অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅଦା ଚାଷ

ଆମ ରାଜ୍ୟର ଜଳବାୟୁ ଓ ମାଟି ଅଦା ଚାଷ ପାଇଁ ବେଶ୍ ଉପଯୁକ୍ତ । ଏହାକୁ ସମୁଦ୍ର ପତ୍ତନ ଠାରୁ ୧୫୦୦ ମିଟର ପର୍ଯ୍ୟନ୍ତ ଉଚ୍ଚ ସ୍ଥାନ ରେ ଚାଷ କରାଯାଇପାରିବ । ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରତିବର୍ଷ ଅଦା ଚାଷ କରାଯାଏ । ଉଭୟ ଜଳସେଚିତ ଓ ଅଣଜଳସେଚିତ ଜମିରେ ମଧ୍ୟ ଏହା ଚାଷ ହୋଇପାରିବ ।

ବାଲିଆ ବା ଦୋରସା ମାଟିରେ ଏହା ଭଲ ହୁଏ । ମାତ୍ର ନିଗିଡ଼ା ଜମି ଏହି ଫସଲ ପାଇଁ ନିତାନ୍ତ ଦରକାର ।

ଚାଷ ପ୍ରଣାଳୀ

ବର୍ଷାଦିନେ ପହିଲି ବର୍ଷା ପରେ ଜମିକୁ ୫/୬ ଓଡ଼ ଚାଷ କରି ମାଟି ଗୁଣ୍ଡ କରାଯାଏ । ଏହାପରେ ତିନି ଫୁଟ ଓସାର ଛଅ ଇଞ୍ଚ ଉଚ୍ଚ ଓ ସୁବିଧା ଅନୁସାରେ ଲମ୍ବ ରଖି ପଟାଳିମାନ କରାଯାଏ । ଦୁଇ ପଟାଳି ମଧ୍ୟରେ ୧ ଫୁଟ ଦୂରତା ରଖାଯାଏ ।

ଉଭୟ ଅପ୍ରେଲ ଓ ମେ ମାସରେ ଅଦା ଲଗା ଯାଇପରେ । ମାତ୍ର ଅଧିକ ଅମଳ ପାଇବା ପାଇଁ ଅପ୍ରେଲ ମାସରେ ପ୍ରଥମାର୍ଦ୍ଧ ହେଉଛି ଅଦା ଲଗାଇବାର ଉପଯୁକ୍ତ ସମୟ ।

ଏକ ଏକର ଜମିରେ ଲଗାଯିବା ପାଇଁ ପ୍ରାୟ ୬ କୁଇଣ୍ଟାଲ ଅଦାଖଣ୍ଡ ଦରକାର ହୁଏ । ଏହି ଖଣ୍ଡଗୁ ଡ଼ିକୁ ୨– ୩ ଟି ଆଖୁ ଥାଇ ପ୍ରାୟ ୧୫ ଗ୍ରାମ୍ ଓଜନ ରଖି କଟାଯାଏ । ଲଗାଇବା ପୂର୍ବରୁ ଖଣ୍ଡୁଗଡ଼ିକୁ ଶତକଡ଼ା ୦.୧ ଭାଗ କାର୍ବେଣ୍ଡାଜିମ୍, ୦.୩ ଭାଗ କ୍ଵିନାଲଫସ୍ ଓ ୦.୨ ଶକଡ଼ା ମାଙ୍କାଢେବ ଦ୍ରବଣରେ ପ୍ରାୟ ଅଧଘଣ୍ଟାଏ । ବୁଡ଼ାଇ ରଖି ବିଶୋଧନ କରାଯାଏ । ଏହାପରେ ଖଣ୍ଡଗୁଡ଼ିକୁ ଛାଇରେ ଶୁଖାଯାଏ ।

ଖଣ୍ଡଗୁଡ଼ିକୁ ଧାଡ଼ି ଧାଡ଼ି କରି ୧୦ ଇଞ୍ଚ ଓ ଗଛକୁ ଗଛ ୮ ଇଞ୍ଚ ଦୂରତା ରଖି ୨ ଇଞ୍ଚ ଗଭୀରରେ ପୋତା ଯାଏ । ଲଗାଇବା ପରେ ପଟାଳିକୁ ଡାଳପତ୍ର ବା ଘାସଦ୍ଵାରା ଘୋଡ଼ାଇ ଦିଆଯାଏ । ପ୍ରତିଥର କୋଡ଼ାଖୁସା କରି ହୁଡ଼ା ଟେକିବା ପରେ ଡାଳପତ୍ରକୁ ପୁଣି ଘୋଡ଼ାଇ ଦିଆଯାଏ ।

ଆମ ରାଜ୍ୟରେ ସୁପ୍ରଭା, ସୁରୁଚି, ସୁରଭି କିସମରୁ ଅଧିକ ଅମଳ ମିଳି ପାରୁଅଛି ଓ ଏଥିରେ ଅଳ୍ପ ତନ୍ତୁ ତଥା ଅଧିକ ବାସନା ରହିଥାଏ । । ଶେଷ ଓଡ଼ ଚାଷ ବେଳେ ବା ଅଦାଖଣ୍ଡ ଲଗାଇଲା ବେଳେ ଏକର ପିଛା ପ୍ରାୟ ୫ ଗାଡ଼ି ଖତ ଦିଆଯାଏ । ଅଦା ଲଗାଇଲା ବେଳେ ସିଆରରେ ଏକର ପିଛା ୪୦ କି.ଗ୍ରା. ଫସଫରସ୍ ଓ ୨୦ କି.ଗ୍ରା. ପଟାସ ସାର ପ୍ରୟୋଗ କରାଯାଏ । ଲଗାଇବାର ୪୫ ଦିନ ପରେ ଏକର ପିଛା ୨୫ କି.ଗ୍ରା. ଯବକ୍ଷାର ଜାତୀୟ ସାର ଦେଇ ହୁଡ଼ା ଟେକି ଦେବାକୁ ହୁଏ । ଲଗାଇବାର ତିନିମାସ ପରେ ଏକର ପିଛା ୨୫ କି.ଗ୍ରା. ଯବକ୍ଷାର ଓ ୨୦ କି.ଗ୍ରା. ପଟାସ ସାର ଦେଇ ହୁଡ଼ା ଟେକାଯାଏ ।

କଫି, ଆମ୍ବ, ପିଜୁଳି ଇତ୍ୟାଦି ବଗିଚା ମାନଙ୍କରେ ଅଦାକୁ ମଧ୍ୟ ଅନ୍ତଃ ଫସଲ ହିସାବରେ ଚାଷ କରାଯାଇପାରିବ ।

ରୋଗ ଓ ପୋକ

ଅଦା ଫସଲରେ ସାଧାରଣତଃ ପତ୍ରଦାଗ ରୋଗ, କାଣ୍ଡ ବିନ୍ଧା ଓ ଶୋଷକ ପୋକ ଲାଗି ଫସଲରେ କ୍ଷତି କରିଥାଆନ୍ତି ।

ପତ୍ରଦାଗ ରୋଗ ସାଧାରଣତଃ ସେପ୍ଟେମ୍ବର ମାସରେ ଫସଲରେ ଦେଖାଯାଏ ।

୧୫ ଦିନ ଛଡ଼ାରେ ଶତକଡ଼ା ୧ ଭାଗ ବୋର୍ଡୋମିକଶଚର ବା ୦.୨ ଶତାଂଶ ଥିରାମ ସ୍ପ୍ରେ କଲେ ରୋଗ ଆୟତ୍ତ ହୋଇଥାଏ।

କାଣ୍ଡ ବିନ୍ଧା ପୋକ ପାଇଁ ୦.୦୫ ଶତାଂଶ ଫାମିଡନ୍ ଓ ଶୋଷକ ପୋକ ପାଇଁ ୦.୦୫ ଶତାଂଶ ମାଲାଅନ୍ ସ୍ପ୍ରେ କରିବା ଉଚିତ୍ ।

ଏହା ଛଡ଼ା ପତ୍ରକୁ ଖାଉଥିବା କ୍ଷିପ୍ର ପ୍ରଜାପତିକୁ ଦମନ କରିବା ପାଇଁ ଶତକଡ଼ା ୦.୦୫ ହାରରେ ୫ କିଲୋଗ୍ରାମ୍ ଇକାଲକସ ପକାଇ ଦମନ କରାଯାଇପାରେ ।

ଅମଳ

ଲଗାଇବାର ୭ ରୁ ୮ ମାସ ପରେ ଅଦା ଖୋଳାଯାଏ । ଏକର ପିଛା ୮୦ ରୁ ୧୨୦ କୁଇଣ୍ଟାଲ ପର୍ଯ୍ୟନ୍ତ କଞ୍ଚା ଅଦା ମିଳିଥାଏ ।

ମନେରଖନ୍ତୁ

  • ବିଲକୁ ଭଲ ଭାବରେ ଚାଷ କରନ୍ତୁ ।
  • ପନିପରିବା ପାଇଁ ଯଥେଷ୍ଟ ପରିମାଣରେ ଖତ ଦିଅନ୍ତୁ ।
  • ଉନ୍ନତ କିସମର ବିହନ ଲଗାନ୍ତୁ ।
  • ଆବଶ୍ୟକ ପରିମାଣରେ ସାର ଠିକ୍ ସମୟରେ ଦିଅନ୍ତୁ ।
  • ଉପଯୁକ୍ତ ସମୟରେ କୋଡ଼ାଖୁସା କରନ୍ତୁ ।
  • ରୋଗ ଓ ପୋକ ଦାଉରୁ ରକ୍ଷା ପାଇବା ପାଇଁ ସମୟ ଅନୁସାରେ ପ୍ରତିକାର
  • ବ୍ୟବସ୍ଥା ଗ୍ରହଣ କରନ୍ତୁ ।
  • ଠିକ୍ ସମୟରେ ଅମଳ କରି ବିକ୍ରି କରନ୍ତୁ ।

ଆଧାର - "ଓୟୁଏଟି"

Last Modified : 6/19/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate