ସେଓ ପରି ପିଚ୍ ମଧ୍ୟ ଶୀତ ପ୍ରଧାନ ଦେଶମାନଙ୍କର ଗୋଟିଏ ଫଳ । ସେଓ ପରି ସେତେ ମିଠା ଓ ସୁସ୍ଵାଦୁ ନହେଲେ ମଧ୍ୟ ପିଚ୍ ଫଳ ଖାଇବାକୁ ବହୁତ ପସନ୍ଦ କରନ୍ତି । ସେଓ ତୁଳନାରେ ଏହା ଟିକିଏ ପାଣିଚିଆ ଲାଗେ । ଡାଇବେଟିସ ରୋଗୀମାନେ ଏ ଫଳ ଖାଇପାରିବେ । ବଡକଥା ପିଚ୍ ଚାଷ ଓଡିଶାରେ ହୋଇପାରିବ ।
ଉତ୍ପତ୍ତି : ପର୍ସିଆ, ଚୀନ
ଏହା ଶୀତମଣ୍ଡଳୀୟ ଫଳ । କିନ୍ତୁ ସେଓ ଓ ନାସପାତି ଠାରୁ କମ୍ ଶୀତ ଦରକାର କରେ । ଭଲ ପିଚ୍ ଫଳ ଚାଷ ପାଇଁ ୪ଡିଗ୍ରୀ ରୁ ୭ଡିଗ୍ରୀ ସେଣ୍ଟିଗ୍ରେଡ ଉତ୍ତାପ ୬୦୦ ରୁ ୮୦୦ ଘଣ୍ଟା ଦର୍କାର । ତେବେ ୨୦୦ ରୁ ୩୦୦ ଘଣ୍ଟା ପର୍ଯ୍ୟନ୍ତ ଯେଉଁଠାରେ ଉପରୋକ୍ତ ଉତ୍ତାପ ରହେ ସେଠାରେ ପିଚ୍ ଚାଷ କରାଯାଇ ପାରିବ । ଆମର କୋରାପୁଟ, ଫୁଲବାଣୀ ଜିଲ୍ଲା ଓ ସିମିଳିପାଳର ପାର୍ବତ୍ୟ ଅଞ୍ଚଳରେ ଯେଉଁଠାରେ ଶୀତ ବେଶୀ ହୁଏ ସେଠାରେ ଏହାର ଚାଷ ଭଲଭାବରେ ହୋଇପାରିବ ।
ମୃତ୍ତିକା
ନିଗିଡା ଦୋରସା ମାଟିରେ ଏହାର ଚାଷ ଖୁବ ଭଲ ହୁଏ । ମାଟିର ଅମ୍ଳତା ୫.୫ ରୁ ୬.୫ ଭିତରେ ରହିଲେ ଭଲ ହୁଏ ।
କିସମ
ଚାଇନାଫ୍ଲାଟ, ଫ୍ଲୋରଡାସନ, ସୁଫେଦା, ସାରବାହ, ଆଲେକଜାଣ୍ଡର , ଡ୍ୟୁକ ଅଫ ୟର୍କ, ଏଲବରଟ, କେ ଏଚ ହେଲ , ସନ୍ରେଡ, ସରବତୀ, ଆର୍ଲିଅମ୍ବର ।
ବଂଶବିସ୍ତାର
ସିଲଡ ବଡିଙ୍ଗ ଓ ରିଙ୍ଗ ବଡିଙ୍ଗ ଦ୍ଵାରା କଲମୀ କରି ବଂଶ ବିସ୍ତାର କରାଯାଏ ।
ଗଛକୁ ଗଛ ୬/୭ ମିଟର ଦୂରତାରେ କରାଯାଏ । ଗଛ ଲଗାଇବା ପାଇଁ ଏକ ମିଟର ଓ ଏକ ମିଟର ଗଭୀର ଗାତ କରାଯାଏ । ଗାତରେ ୨/୩ ଟୋକେଇ ଖତସହ ୨/୩ କେଜି ଜୈବିକସାର ଦେଇ ଗଛ ଲଗାଯାଏ । ବର୍ଷିକିଆ କଲମୀ ଚାରା ଲଗାଇବା କଥା । ଗଛ ଶୀତଦିନେ ଲଗାଯାଏ ।
ବଡଗଛରେ ବର୍ଷକୁ ୪୦୦ ଗ୍ରାମ ଯବକ୍ଷାରଜାନ , ୧୦୦ଗ୍ରାମ ଫସଫରସ ଓ ୪୦୦ ଗ୍ରାମ ପଟାସ ମୂଳସାର ହିସାବରେ ଦିଆଯାଏ ।
ଜଳସେଚନ
ଶୀତଦିନେ ଓ ଖରାଦିନେ ଦରକାର ଅନୁଯାୟୀ ଜଳସେଚନ କରିବ ।
କାଟଛାଣ୍ଟ
ବର୍ଷିକିଆ ପୁରୁଣା ଡାଳରେ ଫୁଲ ଫଳ ଆସୁଥିବାରୁ ନିୟମିତ କାଟଛାଣ୍ଟ ଆବଶ୍ୟକତା ଅଛି । ପିଚ୍ଗଛ ତାଲିମ ଦେବା ସମୟରେ ଏହାର ୩/୪ ଟି ମୁଖ୍ୟ ଶାଖା ଓ ପ୍ରତି ଶାଖାରୁ ୨ଟି କରି ପ୍ରଶାଖା ରଖାଯିବାର ବ୍ୟବସ୍ଥା କରିବା ଉଚିତ । ପ୍ରତିବର୍ଷ ବର୍ଷିକିଆ ପୁରୁଣା ଡାଳରୁ ଦୁଇ ତୃତୀୟାଂଶ ରଖି ବାକିତକ କାଟି ଦିଆଯାଏ ।
ଲିଫକର୍ଲ ଅଫିସ
୦.୧% ଭାଗ ମେଟାସିଷ୍ଟକ ସ୍ପ୍ରେ କରନ୍ତୁ ।
ଡିଫୋଲିଏଟିଙ୍ଗ ବିଟଲ
୦.୨୫% କ୍ଲୋରପାଇରିଫସ ସ୍ପ୍ରେ କରନ୍ତୁ ।
ଗୁମାସିସ
ଶତକଡା ୧ଭାଗ ଚୂନ ପାଣିରେ ଶତକଡା ୦.୧ ଭାଗ ମେଟାସିଷ୍ଟକ ମିଶାଇ ଗଛରେ ଲେପ ଦିଅନ୍ତୁ ।
ଗଛ ଲଗାଇବାର ୪/୫ ବର୍ଷ ପରେ ଫଳ ଆସେ । ପିଚଗଛ ୧୦ ରୁ ୨୦ ବର୍ଷ ପର୍ଯ୍ୟନ୍ତ ବଞ୍ଚେ । ପିଚ ଫଳ, ନାସପାତି ଫଳପରି ଖୁବ ଶିଘ୍ର ନଷ୍ଟ ହୋଇଯାଉଥିବାରୁ ଗଛରେ ପାଚିଲା ପୂର୍ବରୁ ତୋଳାଜାଏ । ଫଳ ତୋଳି କିଛି ଦିନ ରଖିଦେବା ପରେ ପାଚେ । ବଡଗଛରୁ ବର୍ଷକୁ ହାରାହାରି ୨୦ ରୁ ୪୦ କେଜି ଫଳ ମିଳେ । ହେକ୍ଟର ପିଛା ହାରାହାରି ଆୟ ଟ ୧୫,୦୦୦ ।
ଆଧାର : ଡାକ୍ତର ସୂର୍ଯ୍ୟ ନାରାୟଣ ବେହେରା
Last Modified : 12/20/2019