অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଡାଲଚିନି

ବୈଜ୍ଞାନିକ ନାମ : ସିନାମୋମମ ଜିଲାନିକମ

ବଂଶ : ଲରେସି

ଆଞ୍ଚଳିକ ଭାଷାଗତ ନାମ :

ଓଡିଆ - ଡାଳଚିନି

ସଂସ୍କୃତ – ଦାଋସିତା

ଗୁଜୁରାଟ- ତଜ

ଇଂରାଜୀ- cinnamon bark

ହିନ୍ଦୀ- ଡାଲଚିନି

ବଙ୍ଗଳା- ଦାରଚିନି

ମରାଠୀ - ଡାଳଚିନି

ଉପକ୍ରମ

ଡାଲଚିନି ଏକ ସାଧାରଣ ଉଚ୍ଚତା ବିଶିଷ୍ଟ ଚିରହରିତ ବୃକ୍ଷ ଅଟେ । ଶ୍ରୀଲଙ୍କା ତଥା ଦକ୍ଷିଣ ଭାରତରେ ଏହି ବୃକ୍ଷ ଅଧିକ ପରିମାଣରେ ଦେଖାଯାଏ ।  ଜାମାଇକା, ବ୍ରାଜିଲ ଓ ସେଚିଲସ ପ୍ରଭୃତି ଦେଶମାନଙ୍କରେ ଏହାକୁ ବହୁଳ ପରିମାଣରେ ଚାଷ କରାଯାଏ ।

ଡାଲଚିନି ଭାରତ ରେ ଦେଖାଯାଉଥିବା ୧୭ ପ୍ରକାର ମସଲା ଜାତୀୟ ବୃକ୍ଷ ମଧ୍ୟରୁ ଅନ୍ୟତମ  । ମୁଖ୍ୟତଃ ମସଲା ଶିଳ୍ପ ଓ ଆୟୁର୍ବେଦୀୟ ଔଷଧ ପ୍ରସ୍ତୁତି ବ୍ୟବହାର କରାଯାଉଥିବାରୁ ଉଭୟ ଦେଶୀୟ ଓ ବିଦେଶ ବଜାରରେ ଏହାର ଚାହିଦା ଅଧିକ  । ବ୍ୟବସାୟିକ ଭିତ୍ତିରେ ଏହି ବୃକ୍ଷକୁ ଅଧିକ ପରିମାଣରେ ରୋପଣ କରାଗଲେ ଏଥିରୁ ଦୀର୍ଘକାଳୀନ ଆର୍ଥିକ ଲାଭ ମିଳିଥାଏ   ।

ଉଦ୍ଭିଦ ପରିଚୟ

ଡାଲ ଚିନି ମଧ୍ୟମ ଉଚ୍ଚତା ବିଶିଷ୍ଟ ସୁଗନ୍ଧଯୁକ୍ତ ଚିରହରିତ ବୃକ୍ଷ ଅଟେ  ।  ଏହି ବୃକ୍ଷର ଚାଲ ସାମାନ୍ୟ ମୋଟା, ଚିକ୍କଣିଆ ଏବଂ ଧୂସର ରଙ୍ଗ ବିଶିଷ୍ଟ ହୋଇଥାଏ  । ଏହାର ପତ୍ର ପ୍ରାୟ ବିପରୀତ କଡା ତଥା ଚର୍ମବାର ୩ରୁ ୮ ଇଞ୍ଚ ଲମ୍ବ ୨ରୁ ୩ ଇଞ୍ଚ ଚୂଡା ଏବଂ ତୀକ୍ଷଣଗ୍ରାଯୁକ୍ତ ହୋଇଥାଏ । ଗଛର ପ୍ରଧାନ ଡାଲ ସିଧା ବଢିବା ସମୟରେ ଶାଖା ଓ ପ୍ରଶାଖା ଡାଳଗୁଡିକ ଗଛକୁ ସମାନ ବ୍ୟାସ ବ୍ୟବଧାନରେ ଚତୁଃପାର୍ଶ୍ଵକୁ ମୂଳଠାରୁ ଅଗ ପର୍ଯ୍ୟନ୍ତ ସମତାଳ ଦେଇ ବଢିବାରେ ଲାଗେ  । ପ୍ରଥମେ ଗଛରୁ ରଙ୍ଗୀନ ଯଥା ଲାଲ, ଫିକା, ଫିକା ସବୁଜ କିମ୍ବା ଫିକା ହଳଦିଆ ରଙ୍ଗର ପତ୍ର ବାହାରେ ଓ ପରେ ଗାଢ ସବୁଜ ରଙ୍ଗ ହୋଇଥାଏ  । ଫୁଲ ପେନ୍ଥା ପେନ୍ଥା ହୁଏ ଓ ସୁଗନ୍ଧଯୁକ୍ତ ଅଟେ  ।

ପ୍ରୟୋଗନିୟ ଅଂଶ : କାଣ୍ଡତ୍ଵକ ବା ଛେଲି

ରାସାୟନିକ ସଂଗଠନ : ଡାଲଚିନି ଡାଳ ଓ ପତ୍ରରୁ ପାତନ ପ୍ରଣାଳୀରେ ସୁଗନ୍ଧି ଅର୍କ ବା ତୈଳ ପ୍ରସ୍ତୁତ କରାଯାଏ  । ଏହି ଅର୍କରେ ୭୦-୮୦ ଭାବ ସିନମିକ ଆଲଡିହାଇଡ  ଥାଏ   । ପତ୍ର ଅର୍କକୁ ଇଉଜିନଲ , ବେନଜାଇଲ , ମିଳିଥାଏ ଏବଂ ଏହା ଚର୍ମରୋଗର ପ୍ରତିଷେଧକ ରୂପେ ବ୍ୟବହୃତ ହୁଏ   ।

ଔଷଧୀୟ ଗୁଣ ଓ ପ୍ରୟୋଗ

ଏହାର ଛେଲି ମିଳୁଥିବା ସିନାମନକୁ ଔଷଧ ରୂପେ ବ୍ୟବହାର କରାଯାଏ  । ଡାଲଚିନି ଉଷ୍ଣ , ସୁଗନ୍ଧି, ଦୀପନ ପାଚନ, ଆକ୍ଷେପହର ଓ କୃମିଘ୍ନ  । ଏହାର ତୈଳ ବାତହର , ବେଦନାହର , ବ୍ରଣଶୋଧକ ଓ ବ୍ରଣରୋପକ  ।

ଚାଷ ପ୍ରଣାଳୀ

ଜଳବାୟୁ ଓ ମୃତ୍ତିକା : ଉଷ୍ଣ ଓ ଆଦ୍ର ଜଳବାୟୁ ଡାଲଚିନି ବୃକ୍ଷ ଚାଷ ପାଇଁ ଉପଯୁକ୍ତ ଅଟେ । ସମୁଦ୍ରକୂଳବର୍ତ୍ତୀ ଅଞ୍ଚଳମାନଙ୍କରେ ମଧ୍ୟ ଏହି ଗଛ ଭଲ ବଢିଥାଏ  । ସେଥିପାଇଁ ଦକ୍ଷିଣ ଭାରତରେ ଏହି ଗଛ ଅଧିକ ପରିମାଣରେ ଦେଖାଯାଇଥାଏ  । ଗବେଷଣାରୁ ଉପଲ୍ଲବ୍ଧ ହୋଇଛି ଏହା ଓଡିଶାର ପାର୍ବତ୍ୟା ଅଞ୍ଚଳରେ ଓ ଉପକୂଳ ଅଞ୍ଚଳରେ ମଧ୍ୟ ଚାଷ କରାଯାଇପାରିବ  । ମୃତ୍ତିକାକୁ ବିଚାର କଲେ ବାଲିଆ ଦୋରସା ଓ ହାଲୁକା ମାଟି ଡାଳଚିନି ଗଛ ପାଇଁ ଉପଯୁକ୍ତ ଅଟେ  ।

ଚାରା ପ୍ରସ୍ତୃତି : ଡାଲଚିନି ଗଛର ମଞ୍ଜିଦ୍ଵାରା ନୂତନ ଗଛ ତିଆରି ହୁଏ  । କିନ୍ତୁ ଏହି ଗଛର ଫୁଲରୁ ଫଳ ହେବାପାଇଁ ପ୍ରାୟ ସଂପୂର୍ଣ୍ଣ ପରାଗ ଉପରେ ନିର୍ଭର କରୁଥିବାରୁ ମଞ୍ଜିରୁ ତିଆରି ଭିନ୍ନ ଭିନ୍ନ ପ୍ରକାର ଓ ଗୁଣର ମସଲା ମିଳିଥାଏ  । ଏଣୁ ଉପଯୁକ୍ତ ଗୁଣଥିବା କିସମ  ଗଛରୁ କଲମି କରି ନୂତନ ଗଛ ତିଆରି କରାଯାଇପାରେ  ଯାହାକି ତାର ମା ଗଛ ପରି ହୋଇଥାଏ  । ତେଣୁ ଉନ୍ନତ ବିହନ ପାଇଁ ଉତ୍କୃଷ୍ଟ ଗଛ ମଧ୍ୟରେ ପରାଗ ସଙ୍ଗମ କରାଇ ମଞ୍ଜି ପ୍ରସ୍ତୁତ କରାଯିବ କିମ୍ବା କଲମୀରୁ ଗଛ ତିଆରି କରାଯାଏ  । ପାକଳ ମଞ୍ଜିକୁ ସଙ୍ଗେ ସଙ୍ଗେ ପୂର୍ବ ପ୍ରସ୍ତୁତି ପଲିଥିନ ବ୍ୟାଗରେ ପୋତି ପାଣି ଦେଲେ ନୂତନ ଗଛ ୧୦-୧୫ ଦିନ ମଧ୍ୟରେ ବୃଦ୍ଧିପ୍ରାପ୍ତ ହୁଏ । ଡାଲଚିନି  ଲଗାଯାଇଥିବା ଜମିରେ ପ୍ରଥମ ୨ ବର୍ଷ ପର୍ଯ୍ୟନ୍ତ ଦୁଇ ଗଛର ମଝିରେ ଖାଲିପଡିଥିବା ଜମିରେ ମୁଗ, ବିରି, ହରଡ, ଅଦା ଓ ହଳଦୀ ଆଦି ଚାଷ କରାଯାଇପାରିବ । ପ୍ରଥମ ବର୍ଷ ହରଡ ଗଛ ଲଗାଇ ଗଛକୁ ଛାଇ ଦେବା କିମ୍ବା ନଡାଛପର ଦେଇ ଖରା ତାପରୁ ରକ୍ଷା କରାଯାଏ   ।

ଘାସ ବଛାବଛି ଓ ରୋଗପୋକ ନିୟନ୍ତ୍ରଣ : ଗଛ ଲଗାଇବାର ଏକମାସ ପରେ ଜମିକୁ ଖୁସାଇ ଘାସ ବାଛିବାକୁ ପଡେ ଏବଂ ପୂର୍ବପରି ଗଛ ପ୍ରତି ୫୦ ଗ୍ରାମ ଯବକ୍ଷାରଜାନ ସାର ପ୍ରୟୋଗ କରାଯାଏ  । ବର୍ଷାଦିନେ ଏହି ଚାରାଗଛଗୁଡିକ ଶୀଘ୍ର ବଢିବାକୁ ଲାଗେ  । ମୌସୁମୀ ବର୍ଷା ପ୍ରାରମ୍ଭ ଓ ଶେଷରେ ଥରେ ଲେଖାଏଁ ଗଛ ମୂଳରୁ ୧/୨ ସିଫଟ ପରିମାଣରେ କମ୍ପୋଷ୍ଟ ଖତ ପ୍ରୟୋଗ କରିବା ଉଚିତ  । ପ୍ରତି ୧ ମାସ ଅନ୍ତରରେ ଯବକ୍ଷାରଜାନ ସାର ସମ ଅନୁପାତରେ ପ୍ରୟୋଗ କରାଯାଇପାରେ । ଡାଲଚିନି ଗଛରେ ବିଶେଷ ରୋଗପୋକ ଲାଗନ୍ତି ନାହିଁ କେବଳ କଅଁଳିଆ ପତ୍ରକୁ କ୍ୟାଟରପିଲର ଖାଇଯାଆନ୍ତି  । ଡ଼େମିକ୍ରେନ ୦.୩%ସ୍ପେକଲେ ଗଛ ସୁସ୍ଥ ରହେ  ।

ଅମଳ : ଗଛଟି ୪ ବର୍ଷ ହେଲେ ତାର ଛେଲି ମସଲାପାଇଁ ଉପଯୋଗୀ ହୋଇଥାଏ  । ୪ ବର୍ଷ ବର୍ଷାଦିନ ପୂର୍ବରୁ ଗଛଟିକୁ କରତ ଦ୍ଵାରା ମାଟିର ୨୦- ୨୫ ସେମି ବାହାରେ ଚାରା ଗଛକୁ ୬ ମାସ ପର୍ଯ୍ୟନ୍ତ ନର୍ସରୀରେ ବଢାଇ ରୋପଣ କରାଯାଏ   ।

ଜମି ପ୍ରସ୍ତୁତି : ଏହାକୁ ଚାଷ କରିବା ପାଇଁ ସର୍ବପ୍ରଥମେ ଜମିକୁ ୩-୪ ଓଡ ଚାଷ କରିବାକୁ ହୁଏ  । ଜମି ଚାଷ କରିବା ପରେ ପ୍ରତି ଧାଡିରୁ ଧାଡି ଓ ଗଛରୁ ଗଛ ୨ ମିଟର ବ୍ୟବଧାନରେ ୪୫x ୪୫x ୪୫ ସେମି ଲମ୍ବ ପ୍ରସ୍ଥ ଓ ଗଭୀର ଗାତ ଖୋଲାଯାଏ । ଖୋଲାଯାଇଥିବା ମାଟି ସହିତ ପ୍ରତି ଗାତ ପିଛା ୪ କିଗ୍ରା ଖତ ମିଶାଇ ଦିଆଯାଏ  । ଗାତଟିକୁ ପ୍ରଥମେ କିଛି ଶୁଖିଲା କୁଟା ଦେଇ ପୋଡି ଦିଆଯାଏ  । ଖତମାଟି ମିଶାଇ ପୁନର୍ବାର ଗାତଟିକୁ ପୋତିଦେବାକୁ ହୁଏ । ପ୍ରତି ଗାତରେ ୫୦ ଗ୍ରାମ ଯବକ୍ଷାରଜାନ ଓ ୩୦ ଗ୍ରାମ ପଟାସ ସାର ମିଶାଇ ଦିଆଯାଏ । ଏହା ସହିତ ୧୦ ଗ୍ରାମ ଆଲଡ୍ରିନ ଡଷ୍ଟ ପକାଇଲେ ଉଈ ଆକ୍ରମଣରୁ ରକ୍ଷା ମିଳେ  ।  ଏକ ଏକରରେ ୬୦୦ ଚାରା କଗାଯାଇପାରିବ   ।

ରୋପଣ ପଦ୍ଧତି : ଜୁଲାଇ ମାସର ପ୍ରଥମ ସପ୍ତାହ ବୃକ୍ଷ ସମୟ  । ବର୍ଷା ସମୟରେ ବୃକ୍ଷରୋପଣ କଲେ ଜଳସେଚନର ଆବଶ୍ୟକତା ପଡେ ନାହିଁ  । କିନ୍ତୁ ୮-୧୦ ଦିନରୁ ଅଧିକ ଦିନ ବର୍ଷା ବନ୍ଦ ହୋଇଗଲେ ଚାରାଗଛ ମୂଳରେ ପାଣି ଦେବାକୁ ପଡେ  । ବର୍ଷାଦିନ ପରେ ମାଟିର ଆବଶ୍ୟକତାକୁ ନେଇ ମାସକୁ ୨-୩ ଥର ଜଳସେଚନ କଲେ ଭଲ  । ଉପରୁ ସମ୍ପୂର୍ଣ କଟାଯାଏ  । ତା'ର ସମସ୍ତ ଛୋଟ ଶାଖା ଡାଳ ପତ୍ରକୁ ବାହାର କରାଯାଏ  । ଏହା ପରେ ସବୁଜ ରଙ୍ଗର ବଳକା ପ୍ରତି ୨୦ ସେମିଲ ବ୍ୟବଧାନ ରେ ଛୁରୀ ଦ୍ଵାରା କାଟି କାଠରୁ ଅଲଗା କରି ବାହାର କରାଯାଏ  ।

ଗଛକୁ କାଟିଦେଲାପରେଲ ତାହାର ମୂଳରୁ କୁଆଁ ବାହାରିଥାଏ  । ମୂଳ ଗଛକୁ କାଟିବା ପରେ ଗୋବର ମାଟି ସହିତ ଅଳ୍ପ ଆଲଡ୍ରିନ ଡଷ୍ଟ ଦେଇ ଚକଟି କଟାଅଂଶ ଉପରେ ଘୋଳ ଦିଆଯାଏ  । ୨୦-୨୫ ଦିନ ମଧ୍ୟରେ ନୂଆ କୁଆଁ ବାହାରିଥାଏ  । ପ୍ରତି ମୂଳ ଗଛରେ ୫-୮ ନୂଆ ଡାଳ ବଢିବାକୁ ଛଡ଼ାଯାଏ  । ଏହା ତିନିବର୍ଷ ବଢିଲାପରେ ଡାଲଚିନି ଉତ୍ପାଦନ ପାଇଁ ଉପଯୁକ୍ତ ହୋଇଥାଏ   ।

ବ୍ୟବସାୟିକ ସୂଚନା

ଡାଲଚିନି ଗଛ ଚାଷରୁ ଏକର ପିଛା ୧୦୦ କିଗ୍ରା ଡାଲଚିନି ମସଲା ଓ ୪୦ କିଗ୍ରା ଡାଲଚିନି ପତ୍ର ତେଲ ମିଳିଥାଏ । ଉନ୍ନତ ପ୍ରଣାଳୀରେ ଚାଷ କଲେ ବର୍ଷକୁ ପ୍ରାୟ ୧୦,୦୦୦ ଟଙ୍କା ଲାଭ ହୋଇଥାଏ  । ଡାଲଚିନି ଚାଷ ମଝିରେ ଅନ୍ୟ ଫସଲ କରି ଏଥିରୁ ଅଧିକ ଲାଭ ଉପାର୍ଜନ କରିହେବ   ।

ଆଧାର :ଡାକ୍ତର ଦୀନବନ୍ଧୁ ମହାରଣା

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate