ପୂର୍ବକାଳରେ ବଗିଚାର ଶୋଭାବର୍ଦ୍ଧନ ପାଇଁ ଆଳଙ୍କାରିକ ବୃକ୍ଷ ଭାବେ ସୂର୍ଯ୍ୟମୁଖୀକୁ ବ୍ୟବହାର କରାଯାଉଥିଲା; କିନ୍ତୁ ଆଜି ଏହି ସୂର୍ଯ୍ୟମୁଖୀ ଭାରତବର୍ଷର ମୁଖ୍ୟ ତୈଳବୀଜ ଭାବରେ ଚତୁର୍ଥସ୍ଥାନ ଅଧିକାର କରିଛି ।
ମଧୁମେହ ଏବଂ ହୃଦରୋଗୀମାନଙ୍କ ପାଇଁ ଏହି ତେଲର ଚାହିଦା ଅଧିକ । ଏହି ତେଲରେ ଭିଟାମିନ ଏ, ଡି ଏବଂ ଇ ରହିଥାଏ ।
ଏହାର ପିଡ଼ିଆକୁ ଗୋଖାଦ୍ୟ, କୁକୁଡା ଖାଦ୍ୟ ଏବଂ ସାର ରୂପେ ବ୍ୟବହାର କରାଯାଇଥାଏ ।
ସୂର୍ଯ୍ୟାଲୋକ ଏବଂ ଉତ୍ତାପ ଉପରେ ନିର୍ଭର କରୁ ନ ଥିବା ଯୋଗୁଁ ଏବଂ ଯେ କୌଣସି ଋତୁରେ ସବୁ ଅଞ୍ଚଳରେ ଚାଷ କରାଯାଇ ପାରୁଥିବାରୁ ଏହା ଚାଷୀମାନଙ୍କଦ୍ଵାରା ସହଜରେ ଆଦୃତ ହୋଇପାରିଛି ।
କିସମ ଚୟନ
ରୋଗ ପୋକ ସହଣି ଶକ୍ତି ବିଶିଷ୍ଟ ଅଧିକ ଅମଳକ୍ଷମ ବିହନ ତଥା ପ୍ରାମାଣିକ ବିହନର ବ୍ୟବହାର ଦ୍ଵାରା ଅଧିକ ଅମଳ ମିଳିବା ସହିତ ତେଲ ଆଦାୟ ମଧ୍ୟ ବଢ଼ିଥାଏ । ଦେଶରେ ବ୍ୟବହୃତ ପ୍ରମୁଖ କିସମଗୁଡ଼ିକ ମଧ୍ୟରେ ମଡର୍ଣ୍ଣ, ସୂର୍ଯ୍ୟ, ଡି.ଆର.ଏସ. ଏଫ୧୦୮, ସନ୍ଦେତ୍ରଡ ଏବଂ ଜ୍ଵାଳାମୁଖୀ ଅନ୍ୟତମ ।
ଜଳବାୟୁ
ବର୍ଷସାରା ସୂର୍ଯ୍ୟମୁଖୀ ଟ୍ରାଷ କରାଯାଇପାରେ । ଗଛ ଲଗାଇବା ସମୟରେ ଥଣ୍ଡା ପାଗ ଏବଂ ପରବର୍ତ୍ତୀ ଅବସ୍ଥାରେ ଗରମ ଓ ଖରାପାଗ ଭଲ ।
ମୃତ୍ତିକା
ନିଗିଡ଼ା, ଦୋରସା, ଉର୍ବର ଏବଂ ୬,୫-୮, ୫ ଅମ୍ଳତା (ପି.ଏଚ.)ଥବା ମାଟିରେ ସୂର୍ଯ୍ୟମୁଖୀ ଚାଷ ଭଲ ହୁଏ । ବର୍ଷାରତ୍ ପାଇଁ ଢିପ ଓ ବାଲିଆ ଦୋରସା ଜମି ସର୍ବୋକୃଷ୍ଟ ।
ଜମି ପ୍ରସ୍ତୁତି
ମାଟିକୁ ପ୍ରଥମେ ଯୋଡ଼ପତ୍ର, ଲଙ୍ଗଳରେ ୩-୪ ଓଡ଼୍ ଚାଷ କରି ମାଟିକୁ ଭଲ ଭାବରେ ଗୁଣ୍ଡକରି ଅନାବନା ଗଛ ଏବଂ ଘାସ ସଫା କରିଦିଆଯାଏ । ଶେଷ ଓଡ଼ ଚାଷ ସମୟରେ ଏକର ପ୍ରତି ୨ଟନ ଶଢ଼ା କୋମ୍ପାଷ୍ଟ ଏବଂ ମୂଳସାର ମିଶାଇ ଦିଆଯାଏ ।
ବିହନ ବୁଣା
ଏକର ପ୍ରତି ୩-୪ କି.ଗ୍ରା. ଉନ୍ନତ ବିହନକୁ ୨ ଗ୍ରାମ, ବାଭିଷ୍ଠିନ କିମ୍ବା ୩ ଗ୍ରାମ କ୍ୟାପଟାନ ଗୁଣ୍ଡକୁ ପ୍ରତି କି.ଗ୍ରା. ବିହନରେ ଗୋଳାଇ ବିଶୋଧନ କରାଯାଏ । ଏହାର ସପ୍ତାହେ ପରେ ଆକାଟେବବ୍ୟାକ୍ର କିମ୍ବା ଆଙ୍କୋସିରିଲମ୍ ଜୀବାଣୁସାର ଏକର ପିଛା ୨୦୦ ଗ୍ରାମକୁ ବିହନ ସହ ମିଶାଇ ଜମିରେ ବୁଣାଯାଏ । ବର୍ଷା ଦିନରେ ଜୁନ ମାସର ଶେଷ ଆଡ଼କୁ କିମ୍ବା ଜୁଲାଇ ମାସର ଆରମ୍ଭରେ ନଚେତ, ଜାନୁଆରୀ ମାସର ପ୍ରଥମାର୍ଦ୍ଦରେ ସୂର୍ଯ୍ୟମୁଖୀ ବିହନ ବୁଣିବା ଭଲ ।
ଉନ୍ନତ କିସମ ପାଇଁ ଧାଡ଼ିକୁ ଧାଡ଼ି ୪୫ ସେ.ମି. ଏବଂ ଗଛକୁ ଗଛ ୩୦ ସେ.ମି. ଏବଂ ସଙ୍କର କିସମ ପାଇଁ ଧାଡ଼ିକୁ ଧାଡ଼ି ୬୦ ସେ.ମି. ଏବଂ ଗଛକୁ ଗଛ ୩୦ ସେ.ମି. ବ୍ୟବଧାନ କରି ୩-୫ ସେ.ମି ଗଭୀରତାରେ ବିହନକୁ ପୋତିଲେ ମଞ୍ଜିରୁ ହୃଷ୍ଟପୁଷ୍ଟ ଗଛ ବାହାରିବା ସହ ଗଛ ଭଲ ବଢ଼େ ।
ସାର ପ୍ରୟୋଗ : - ଏକର ପ୍ରତି ସାର ଉପାଦାନ ( କି.ଗ୍ରା.ରେ )
ଏତଦ ବ୍ୟତୀତ ଏକର ପ୍ରତି ୪ କି.ଗ୍ରା. ବୋରନ୍ ପ୍ରୟୋଗ କରାଯାଏ ।
ବୁଣିବାର ୨୦ ଏବଂ ୪୦ ଦିନରେ କୋଡ଼ାଖେସା କରି ଏବଂ ଅନାବନା ଗଛ ସଫା କରି ଗଛ ମୂଳକୁ ମାଟି ଟେକିଦିଆଯାଏ । ସୂର୍ଯ୍ୟମୁଖୀ ଚାଷ କରାଯାଉଥିବା ଜମିରେ ମହୁ ବାକ୍ସ ରଖିଲେ ଅମଳ ୩୦ -୪୦ ପ୍ରତିଶତ ବୃଦ୍ଧିପାଏ । ଘାସମାରିବା ପାଇଁ ଜମିରେ ଘାସ ଉଠିବା ପୂର୍ବରୁ ପେଣ୍ଡି ମେଥାଲିନ କିମ୍ବା ଫ୍ଲୁକ୍ଲୋରାଲିନ୍ ଏକର ପିଛା ୦.୫ କେଜିରୁ ୦.୭୫ କେଜିକୁ ୨୦୦ ଲିଟର ପାଣିରେ ମିଶାଇ ସଞ୍ଚନ କରବା ଆବଶ୍ୟକ । ଫୁଲ ଗୋଟ ଧରିବା, ଫୁଲ ଧରିବା ଏବଂ ମଞ୍ଜି ତିଆରି ହେବା ସମୟରେ ଆବଶ୍ୟକ ପରିମାଣର ଜଳଯୋଗାଇଦେବା ନିତାନ୍ତ ଆବଶ୍ୟକ ।
ମୂଳଶଢା ରୋଗ :
ଛୋଟ ଅବସ୍ଥାରେ ଗଛର ମୂଳ ଶଢ଼ିଯାଇ ଗଛ ମରିଯାଏ କିମ୍ବା ମଞ୍ଜିରୁ ଗଛ ବାହାରିବା ପରେ ଶଢ଼ିଯାଏ । ଏଣୁ ବିହନକୁ ବୁଣିବା ପୂର୍ବରୁ ବିଶୋଧନ କରିବା ଉଚିତ । କପର ଅକ୍ସି କ୍ଲୋରାଇନ୍, ୦.୪% କମ୍ବା ମାନକୋଜେବ ୦.୩% ସହିତ ଏଣ୍ଡେସଲଫାନ୍ ୦.୫% ଫସଲର ୫୦% ଫୁଲ ଧରିବା ସମୟରେ ପ୍ରୟୋଗ କରିବା ଉଚିତ ।
ସାର ଉପାଦାନ |
ଉନ୍ନତ କିସମ |
ସଙ୍କର କିସମ |
||
ବୁଣିବା ସମୟରେ |
୨୧ ଦିନରେ |
ବୁଣିବା ସମୟରେ |
୨୧ ଦିନରେ |
|
ଯବକ୍ଷାରଯାନ |
୮ |
୮ |
୧୬ |
୧୬ |
ଫସଫେଟ |
୧୬ |
- |
୩୨ |
- |
ପଟାସ |
୧୨ |
- |
୨୪ |
- |
ପତ୍ର ଦାଗ ରୋଗ :
ପତ୍ରରେ ବିଭିନ୍ନ ଆକାରରେ ଚିହ୍ନ ଦେଖାଯାଇ ପତ୍ର ମୋଡ଼ି ହୋଇ ଶୁଖିଯାଏ । କାର୍ବେଣ୍ଡାଜିମ – ମାନକୋଜେବ ( ୪୦୦ ଗ୍ରାମ/ ଏକର ) ସ୍ପ୍ରେ କରାଯାଏ ।
ଫୁଲବିନ୍ଧା ପୋକ
ସବୁଜ ରଙ୍ଗର ଶୁକ୍ଳ ପୋକଗୁଡ଼ିକ ଫୁଲ ଭିତରେ ପଶି ଖାଇଥା’ନ୍ତି । ଫୁଲ ଧରିଥିବା ସମୟରେ ଟ୍ରାଇଜୋଫୋସ୍୪୦ ଲସି (୪୦୦ ମିଲି ଏକର) ସ୍ପ୍ରେ କରାଯାଏ।
ଫୁଲ ପାକଳ ହେଲେ ଗଛରୁ ପତ୍ର ଶୁଖି ଝଡ଼ିପଡ଼େ, ଏବଂ ଫୁଲର ପଛପାଖ ହଳଦିଆ ପଡ଼ିଯାଏ । ଫୁଲର ମଧ୍ୟଭାଗରେ ଥିବା ମଞ୍ଜି ସବୁ ଗାଢ଼ ବାଦାମୀ ରଙ୍ଗ ହେଲେ ଫୁଲଗୁଡ଼ିକୁ ଦା’ରେ କାଟି ଆଣି ଚଟାଣରେ ଉପରକୁ ମୁହଁକରି ୪-୫ ଦିନ ଶୁଖାଇବା ପରେ ଠେଙ୍ଗାରେ ବାଡ଼େଇ ଅମଳ କରାଯାଏ ।
ସମସ୍ତ ଫୁଲ ଏକା ସମୟରେ ପାକଳ ହେଉ ନ ଥିବାରୁ ୨-୩ ଥରରେ ଅମଳ କଲେ ଉତ୍ପାଦନ ବଢ଼ିଥାଏ ଏବଂ ମଞ୍ଜି ଓ ତେଲର ମାନ ବଢ଼େ । ପରେ ମଞ୍ଜିକୁ ଭଲଭାବରେ ଶୁଖାଇ ୧୦ ପ୍ରତିଶତ ଜଳୀୟ ଅଂଶ ଥିବା ସମୟରେ ସାଇତି ରଖାଯାଏ ।
ଏକର ପ୍ରତି ୪-୮ କ୍ୟୁଣ୍ଟାଲ ମଞ୍ଜି ଅମଳ ହୋଇପାରେ । ସୂର୍ଯ୍ୟମୁଖୀ ତେଲ ଆଦାୟ ପରେ ଏହାର ଖଦା ମାଛ ଖାଦ୍ୟ ଏବଂ ଗୋରୁ ପିଡ଼ିଆ ଭାବରେ ବ୍ୟବହାର କରାଯାଏ । ମଞ୍ଜି ଅମଳ ପରେ ସୂର୍ଯ୍ୟମୁଖୀ ଫୁଲ, କାଣ୍ଡ ଓ ପତ୍ର ଜାଳେଣି ଭାବରେ କିମ୍ବା କମ୍ପୋଷ୍ଟଖତ ତିଆରିରେ ବ୍ୟବହାର କରିହୁଏ ।
ସଂଗୃହିତ - ଚକ୍ରଧର ପାତ୍ର, ଲକ୍ଷ୍ମୀପ୍ରିୟା ସାହୁ, ଓୟୁଏଟି, ଭୂବନେଶ୍ଵର-୩
Last Modified : 2/10/2020