অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କାକୁଡି ଚାଷ ଓ ତୈଳବୀଜ ଫସଲ ସୂର୍ଯ୍ୟମୁଖୀ

କାକୁଡି ଚାଷ ଓ ତୈଳବୀଜ ଫସଲ ସୂର୍ଯ୍ୟମୁଖୀ

କାକୁଡି ଚାଷ

ଖରାଦିନିଆ ପରିବା ମଧ୍ୟରେ କାକୁଡି ମୁଖ୍ୟ । ଏଥୁରେ ଅଧୁକ ଜଳୀୟ ଅଂଶ ଥିବାରୁ ଖରାଦିନେ ଏହାର ଚାହିଦା ମଧ୍ୟ ଜୋବଶୀ ।

ଆମ ରାଜ୍ୟରେ  ଅଭ୍ୟନ୍ତରଣ ଏବଂ ଉପକୂଳ ଅଞ୍ଚଳରେ ମଧ୍ୟ ଖରାଦିନରେ ଏହାକୁ ଅଧିକ ମାତ୍ରାରେ ଚାଷ କରାଯାଇଥାଏ ।

ଆମ ରାଜ୍ୟରେ ବର୍ଷା ଓ ଖରା ଦିନେ ଏହାକୁ ଚାଷ କରାଯାଏ । ଖରାଦିନେ ଅତ୍ୟଧିକ ଖରା ହେଲେ ଅମଳ କମିଯାଏ । କାରଣ ଅଣ୍ଡିରା ଫୁଲ ସଂଖ୍ୟା ବଢିଯାଏ । ଉର୍ବର, ନିଗିଡା ଓ ଦୋରସା ମାଟି କାକୁଡି ପାଇଁ ଭଲ ।

  • କିସମ: ପୋଏନସେଟ୍, ଗ୍ରୀନ୍ଲଙ୍ଗ, ସୁପ୍ରିୟା, ପ୍ରିୟା ।

ବିହନ

ଏକର ପ୍ରତି ୧ କିଗ୍ରୀ ମଞ୍ଜି ଦରକାର ହୋଇଥାଏ । ଏକ କିଗ୍ରୀ ମଞ୍ଜିକୁ ୨ ଗ୍ରାମ୍ ଥୁରାମ ଏବଂ ୧ ଗ୍ରାମ୍ କାରବେଣ୍ଡେଜିମ୍ ଦେଇ ବିଶୋଧନ କରିବା ଦରକାର । ଜାନୁଆରୀ ୧୫ ତାରିଖ ପରେ ମାର୍ଜ ପର୍ଯ୍ୟନ୍ତ ଖରାଟିଆ, କାଜୁତି ଲଗାଇବାର ପ୍ରକୃଷ୍ଟ ସମୟ । ଧାଡିକୁ ଧାଡି ୧.୫ ମିଟର ଏବଂ ଗଛକୁ ଗଛ ୭୫ ସେମି ବ୍ୟବଧାନରେ ଗଛ ଲଗାଇବା ଭଲ । ଲଗାଇବା ସମୟରେ ମନ୍ଦା କରି ପ୍ରତି ମନ୍ଦୀରେ ଆଧ ଝୁଡି ଗୋବର ଖତ ଦେଇ ମଞ୍ଜି ଲଗାଇବା ଭଲ। । ପ୍ରତି ମନ୍ଦାରେ ଅନ୍ୟୁନ ୩-୪ଟି ମଞ୍ଜି ଲଗାଇବା ଭଲ ।

ଯଦି ଶଙ୍କର କିସମ ଲଗା ହେଉଥାଏ ତାହେଲେ ବୁଦା ପ୍ରତି ୨ଟି ମଞ୍ଜି ଲଗାଇବା ଭଲ । ଏକର ପ୍ରତି ୫୦ କିଗ୍ରା ଯବକ୍ଷାରଯାନ ୩୦ କିଗ୍ରା ଫସଫରସ୍ ଓ ୩୦ କିଗ୍ରା ପୋଟାସ୍ ସାର ପ୍ରୟୋଗ କରନ୍ତୁ । ଲଗାଇବା ସମୟରେ ୨୦ କିଗ୍ରା ଯବକ୍ଷାରଯାନ ସହ ୧୦ କିଗ୍ରୀ ପୋଟାସ୍ ଏବଂ ଫସଫରସ୍ ସାର ପ୍ରୟୋଗ କରିବା ଭଲ । ଗଛ ୩୦-୩୫ ଦିନ ହେଲା। ପରେ ୧୫ କିଗ୍ରା ଯବକ୍ଷାରଯାନ ସହ ୧୦ କିଲୋ ପୋଟାସ୍ ଏବଂ ଗଛ ୫୫ ରୁ ୬୦ ଦିନ ହେଲା ପରେ ବାଜି ସାର ଜୋଦ ଜୋଲି ଭଲ । ଗନ୍ଧ ଲଗାଇବାର ୫୦ ଦିନ ପରେ ଅମଳ ଆରମ୍ଭ ହୁଏ ଏବଂ ଉନ୍ନତ କିସମ ଏକର ପ୍ରତି ୭୦-୮୦ କ୍ଲିଣ୍ଟାଲ ଏବଂ ଶଙ୍କର କିସମରେ ପାଖାପାଖି ୧୦୦ କ୍ଲିଣ୍ଟାଲ ଅମଳ, ଜୋହାଇଥାଏ ।

ତୈଳବୀଜ ଫସଲ ହିସାବରେ ସୂର୍ଯ୍ୟମୁଖୀ

ତୈଳବୀଜ ଫସଲ ହିସାବରେ ସୂର୍ଯ୍ୟମୁଖୀର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି । ସୂର୍ଯ୍ୟମୁଖୀ ତେଲରେ କୋଲେଷ୍ଟେରୋଲର ପରିମାଣ କମ ଥିବାରୁ ଏହାର ଚାହିଦା ମଧ୍ୟ ଅଧିକ । ଉଚ୍ଚ ଓ ମାଧ୍ୟମ ନିଗିଡା ସୂର୍ଯ୍ୟମୁଖୀ ଚାଷ ପାଇଁ ଉପଯୁକ୍ତ । ଜାନୁଆରୀ  ପ୍ରଥମ ପକ୍ଷ ସୂର୍ଯ୍ୟମୁଖୀ ଲଗାଇବାର ପ୍ରକୃଷ୍ଟ  ସମୟ ।

ବିହନ କିମସ

ଉନ୍ନତ କିସମ ବିହନ ମଧ୍ୟରେ  ସନରାଇଜ୍, ମୋର ଡେନ୍ (୯୦ ଦିନ) ।  ସଙ୍କର କିସମ ମଧ୍ୟରେ ଏମ୍ଏସ୍.ଏଫ୍ ଏଚ –  ୧୭ (୧୧୦ ଦିନ), କେବି.ଏସ୍.ଏଚ୍-୧(୧୧୦ ଦିନ), ପି.ଏ.ସି-୩୬ (୯୫ –୧୦୦), ପି.ଏସି - ୧୦୯୧ (୯୨-୯୮) ଦିନ ।

ବିହନ ପରିମାଣ ଓ ବିଶୋଧନ

ଉନ୍ନତ କିସମ ଏକର ପ୍ରତି ୪ କିଗ୍ରା ଓ ସଙ୍କର ଜାତୀୟ ଏକର ପ୍ରତି ୨ କି.ଗ୍ରା  ବିହନ ଆବଶ୍ୟକ ହୋଇଥାଏ । ଲଗାଇବା ପୂର୍ବରୁ ମଞ୍ଜିକୁ  ୫-୬ ଘଣ୍ଟା ପାଣିରେ ବତୁରାଇ ଛାଇରେ ଶୁଖାଇ ଏକ କି.ଗ୍ରା ମଞ୍ଜି ପ୍ରତି ୩ଗ୍ରାମ୍ ଥିରାମ୍ କିମ୍ବା ୨ ଗ୍ରାମ୍ କାର୍ବେଣ୍ଡାଜିମ୍ ଗୋଳାଇ ବିହନ ବିଶୋଧନ କରନ୍ତୁ । ଜମିକୁ ଗୁଣ୍ଡ ଚାଷ କରି ଉନ୍ନତ କିସମ ଧାଡିକୁ ଧାଡି ୪୫ ସେ.ମି ଓ ଗଛକୁ ଗଛ ୩୦ସେ.ମି ବ୍ୟବଧାନରେ ଲଗାନ୍ତୁ ।

ଖତ ଓ ସାର

ଏକର ପ୍ରତି ୨ ଟନ୍ସଢ଼ା ଗୋବରଖତ ଓ ୪ କିଗ୍ରୀ ବୋରନ ସହିତ '_ କିସମ ପାଇଁ ୬ କିଗ୍ରା ଯବକ୍ଷାରଯାନ, ୧୬ କି.ଗ୍ରା ଫସଫରସ୍ ଓ ୧୨ କି.ଗ୍ରା ପଟାସ ଏବଂ ସଙ୍କର କିସମ ପାଇଁ ୧୨ କି.ଗ୍ରା ଯବକ୍ଷାରଯାନ, ୩୨ କି.ଗ୍ରା ଫସଫରସ୍ ଓ ୨୪ କିଗ୍ରା ପଟାସ୍ ମୂଳ ସାର ହିସାବରେ ପ୍ରୟୋଗ କରନ୍ତୁ । ପ୍ରଥମ ଶୀର୍ଷସାର ହିସାବରେ ଲଗାଇବାର ୨ ୧ ଦିନ ଓ ୪୫ ଦିନରେ ଅବଶିଷ୍ଟ ଯବକ୍ଷାରଯାନ ୨ ଭାଗରେ ପ୍ରୟୋଗ କରନ୍ତୁ । କିସମ ପାଇଁ ଏଥୁରେ ପ୍ରତି ୩  କି.ଗ୍ରା ଓ ସଙ୍କର ଜାତୀୟ ପାଇଁ ୬ କି.ଗ୍ରା ଯବକ୍ଷାରଯାନ ପ୍ରତି ଦଫାରେ ପ୍ରୟୋଗ ଛାଇରେ ଶୁଖାଇ ଏକ କି.ଗ୍ରା ମଞ୍ଜି ପ୍ରତି ଟେକନ୍ତୁ । ଆବଶ୍ୟକସ୍ଥଳେ ୬ ସପ୍ତାହ ପରେ ଆଉ ଥରେ କୋଡାଖୁସା କରନ୍ତୁ ।

ସଙ୍ଘରୁତି - ବୈଜ୍ଞାନିକ ସନତ କୁମାର ମେହେର, ଉଦ୍ୟାନ ବିଭାଗ, କୃଷିବିଜ୍ଞାନକେନ୍ଦ୍ର,

Last Modified : 7/8/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate