অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଉତ୍କୃଷ୍ଟ ସାର କଦଳୀ ଚୋପା

ଉତ୍କୃଷ୍ଟ ସାର କଦଳୀ ଚୋପା

ଉତ୍କୃଷ୍ଟ ସାର

କଦଳୀ ମଣିଷ ଶରୀରକୁ ଶକ୍ତି ଓ ଜଳୀୟ ଅଂଶ ଯୋଗାଣର ଏକ ପ୍ରମୁଖ  ଉତ୍ସ ଭାବେ ସୁପରିଚିତ । ତେବେ ଏହାର  ଚୋପା ମଧ୍ୟ ଉପାଦେୟ । ଏକଥା କିନ୍ତୁ  ଅନେକ ଜାଣିନାହାନ୍ତି ।

ଏହାର ଚୋପାକୁ ଗଛ ଲତା ନିମନ୍ତେ ଉତ୍କୃଷ୍ଟ ସାର ଭାବେ ବ୍ୟବହାର କରାଯାଇପାରିବ ।

କଦଳୀ ଆମ ଶରୀରକୁ ଯେଉଁଭଳି ପୁଷ୍ଟିସାଧନ ଯୋଗାଏ ତାହାର ଚୋପା ଠିକ୍ ସେହିଭଳି ଉଦ୍ଭିଦ ପାଇଁ ଅତି ଉତ୍ତମ କମ୍ପୋଷ୍ଟ ସାର ହୋଇପାରିବ ।

କଦଳୀ ଚୋପାରୁ କମ୍ପୋଷ୍ଟ

କଦଳୀ ଚୋପାରୁ କମ୍ପୋଷ୍ଟ ତିନିଟି ଉପାୟରେ ପ୍ରସ୍ତୁତ କରାଯାଇପାରିବ ।

  • କଦଳୀ ଚୋପାକୁ ଖଣ୍ଡଖଣ୍ଡ କରି କାଟି ତାହାକୁ ନିୟମିତ କମ୍ପୋଷ୍ଟରେ ମିଶାଇ ଗଛରେ ବ୍ୟବହାର କରାଯାଇପାରିବ ଅଥବା ସିଧାସଳଖ ମାଟିରେ ମିଶାଯାଇପାରିବ । ଅଳ୍ପ କିଛିଦିନ ମଧ୍ୟରେ ଏହା ଆପେ  ଆପେ କମ୍ପୋଷ୍ଟ ଖତରେ ପରିଣତ ହୋଇ ଗଛକୁ ବଢିବା ନିମନ୍ତେ ଶକ୍ତି ଯୋଗାଇବ ।
  • କଦଳୀ ଚୋପାକୁ ଛୋଟଛୋଟ ଆକାରରେ କାଟି ଏହାକୁ ଏକ ସ୍ପ୍ରେ କେନ୍ ରେ ରଖନ୍ତୁ । କେନ୍ ର ଅଧା ପର୍ଯ୍ୟନ୍ତ କିଛି ଉଷୁମ ପାଣି ଭର୍ତ୍ତି କରନ୍ତୁ । ତାହାକୁ ସେହିଭଳି ଏକ ସପ୍ତାହ ରଖିଦିଅନ୍ତୁ ।  କଦଳୀ ଚୋପା ସଢି ତାହା ପାଣିରେ ମିଶିଯିବା ପର୍ଯ୍ୟନ୍ତ ସେହିଭଳି ରଖାଯାଉ । ସେହି ମିଶ୍ରଣକୁ ଗଛରେ ସିଞ୍ଚନ କରାଯାଇପାରିବ ।
  • ଯଦି ତୁରନ୍ତ କଦଳୀ ଚୋପା କମ୍ପୋଷ୍ଟ ଦରକାର ତେବେ କଦଳୀ ଚୋପାକୁ କିଛି ଗରମ ପାଣିରେ ପକାଇ ତାହାକୁ ମାଟିରେ ମିଶାଇ ଦିଅନ୍ତୁ ।

ଆଧାର – ଦୈନିକ  ପ୍ରମେୟ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate