অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଆଖୁ ଚାଷ

ଉପକ୍ରମ

ଆଖୁ ଏକ ଅର୍ଥକାରୀ ଫସଲ   । ଓଡିଶାରେ ଆଖୁଚାଷ ପାଇଁ ସବୁ ପ୍ରକାର ସୁବିଧା ଥିଲେ ମଧ୍ୟ ଏକର ପ୍ରତି ଅମଳ ଅନ୍ୟାନ୍ୟ ପଦେଶ ତୁଳନାରେ ଯଥେଷ୍ଟ କମ  ।  ଅଧିକ ଉତ୍ପାଦନ ପାଇଁ ଉନ୍ନତ ବିହନ ବ୍ୟବହାର , ସୁଷମ ସାର ପ୍ରୟୋଗ ଓ ଉପଯୁକ୍ତ ଶସ୍ୟ ସଂରକ୍ଷଣ ବ୍ୟବସ୍ଥା ଗ୍ରହଣ କରିବା ଏକାନ୍ତ ଆବଶ୍ୟକ   ।

ଜମି ପ୍ରସ୍ତୁତି :

ନିଗିଡା ଦୋରସା ବା ମତାଳ ମାଟିରେ ଆଖୁ ଚାଷ ଭଲ ହୁଏ   । ସନ୍ତସନ୍ତିଆ ମାଟିରେ ଆଖୁ ଲଗାଇବା ଭଲ ନୁହେଁ   ।  ମାଟିକୁ ଗୁଣ୍ଡ କରି  ଦିଅନ୍ତୁ । ପ୍ରାୟ  ୮/୧୦ଥର ହଲ ଓ ମାଈ ଦେଇ ଜମିକୁ ସମତୁଲ କରି ଅନାବନା ଘାସ ଓ ପୂର୍ବ ଫସଲ ମୂଳ ବାଛି ଦିଅନ୍ତୁ   । ଶେଷ ଓଡ ଚାଷ ପୂର୍ବରୁ ହେକ୍ଟର ପ୍ରତି  ୧୦ ଟନ ସଢା ଗୋବର କ୍ଷତ ବା କପୋଷ୍ଟ ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ  । ଟ୍ରେଞ୍ଚ ପ୍ରଣାଳୀରେ ଆଖୁ ଲଗାଇବା ହେଲେ ଜମି ହଲ ନ କରି  ୭୫ରୁ ୯୦ ସେମି (୨-୩ ଫୁଟ) ବ୍ୟବଧାନରେ  ୨୫ ସେମି ଚଉଡାରେ  ୩୦ ସେମି ପର୍ଯ୍ୟନ୍ତ ଖୋଲି ଆଉ  ୧୦ ସେମି ପର୍ଯ୍ୟନ୍ତ ମାଟି ହାଲୁକା କରି ଦିଅନ୍ତୁ   ।  ଟ୍ରେଞ୍ଚ ଖୋଳି କିଛିଦିନ ଖରା ଖାଇବାକୁ ଛାଡି ଦିଅନ୍ତୁ   । ଦଶ ମାସ ମଧ୍ୟରେ ଅମଳ ହେଉଥିବା ସଅଳ ଆଖୁ ପାଇଁ ଧାଡିକୁ ଧାଡି ବ୍ୟବଧାନ ୭୫ ସେମି ରଖନ୍ତୁ   ।

ବିହନ

ସଅଳ କିସମ  - ସି ଓ  ୭୫୦୮,୮୭ –ଏ୨୯୮ (ବିଶ୍ଵାମିତ୍ର),୬୮୦୬,୮୫୦୦୪,୮୭୨୬୩ (ସରଜୁ) ଓ ୯୯୭ ଆଦି ଉଚ୍ଚ ଜମିରେ ହୁଏ  ।  ଏହା ୧୦ ରୁ ୧୧ ମାସରେ ଅମଳ ହୁଏ   ।  ଏହା  ୧୦ ରୁ ୧୧ ମାସରେ ଅମଳ ହୁଏ   ।

ମଝିଆଳି କିସମ :- ସି.ଓ ୬୩୦୪,୭୧୧୯,୭୮୦୫,୮୦୧୪,୮୩୭୧,୮୬୦୩୨,(ନୟନା)ଏବଂ ସି ଓ –ଏ ୮୯୦୮୫ । ଏହା ୧୧ ରୁ ୧୨ ମାସ ମଧ୍ୟରେ ଅମଳ ହୁଏ   ।

ବିଳମ୍ବ କିସମ  :- ସି.ଓ ୪୧୯,୭୪୦ ଓ ୬୨୧୭୫   ।  ଏହା  ୧୨-୧୪ ମାସ ମଧ୍ୟରେ ଅମଳ କରାଯାଏ   । ଆଖୁର ଉପର ଏକ ତୃତୀୟାଂଶ  ବିହନ ପାଇଁ ଉପଯୁକ୍ତ   । ଏକ ହେକ୍ଟର ଆଖୁ ଲଗାଇବା ପାଇଁ  ୩ ଗୁଣ୍ଠିଆ ୪୦,୦୦୦ କିମ୍ବା  ୨ ଗୁଣ୍ଠିଆ ୬୦,୦୦୦ ଖଣ୍ଡ ଗୁଲା ଦରକାର ହୁଏ   ।  ହେକ୍ଟର ପ୍ରତି ପ୍ରାୟ  ୭୫ ରୁ  ୧୦୦ କ୍ଵିଣ୍ଟାଲ ଆଖୁ ବିହନ ଦରକାର ପଡିଥାଏ   ।  ରୋଗ ପୋକ ଆକ୍ରାନ୍ତ ଓ ଓ ଆଖି ଖରାପ ଥିବା ଆଖୁ, ବିହନ ପାଇଁ ବ୍ୟବହାର କରନ୍ତୁ ନାହିଁ   ।

ବିହନ ବିଶୋଧନ  : ୫୦୦ ଗ୍ରାମ ଚୂନ  ୨୦୦ ଲିଟର ପାଣିରେ ମିଶାଇ  ୧୨-୧୪ ଘଣ୍ଟା ଆଖୁ ଖଣ୍ଡ ବୁଡାଇ ଋ ଲଗାଇଲେ ଆଖୁ ଶୀଘ୍ର ବଢେ   ।  ଆଖୁର ନାଲି ସଢା ରୋଗ ଓ କଳାଛାଟ ରୋଗ ନିରାକରଣ ପାଇଁ ୧୦୦ ଲିଟର ପାଣି ରେ ୧୫୦ ଗ୍ରାମ ୟାମାଟୋ,୨୦୦ ମିଲି ହିବିକି ଏବଂ  ୧ କିଗ୍ରା ୟୁରିଆ ମିଶାଇ ଔଷଧ ପାଣି ତିଆରି କରନ୍ତୁ   ।  ଆଖୁ ଗଲାଗୁଡିକ ଔଷଧ ପାଣିରେ  ୧୫ ମିନିଟ ବୁଡାଇବା ପରେ ଲଗାନ୍ତୁ   ।

ଲଗାଇବା ସମୟ  :  ଅକ୍ଟୋବର ଠାରୁ ମାଛ ମାସ ମଧ୍ୟରେ ଆଖୁ ଲଗାନ୍ତୁ   ।  ଅକ୍ଟୋବର ନଭେମ୍ବର ମାସରୁ ଫେବୃୟାରି ମାସ ମଧ୍ୟରେ ଆଖୁ ଲଗାଇଲେ ଅଧିକ ଅମଳ ହୁଏ   ।

ଲଗାଇବା ପ୍ରଣାଳୀ  : ୭୫-୯୦ ସେମି ବ୍ୟବଧାନରେ ଟ୍ରେଞ୍ଚ ବା ନାଳୀ କାଟନ୍ତୁ   ।  ନାଳୀରେ ହେକ୍ଟରକୁ  ୨୫ କିଗ୍ରା କ୍ଲୋରପାଇରିଫଶ ଗୁଣ୍ଡ କିମ୍ବା  ୫୦୦ ଲିଟର ପାଣିରେ  ୨ ଲିଟର ଲିଣ୍ଡେନ ମିଶାଇ ଛିଞ୍ଚନ୍ତୁ ଏବଂ ଆବଶ୍ୟକୀୟ ସମସ୍ତ ଫସଫରସ ଓ ପଟାସ ସାର ମାଟିରେ ମିଶାଇ ଦିଅନ୍ତୁ  । ନାଳୀରେ ବିହନ ଗୁଡିକୁ ଏପରି ଲଗାନ୍ତୁ ଯେପରିକି ଖଣ୍ଡେ ଗୁଲାର ଶେଷ ଗଣ୍ଠି ଅନ୍ୟ ଏକ ଗୁଲାର ପ୍ରଥମ ଗଣ୍ଠି ପାଖରେ ରହିବ  ।  ମଇଦେଇ ନାଲିରେ ମାଟି ଘୋଡାଇ ଦିଅନ୍ତୁ   । ଆଖୁ ଖଣ୍ଡ ମାଟିରେ ପ୍ରାୟ  ୧ ଇଞ୍ଚ ଗଭୀରରେ ରହିବା ଉଚିତ   । ଏହାପରେ ହାଲୁକା ଜଳସେଚନ ଦିଅନ୍ତୁ   ।  ଖରାରୁ ବଞ୍ଚାଇବା ପାଇଁ ଶୁଖିଲା ନଡା କିମ୍ବା ଶୁଖିଲା ପତ୍ରର ଛାଦିକାରଣ କରନ୍ତୁ   ।

ସାର ପ୍ରୟୋଗ  : ଆଖୁ ଲଗାଇବା ମାସକ ପରେ ଗଜା ଗୁଡିକ ସାର ଗ୍ରହଣ କରିଥାଆନ୍ତି  । ତେଣୁ ଲଗାଇବା ସମୟରେ ବେଶି ପରିମାଣରେ ଯବକ୍ଷାରଜାନ ସାର ପ୍ରୟୋଗ କଲେ ଅଧିକାଂଶ ସାର ଫସଲ ଦ୍ଵାରା ଗ୍ରହଣ ନ ହୋଇ ନଷ୍ଟ ହୋଇଯାଏ   । ଆଖୁ ଲଗାଇବା ପୂର୍ବରୁ ମାଟି ପରୀକ୍ଷା କରାନ୍ତୁ   ।  ମାଟି ପରୀକ୍ଷା ଅନୁଯାୟୀ କ୍ଷତ ସାର ପ୍ରୟୋଗ କରନ୍ତୁ   ।  ଏହା ହୋଇ ନ ପାରିଲେ ହେକ୍ଟର ପ୍ରତି  ୧୦ ଟନ ସଢା ଗୋବର କ୍ଷତ  ୧୦୦ କିଗ୍ରା ,ଫସଫରସ ଓ  ୬୦ କିଗ୍ରା ପୋଟାସ ଲଗାଇବା ସମୟ ରେ ପ୍ରୟୋଗ କରନ୍ତୁ   ।  ୨୫୦ କିଗ୍ରା   , ଯବକ୍ଷାରଜାନକୁ  ୩ ଥରରେ ,୩୦ ଦିନ,୬୦ ଦିନ ଓ  ୯୦ ଦିନରେ କୋଢାଖୁସା କରି ପ୍ରୟୋଗ କରନ୍ତୁ   ।  ଆଖୁ ଲଗାଇବାର ୩୦ ଦିନରେ ୨ କିଗ୍ରା, ଫସଫୋବ୍ୟାକ୍ଟର,୨ କିଗ୍ରା ଆଜୋଟୋବ୍ୟାକ୍ଟର ୨୦୦ କିଗ୍ରା   , ସଢା ଖତ ସହିତ ମିଶାଇ ପ୍ରୟୋଗ କରନ୍ତୁ  ।   ୨ ମାସର ଫସଲରେ ପୁଣି  ୨ କିଗ୍ରା ଆଜୋଟୋବ୍ୟାକ୍ଟର,୨୦୦ କିଗ୍ରା ଖତ ସହିତ ମିଶାଇ ପ୍ରୟୋଗ କରନ୍ତୁ   ।

ଜଳସେଚନ  : ପାଣି ଅଭାବରେ ଆଖୁ ଫସଲର ଯେପରି କ୍ଷତି ହୁଏ ଅଧିକ ପାଣି ହେଲେ ମଧ୍ୟ ସେହିପରି କ୍ଷତି ହୁଏ   ।  ବର୍ଷା ନ ହେବାପର୍ଯ୍ୟନ୍ତ ବାଲିଆ ବା ଦୋରସା ମାଟି ଏ ପ୍ରତି  ୭-୧୦ ଦିନରେ ଟାରେ ପାଣି ମଡାନ୍ତୁ   ।  ଅମଳର ୬/୮ ସପ୍ତାହ ପୂର୍ବରୁ ଶେଷ ପାଣି ଦିଅନ୍ତୁ   । ଲଗାଇବାର  ୪୫-୬୦ ଦିନ ମଧ୍ୟରେ ପାଣି ଦେବା ବ୍ୟବସ୍ଥା କରନ୍ତୁ   ।

ଆଖୁ ବନ୍ଧା  :- ଆଖୁ ଗଛ ସିଧା ରହିଲେ ସର୍କରା ପରିମାଣ ପ୍ରାୟ ୨୫ ଭାଗ କମିଯାଏ  । ବାତ୍ୟାଞ୍ଚଳ  ପାଇଁ ଗଛ ବନ୍ଧା ଏକାନ୍ତ ଆବଶ୍ୟକ  ।  ଗଛ ଲଗାଇବାର  ୪/୫ ମାସ ପରେ  ୨/୩ ଥର ଆଖୁ ବାନ୍ଧନ୍ତୁ  ।

ଫସଲ ସଂରକ୍ଷଣ

  • ନାଲି ସଢା ରୋଗ ନ ହେବା ପାଇଁ ସି.ଓ- ୭୨୧୯,୮୩୭୧,୮୦୧୩,୮୦୧୪,୬୯୦୭,୭୬୦୭,୭୬୦୧ ଓ ୭୬୦୨ କିସମ ବିହନ ଲଗାନ୍ତୁ  ।
  • ଆଖୁ ବିହନ ଲଗାଇବା ସମୟରେ ବିହନ ଉପରେ ଓ ସିଆର ଭିତରେ ଏକର ପ୍ରତି  ୧୦-୧୨ କିଗ୍ରା , ସନିଜେନ କିମ୍ବା ହିବିକି ୩୦୦-୪୦୦ ମିଲିର ପ୍ରୟୋଗ କାଲେ ଉଈ , ଧବଳ ଭୁଙ୍ଗ ଓ ସଅଳ କାଣ୍ଡବିନ୍ଧା ପୋକ ଆକ୍ରମଣରୁ ରକ୍ଷା ମିଳେ  ।
  • କାଟି ପୋକ ଦମନ ପାଇଁ ଇସୋଗାସି ୧୪୦ ମିଲି କିମ୍ବା ୧ ଲିଟର ମିଲି ମାଲାଥିଅନ ପ୍ରୟୋଗ କରନ୍ତୁ   ।

ଘାସ ଦମନ  : ଆଖୁ ଲଗାଇବାର  ୩ ଦିନରେ ଅଟାରୀ ୭୦୦-୧୦୦୦ ଗ୍ରାମ ପ୍ରତି ଏକର  ୨୦୦-୨୫୦ ଲିଟର ପାଣି ସହିତ ସିଂଚନ କରନ୍ତୁ   ।

ଆଖୁଲଗାଇବାର  ୨୫-୩୦ ଦିନ ପରେ (ଘାସର ୩-୪ ପତ୍ର ଅବସ୍ଥାରେ ) ତାନୋସୀ ୬୦୦-୧୦୦୦ ଗ୍ରାମ ପ୍ରତି ଏକର ୩୦୦-୪୦୦ ଲିଟର ପାଣି ସହିତ ସିଂଚନ କରନ୍ତୁ   ।    ।

ଅମଳ :- ରସରେ ଶର୍କରା ଅଂଶ ଶତକଡା  ୧୮ ଭାଗ ଥିବା ଶାସମୟରେ ଆଖୁ ଅମଳ କରନ୍ତୁ   ।  ଅମଳ ହେବାର  ୨୪ ଘଣ୍ଟା ମଧ୍ୟରେ ଚିନିକଳ ନିକଟରେ ଆଖୁ ପହଞ୍ଚାଇବା ନିତାନ୍ତ ଆବଶ୍ୟକ  ।

ଆଖୁଚାଷ ପାଇଁ ଉପଯୋଗୀ ତଥ୍ୟ :-

  • ଆଖୁ ପାଇଁ ମୃତ୍ତିକାର ଅମ୍ଳତା ବା ପିଏଚ ୬-୭ ମଧ୍ୟରେ ରହିବା ଦରକାର    ।
  • ଆଖୁର ବର୍ଦ୍ଧନ ଅବସ୍ଥାରେ ଅଧିକ କାର୍ଯ୍ୟାଲୋକ ମିଳିଲେ ଗଛ ଦିନକୁ ୨-୫ ସେମି   ବଢିଥାଏ   ।  ଦିନ ବଡ ହେଲେ ଅଧିଳ ପିଲ ବାହାରେ   ।
  • ଆଖୁ ବିହନ ଲଗାଇବାର  ୫ ସପ୍ତାହରେ ଗଜା ବାହାରେ । ସାଧାରଣତଃ ୩୬ ରୁ ୧୦୦ ଦିନ ମଧ୍ୟରେ ପିଲ ବାହାରିଥାଏ   ।
  • ସୁସ୍ଥ ନିରୋଗ ୬-୮ ମାସ ବୟସର ଆଖୁକୁ ବିହନ ରୂପେ ବ୍ୟବହାର କରାଯାଏ   ।
  • ଆଖୁ ଗଛର ଚେର ପ୍ରାୟ  ୪୫ ସେମି ଗଭୀରକୁ ବିସ୍ତାରିତ ହୁଏ   ।
  • ହେକ୍ଟର ପ୍ରତି  ୧୦ ଟନ କମ୍ପୋଷ୍ଟ ଖତ ଦରକାର ହୁଏ   ।
  • ନାଳୀର ଦୈର୍ଘ୍ୟ ୬ ମିଟର ମଧ୍ୟରେ ସୀମିତ ରଖନ୍ତୁ ଏବଂ ପାଣି ନାଳ କରି କ୍ଷେତକୁ ପଟାଳିରେ ବିଭକ୍ତ କରନ୍ତୁ   । ଫଳରେ ଜଳସେସଚନ ସୁବିଧା ହୁଏ  ।
  • ଆଖୁ ଗଛର ଉପର ୧/୩ ଅଂଶ ବିହନ ପାଇଁ ଉପଯୁକ୍ତ   ।
  • ନାଳିରେ ଆଖୁ ଗଜା ନ ହେଲେ , ସେ ସ୍ଥାନରେ ଖୁଞ୍ଚାଦେଇ ପୂରଣ କରନ୍ତୁ   ।
  • ବିହନ ବିଶୋଧନ କରିବା ସହିତ ନାଳିର ମାଟିକୁ ବିଶୋଧନ କରନ୍ତୁ   ।
  • ଦୁବ ଓ ମୁଥା ଇତ୍ୟାଦିକୁ ହାତରେ ବାଛନ୍ତୁ   ।  ଏହା ଘାସମରା ଔଷଧରେ ମରେ ନାହିଁ   ।
  • ଆଖୁ ଫସଲ ସମୁଦାୟ  ୨୦୦ ସେମି ଜଳ ଆବଶ୍ୟକ କରିଥାଏ   ।
  • ମାଟି ସନ୍ତସନ୍ତିଆ ହେଲେ ଅଗବିନ୍ଧା ଓ ନାଲିସଢା ରୋଗ ଦେଖାଯାଏ  । ମରୁଡି ଅବସ୍ଥାରେ କାଣ୍ଡବିନ୍ଧା ପୋକ ଲାଗେ   । ଅମଳ ୧୫ ଦିନ ପୂର୍ବରୁ ଜଳ ସେଚନ ବନ୍ଦ କରନ୍ତୁ  ।

 

କ୍ର.ସଂଖ୍ୟା

ଫସଲ

ଆବଶ୍ୟକ ଉପାଦାନ ପରିମାଣ ଏନ ପି କେ

ସାରର ପରିମାଣ ପ୍ରତି ଏକର ପ୍ରତି କିଲୋଗ୍ରାମ ହିସାବରେ

ଇଫକୋ ଏନ.ପି. କେ ୧୦:୨୬:୨୬

ପଟାସ

ୟୁରିଆ

ଇଫକୋ

ଡି ଏପି ୧୮:୪୬

ପଟାସ

ୟୁରିଆ

ଇଫକୋ

୨୦:୨୦:୧୩

ପଟାସ

ୟୁରିଆ

ଅଧିକ ଅମଳକ୍ଷମ ଧାନ ସହଳ ଓ ମଧ୍ୟମ କିସମ ବିଳମ୍ବ କିସମ

୨୪:୧୨:୧୨

୩୨:୧୬:୧୬

୪୬

 

୬୨

_

 

--

 

୪୨

 

୫୬

୨୬

 

୩୫

୨୦

୨୭

୪୨

୫୬

୬୦

 

୮୦

୨୦

୨୭

୨୬

 

୩୫

 

୨.

ଦେଶୀ ଉନ୍ନତ ଧାନ ସହଳ କିସମ ବିଳମ୍ବରେ ହେବା ଧାନ

୧୬:୮:୮

 

 

୨୦:୧୦:୧୦

୩୦

 

 

୩୮

-

 

 

-

 

୨୮

 

 

୩୫

୧୭

 

 

୨୨

୧୩

 

 

୧୭

୨୮

 

 

୩୫

୪୦

 

 

୫୦

୧୩

 

 

୧୭

୧୭

 

 

୨୨

୩.

ଅଧିକ ଅମଳ କ୍ଷମ

୩୨:୨୦:୨୦

୭୭

-

୫୩

୪୪

୩୩

୫୨

୧୦୦

୩୩

୨୬

୪.

ମକା

୩୨:୧୬:୧୬

୬୨

-

୬୫

୩୫

୨୭

୫୭

୮୦

୨୭

୩୫

କପା

୪୮:୨୮:୨୪

୯୨

-

୬୫

୫୦

୪୦

୮୪

୧୨୦

୪୦

୫୨

ମଣ୍ଡିଆ

୧୬:୮:୮

୩୦

-

୨୮

୧୭

୧୩

୨୮

୪୦

୧୩

୧୭

ଝୋଟ

୨୪:୧୨:୧୨

୪୬

-

୪୨

୨୬

୨୦

୪୨

୬୦

୨୦

୨୬

ଆଖୁ

୮୦:୪୦:୪୦

୧୫୪

-

୧୪୦

୮୭

୬୭

୧୪୦

୨୦୦

୬୭

୮୭

ଆଳୁ

୪୮:୨୪:୪୮

୯୨

୪୦

୮୬

୫୨

୮୦

୮୪

୧୨୦

୮୦

୫୨

୧୦

ଚୀନାବାଦାମ

୮:୧୬:୧୬

୬୨

-

୩୫

୨୭

୮୦

୨୭

-

 

୧୧

ସୋରିଷ

୨୪:୧୨:୧୨

୪୬

-

 

୪୨

୨୬

୨୦

୪୨

୬୦

୨୦

୨୬

୧୨

ଫୁଲ କୋବି

୪୮:୨୪:୨୪

୯୨

-

 

୮୪

୫୨

୪୦

୮୪

୧୨୦

୪୦

୫୨

୧୩

ପିଆଜ

୪୮:୨୪:୨୪

୯୨

୨୭

୮୪

୫୨

୬୭

୮୪

୧୨୦

୬୭

୫୨

୧୪

ଲଙ୍କାମରୀଚ

୪୪:୨୮:୩୦

୧୦୮

୭୨

୬୧

୫୦

୭୨

୧୪୦

୫୦

୩୫

୧୫

ବିଲାତି ବାଇଗଣ

୪୮:୩୦:୪୦

୧୧୬

୧୭

୭୯

୬୫

୫୦

୭୨

୧୪୦

୫୦

୩୫

୧୬

ବନ୍ଧାକୋବି

୬୦:୨୦:୩୦

୭୭

୨୭

୧୧୩

୪୪

୫୦

୧୧୩

୧୦୦

୫୦

୮୭

୧୭

ବାଇଗଣ

୪୮:୨୦:୩୦

୭୭

-

୮୭

୪୪

୩୩

୮୭

୧୦୦

୩୩

୬୧

୧୮

ମୁଗ/ବିରି

୮:୧୬:୮

୬୨

-

୩୫

୧୩

-

-

-

 

ବିଶେଷ ଦ୍ରଷ୍ଟବ୍ୟ :-  ଜମିରେ ଶେଷ ଓଡ ଚାଷ କରିବା ସମୟରେ ଉପରୋକ୍ତ  ତାଲିକାର ସମସ୍ତ ଇଫକୋ ଏନ.ପି.କେ ୧୦:୨୬:୨୬  ଡି ଏ ପି ବା  ୨୦:୨୦:୦:୧୩ ଏବଂ ସମସ୍ତ ପଟାସ ସାର ପ୍ରୟୋଗ କରନ୍ତୁ  ।  ଯଦି ଫସଲଟି ଆଳୁ, ମକା, ଆଖୁ, ଗହମ ପରି ଧାଡିରେ ଲଗାଇବାକୁ ହୁଏ  , ତେବେ ସିଆର କାଟି ଗଛ ଲଗାଇବା ବା ମଞ୍ଜି ବୁଣିବା ସମୟରେ ସାର ଦିଅନ୍ତୁ   ।  ଆବଶ୍ୟକୀୟ ୟୁରିଆ ସାର ଦୁଇ ଥରରେ ପ୍ରଥମ ଥର  ୨/୩ ଭାଗ ଓ ଶେଷ ଥରକୁ ୧/୩ ଭାଗ ଦିଅନ୍ତୁ  । ପ୍ରଥମ ଜମି ଚାଷ ସମୟରେ ଏକର ପ୍ରତି  ୫ ଟନ ଖତ ନିଅନ୍ତୁ   ।

ଆଧାର- ଇଣ୍ଡିଆନ ଫାରମାର୍ସ ଫର୍ଟିଲାଇଜର କୋଅପରେଟିଭ ଲିଃ

Last Modified : 10/30/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate