অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପନିପରିବା ଚାଷ

ପନିପରିବା ଚାଷ ପ୍ରଣାଳୀ

ପନିପରିବାରେ ବିଭିନ୍ନ ପ୍ରକାର ଖାଦ୍ୟସାର , ଧାତବ ଲବଣ ଏବଂ ଭିଟାମିନ ରହିଥାଏ   । ବୈଜ୍ଞାନିକମାନଙ୍କ ମତରେ ଜେନ ସାବାଳକ ଦୈନିକ ୩୦୦ ଗ୍ରାମ ବିଭିନ୍ନ ପ୍ରକାର ପନିପରିବା ଖାଇବା ଉଚିତ   । ମାତ୍ର ଆମ ରାଜ୍ୟରେ ଦୈନିକ ହାରାହାରି ପାଣିପାରିବାର ବ୍ୟବହାର ଏହାଠାରୁ ଯଥେଷ୍ଟ କମ   ।  ବର୍ଷର  ୨-୩ ମାସ ଛାଡି ଦେଲେ ଅନ୍ୟ ସମୟରେ ପନିପରିବାର ବଜାର ଦର ଅଧିକ ରହିଥାଏ   । କ୍ଷେତ୍ର ଫସଲ ଅପେକ୍ଷା ପନିପରିବା ଚାଷରୁ ଅଧିକ ଲାଭ ମିଳିଥାଏ   ।  ବୈଜ୍ଞାନିକ ପ୍ରଣାଳୀରେ ଚାଷ କରାଗଲେ ଲାଭାଂଶ ବଢିଥାଏ   ।

ମୃତ୍ତିକା :- ଦୋରସା ମାଟି ଯାହାର ଅମ୍ଳତା (ପି.ଏଚ)୫-୭ ମଧ୍ୟରେ ରହିଲେ ବିଭିନ୍ନ ପ୍ରକାର ପନିପରିବା ଭଲ ହୋଇଥାଏ  । ମାଟି ପରୀକ୍ଷା ପରେ ଅଧିକ ଅମ୍ଳୀୟ ମାଟିରେ କାଗଜକାଳ ମଇଳା, ଚିନୀ କାରଖାନା ମଇଳା ପ୍ରଭୁତି ଏବଂ ଅଧିକ କ୍ଷାରିୟ ମାଟିରେ ଜିପସମ ମିଶାଯାଏ  । ମାଟିର ଜୈବ ଅଙ୍ଗାରକ ପରିମାଣ ବଢାଇବା ପାଇଁ ଯଥେଷ୍ଟ ପରିମାଣର କମପୋଷ୍ଟ ପ୍ରୟୋଗ କରିବା ଆବଶ୍ୟକ  ।

ବିହନ : ପନିପରିବା ଚାଷ ପାଇଁ ନିର୍ଭରଯୋଗ୍ୟ ପ୍ରତିଷ୍ଠାନରୁ ବିହନ ସଂଗ୍ରହ କରାଯିବା ଉଚିତ   । ସାଧାରଣ କିସମ ହୋଇଥିଲେ , ପୃଷ୍ଟ ଫଳ ଗୁଦିକରୁ ମଞ୍ଜି ସଂଗ୍ରହ କରି ପରବର୍ଷ ବ୍ୟବହାର କରାଯାଇ ପାରିବ . । ମାତ୍ର ଶଙ୍କର କିସମ ଗୁଡିକର ବିହନ ପ୍ରତିବର୍ଷ କିଣିବାକୁ ହୋଇଥାଏ  ।  ବିହନ କିଣିବା ସମୟରେ ଖୋଳ ଉପରେ କିସମ, ପରୀକ୍ଷଣ ତାରିଖ , ଗଜାଶକ୍ତି , ଶୁଦ୍ଧତା ଇତ୍ୟାଦି ବିଷୟକୁ ପଢିବା ଉଚିତ   । ସାଧାରଣତଃ ପରୀକ୍ଷଣ ତାରିଖର  ୬ ମାସ ମଧ୍ୟରେ ଏବଂ ୬୦-୭୦ ପ୍ରତିଶତ ଗଜାଶକ୍ତି ଥିବା ବିହନ ବ୍ୟବହାର କରାଯାଏ   ।

ବିହନ ଶୋଧନ :- ପନିପରିବାର ଅନେକ ରୋଗ ବିହନ ଦ୍ଵାରା ସଂକ୍ରମଣ  ହୋଇଥାନ୍ତି ଏବଂ କେତେକ ଗଜା ବାହାରିବା ସମୟରେ ମାଟିରୁ ଗଛରେ ପ୍ରବେଶ କରି ଗଛକୁ ନଷ୍ଟ କରିଥାନ୍ତି   । ପ୍ରତି କି.ଗ୍ରା ବିହନକୁ  ୨ ଗ୍ରାମ ଥିରାମ ଏବଂ  ୧ ଗ୍ରାମ ବାଭିଷ୍ଟନରେ ମିଶାଇ ବିଶୋଧନ କାଲେ ଚାରାଟି  ୨୦-୩୦ ଦିନ ଯାଏ ନିରୋଧ ରହିଥାଏ   ।

ବିହନ ଶୋଧନ :- ମଞ୍ଜି ବୁଣିବାର ପୂର୍ବଦିନ ରାଈଜୋବିୟମ  (ଶିମ୍ବ ଜାତୀୟ ଫସଲ ପାଇଁ) କିମ୍ବା ଆଜୋଟୋବ୍ୟାକ୍ଟର /ଆଜୋସ୍ପିରିଲିୟାମ  (ଅଣ ଶିମ୍ବ ଜାତୀୟ ଫସଲ ପାଇଁ ) କଲଚର ଦ୍ଵାରା  ମଞ୍ଜିକୁ ଶୋଧନ କାଲେ ଫସଲର ଯବକ୍ଷାରଜାଣ ଜାତୀୟ ସାରର ଆବଶ୍ୟକତା କମ ପଡେ   । ଫସ୍ପୋ ବ୍ୟାକ୍ଟେରିଆ କଲଚର ଦ୍ଵାରା ଶୋଧନ କଲେ ଫସଫରସ ଆବଶ୍ୟକତା କମ ପଡିଥାଏ   ।

ବିହନ ଲଗାଇବା ସମୟ :- ପନିପରିବା ଆବଶ୍ୟକତା ବର୍ଷସାରା ରହିଥାଏ ଏବଂ ବର୍ଷସାରା ବିଭିନ୍ନ ପନିପରିବା ଚାଷ କରାଯାଏ   । ଋତୁ ଭିତ୍ତିକ ପନିପରିବା  (କୋବି , କ୍ୟାପସିକମ,ବିନ ଇତ୍ୟାଦି) ଋତୁର ଆରମ୍ଭରେ ଅମଳ କାଲେ ଅଧିକ ଦରରେ ବିକ୍ରି ହୋଇଥାଏ  । ଏଥିପାଇଁ ବିହନ ଆଗୁଆ ଲଗାଯାଏ   । ଭେଣ୍ଡି , କାକୁଡି , କଲରା ପ୍ରଭୃତିର ବିହନକୁ ସିଧାସଳଖ ମୁଖ୍ୟ ଜମିରେ ଲଗାଯାଏ ମାତ୍ର ବାଇଗଣ , ବିଲାତି ବାଇଗଣ , ଲଙ୍କା ପ୍ରଭୁତିର ଚାରା ପ୍ରସ୍ତୁତ କରି ଲଗାଯାଏ   ।  ବିହନ ଲଗାଇବା  ପୂର୍ବରୁ  ୨-୪ ଘଣ୍ଟା ବତୁରାଇ ଲଗାଇଲେ ଗଛ ଶୀଘ୍ର ଉଠିଥାଏ   । ସେହିପରି ଜମି ପ୍ରସ୍ତୁତ ପାଇଁ ବିଳମ୍ବ ଥିଲେ ଚାରାକୁ ନର୍ସରୀରେ ପଲିଥିନରେ ପକାଇ ପରେ ମୁଖ୍ୟ ଜମିରେ ଲଗାଯାଇଥାଏ   ।

ଚାରା ପ୍ରସ୍ତୁତି

ତଳି ଘରାର ଓସାର  ୧ ରୁ ୧.୨ ମିଟର ଏବଂ ଆବଶ୍ୟକ ଲମ୍ବା ହେବା ଦରକାର   ।

ତଳି ଘରାକୁ  ୧୦-୧୫ ସେମି ଉଚ୍ଚ କରି ଚାରିପାଖରେ ନାଲି ରଖନ୍ତୁ   ।

ତଳି ଘରାର ମାଟିକୁ ବିଶୋଧନକ କରନ୍ତୁ   । ଏଥିପାଇଁ ଗୁଣ୍ଡ ମାଟିକୁ ବର୍ଗମିଟର ପ୍ରତି  ୫୦୦ ମିଳି , ଫର୍ମାଲିନ(୪୦%) ସିଞ୍ଚନ କରି ସଙ୍ଗେ ସଙ୍ଗେ ପଲିଥିନ ଘୋଡାଇ ଦୁଇଦିନ ପରେ ଖୋଲି ମାଟିକୁ ହାଲକା କରି  ୩-୪ ଦିନ ପରେ ବିହନ ବୁଣାଯାଏ  ।

ତଳି ଘରାର ମାଟିରେ ବର୍ଗମିଟର ପ୍ରତି  ୨-୩ କିଗ୍ରା ,ଶଢା କମ୍ପୋଷ୍ଟ ୫୦ ଗ୍ରାମ ୨୦:୨୦:୦:୧୩ ଏନ ପି କେ ସହିତ  ୨୫ ଗ୍ରାମ ପଟାସ ମିଶାଇ ମଞ୍ଜି ବୁଣିବାର ୭ ଦିନ ପୂର୍ବରୁ ପ୍ରୟୋଗ କରନ୍ତୁ   ।   ୫-୭ ସେମି ବ୍ୟବଧାନରେ ଗାର ଟାଣି  ୦.୫-୧ ଗଭୀରରେ ମଞ୍ଜି ଲଗାନ୍ତୁ   । ଶୀତ ଋତୁରେ ତଳି ଘରାକୁ ପାଲ ଦେଇ ଘୋଡାନ୍ତୁ  ।

ଚାରା ଉପାଡିବାର ୧୫ ଦିନ ପୂର୍ବରୁ ବର୍ଗମିଟର ପ୍ରତି  ୫୦ଗ୍ରାମ ଫୁରାତନ ଦିଆଯାଏ    ।

ବର୍ଷା ଋତୁରେ ତଳିଘରା ଉପରେ ପଲିଥିନ ଦିଅନ୍ତୁ କିମ୍ବା ସବୁଜ ଘରେ ଚାରା କରନ୍ତୁ   ।

ଜମି ପ୍ରସ୍ତୁତି :- ମାଟିକୁ ୩-୪ ଓଡ ଚାଷ ବାସ କରି ଗୁଣ୍ଡ କରନ୍ତୁ   । ଘାସ ଓ ଅନାବନା ଗଛ ବାଛିବା ପରେ ଶେଷ ଓଡ ଚାଷ ସମୟରେ ଏକର ପ୍ରତି ୮-୧୯ ଟନ ସଢା କମ୍ପୋଷ୍ଟ ଏବଂ ମୂଳସାର ମିଶାଜାଏ   ।  ବର୍ଷା ଋତୁରେ ନିଗିଡା ଜମି ବାଛନ୍ତୁ   ।

ଫସଲ ପର୍ଯ୍ୟାୟ   :- ଗୋଟିଏ ଜମିରେ ବାରମ୍ବାର ସେହି ଫସଲ କିମ୍ବା ସେହି ଜାତୀୟ ଫସଲ କରନ୍ତୁ ନାହିଁ   । ସେହିପରି ପାଖାପାଖି ୨ ତି ଜମିରେ ଭିନ୍ନ ଫସଲ କଲେ ରୋଗ ପୋକ କମିଯାଏ  । ବାର୍ଷିକ ଫସଲ ପର୍ଯ୍ୟାୟରେ ଡାଲିଜାତୀୟ ଫସଲକୁ ଗୋଟିଏ ଥର ନିଶ୍ଚୟ ରଖନ୍ତୁ   ।

ଚାରା ରୋପଣ ବା ବୀଜ ବପନ :- ଅନୁମୋଦନ ଧାଡିକୁ ଧାଡି ଓ ଗଛକୁ ଗଛ ବ୍ୟବଧାନ ରଖି ମଞ୍ଜି ବା ଚାରା ରୋପଣ କରନ୍ତୁ   । ଧାନଗୁଡିକ ପୂର୍ବ ପଶ୍ଚିମ ହୋଇ ରହିବା ଉଚିତ   । ଚାରା ରୋପଣ ପରେ ଜଳସେଚନ କରନ୍ତୁ   । ଏହି ସମୟରେ ପାଣି ବଦଳରେ ଏକ ଲିଟର ପାଣିରେ  ୨ ଗ୍ରାମ ୟୁରିଆ,୧ ଗ୍ରାମ ସିଙ୍ଗଲ ସୁପର ଫସଫେଟ ଏବଂ  ୧ ଗ୍ରାମ ମ୍ୟୁରେଟ ଅଫ ପଟାସ ମିଶାଇ ଗଛ ପ୍ରତି ୩୦୦ ମିଲି ପ୍ରୟୋଗ କଲେ ଅମଳ ବଢିଥାଏ   ।

ଖତସାର  : ମାଟି ପରୀକ୍ଷା କରି ମାଟିର ଉର୍ବରତା ଅନୁସାରେ ଖତ ସାର ପ୍ରୟୋଗ କରିବା ଉଚିତ   । ସାଧାରଣ ଭାବେ ଏକର ପ୍ରତି  ୪-୧୦ ଟନ ସଢା କମ୍ପୋଷ୍ଟ କିମ୍ବା  ୨-୪ ଟନ ଜିଆ ଖତ ଏବଂ ଅନୁମୋଦିତ ରାସାଯନିକ ସାର ପ୍ରୟୋଗ କରାଯାଏ  । ଶଙ୍କର ଜାତୀୟ ଭାନ ବ୍ୟବହାର କରୁଥିଲେ ସାଧାରଣ ବିହନ ପାଇଁ ବ୍ୟବହାର ସାର ପରିମାଣର  ୨-୩ ଗୁଣ ସାର ପ୍ରୟୋଗ କରାଯାଏ   । ସମସ୍ତ ସାରକୁ ୨-୩ ଥରରେ ପ୍ରୟୋଗ କରାଯିବା ଉଚିତ   । ମାତ୍ର ସମସ୍ତ ଫସଫରସ ସାରକୁ ରୋପଣ ସମୟରେ ପ୍ରୟୋଗ କରାଯାଏ   । ଆବଶ୍ୟକ ସ୍ଥଳେ ଏନ ପି କେ (୧୫:୧୫:୧୫ କିମ୍ବା ୧୯:୧୯:୧୯) ସାର ଓ ଅନୁସାର ଅନୁମୋଦିତ ପରିମାଣ ପତ୍ର ସିଞ୍ଚନ କରାଯାଏ  ।

ଏକର ପ୍ରତି ବିହନ ଲଗାଇବା ବ୍ୟବଧାନ ଓ ଖତ ସାରର ପରିମାଣ  (କି.ଗ୍ରା)

ପନିପରିବା

ଏକର ପ୍ରତି ବିହନ

ବ୍ୟବଧାନ  (ସେମି)

କମ୍ପୋଷ୍ଟ (ଟନ)

ଯବକ୍ଷାରଜାନ (କିଗ୍ରା)

ଫସଫରସ (କିଗ୍ରା)

ପୋଟାସିୟମ (କିଗ୍ରା)

ବାଇଗଣ

୨୦୦ ଗ୍ରାମ

୬୦-୭୦X ୪୫-୭୫

୮-୧୦

୪୫-୫୫

୨୦-୩୦

୨୦-୩୦

ବିଲାତି ବାଇଗଣ

୨୦୦ ଗ୍ରାମ

୬୦-୯୦X ୩୦-୪୫

୮-୧୦

୪୫-୫୫

୨୦-୨୫

୨୦-୩୦

ଲଙ୍କା

୦.୪-୦.୬ ଗ୍ରାମ

୩୦-୯୦X ୨୦-୩୫

୮-୧୦

୪୫-୫୫

୨୦

୪୦

ଭେଣ୍ଡି

୩-୯ କିଗ୍ରା

୪୫X ୨୦-୩୦

୮-୧୦

୪୫-୫୫

୨୦

୩୦

ଫୁଲକୋବି

୦.୨-୦.୩ କିଗ୍ରା

୦-୭୫X୩୦-୩୫

୮-୧୦

୪୫-୫୫

୨୦-୩୦

୨୦-୩୦

ବିନ

୨୦-୩୦  କିଗ୍ରା

୩୦x ୫-୧୦

୮-୧୦

୨୦

୩୦

୨୦

କଲରା

୧.୫ -୨.୦ କିଗ୍ରା

୧୦୦-୨୦୦X ୧୦୦

୮-୧୦

୩୦

୧୨

୨୦

ଗାଜର

୨-୩ କିଗ୍ରା

୩୦-୪୫X ୨-୩

୮-୧୦

୩୨

୧୬

୧୬

ଗୁଆଁର

୭-୮ କିଗ୍ରା

୪୫-୬୦X ୧୦-୧୫

୧୬

୧୦

୨୦

୨୦

ଜହ୍ନି

୨-୩ କିଗ୍ରା

୧୨୦X ୧୨୦

୫-୬

୨୦

୧୨

୨୦

ଝୁଡଙ୍ଗ

୪-୮ କିଗ୍ରା

୪୫-୬୦ X ୩୦

୬-୮

୮-୧୦

୨୦-୨୫

୨୦-୨୫

ତରଭୁଜ

୦.୪-୦.୮ କିଗ୍ରା

୧୨୦X ୧୨୦

୬-୧୦

୨୪

୧୦

୪୦

 

ଲତାଜାତୀୟ ଫସଲ ଯଥା ତରଭୁଜ , ଜହ୍ନି ଓ କଲାରାରେ ଧାଡିକୁ ଧାଡି ବ୍ୟବଧାନ ଓ ମନ୍ଦାକୁ ମନ୍ଦା ବ୍ୟବଧାନ ଉପରେ ଦର୍ଶାଯାଇଛି   ।

ଅଣୁସାର  :- ଅମ୍ଳୀୟ ମାଟିରେ ଲଙ୍କା ଚାଷ କରୁଥିଲେ ସଲଫର ଓ ଜିଙ୍କ ପୟୋଗ କଲେ ଲଙ୍କାର ଓଜନ ଓ ରାଗ ବଢେ  । ଫଳ ସମୟରେ କାଲସିୟମ କ୍ଳୋରାଇଡ କିମ୍ବା  କ୍ୟାଲସିୟମ କ୍ୟାଲସିୟମ ନାଇଟ୍ରେଟ ସିଞ୍ଚନ କଲେ  ବିଲାତି ବାଇଗଣ ଓ କ୍ୟାପସିକମ ଫୁଲ ନାଶୀ ପଚା ରୋଗ ହୋଇନଥାଏ   ।

ବୋରନ ପ୍ରୟୋଗ ଫଳରେ ଫୁଲ କୋବିର କଢ ପଚା ଏବଂ ଫମ୍ଫା କାଣ୍ଡ ହୋଇନଥାଏ ବିଲାତି ବାଇଗଣର ଫଳ ଫାଟିବା କମିଯାଏ   ।

ପରବର୍ତ୍ତୀ ଯତ୍ନ :-

ଫସଲର ମାଟିକୁ ୨-୩ ଥର କୋଡା ଖୁସା କରି ଅନାବନା ଗଛ ସବୁ ସଫା କରାଯାଏ   । ଋତୁ ଓ ପାଗ ଦେଖି ଜଳସେଚନ କରାଯାଏ   । ଋତୁ ଓ ପାଗ ଦେଖି ଜଳସେଚନ କରାଯାଏ   । ବୁନ୍ଦା ଜଳସେଚନ ଉପଯୋଗ କରି ଜଳର ଉପାଦେୟତା ବୃଦ୍ଧି କରିବା ସହିତ ଫସଲ ଅମଳ ବଢାଯାଇ ପାରିବ   ।

ରୋଗପୋକ ପରିଚାଳନା :-

ଶୋଷକ ପୋକ (ଜଉ ପୋକ,ଉକୁଣୀ ପୋକ, ଦହିଆ ପୋକ ଇତ୍ୟାଦି  ) ପରିଚାଳନା ପାଇଁ ଇମିପା କ୍ଳୋପ୍ରିଡ  ୪ ମିଲି ରୁ  ୧୦ ଲି ପାଣିରେ ମିଶାଇ ସିଞ୍ଚନ କରାଯାଇଥାଏ   ।

କାଣ୍ଡ ଓ ଫଳ ବିନ୍ଧା ପୋକର ପରିଚାଳନା ପାଇଁ ଫେନ ଭାଲେରେଟ କିମ୍ବା କାରଟ୍ରାଫ ହାଇଡ୍ରୋ –କ୍ଳୋରାଇଡ ପ୍ରୟୋଗ କରନ୍ତୁ   ।

ଚାରା ରୋପଣ ସମୟରେ ବୁନ୍ଦା ପ୍ରତି ୨-୩ ଗ୍ରାମ କାର୍ବୋଫୁରାନ ପ୍ରୟୋଗ କଲେ ଗଛରେ ଶୀଘ୍ର ପୋକ ଲାଗିନଥାନ୍ତି   ।

ବାଇଗଣ/ବିଲାତି ବାଇଗଣ/ଲଙ୍କା ଫସଲର ଝାଉଁଳା ରୋଗର ପରିଚାଳନା ପାଇଁ ଚାରା ରୋପଣ ସମୟରେ ଷ୍ଟ୍ରେପ୍ଟୋସାଇକ୍ଳିନ ୧ ଗ୍ରାମ ଏବଂ କାଫର ଅସ୍କି କ୍ଳୋରାଇଡ ୨୦ ଗ୍ରାମକୁ ୧୦ ଲିଟର ପାଣିରେ ମିଶାଇ ତଳି ଶୋଧନ କରନ୍ତୁ ଏବଂ ଫସଲରେ ସିଞ୍ଚନ କରନ୍ତୁ   ।

ଅମଳ :-

ପୂର୍ଣ୍ଣ ଆକାରରେ ଏବଂ କୋମଳ ଥିବା ଅବସ୍ଥାରେ ପନିପରିବା ତୋଳାଯାଏ   । ସକାଳ ବଜାରକୁ ପଠାଇବା ପାଇଁ ପୂର୍ବଦିନ ଉପର ବେଳା ତୋଳିବା ଆବଶ୍ୟକ   । ତୋଳିବା ପରେ ପରିଷ୍କାର ପାଣିରେ ପରିଷ୍କାର ପାଣିରେ ଧୋଇ ରୋଗ ଓ ପୋକକ୍ରାନ୍ତ ପନିପରିବାକୁ ବାଛି ଦେଇ ବଜାରକୁ ପଠାନ୍ତୁ   ।  ପନିପରିବାକୁ ଅଖା ବସ୍ତାରେ ନ ପୁରାଇ ପ୍ଲାଷ୍ଟିକ ଟ୍ରେ ବ୍ୟବହାର କରିବା ଉଚିତ    ।

କ୍ର.ସଂଖ୍ୟା

ଫସଲ

ଆବଶ୍ୟକ ଉପାଦାନ ପରିମାଣ ଏନ ପି କେ

ସାରର ପରିମାଣ ପ୍ରତି ଏକର ପ୍ରତି କିଲୋଗ୍ରାମ ହିସାବରେ

ଇଫକୋ ଏନ.ପି. କେ ୧୦:୨୬:୨୬

ପଟାସ

ୟୁରିଆ

ଇଫକୋ

ଡି ଏପି ୧୮:୪୬

ପଟାସ

ୟୁରିଆ

ଇଫକୋ

୨୦:୨୦:୧୩

ପଟାସ

ୟୁରିଆ

ଅଧିକ ଅମଳକ୍ଷମ ଧାନ ସହଳ ଓ ମଧ୍ୟମ କିସମ ବିଳମ୍ବ କିସମ

୨୪:୧୨:୧୨

୩୨:୧୬:୧୬

୪୬

 

୬୨

_

 

--

 

୪୨

 

୫୬

୨୬

 

୩୫

୨୦

୨୭

୪୨

୫୬

୬୦

 

୮୦

୨୦

୨୭

୨୬

 

୩୫

 

୨.

ଦେଶୀ ଉନ୍ନତ ଧାନ ସହଳ କିସମ ବିଳମ୍ବରେ ହେବା ଧାନ

୧୬:୮:୮

 

 

୨୦:୧୦:୧୦

୩୦

 

 

୩୮

-

 

 

-

 

୨୮

 

 

୩୫

୧୭

 

 

୨୨

୧୩

 

 

୧୭

୨୮

 

 

୩୫

୪୦

 

 

୫୦

୧୩

 

 

୧୭

୧୭

 

 

୨୨

୩.

ଅଧିକ ଅମଳ କ୍ଷମ

୩୨:୨୦:୨୦

୭୭

-

୫୩

୪୪

୩୩

୫୨

୧୦୦

୩୩

୨୬

୪.

ମକା

୩୨:୧୬:୧୬

୬୨

-

୬୫

୩୫

୨୭

୫୭

୮୦

୨୭

୩୫

କପା

୪୮:୨୮:୨୪

୯୨

-

୬୫

୫୦

୪୦

୮୪

୧୨୦

୪୦

୫୨

ମଣ୍ଡିଆ

୧୬:୮:୮

୩୦

-

୨୮

୧୭

୧୩

୨୮

୪୦

୧୩

୧୭

ଝୋଟ

୨୪:୧୨:୧୨

୪୬

-

୪୨

୨୬

୨୦

୪୨

୬୦

୨୦

୨୬

ଆଖୁ

୮୦:୪୦:୪୦

୧୫୪

-

୧୪୦

୮୭

୬୭

୧୪୦

୨୦୦

୬୭

୮୭

ଆଳୁ

୪୮:୨୪:୪୮

୯୨

୪୦

୮୬

୫୨

୮୦

୮୪

୧୨୦

୮୦

୫୨

୧୦

ଚୀନାବାଦାମ

୮:୧୬:୧୬

୬୨

-

୩୫

୨୭

୮୦

୨୭

-

 

୧୧

ସୋରିଷ

୨୪:୧୨:୧୨

୪୬

-

 

୪୨

୨୬

୨୦

୪୨

୬୦

୨୦

୨୬

୧୨

ଫୁଲ କୋବି

୪୮:୨୪:୨୪

୯୨

-

 

୮୪

୫୨

୪୦

୮୪

୧୨୦

୪୦

୫୨

୧୩

ପିଆଜ

୪୮:୨୪:୨୪

୯୨

୨୭

୮୪

୫୨

୬୭

୮୪

୧୨୦

୬୭

୫୨

୧୪

ଲଙ୍କାମରୀଚ

୪୪:୨୮:୩୦

୧୦୮

୭୨

୬୧

୫୦

୭୨

୧୪୦

୫୦

୩୫

୧୫

ବିଲାତି ବାଇଗଣ

୪୮:୩୦:୪୦

୧୧୬

୧୭

୭୯

୬୫

୫୦

୭୨

୧୪୦

୫୦

୩୫

୧୬

ବନ୍ଧାକୋବି

୬୦:୨୦:୩୦

୭୭

୨୭

୧୧୩

୪୪

୫୦

୧୧୩

୧୦୦

୫୦

୮୭

୧୭

ବାଇଗଣ

୪୮:୨୦:୩୦

୭୭

-

୮୭

୪୪

୩୩

୮୭

୧୦୦

୩୩

୬୧

୧୮

ମୁଗ/ବିରି

୮:୧୬:୮

୬୨

-

୩୫

୧୩

-

-

-

ବିଶେଷ ଦ୍ରଷ୍ଟବ୍ୟ :-  ଜମିରେ ଶେଷ ଓଡ ଚାଷ କରିବା ସମୟରେ ଉପରୋକ୍ତ  ତାଲିକାର ସମସ୍ତ ଇଫକୋ ଏନ.ପି.କେ ୧୦:୨୬:୨୬  ଡି ଏ ପି ବା  ୨୦:୨୦:୦:୧୩ ଏବଂ ସମସ୍ତ ପଟାସ ସାର ପ୍ରୟୋଗ କରନ୍ତୁ  ।  ଯଦି ଫସଲଟି ଆଳୁ, ମକା, ଆଖୁ, ଗହମ ପରି ଧାଡିରେ ଲଗାଇବାକୁ ହୁଏ  , ତେବେ ସିଆର କାଟି ଗଛ ଲଗାଇବା ବା ମଞ୍ଜି ବୁଣିବା ସମୟରେ ସାର ଦିଅନ୍ତୁ   ।  ଆବଶ୍ୟକୀୟ ୟୁରିଆ ସାର ଦୁଇ ଥରରେ ପ୍ରଥମ ଥର  ୨/୩ ଭାଗ ଓ ଶେଷ ଥରକୁ ୧/୩ ଭାଗ ଦିଅନ୍ତୁ  । ପ୍ରଥମ ଜମି ଚାଷ ସମୟରେ ଏକର ପ୍ରତି  ୫ ଟନ ଖତ ନିଅନ୍ତୁ   ।

ଆଧାର- ଇଣ୍ଡିଆନ ଫାରମାର୍ସ ଫର୍ଟିଲାଇଜର କୋଅପରେଟିଭ ଲିଃ

Last Modified : 7/2/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate