অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଆନ୍ଥୁରିଅମ୍ ଚାଷ

ବ୍ୟବସାୟିକ ଚାହିଦା

ଆନ୍ଥୁରିଅମ୍ ଫୁଲ  ଦେଖିବାକୁ  ଯେତିକି  ସୁନ୍ଦର ଏହାର ବଜାର ଚାହିଦା ମଧ୍ୟ ଭଲ । ପ୍ଲାଷ୍ଟିକ୍ ପରି ଦିଶୁଥିବା ଏହି ଫୁଲ ବିଭିନ୍ନ ଉତ୍ସବ ଓ ଘର ସାଜସଜ୍ଜାରେ ବ୍ୟବହୃତ  ହୋଇଥାଏ । ଫୁଲଟି ପାଖାପାଖି ୭ ରୁ ୮ ଦିନ ପର୍ଯ୍ୟନ୍ତ ପାଣିରେ ରଖିଲେ ସତେଜ ମଧ୍ୟ ରହିଥାଏ ।  ଆନ୍ଥୁରିଅମ୍ କୁ ବର୍ତ୍ତମାନ ଓଡିଶାର ବିଭିନ୍ନ ସ୍ଥାନରେ ବ୍ୟବସାୟିକ ଭାବେ ଚାଷ କରାଯାଉଛି ।

ଆନ୍ଥୁରିଅମ୍ ଏକ ବିଦେଶୀ ଫୁଲ ହୋଇଥିଲେ ମଧ୍ୟ ଭାରତୀୟ ବଜାରରେ ଏହାର ଲୋକପ୍ରିୟତା ଏବେ ବଢିବାରେ ଲାଗିଛି । ଓଡ଼ିଶାରେ ଗଞ୍ଜାମର ରମ୍ଭା, ରଙ୍ଗେଇଲୁଣ୍ଡା, ହିଞ୍ଜିଳି,  କୁକୁଡାଖଣ୍ଡି, କଟକର ଟାଙ୍ଗୀ ଆଦି ଅଞ୍ଚଳରେ ଏହାର ଚାଷ କରାଯାଉଥିବା ଜଣାଯାଇଛି । ଚାଷୀମାନେ ପ୍ରତି  ଫୁଲକୁ ୫ଟାକୁ ୬ଟଙ୍କାରେ ବିକ୍ରି କରୁଥିବା ବେଳେ ବଜାରରେ ଗୋଟିଏ ଫୁଲକୁ  ପ୍ରାୟ ୧୦ ଟଙ୍କାରେ ବିକ୍ରି ହେଉଛି ।

ଚାଷ ପ୍ରଣାଳୀ

  • ଜଳବାୟୁ
  • ଏହାକୁ ଚାଷ କରିବା ପାଇଁ ନେଟ୍ ହାଉସ୍ ଦରକାର ପଡେ । କେତେକ ଚାଷୀ ଏହାକୁ ଗଛ ଛାଇରେ କରନ୍ତି ସତ କିନ୍ତୁ ଏଥିରେ ଉତ୍ପାଦନ ଭଲ ହୁଏ ନାହିଁ । ତାପମାତ୍ରା ୨୮ ରୁ ୨୫ କି.ଗ୍ରା ସେଲ୍ସିସ୍ ଭିତରେ ରହିଲେ ରପ୍ତାନୀ ଯୋଗ୍ୟ ଫୁଲ ମିଳିପାରେ ।  ତାପମାତ୍ରା ୧୨ ଡିଗ୍ରୀରୁ କମିଲେ  ଫୁଲ ଭଲ ହୁଏ ନାହିଁ ।  ଆର୍ଦ୍ରତା ୨୮ ପ୍ରତିଶତ ରହିବା ଉଚିତ୍ ।

  • ମୃତ୍ତିକା
  • ବାଲିଆ ଦୋରସା ମାଟିରେ ଜୈବିକ ଖତ,ପାତ୍ର ଖତ ଯଥେଷ୍ଟ ପରିମାଣର କୁଣ୍ଡରେ କିମ୍ବା ଊଚ୍ଚ ପଟାଳିରେ ଗଛ ଲଗାଯାଏ । କିଛି ଚାଷୀ ମାଟିରେ କୋଇଲା  ଗୁଣ୍ଡ, ଇଟା ଛୋଟ ଖଣ୍ଡ, ନଡିଆ କତା ଗୁଣ୍ଡ ଆଦି ମିଶାନ୍ତି ଏହା ଦ୍ଵାରା ମାଟି ଅଧିକ ହାଲୁକା ରହେ ଏବଂ ଗଛ ଭଲ ବଢେ।

  • କିସମ
  • ଆନ୍ଥୁରିଅମ୍ କୁ ଆମେ ତିନୋଟି ଶ୍ରେଣୀରେ ବିଭକ୍ତ କରିପାରିବା ।  ଯଥା ହାୱାଇ କିସମ, ହଲାଣ୍ଡ କିସମ, ଅନ୍ୟାନ୍ୟ କିସମ । ରଙ୍ଗ ମଧ୍ୟରେ ଗୋଲାପି, କମଳା, ଧଳା, ରଙ୍ଗର ଆନ୍ଥୁରିଅମ୍ ଚାଷ କରିବା ପାଇଁ ଏବେ ଶଙ୍କର କିସମର ଟିସୁ କଲଚର ଗଛ ମିଳି ପାରୁଛି । ଏସବୁ କିସମର ଗଛ ପ୍ରାୟ ୩୫ ରୁ ୪୦ ଟଙ୍କା ପଡିବ ।

  • ଲଗାଇବା ପ୍ରଣାଳୀ
  • ଛାୟା ଗୃହରେ ଗୋଟିଏ ଏକର ପରିମିତ ଜମିରେ ୨୫ରୁ ୩୫୦୦୦ ଗଛ ଲଗାଯାଇପାରିବ । ଛାୟା ଗୃହରେ ଗଛ ଲଗାଇବା  ପାଇଁ  ଲମ୍ବା ବେଡ ପ୍ରସ୍ତୁତ କରାଯାଏ । ଏହାର ଉଚ୍ଚତା ୪୫ ସେ.ମି ରହେ ।  ତଳ ଓ ସାର ମଧ୍ୟରେ ୪୦ ସେ.ମି ରାସ୍ତା ରହେ । ଏଇ ବେଡରେ ୪୦ ସେ.ମି ଦୂରତାରେ ଦୁଇ ଧାଡିରେ  ଗଛ ଲଗାଯାଏ । ଗଛକୁ ଗଛ ଦୂରତା ୩୦ସେ.ମି ରହିଥାଏ ।

  • ଯତ୍ନ
  • ମୂଳସାର ଭାବରେ ୧ମି ଲମ୍ବା ବେଡ ପାଇଁ ୨.୫ କେଜି ସୁପର ସାର ଦିଆଯାଏ । ପ୍ରତି ୨ ଦିନ ଅନ୍ତରାଳରେ ଫର୍ଟିଗେସନ୍ ମାଧ୍ୟମରେ ତରଳ ସାର ଦିଆଯାଏ । ଦୁଇଟି ଜଳସେଚନ ମଧ୍ୟରେ ସାମାନ୍ୟ ଶୁଖିଲା ରହିବା ଦ୍ଵାରା ଫୁଲର ମାନ ବଢିଥାଏ ।

  • ଅମଳ
  • ପ୍ରତ୍ୟେକ ଗଛ ବର୍ଷକୁ ୩୦ଟା ପର୍ଯ୍ୟନ୍ତ ଫୁଲ ଦେଇପାରେବ । ଏକର ପ୍ରତି ବର୍ଷରୁ ୫ଲକ୍ଷ ଫୁଲ ମିଳିପାରେ । ଚାଷୀ ବର୍ଷକୁ ଏକର ପ୍ରତି  ବର୍ଷକୁ ୫ଲକ୍ଷ ଫୁଲ ମିଳିପାରେ । ଚାଷୀ ବର୍ଷକୁ ଏକର ପ୍ରତି ୧୫ ରୁ ୨୦ ଲକ୍ଷ ଲାଭ ପାଇପାରିବ ।

ଆଧାର – ଦୈନିକ ପ୍ରମେୟ

Last Modified : 3/2/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate