অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବ୍ରୋକୋଲି ଓ ବନ୍ଧାକୋବି ଚାଷ ପ୍ରଣାଳୀ

ବ୍ରୋକୋଲି ଓ ବନ୍ଧାକୋବି ଚାଷ ପ୍ରଣାଳୀ

ବ୍ରୋକୋଲି ଚାଷ

ଆକାରରେ କୋବି ଭଳି ଦିଶୁଥିବା ଏକ ପରିବା ହେଉଛି ବ୍ରୋକୋଲି । ଏଥିରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ରହିଛି । ଯାହା କ୍ୟାନସରକୁ ପ୍ରତିହିତ କରିବାର କ୍ଷମତା ରହିଛି ବୋଲି ବୈଜ୍ଞାନିକମାନେ ମତ ଦିଅନ୍ତି । ବ୍ରୋକୋଲି ଏକ ଶୀତଦିନିଆ ପରିବା । ଏହା ୧୮ ଡିଗ୍ରୀ ରୁ ୨୩୪ ତାପମାତ୍ରାରେ ରେ ଭଲ ଭାବରେ ବଢ଼ିଥାଏ । ବ୍ରୋକୋଲି ପାଇଁ ସୂର୍ଯ୍ୟକିରଣ ଦରକାର କିନ୍ତୁ ଛାଇ ହେଲେ, ଏହାର ଫୁଲ ଫୁଟିଯାଏ । ଅତ୍ୟଧିକ ଥଣ୍ଡା ପାଗରେ ଏହା ଗଜା ହୋଇଥାଏ । ଟ୍ରେକୋଲି ପାଇଁ ହାଲୁକା ଦୋରସା ବା ବାଲିଆ ଦୋରସା ମୃତ୍ତିକା ଭଲ । ମଟାଳ ମାଟିରେ ଏହା ଭଲ ହୁଏ ନାହିଁ । ଓଡ଼ିଶାର ବରଗଡ଼, ବଲାଙ୍ଗୀର, କେଉଁଝର, ମୟୁରଭଞ୍ଜ ଆଦି ଜିଲ୍ଲାରେ ଏହାକୁ ବ୍ୟାବସାୟିକ ଭିଭିରେ ଚାଷ କରାଯାଉଛି ।

କିସମ

ବ୍ରୋକୋଲି ଓ ବନ୍ଧାକୋବି ଚାଷ ପ୍ରଣାଳୀ ବ୍ରୋକୋଲି ଓ ବନ୍ଧାକୋବି ଚାଷ ପ୍ରଣାଳୀ ପୁଷା କେଟିଏ ସ୍୧ । ଏକ ହେକ୍ଟର ପାଇଁ ୩୦୦ - ୪୦୦ ଗ୍ରାମ୍ ମଞ୍ଜି ଆବଶ୍ୟକ ମଞ୍ଜିକୁ ଥିରାମ୍ ବା କାପଟେନ୍ ଦେଇ (ପ୍ରତି କିଲୋଗ୍ରାମ ପାଇଁ ୨ ଗ୍ରାମ) ଦେଇ ବିଶୋଧନ କରି ମଞ୍ଜିକୁ ତଳି ଘରାରେ ପକାନ୍ତୁ । ତଳି ୨୫ ଦିନ ହେଲା ପରେ ମୁଖ୍ୟ ଜମିରେ ଲଗାନ୍ତୁ । ଗଛକୁ ଗଛ ୪୫ ସେ.ମି ଏବଂ ଧାଡ଼ିକୁ ଧାଡ଼ି ୫୦ ସେ.ମି। ଲଗାନ୍ତୁ । ଗଛ ଲଗେଇ ସାରିଲା। ପରେ ଜଳସେଚନ କରନ୍ତୁ।

ଖତ ସାର

ବ୍ରୋକୋଲି ପାଇଁ ହେକ୍ଟର ପ୍ରତି ୮୪ କିଗ୍ରା ଯବକ୍ଷାରଜାନ ୫୦ କିଗ୍ରା ଫସଫରସ୍ ଏବଂ ୫୦ କିଗ୍ରା ପୋଟାସ ସାର ପ୍ରୟୋଗ କରନ୍ତୁ । ଗଛ ଲଗାଇବା ସମୟରେ ସମସ୍ତ ଫସଫରସ୍ ଏବଂ ଅଧା ପୋଟାସ ସାର ପ୍ରୟୋଗ କରନ୍ତୁ । ଗଛ ଲଗାଇବାର ୧୫ ଦିନ ପରେ ପାଖାପାଖି ୨୫-୩୦ କେଜି ଯବକ୍ଷାରଯାନ ସାର ପ୍ରୟୋଗ କରନ୍ତୁ । ଗଛ ୩୦ ଦିନ ପୋଟାସ ସାର ପ୍ରୟୋଗ କରି ହୁଡ଼ା ଟେକି ଦିଅନ୍ତୁ । ଗଛ ଲଗେଇବାର ୪୫ ଦିନ ପରେ ବାକି ଯବକ୍ଷାରଜାନ ଦେଇ ଦିଅନ୍ତୁ ।

ଜଳସେଚନ

ଏହା ଏକ ଶୀତଦିନିଆ ପରିବା ହୋଇଥିବାରୁ ଜଳସେଚନ ଦରକାର ହୋଇଥାଏ । ପ୍ରାୟ ସାତଦିନ ଅନ୍ତରରେ ମାଟିର ବତର ଦେଖି ଜଳସେଚନ କରନ୍ତୁ । ସାଧାରଣତଃ ଜଉପୋକକୁ ଛାଡି ଦେଲେ ଅନ୍ୟ ରୋଗପୋକ ପ୍ରାୟତଃ କମ୍ । ଜଉପୋକ କଅଁଳ ପତ୍ରର ରସ ଖାଇବା ଫଳରେ ପତ୍ର ମୋଡ଼ା ହୋଇଯାଏ । ତେଣୁ ଜଉପୋକ ଦେଖା ଦେଲେ ପ୍ରତିଲିଟର ପାଣିରେ ଅଧ ମିଲି ଇମିଡାକ୍ଳୋପିଡ୍ ଦେଇ ପତ୍ର ସିଞ୍ଚନ କଲେ ପୋକ ଜମିଯାଏ । ଠିକ ଭାବରେ ପରିଚାଳନା କଲେ। ପ୍ରତି ଏକରରୁ ପ୍ରାୟ ୪୦-୫୦ କ୍ଲିଣ୍ଟାଲ ପର୍ଯ୍ୟନ୍ତ ଅମଳ ମିଳିଥାଏ । ଏହା ବେଶୀ ଓଜନିଆ ନୁହେଁ । ତେଣୁ ପ୍ରାୟ ଗୋଟା ବିକ୍ରି ହୁଏ । ପ୍ରତି ବ୍ରୋକୋଲି ପ୍ରାୟ ୨୦ – ୫୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୁଏ । ପ୍ରତି ଏକରରୁ ପ୍ରାୟ ୩୦ରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଲାଭ ମିଳିଥାଏ।

ବନ୍ଧାକୋବି ଚାଷ

ଶୀତଦିନିଆ ପନିପରିବା ମଧ୍ୟରେ ବନ୍ଧାକୋବି ଅନ୍ୟତମ । ବନ୍ଧାକୋବି  ପାଇଁ ଦୋରସା ମାଟି ଆବଶ୍ୟକ । ପାଣି ଜମୁନଥିଲେ ପ୍ରାୟ ସବୁ ମାଟିରେ ଏହା ଭଲ ଭାବରେ ଚାଷ ହୋଇପାରିବ।

କିସମ

ବ୍ରୋକୋଲି ଓ ବନ୍ଧାକୋବି ଚାଷ ପ୍ରଣାଳୀ ବ୍ରୋକୋଲି ଓ ବନ୍ଧାକୋବି ଚାଷ ପ୍ରଣାଳୀ ଗୋଲଡେନ୍ ଏକର, ପ୍ରାଇଡ ଅଫ୍ ଇଣ୍ଡିଆ, ପୂଷା ମୁକ୍ତା, ଆଗେତି, ପୂଷା ଡ୍ରମହେଡ୍ ଅନ୍ୟତମ ।

ଖତ ସାର

ପ୍ରତି ହେକ୍ଟର ପାଇଁ ୨୦ - ୨୫ ଟନ୍ ସଢା ଗୋବର ଖତ ସହିତ ୧୫୦ କିଗ୍ରା ଯବକ୍ଷାରଯାନ, ୬୦ କିଗ୍ରା  ଫସଫରସ୍ ଏବଂ ୬୦ କିଗ୍ରା ପୋଟାସ୍ ସାର ଦେବା ଆବଶ୍ୟକ । ଶେଷ ଓଡ ଚାଷ ସମୟରେ ସମସ୍ତ ଗୋବର ଖତ ସହ ସମ୍ପୂର୍ଣ୍ଣ ଫସଫରସ୍ ଅଧା ପୋଟାସ ଏବଂ ଏକ ଚାଷ କଲେ ହେକ୍ଟରକୁ ପ୍ରାୟ ୨୫୦ କ୍ଲିଣ୍ଟାଲ ତୃତୀୟ ଅଂଶ ସାରକୁ ପ୍ରୟୋଗ କରିବା ଆବଶ୍ୟକ । ଗଛ ଲଗାଇବାର ୩୦ ଦିନରେ ଏକ ତୃତୀୟାଂଶ ଯବକ୍ଷାରଯାନ, ୪୫ ଦିନରେ ବାକି ଥୁବା ଏକ ତୃତୀୟ ଅଂଶ ଯବକ୍ଷାରଯାନ ଏବଂ ଅଧା ପୋଟାସ୍ ପ୍ରୟୋଗ କରିବା ଉଚିତ ।

ବିହନ ପରିମାଣ

ସଅଳ କିସମ ପାଇଁ ହେକ୍ଟର ପ୍ରତି ୫୦୦ ଗ୍ରାମ୍ ମଞ୍ଜି ଦରକାର କିନ୍ତୁ ବିଳମ୍ବ କିସମ ପାଇଁ ୩୦୦ ଗ୍ରାମ୍ ମଞ୍ଜି ଆବଶ୍ୟକ । ମଞ୍ଜି ଲଗାଇବା ପୂର୍ବରୁ ଏକ କିଲୋଗ୍ରାମ୍ ମଞ୍ଜିକୁ ୩ ଗ୍ରାମ୍ କାପଟାନ୍  କିମ୍ବା ୨ ଗ୍ରାମ୍  ଥିରାମ  ଦେଇ ବିଶୋଧନ କରିବା ଉଚିତ୍ ।

ଚାରା ରୋଇବା

ତଳି  ୨୧ରୁ ୩୦ ଦିନ ଭିତରେ ହେଲେ ଏବଂ ୩ -୪ ପତ୍ର  ବିଶିଷ୍ଟ ହେଲା ପରେ ମୁଖ୍ୟ ଜମିରେ ରୋଇବା କଥା । ସଅଳ କିସମ ପାଇଁ ସେପ୍ଟେମ୍ବର ଏବଂ ବିଳମ୍ବ କିସମ ପାଇଁ ଅକ୍ଟୋବର ପରେ ଚାରା ରୋପଣ କରିବା ଉଚିତ୍ ।

ଅମଳ

ବୈଜ୍ଞାନିକ ପ୍ରଣାଳୀରେ ବନ୍ଧାକୋବି ଚାଷ କଲେ ହେକ୍ଟରକୁ ପ୍ରାୟ ୨୫୦ କ୍ଵିଣ୍ଟାଲ  ଅମଳ ମିଳିଥାଏ । ଏକ ହେକ୍ଟ ରୁ ପ୍ରାୟ ୪୦ ହଜାର ଟଙ୍କା ଲାଭ ମିଳିଥାଏ ।

ସଂଗୃହିତ –

  1. ସନତ କୁମାର ମେହେର, ବୈଜ୍ଞାନିକ ଉଦ୍ୟାନ ବିଭାଗକୃଷି ବିଜ୍ଞାନ କେନ୍ଦ୍ର, ବରଗଡ,
  2. ବୈଜ୍ଞାନିକ ସନତ କୁମାର ମେହେର,

Last Modified : 1/13/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate