অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଖମ୍ବଆଳୁ ବା ଦେଶୀଆଳୁ ଚାଷ

ଖମ୍ବଆଳୁ ବା ଦେଶୀଆକୁ ଏକ ରୁଚିକର ପରିବା । ଏଥିରେ ପ୍ରଚୁର ପରିମାଣରେ ଶର୍କରା ଜାତୀୟ ଖାଦ୍ୟ ଥାଏ ।

ଆମ ରାଜ୍ୟରେ ଗ୍ରାମମାନଙ୍କରେ ବାଡ଼ କଡ଼ରେ ବା ପାନ ବରଜରେ ଏହି ଜାତୀୟ ଆଳୁ ଲଗାଯାଇଥାଏ । କିନ୍ତୁ ଗଞ୍ଜାମ, କୋରାପୁଟ, ଫୁଲବାଣୀ ପ୍ରଭୃତି ଜିଲ୍ଲାରେ ଲୋକେ ବିଲରେ ମଧ୍ୟ ଚାଷ କରିଥାନ୍ତି । ଅନେକ ପ୍ରକାରର ଦେଶୀଆଳୁ ଚାଷ କରାଯାଇଥାଏ ।

ସାଧାରଣତଃ ଆକାର ଅନୁସାରେ ଏହାକୁ ଖମ୍ବଆଳୁ ବା ହାତୀ ଖୋଜିଆ ଆକୁ ବୋଲି କୁହାଯାଏ । ହାତୀଖୋଜିଆ କିସମର ଆଳୁ ଲମ୍ବ ନ ହୋଇ ଚଉଡ଼ାରେ ବଡ଼ ବଡ଼ ହୋଇଥାଏ ଓ ସମୟ ସମୟରେ ଗୋଟିଏ ଗୋଟିଏ ଗଛରୁ ୨୫ ରୁ ୩୦ କିଲୋଗ୍ରାମ୍ ପର୍ଯ୍ୟନ୍ତ ଆକୁ ମିଳିଥାଏ ।

ଲଗାଇବା ସମୟ

ସାଧାରଣତଃ ଦେଶୀଆକୁ ମେ-ଜୁନ୍‌ ମାସରେ ଲଗାଯାଏ । ଶୀତ ଋତୁରେ ଗଛ ବେଶୀ ବଢ଼େ ନାହିଁ ।

ମାଟି

ହାଲୁକା, ନିଗିଡ଼ା ମାଟିରେ ଦେଶୀ ଆଳୁ ଭଲ ହୁଏ । ଖାଲୁଆ ଜମିରେ ପାଣି ଜମୁଥିବାରୁ ଦେଶୀଆଳୁ ଭଲ ଅମଳ ଦେଇ ନଥାଏ ।

ଖମ୍ବଆଳୁ କିସମ

ଶୀକିର୍ତ୍ତି, ଶ୍ରୀକୃପା, ହାତୀଖୋଜ, ଶ୍ରୀଶିଳ୍ପୀ, ଶ୍ରୀଲତା, ଶ୍ରୀକଳା, ଶ୍ରୀଶୁଭ୍ରା, ଶ୍ରୀଷୀୟା, ଶ୍ରୀଧନ୍ୟ । ଏକର ପ୍ରତି ପ୍ରାୟ ୫୦୦ କିଲୋଗ୍ରାମ୍ ବିହନ ଆବଶ୍ୟକ ହୋଇଥାଏ ।

ଚାଷ ପ୍ରଣାଳୀ

ମାଟିକୁ ଭଲ ଭାବରେ ଚାଷ କରି ଗୁଣ୍ଡ କରି ଦିଅନ୍ତୁ । ପରେ ଧାଡିକୁ ଧାଡ଼ି ଓ ଗଛକୁ ଗଛ ୩ ଫୁଟ ବ୍ୟବଧାନରେ ଗାତ କରନ୍ତୁ । ଏକର ପିଛା ୧୫ ରୁ ୨୦ ଗାଡ଼ି ପର୍ଯ୍ୟନ୍ତ ଖତ ପ୍ରୟୋଗ କରନ୍ତୁ ।

ଏଥିସହିତ ଏକର ପ୍ରତି ୧୬ କି.ଗ୍ରା. ଯବକ୍ଷାରଜାନ, ୧୨ କି.ଗ୍ରା. ଫସ୍‌ଫରସ୍ ଓ ୧୨ କି.ଗ୍ରା. ପଟାସ୍ ପ୍ରୟୋଗ କରି ମାଟି ସହ ମିଶାଇ ଦିଅନ୍ତୁ । ଏହାପରେ ୨– ୩ ଇଞ୍ଚ ଗଭୀରର ଗାତ କରି ଦେଶୀଆଳୁ ପୁଆ ଲଗାନ୍ତୁ । ଲଗାଇ ସାରିବା ପରେ ମାଟି ଘୋଡ଼ାଇ ଦିଅନ୍ତୁ । ଗଛ ଉଠିବା ସାରିବା ପରେ ସିଆରରୁ ଘାସ । ଇତ୍ୟାଦି ବାଛି ହୁଡ଼ା ଦେଇ ଦିଅନ୍ତୁ । ପ୍ରତି ୨୦ ଦିନ ଅନ୍ତରରେ ଥରେ ହିସାବରେ ୨ ରୁ ୩ ଥର ହୁଡ଼ା ଦେବା ଦରକାର । ଲଗାଇବାର ୭ ରୁ ୮ ସପ୍ତାହ ପରେ ଏକର ପ୍ରତି ୧୬ କି.ଗ୍ରା. ଯବକ୍ଷାର ସାର ପ୍ରୟୋଗ କରିବା ଉଚିତ୍ ।

ସାଧାରଣତଃ ଏହି ଆଳୁ ଲଟାଉଥିବା ସିଆରରେ ରଜ୍ଞା ଦେବା ଉଚିତ୍ । ବାଉଁଶ ବା ଡାଳ ପୋତି ରଞ୍ଜା କରାଯାଇପାରେ । ପ୍ରାୟ ୮ ରୁ ୯ ମାସ ପରେ ଆକୁ ଅମଳ ହେବା ପାଇଁ ଉପଯୁକ୍ତ ହୋଇଥାଏ । ଅମଳ ସମୟକୁ ଗଛର ପତ୍ର ହଳଦିଆ ପଡ଼ିଯାଏ । ଏକର ପିଛା ହାରାହାରି ୮୦ ରୁ ୧୦୦ କ୍ଵିଣ୍ଟାଲ ପର୍ଯ୍ୟନ୍ତ ଦେଶୀଆକୁ ମିଳିଥାଏ ।

ରୋଗପୋକ

ଦେଶୀଆକୁ ଗଛରେ ପତ୍ରଦାଗ ( ବ୍ରାଇଟ୍) ଓ ଡାଇବ୍ୟାକ୍ ରୋଗ ହୋଇଥାଏ । ପତ୍ରରେ ଦାଗ ହୋଇ ଝଡ଼ିପଡ଼େ । ସାଧାରଣତଃ କାର୍ବେଣ୍ଡାଜିମ୍ ୧.୫ ଗ୍ରାମ୍ ବା ମାଙ୍କୋଜେବ ୩-୪ ଗ୍ରାମ୍ ଜାତୀୟ ଔଷଧ ପ୍ରତି ଲିଟର ପାଣିରେ ମିଶାଇ ସ୍ପ୍ରେ କରିବା ଦ୍ଵାରା ଏହି ରୋଗରୁ ରକ୍ଷା ମିଳିଥାଏ ।

ମନେରଖନ୍ତୁ

  • ବିଲକୁ ଭଲ ଭାବରେ ଚାଷ କରନ୍ତୁ ।
  • ପନିପରିବା ପାଇଁ ଯଥେଷ୍ଟ ପରିମାଣରେ ଖତ ଦିଅନ୍ତୁ ।
  • ଉନ୍ନତ କିସମର ବିହନ ଲଗାନ୍ତୁ ।
  • ଆବଶ୍ୟକ ପରିମାଣରେ ସାର ଠିକ୍ ସମୟରେ ଦିଅନ୍ତୁ ।
  • ଉପଯୁକ୍ତ ସମୟରେ କୋଡ଼ାଖୁସା କରନ୍ତୁ ।
  • ରୋଗ ଓ ପୋକ ଦାଉରୁ ରକ୍ଷା ପାଇବା ପାଇଁ ସମୟ ଅନୁସାରେ ପ୍ରତିକାର
  • ବ୍ୟବସ୍ଥା ଗ୍ରହଣ କରନ୍ତୁ ।
  • ଠିକ୍ ସମୟରେ ଅମଳ କରି ବିକ୍ରି କରନ୍ତୁ ।

ଆଧାର - "ଓୟୁଏଟି"

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate