ଉତ୍ପାଦନର ଖର୍ଚ୍ଚ ୨୨୦୦ ଟଙ୍କା ହୋଇଗଲେ ଏଥିରୁ ମୋଟ ଲାଭ ୫,୦୦୦ ଟଙ୍କା ମିଳିପାରିବ  ।

ବିକ୍ରି ବ୍ୟବସ୍ଥା

ବର୍ତ୍ତମାନ ଚନ୍ଦ୍ରଶୂରର ବିକ୍ରି ପାଇଁ ବଜାର ଚାହିଦା ଅଧିକାରହିଛି  । ଏହାର ବିକ୍ରି ପାଇଁ ଔଷଧୀୟ କମ୍ପାନୀ ବା ଡାଏରୀ ଫାର୍ମ ସହିତ ଯୋଗାଯୋଗ କରିହେବ  । ଏକ ଏକରରୁ ୩ ମାସ ପରେ ୮୦୦୦ ଟଙ୍କା ହୋଇପାରିବ  ।

ବ୍ୟୟ :

  1. ଚାରା ଲଗାଇବା                           ୨୦୦୦
  2. ଖତ ସାର ପ୍ରୟୋଗ                         ୫୦୦
  3. ଜମି ପ୍ରସ୍ତୁତି                                 ୫୦୦
  4. ଘାସ ବଛାବଛି                              ୫୦୦
  5. ଫସଲ ଅମଳ                              ୫୦୦

ଆୟ :

  1. ମଞ୍ଜି ବିକ୍ରି କରି ଆୟ  (୮ କ୍ଵିଣ୍ଟାଲ ୧୨,୪୦୦/- ୧୫୫୦ଟଙ୍କା ଦରରେ )
  2. ଭୁସି ବିକ୍ରିକରି ଆୟ ୫୦୦ /-

ଆଧାର :ଡାକ୍ତର ଦୀନବନ୍ଧୁ ମହାରଣା

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate