অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଉନ୍ନତ ପ୍ରଣାଳୀରେ ଅଦା ଚାଷ

ଉନ୍ନତ ପ୍ରଣାଳୀରେ ଅଦା ଚାଷ

ମସଲା ଭିତରେ ଅଦାର ସ୍ଥାନ ସ୍ଵତନ୍ତ୍ର । ଏନେଇ ଚାଷୀମାନେ ବୈଜ୍ଞାନିକ ପ୍ରଣାଳୀରେ ଅଦାଚାଷ କରି ଯଥେଷ୍ଟ ଲାଭ ପାଇପାରିବେ।

ଲଗାଇବା ସମୟ

ସାଧାରଣତଃ ଅପ୍ରେଲ ଓ ମୋ' ମାସ ଅଦା ଲଗାଇବାର ଉତ୍ତମ ସମୟ । ତଥାପି ସମତଳ ଅଞ୍ଚଳମାନଙ୍କରେ ଜୁନ ମାସ ପର୍ଯ୍ୟନ୍ତ ମଧ୍ୟ ଅଦା ଲଗାଯାଇପାରିବ ।

ଉର୍ବର ନିଗିଡ଼ା ବାଲି ଦୋରସା ଓ ଲାଲ ଦୋରସା ମାଟି ଅଦାଚାଷ ପାଇଁ ସର୍ବୋକୃଷ୍ଣ । ଓଡିଶାର କନ୍ଧମାଳ, କୋରାପୁଟ, ଗଜପତି, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ରାୟଗଡା ଆଦି ଜିଲ୍ଲାରେ ଏହା ବ୍ୟବସାୟିକ ଭିତ୍ତିରେ ଚାଷ କରାଯାଇଥାଏ ।

ବିହନ କିସମ

ଉନ୍ନତ କିସମ ବିହନ ମଧ୍ୟରେ ସୁପ୍ରଭା, ସୁରୁଚି, ସୁରଭି ।

ବିହନ ପରିମାଣ

ଏକର ପିଛା ୬-୭ କ୍ଲିଣ୍ଟାଲ ଅଦା ବିହନ ଆବଶ୍ୟକ । ବିହନ ଅଦାକୁ ଖଣ୍ଡ ଖଣ୍ଡ କରନ୍ତୁ । ଯେପରିକି ପ୍ରତ୍ୟେକ ଖଣ୍ଡରେ ୨ ରୁ ୩ଟି ଆଖୁ ଥୁବ ଏବଂ ଓଜନ ପ୍ରାୟ ୧୦ ରୁ ୧୫ ଗ୍ରାମ୍ ରହିବ । ମଞ୍ଜି ଲଗାଇବା ପୂର୍ବରୁ ୧ ଲିଟର ପାଣିରେ ୫ ଗ୍ରାମ୍ ମନକୋଜେବ ଏବଂ ୧ ଗ୍ରାମ୍ ପ୍ଲାଣ୍ଡେଣ୍ଟାମାଇସିନ୍ ମିଶାଇ ଏକ ଦ୍ରବଣ ତିଆରି କରନ୍ତୁ। ଏହି ଦ୍ରବଣରେ ଅଦା ଖଣ୍ଡଗୁଡିକୁ ୧ ଘଣ୍ଟା ପର୍ଯ୍ୟନ୍ତ ଚୁଡାଇ ଛାଇରେ ଶୁଖାଇ ଦେବା ଉଚିତ । ପଟାଳୀ ଉପରେ ଧାଡ଼ିକୁ ଧାଡ଼ି ୨୫ ସେ.ମି ବ୍ୟବଧାନରେ ୭.୫-୧୦ ସେ.ମି ଗଭୀରରେ ସିଆର କରାଯାଏ । ଜୈବିକ ସାର ଓ ଗୋବର ଖତ । କଞ୍ଜେଷ୍ଟ ଖତକୁ ଭଲ ଭାବରେ ମିଶାଇ ୭୨ ଘଣ୍ଟା ରଖୁ ତାହାକୁ ଏହି ସିଆର ମାନଙ୍କରେ ପ୍ରୟୋଗ କରିବା ପରେ ଅଦା ବିହନକୁ ୭.୫-୧୦ ସେ.ମି.) ଗଭୀରରେ ପଟାଳିରେ ଲଗାଯାଏ । ଏକର ପିଛା ୫ ଟନ୍ ଗୋବର ଖତ ଓ ନିମ୍ବା ପିଡ଼ିଆ ଏକର ପିଛା ୧ ଟନ ପ୍ରୟୋଗ କରାଯାଏ । ଏକର ପିଛା ୫୦ କି.ଗ୍ରା, ଯବକ୍ଷାରଜାନ, ୪୦ କି.ଗ୍ରା ଫସଫରସ୍ ଓ ୪୦ କି.ଗ୍ରା ପଟାସ୍ ଆବଶ୍ୟକ । ଅଦା ବିହନ ଲଗାଇବାର ୪-୫ ଦିନ ମଧ୍ୟରେ ଏହା ଗଜା ହୋଇଥାଏ। ଅଦାର ୯୦-୧୦୦ ଦିନ ଶୀଘ୍ର ବଢ଼ିବା ଅବସ୍ଥା, ୧୨୦ – ୧୯ ୦ ଦିନ ମଧ୍ୟରେ ଧିରେ ଏବଂ ୧୯ ୦ ଦିନ ପରେ ପାକଳ ହେବା ଅବସ୍ଥା ଆସିଥାଏ ।

ଆଛାଦିକରଣ

ବିହନ ଲଗାଇବା ପରେ ଏକର ପିଛା ୪ ଟନ୍ ହିସାବରେ ଶୁଖିଲା ପତ୍ର ବା ପାଳ ଦ୍ଵାରା  ପଟାଳିକୁ ଘୋଡ଼ାଇବାକୁ ହୁଏ । ସେହିପରି ଲଗାଇବାର ୪୫ ଦିନରେ ଓ ୯୦ ଦିନରେ ଏକର ପିଛା ୨ ଟନ ହିସାବରେ ପତ୍ର ଓ ପାଳ ଦ୍ଵାରା ଅଦା ଗଛମୂଳକୁ ଘୋଡ଼ାଇବାକୁ ହୋଇଥାଏ ।

ଆଛାଦିକରଣ ମାଟିକୁ ଓଦା ରଖେ, ମାଟିର ଉଷ୍ଣତା ରକ୍ଷା କରେ, ଅନାବନା ତୃଣ ବଢ଼ିବାକୁ ଦିଏ ନାହିଁ ଓ ଧିରେ ଧିରେ ସଢ଼ି ଜମିକୁ ଜୈବିକ ସାର ଯୋଗାଇ ଉର୍ବର କରିଥାଏ ।

ଅଦା, କିଆରୀରେ ବିହନ ଲଗାଇବାର ୪୫ ଦିନ ଓ ୯ ୦ ଦିନରେ ଏହିପରି ଦୁଇଥର ସାମାନ୍ୟ କୋଡ଼ାଖୁସା, ଘାସ ବାଛିବା, ସାର ପ୍ରୟୋଗ, ପଟାଳୀ ଟେକିବା ଓ ସିଆର କାଟିବା ଆଦି କାମ କରାଯିବା ଉଚିତ ।

ଅମଳ

ଅଦା ଗଛ ଗୁଡ଼ିକ ପୁରା ଶୁଖି ମୂଳରୁ ଅଲଗା ହୋଇଗଲେ  ଅଦା ଅମଳ କରାଯାଏ ।  ଏକର ପିଛା (୬-୭) ଟନ୍ ଅଦା ଅମଳ ହୋଇଥାଏ  ।

ଆଧାର – କୃଷି ବିଭାଗ

Last Modified : 6/15/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate