অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିଭିନ୍ନ ଚାଷ ଓ ଯତ୍ନ

ଭେଣ୍ଡି

  • ଜୁନ୍ ସେପ୍ଟେମ୍ବର୍ ବର୍ଷାଦିନିଆ ଭେଣ୍ଡି ଚାଷ ପାଇଁ ଉପଯୁକ୍ତ ସମୟ । ଉନ୍ନତ କିସମ ବିହନ ପର୍ବାନୀକ୍ରାନ୍ତି, ଅର୍କ ଅଭୟ,  ଅର୍କ ଅନାମିକା, ଉତ୍କଳ ଗୌରବ, ପଞ୍ଜାବ ପଦ୍ମିନୀ, ଏସ୍ଡ଼ିୟୁ-୧, ସାତଶିରା ଇମ୍ପ୍ରୁଭଡ ।
  • ସଙ୍କର କିସମ ବିହନ : ଉପହାର, ମଖମଲୀ, ମାହିକେ -୧୦, ବର୍ଷା, ବିଜୟ, ସାରଥି । ଏକର୍ ପ୍ରତି ଚାରି- ଯାଞ୍ଚ କିଗ୍ରା ମଞ୍ଜି ବୁଣନ୍ତୁ । ଶେଷ ଓଡ଼ ଚାଷ ସମୟରେ ଆଠ ଦଶ ଟନ୍ ଶଢା ଗୋବର ଖତରେ ଆଠରୁ ୧୦ କିଗ୍ରା ଫୁରାଡନ୍ ଫେଣ୍ଟି ମାଟିରେ ମିଶାଇଦିଅନ୍ତୁ ।
  • ଧାଡି ମଧ୍ୟରେ ଷାଠିଏ ସେମି ଓ ଗଛ ମଧ୍ୟରେ ତିରିଶ ସେମି ବ୍ୟବଧାନ ରଖି ମଞ୍ଜି ପୋତନ୍ତୁ । ମଞ୍ଜି ବୁଣିବାର ତିରିଶ ଦିନ ପରେ ଏବଂ ସାତରୁ ଦଶ ଦିନ ବ୍ୟବଧାନରେ ଏକର୍ ପ୍ରତି  ୨୫୦ ଗ୍ରାମ୍ ଜିଙ୍କ୍ ଇଡିଟିଏ ଛିଞ୍ଚନ୍ତୁ ।

ଚିନାବାଦାମ

  • ଖରିଫ ଚିନାବାଦାମ  ପାଇଁ ଜମି ପ୍ରସ୍ତୁତ କରନ୍ତୁ । ଏକର୍ ପ୍ରତି ଚାଳିଶ କିଗ୍ରା ଚୋପା  ଛଡା ଓ ଷାଠିଏ କିଗ୍ରା ଚୋପା ଲଗା ବାଦାମ ବୁଣନ୍ତୁ । ବୁଣିବା ପୂର୍ବରୁ ବିହନକୁ ଭଲ ଭାବେ ଖରାରେ ଶୁଖାଇ ବିଶୋଧନ କରନ୍ତୁ ।
  • ଏକ କିଗ୍ରା ବିହନରେ ତିନି ଗ୍ରାମ ଥିରାମ କିମ୍ବା ଦୁଇ ଗ୍ରାମ୍  କର୍ବେଣ୍ଡାଜିମ୍ ମିଶାଇ ବିଶୋଧନ କରନ୍ତୁ ।
  • ବୁଣିବା ଦିନ ୬୦୦ ଗ୍ରାମ୍ ବୀଜାଣୁ କଲ୍ଚର୍, ୧୨୦୦ମିଲି ପାଣିରେ ଗୋଳାଇ, ବିହନକୁ ବୁଡାଇ, ଛାଇରେ ଶୁଖାନ୍ତୁ । ଜମିକୁ ଭଲ ଭାବେ ଗୁଣ୍ଡ ଚାଷ କରି ଘାସ ବାଛିଦିଅନ୍ତୁ ।
  • ଶେଷ ଓଡ଼ ଚାଷ ସମୟର ଏକର୍ ପ୍ରତି ଆଠ କିଗ୍ରା ଯବକ୍ଷାରଜାନ, ଷୋହଳ କିଗ୍ରା ଫୁସ୍ଫରସ୍ ପ୍ରୟୋଗ କରନ୍ତୁ ।
  • ଧାଡି ମଧ୍ୟରେ ତିରିଶ ସେମି, ଗଛ ମଧ୍ୟରେ ଦଶ ସେମି ବ୍ୟବଧାନ ରଖି ମଞ୍ଜି ତିନି ସେମି ଗଭୀରରେ ବୁଣନ୍ତୁ ।

ଧାନ ବିହନ ବିଶୋଧନ

ଖରିଫ ଧାନ ଫସଲ ପାଇଁ ଜମି ପ୍ରସ୍ତୁତ କରି ବୁଣାବୁଣି ସାରନ୍ତୁ । ବୁଣିବା ପୂର୍ବରୁ ବିହନକୁ ଭଲ ଭାବେ ଖରାରେ ଶୁଖାଇ ବିଶୋଧନ କରନ୍ତୁ । ଏହା ଦ୍ଵାରା ପୋକ ଲାଗିବା ଆଶଙ୍କା କମେ ଓ  ଗଛ ହୃଷ୍ଟପୁଷ୍ଟ ହୁଏ ।

ଏକ କିଲୋଗ୍ରାମ୍ ବିହନ ବିଶୋଧନ ପାଇଁ ତିନି ଗ୍ରାମ୍ ଥିରାମ୍ କିମ୍ବା ଟିପ୍ସନ୍ –ଏମ୍ ବ୍ୟବହାର କରନ୍ତୁ । ଡ୍ରମ୍ କିମ୍ବା ମାଠିଆରେ ଅଧା ପର୍ଯ୍ୟନ୍ତ ବିହନ ପୂରାଇ, ଆବଶ୍ୟକ ପରିମାଣର ବିଶୋଧକ ମିଶାନ୍ତୁ ।

ମାଠିଆ ମୁହଁକୁ କନା ଦ୍ଵାରା ବନ୍ଦ କରି ଭଲ ଭାବେ ତଳୁ –ଉପର କରନ୍ତୁ; ଯେମିତି ସବୁ ବିହନ ସମାନ ଭାବେ ବିଶୋଧିତ ହୋଇପାରିବ । ଡ୍ରମ୍ ବ୍ୟବହାର କରୁଥିଲେ ଘୋଡାଣି ଦ୍ଵାରା ମୁହଁ ବନ୍ଦ କରି, ବିହନକୁ ତଳ-ଉପର କରନ୍ତୁ । କିଛି ସମୟ ପରେ ବିହନ ବୁଣନ୍ତୁ ।

ଆଧାର – ଦୈନିକ ସମ୍ବାଦ

Last Modified : 12/21/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate