অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଖରାଟିଆ ଫୁଲ ଓ ପନିପରିବା ଚାଷ

ରବି ସୂର୍ଯ୍ୟମୁଖୀ

ଧଳାମାଛି ଦମନ ପାଇଁ ଏକର ପ୍ରତି ୪୦୦ ମିଲି ହିସାବରେ ଟ୍ରାଏତେକାଫସକୁ ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ । ସୂର୍ଯ୍ୟମୁଖୀ ଫୁଲରେ ଭଲରୂପେ ମଞ୍ଜି ଧରିବା ପାଇଁ କିଆରି ପାଖରେ ମହୁବାକ୍ସ ରଖ ମହୁଚାଷ  କରିବା ଭଲ । ମହୁମାଛି ପରାଗ ସଙ୍ଗମରେ ସାହାଯ୍ୟ କରିଥାନ୍ତି । ଫସଲରେ ଫଳ ବିନ୍ଧା ପୋକର ଦମନ ପାଇଁ ଜୈବ କୀଟନାଶକ ଏକର ପ୍ରତି ୨୫୦ ଶୁକ୍ଳ ସମତୁଲ ଏନ୍.ପି.ଭି. କିମ୍ବା ବି.ଟି.କେ. ୫୦୦ ଗ୍ରାମକୁ ୫୦୦ ଲିଟର ପାଣିରେ ଗୋଳାଇ ସିଞ୍ଚନ କରନ୍ତୁ । ଆବଶ୍ୟକ ହେଲେ ଏଣ୍ଡୋସଲଫାନ୍ ପ୍ରତି ଲିଟର ପାଣିରେ ୨ ମିଲି ହିସାବରେ ପକାଇ ସିଞ୍ଚନ କରନ୍ତୁ ।

ଖରାଟିଆ ଗେଣ୍ଡୁଫୁଲ

ଆଗରୁ ଖରାଟିଆ ଗେଣ୍ଡୁଫୁଲ ତଳି ପକାଇ ନ ଥିଲେ ତଳି ପକାନ୍ତୁ । ଅଧିକ ଅମଳକ୍ଷମ କମଳା ରଙ୍ଗର ସିରାକୋଲା କିସମ ବ୍ୟବହାର କରନ୍ତୁ । ତଳି ଘରାରେ ଧାଡିକୁ ଧାଡି ୫ ସେମି ବ୍ୟବଧାନରେ ବିହନକୁ ୧ ସେମି ଗଭୀରରେ ବୁଣନ୍ତୁ । ଅତ୍ୟଧକ ତାପମାତ୍ରାରୁ ରକ୍ଷା ପାଇବା ପାଇଁ ତଳି ଘରାରେ ନଡା ଘୋଡାଇ ଦିଅନ୍ତୁ । ଏକ ରକୁ ୩୫୦ରୁ ୪୦୦ ଗ୍ରାମ୍ ମଞ୍ଜି ଆବଶ୍ୟକ ହୋଇଥାଏ । ଆଗରୁ ତଳି ପକାଇଥିଲେ ଏବଂ ୩ରୁ ୪ ପତ୍ରର ହୋଇଗଲେ ମୁଖ୍ୟ କିଆରିରେ ଲଗାନ୍ତୁ । ଜମିକୁ ଭଲଭାବରେ ଗୁଣ୍ଠ ଚାଷ କରି ଏକର ପ୍ରତି ୧୦ଟନ୍ ଶକ୍କା ଗୋବରଖତ ମିଶାଇ ଦିଅନ୍ତୁ । ଗଛ ଲଗାଇବା ପୂର୍ବରୁ ଏକର ପ୍ରତି ୧୬ କିଗ୍ରା ଯବକ୍ଷାରଜାନ, ୮୦ କିଗ୍ରା ଫସଫରସ୍ ଓ ୮୦ କିଗ୍ରା ପଟାସ ସାର ପ୍ରୟୋଗ କରନ୍ତୁ ଏବଂ ୧୬ କି.ଗ୍ରା ଯବକ୍ଷାରଜାନ ଏକ ମାସ ପରେ କୋଡାଖୁସା କରି ଘାସ ବାଛି ପ୍ରୟୋଗ କରନ୍ତୁ । ତଳି ବଦଳରେ ଏକର ପ୍ରତି ୪୦,୦୦୦ କଟିଙ୍ଗସ୍ ଦରକାର ହୋଇଥାଏ । ଧାଡିକୁ ଧାଡି ୩୦ ଓ ଗଛକୁ ଗଛ ୨୦-୩୦ସେମି ବ୍ୟବଧାନରେ ଗୁଅନ୍ତୁ । ତଳି ରୋଇବାର ୪୦ ଦିନ ପରେ ଅଗ ଡାଳଗୁଡିକୁ ଭାଙ୍ଗି ଦିଅନ୍ତୁ ।

ପନିପରିବା

ଭେଣ୍ଡି ଓ ଝୁଡଙ୍ଗରେ ନାଲି ବୁଢ଼ିଆଣୀ ଅଷ୍ଟପଦୀର ଦମନ ପାଇଁ ପ୍ରତି ଲିଟର ପାଣିରେ ୨.୫ମିଲି ହିସାବରେ ଡାଇକୋଫଲ ସିଞ୍ଚନ କରନ୍ତୁ । ବାଇଗଣରେ କାଣ୍ଡ ଓ ଫଳ ବିନ୍ଧା ପୋକ ଲାଗିଥାଏ । ତେଣୁ ଯେଉଁ ଡାଳଗୁଡିକ ତଳମୁହାଁ ହୋଇଥବ, ତାକୁ ଛିଣ୍ଡାଇ ମାଟିରେ ପୋତି ଦିଅନ୍ତୁ । ପ୍ରତି ଲିଟର ପାଣିରେ ୪ ମିଲି ନିମ୍ବ  ତେଲ ସହିତ, ୨ ମିଲି ଏଣ୍ଡୋସଲଫାନ୍ ୧୦ଦିନ ବ୍ୟବଧାନରେ ଦୁଇଥର ସିଞ୍ଚନ କରନ୍ତୁ । ଏହାପରେ ଯଦି କୀଟର ଆକ୍ରମଣ ନ କମେ, ପ୍ରତି ଲିଟର ପାଣିରେ ୧.୨୫ ଗ୍ରାମ୍ ହିସାବରେ କାର୍ଟାପ ହାଇକ୍ଲୋରାଇଡ୍ ସିଞ୍ଚନ କରନ୍ତୁ । ସକାଳୁ କୁହୁଡି ସହିତ ଦିନ ତାପମାତ୍ରା ବଢ଼ିବାର ସମ୍ଭାବନା ଥଲେ ବାଇଗଣ ଓ ଟମାଟୋରେ ଝାଉଁଳା ରୋଗ ଲାଗିବାର ଆଶଙ୍କା ରହିଛି । ଏହାର ନିରାକରଣ ପାଇଁ ପ୍ରତି ୧୦ ଲିଟର ପାଣିରେ ୧ ଗ୍ରାମ୍ ଷ୍ଟ୍ରେପ୍ଟୋସାଇକ୍ଲିନ୍ ସହିତ ୨୦ ଗ୍ରାମ୍ କପର ଅକ୍ସିକ୍ଲୋରାଇଡ୍ ମିଶାଇ ସିଞ୍ଚନ କରନ୍ତୁ ।

ଆଳୁ ଅମଳ

ଆଳୁ ଅମଳ ପରେ ଆଳୁ ବିହନ ପାଇଁ ପଚା, କଟାଆଳୁ ସବୁ ବାଛି ଭଲ ଆଳୁ ରଖନ୍ତୁ । ସେଥିରୁ ୨୫-୩୦ ଗ୍ରାମ୍ ଓଜନର ଆଳୁ ସବୁ ବାଛି ସଫା ପାଣିରେ ଧୋଇ ଦିଅନ୍ତୁ । ତା’ପରେ ପ୍ରତି ଲିଟର ପାଣିରେ ୩୦ ଗ୍ରାମ୍ ବୋରିକ୍ ଅମ୍ଳ ମିଶାଇ ବିହନ ଆଳୁଗୁଡିକୁ ୩୦ ମିନିଟ୍, ପର୍ଯ୍ୟନ୍ତ ଭିଜାଇ ତାକୁ ଛାଇରେ ଶୁଖାଇ ଦିଅନ୍ତୁ ଏବଂ  ଅଖା ବ୍ୟାଗ୍ ରେ ଭର୍ତ୍ତିକରି ୪ଡିଗ୍ରୀ ସେଲସିୟସରେ ରଖନ୍ତୁ । ଆଗରୁ ଲଗାଯାଇଥବା ବିଳମ୍ବ କିସମର ଆଳୁ ଅମଳ କରନ୍ତୁ । ଅଲ୍‌ଟର ନାରିଆ ଜନିତ ପତ୍ରପୋଡା ରୋଗର ନିରାକରଣ ପାଇଁ ପ୍ରତି ଲିଟର ପାଣିରେ ୩ ଗ୍ରାମ୍ ହିସାବରେ ମାଙ୍କୋଜେବ୍ ମିଶାଇ ସିଞ୍ଚନ କରନ୍ତୁ ।

ଆଧାର – କୃଷି ବିଭାଗ

Last Modified : 6/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate