অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଖଜୁରୀ କୋଳି ଚାଷ

ଖଜୁରୀ କୋଳି ଏକ ଉପାଦେୟ ଫଳ । ଏଥିରେ ଶର୍କରା, ଲୌହ, ପଟାସିୟମ, କ୍ୟାଲସିୟମ ଓ ନିକୋଟିନ ଏସିଡ ଯଥେଷ୍ଟ ପରିମାଣରେ ଥାଏ । ପିଲାମାନଙ୍କର ଏହା ଅତି ପ୍ରିୟ ଫଳ ।

ଉତ୍ପତ୍ତି

ପାରସ୍ୟ ଉପସାଗରର ଚତୁର୍ଦିଗ ଅଞ୍ଚଳ ।

ଜଳବାୟୁ

ଖଜୁରୀ ଅତିଶୟ ଉଷ୍ମ ଜଳବାୟୁ ଦରକାର କରେ । ଆମ ଜଳବାୟୁ ଉଷ୍ମ ହୋଇଥିଲେ ମଧ୍ୟ ବିଶେଷ ଆଦ୍ର ହୋଇଥିବାରୁ ଭଲ ଜାତୀୟ ଖଜୁରୀ କୋଳି ଏଠାରେ ଭଲ ହୁଏନି । ଆମର ଯେଉଁ ଖଜୁରୀ କିସମ ଅଛି ତାହା ନିମ୍ନ ସ୍ତରର । ତାହା ହେଉଛି ଫୋନିକ୍ସ ସିଲଭେଷ୍ଟ୍ରସ । ସମୁଦ୍ର ପତ୍ତନ ଠାରୁ ୧୦୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ଏହାର ଚାଷ କରାଯାଇପାରେ । କିନ୍ତୁ ଅଧିକ ଉଚ୍ଚତା ଜାଗାରେ ଫଳ କମିଯାଏ ।

ମୃତ୍ତିକା

ଉତ୍ତମ ନିଗିଡା ବାଲିଆ ଦୋରସା ମାଟିରେ ଏହା ଭଲ ହୁଏ । ତେବେ ଖଜୁରୀ ଚାଷ ସବୁ ପ୍ରକାର କିସମ ମାଟିରେ ଚାଷ କରାଯାଇ ପାରିବ । କିନ୍ତୁ କ୍ଷାରୀ ମାଟିରେ ଏହା ଭଲ ହୁଏନି । ଯେଉଁ ମାଟିରେ ଏକ ମିଟର ଭିତରେ କାଙ୍କର ଥିବ ସେ ମାଟିରେ ଖଜୁରୀ ଚାଷ କରିବା ଉଚିତ୍ ନୁହେଁ ।

କିସମ

ଖଜୁରୀର ବହୁତ କିସମ ଅଛି । କିନ୍ତୁ ଯେଉଁ କିସମ ଗୁଡିକ ଶୀଘ୍ର ପାଚେ ଓ ବେଶି ଗରମ ଦର୍କାର କରେନି ସେଗୁଡିକ ଓଡିଶାରେ ଚାଷ ହୋଇପାରିବ । ସେଗୁଡିକ ହେଲା ହିଲାୱୀ, ଖୁଦ୍ରାୱି-ଖଲାସା, ବରହି, ଜାହିଦ । ମେଡଜୁଲ ଓ ଥୁରୀ ଇତ୍ୟାଦି ଆମ ଜଳବାୟୁରେ ଭଲ ହୁଏନି ।

ବଂଶବିସ୍ତାର

ମଞ୍ଜିରୁ ଓ କନ୍ଦା ପୁଆରୁ ବଂଶ ବିସ୍ତାର କରାଯାଏ । ମଞ୍ଜି ଗଛରୁ ଭଲ ଫଳ ମିଳେନି ଓ ଫଳ ହେବାକୁ ୪ ରୁ ୧୦ବର୍ଷ ଲାଗେ ଓ ପ୍ରାୟ ଅଧା ଅଣ୍ଡିରା ହୁଏ । ତେଣୁ ପୁଆରୁ ସାଧାରଣତଃ ବଂଶ ବିସ୍ତାର କରାଯାଏ ।

ରୋପଣ

ଖଜୁରୀ ଗଛ ଅନ୍ୟ ଗଛ ଭଳି ଜୁନ-ଜୁଲାଇ ମାସରେ ଲଗା ନଯାଇ ମାର୍ଚ୍ଚ ଓ ସେପ୍ଟେମ୍ବର ମାସରେ ଲଗାଯାଏ । ଗଛକୁ ଗଛ ୫ ରୁ ୬ ମିଟର ବ୍ୟବଧାନରେ ଲଗାଯାଏ । ଗାତ ସବୁ ୬୦x୬୦x୬୦ ସେମିରେ କରାଯାଏ । ଗଛ ଲଗାଇବା ବେଳେ ୨ଟୋକେଇ ଖତ ସହ ଏକ କେଜି ଜୈବିକ ସାର ଦେଇ ଗଛ ଲଗାଯାଏ ।

ଖତ ଓ ସାର

ଖତସାର ଦେଲେ ଖଜୁରୀ ଅଧିକା ଫଳେ ଓ ଫଳ ମଧ୍ୟ ବଡ ହୁଏ । ବର୍ଷକୁ ଗଛ ପ୍ରତି ୨ ଟୋକେଇ ଖତ ସହ ୧ ରୁ ୨ କେଜି ଆମୋନିୟମ ସଲଫେଟ ବା ସି.ଏ.ଏନ ସାର ଦେଲେ ଭଲ ଅମଳ ମିଳେ ।

ଜଳସେଚନ

ଖଜୁରୀ ଗଛ ମରୁଡି ସାହି ପାରେ । କିନ୍ତୁ ଖରାଦିନେ ଜଳସେଚନ ନକଲେ ଫଳ କମିଯାଏ । ଖରାଦିନେ ୧୫ଦିନ ଅନ୍ତରରେ ଜଳସେଚନ କଲେ ଭଲ ଅମଳ ମିଳେ ।

କାଟଛାଣ୍ଟ

ଗଛରେ ୧୦୦ଟି ପତ୍ର ରହିଲେ ଭଲ ଅମଳ ଦିଏ । ବର୍ଷକୁ ୨୦ ଟି କରି ନୂଆପତ୍ର ହୁଏ । ତେଣୁ ୫ବର୍ଷ ପରେ ତଳୁ ପୁରୁଣା ବୁଢା ପତ୍ରକୁ କାଟି ସଫା ରଖାଯାଏ । ଫଳ କାନ୍ଧି ଉପରେ ଯେପରି ଭଲ ସୂର୍ଯ୍ୟ କିରଣ ପଡେ ସେଥିପାଇଁ ଗଛକୁ ସଫା କରିବ । ଫୁଲ ଆସୁଥିବା ଡାଳ ପାଖରୁ ଶୀତ ଦିନେ କଣ୍ଟା କାଢି ଦିଆଯାଏ, ଫଳରେ ଭଲ ଭାବରେ ପରାଗ ସଙ୍ଗମ ହୁଏ ।

ରୋଗ ଓ ପୋକ

ଖଜୁରୀ ଗଛରେ ସେପରି ରୋଗ ପୋକ ହୁଏ ନାହିଁ । ନଡିଆ ଗଛରେ ଯେଉଁ ରୋଗ ପୋକ ଲାଗନ୍ତି ତାହା ମଧ୍ୟ ଖଜୁରୀ ଗଛରେ ଲାଗନ୍ତି । କିନ୍ତୁ ଖଜୁରୀରେ ସେତେ ପରିମାଣର ଲାଗନ୍ତିନୀ । ଗଣ୍ଡାପୋକ ଓ ଇଣ୍ଡିଆନ ପାମ୍ ଉଇଭିଲ ପ୍ରଧାନ । ଗଛରୁ ପୋକ କାଢି ଗଛକୁ ସଫାରଖି ଓ କ୍ଳୋରୋପାଇରିଫସ  ଗୁଣ୍ଡ ପକାଇବା ଉଚିତ୍ । ବେଳେବେଳେ ପତ୍ରରେ କଳା ଦାଗ ଦେଖାଯାଏ । ବୋଡୋମିକଶ୍ଚର ଏସପିରେ କଲେ ଭଲ ହୋଇଯାଏ ।

ଅମଳ

ଗଛ ଲଗାଇବାର ୪/୫ ବର୍ଷ ପରେ ଫଳ ଆସେ । ୧୦ବର୍ଷ ପରେ ଗଛରେ ବର୍ଷକୁ ୩୦ ରୁ ୩୫ କେଜି ଫଳ ଆସେ । ହେକ୍ଟର ପିଛା ହାରାହାରି ଆୟ ତ ୧୫,୦୦୦ ।

ଆଧାର : ଡାକ୍ତର ସୂର୍ଯ୍ୟ ନାରାୟଣ ବେହେରା

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate