অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଭେଣ୍ଡି ଚାଷ

ଭେଣ୍ଡି ଚାଷ

ପରିବା ହିସାବରେ ଭେଣ୍ଡି ଫସଲ ସାରା ଦେଶରେ ଚାଷ କରାଯାଇଥାଏ । ଏହାର ଚେର, କାଣ୍ଡ ଓ ମଞ୍ଜିକୁ ଛେଚି ହେଁ ରୁ ବାହାରୁଥିବା ରସକୁ ଗୁଡ଼ ପରିଷ୍କାର କରିବା ପାଇଁ ବ୍ୟବହାର କରାଯାଇଥାଏ । ଭେଣ୍ଡି ଗଛ ମଧ୍ୟ କାଗଜ ତିଆରିରେ ବ୍ୟବହାର ହୁଏ । ଭେଣ୍ଡି ଗଛ ମଧ୍ୟ କାଗଜ ତିଆରିରେ ବ୍ୟବହାର ହୁଏ । ତେବେ ସେ ଯାହା ହେଉ ନା କାହିଁକି ଭେଣ୍ଡି ଯେ ଏକ ସୁସ୍ଵାଦୁ ପରିବା, ଏଥିରେ କୌଣସି । ସନ୍ଦେହ ନାହିଁ ।

ଭେଣ୍ଡିରେ ପ୍ରାୟ ୭.୬ ଭାଗ ଶର୍କରା ୨.୨ ଭାଗ ପୁଷ୍ଟିସାର, ୦.୨ ଭାଗ ସ୍ନେହସାର, ୧.୨ ଭାଗ ତନ୍ତୁ, ୦.୭ ଭାଗ ଧାତବ ଲବଣ ଥାଏ । ଏହା ବ୍ୟତୀତ ଏଥିରେ ଚୂନ, ଫସ୍‌ଫରସ୍, ଲୌହ ଓ ଭିଟାମିନ୍ ଏ, ବି, ସି ମଧ୍ୟ ରହିଥାଏ । କେତେକ କ୍ଷେତ୍ରରେ ଭେଣ୍ଡିକୁ ଝାଡ଼ା, ଗନେରିଆ, ରକ୍ତ ଓ ମୃତ୍ର ଜନିତ କେତେକ ରୋଗର ନିରାକରଣ ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ ।

ଭେଣ୍ଡି ପ୍ରଥମେ ଆଫ୍ରିକା ମହାଦେଶରେ ଚାଷ ହେଉଥିବା ଜଣାଯାଏ । ଅନ୍ୟ କେତେକଙ୍କ ମତରେ ଭାରତ ବର୍ଷରେ ମଧ୍ୟ ବହୁ କାଳରୁ ଭେଣ୍ଡି ଚାଷ ହୋଇ ଆସୁଅଛି । ତେବେ ବର୍ତ୍ତମାନ ଭାରତର ପ୍ରତ୍ୟେକ ପ୍ରଦେଶରେ ଖରା ଓ ବର୍ଷାଦିନେ ଭେଣ୍ଡି ଚାଷ ହୋଇଥାଏ । ଭାରତ ବ୍ୟତୀତ ଆଫ୍ରିକା, ଆମେରିକା, ତୁର୍କରେ ମଧ୍ୟ ଭେଣ୍ଡି ଚାଷ କରାଯାଇଥାଏ ।

ଭେଣ୍ଡି ଚାଷରୁ ଲାଭ

ଭେଣ୍ଡି ଏକ ଲାଭଜନକ ପରିବା । ଏହା ଅଳ୍ପ ପରିଶ୍ରମରେ ଓ ଅଳ୍ପ ଦିନରେ ହେଉଥିବାରୁ ଚାଷୀ ବେଶ୍ ଲାଭବାନ ହୋଇଥାନ୍ତି । ଭଲ ଭାବରେ ଚାଷ କଲେ ଏକର ପିଛା ପ୍ରାୟ ୪୦ କ୍ଵିଣ୍ଟାଲ ଭେଣ୍ଡି ମିଳିପାରିବ । ଭେଣ୍ଡିକୁ ଉଭୟ ବର୍ଷା ଓ  ଖରାଦିନ ମଧ୍ୟ ଚାଷ କରାଯାଇ ପାରିବ । ଆଜିକାଲି ଉତ୍କଳଗୌରବ, ଆର୍କ ଅନାମିକା ଉନ୍ନତ ଭେଣ୍ଡି କିସମ ବାହାରିଲାଣି । ଏହି କିସମର ଅମଳ ଏକର ପିଛା ୪୦ କ୍ଵିଣ୍ଟାଲରୁ ମଧ୍ୟ ଅଧିକ ହୋଇ ପାରୁଅଛି ।

ଜଳବାୟୁ

ଶୀତଦିନ କୁ ଛାଡ଼ି ଦେଲେ ବର୍ଷ ର ଅନ୍ୟ ସବୁ ସମୟରେ ଭେଣ୍ଡି ଚାଷ ହୋଇପାରିବ । ତେବେ ଅତ୍ୟଧୁକ ଖରାହେ ଲେ କଢ଼ ଝଡ଼ି ପଡ଼ିବାର ଆଶଙ୍କା ଥାଏ । ସେହି ପରି ମାଟିର ଉତ୍ତାପ କମିଗଲେ ମଞ୍ଜି ଗଜା ହୁଏ ନାହିଁ । ଶୀତଦିନେ  ବାୟୁମଣ୍ଡଳରେ ଉତ୍ତାପ କମ୍ ରହୁ ଥିବାରୁ ଗଛ ମଧ୍ୟ ଭଲ ବଢ଼େ ନାହିଁ । ତେବେ ଆମ ରାଜ୍ୟରେ ଫେବୃଆରୀ ଠାରୁ ଜୁନ୍ ମାସ ପର୍ଯ୍ୟନ୍ତ ଓ ଅଗଷ୍ଟ ମାସଠାରୁ ଅକ୍ଟୋବର ମାସରେ ଭେଣ୍ଡି ଲଗାଯାଇପାରିବ । ଜୁଲାଭରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ବର୍ଷା ହେଉଥିବାରୁ ଓ ଡିସେମ୍ବର-ଜାନୁଆରୀ ମାସରେ ଶୀତ ହେଉଥିବାରୁ ଭେଣ୍ଡି ଭଲ ହୁଏ ନାହିଁ ।

ଜମି ଓ ମାଟି

ଭେଣ୍ଡି ପ୍ରାୟ ସବୁ ମାଟିରେ ଚାଷ କରାଯାଇପାରିବ । ତେବେ ଉର୍ବର ଦୋରସା ମାଟିରେ ଏହା ଭଲ ହୁଏ । ଧାନ ଅମଳ ପରେ ଖାଲି ବିଲମାନଙ୍କରେ ମଟାଳ ମାଟିରେ ମଧ୍ୟ ଭେଣ୍ଡି ଚାଷ କରାଯାଇପାରେ । ଭେଣ୍ଡି ବିଲରେ ଅଧିକ ପାଣି ଜମିଗଲେ ଗଛ ମରିଯାଏ । ତେବେ ଗୋଟିଏ କଥା ମନେରଖୁବା ଉଚିତ୍ ଯେ ସବୁ ପନିପରିବା ପରି ଭେଣ୍ଡି ଚାଷ ପାଇଁ ବିଲରେ ଯଥେଷ୍ଟ ପରିମାଣରେ ଖତ ଦେବା ଉଚିତ୍ । ଏକ ଏକର ବିଲରେ ୮ ରୁ ୧୦ ଗାଡ଼ି ଭଲ ଖତ ଦେଲେ ମାଟିର ଉର୍ବରତା ବଢ଼ିଥାଏ । ମଝିରେ ମଝିରେ ଭେଣ୍ଡିଚାଷ ପୂର୍ବରୁ ବିଲରେ ସବୁଜ ସାର ଫସଲ ଚାଷ କଲେ ମଧ୍ୟ ମାଟିରେ ଜୈବିକ ପଦାର୍ଥର ପରିମାଣ ବଢ଼ିଥାଏ ।

କିସମ

ଭେଣ୍ଡିର ଅନେକ ଉନ୍ନତ କିସମ ରହିଛି । ସେସବୁ ମଧ୍ୟରେ ପୁଷା ସାୱାନୀ, ବୈଶାଳୀ ବଧୁ, ପଞ୍ଜାବ ପଦ୍ଧିନୀ, ଆର୍କ ଅନାମିକା, ଆର୍କା ଅଭୟ ଆଦି କିସମ ଚାଷ କରାଯାଇପାରିବ । ପରବାଣିକ୍ରାନ୍ତି ନାମକ ଉନ୍ନତ କିସମର ଭେଣ୍ଡିରେ ପତ୍ର ହଳଦିଆ । ବା ସାହେବୀ ରୋଗ ହୁଏ ନାହିଁ । ଏହା ଉଭୟ ବର୍ଷା ଓ ଖରାଦିନେ ଚାଷ କରାଯାଇପାରିବ । ବର୍ଷାଦିନେ ଗଛ ୫ ରୁ ୬ ଫୁଟ ପର୍ଯ୍ୟନ୍ତ ଉଚ୍ଚ ହୋଇଥାଏ ଓ ଖରାଦିନେ ପ୍ରାୟ ୩ ଫୁଟ ପର୍ଯ୍ୟନ୍ତ ଉଚ୍ଚ ହୁଏ । ଫଳଗୁଡ଼ିକ ବେଶ୍ ବଡ଼ ଓ ଖାଇବାକୁ ସ୍ଵାଦିଷ୍ଟ ।

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟରୁ ଉତ୍କଳ ଗୌରବ ନାମକ ଏକ ଉନ୍ନତ କିସମ ବାହାର କରାଯାଇଅଛି । ଏହି କିସମରେ ସାହେବୀ ରୋଗ ହୁଏ ନାହିଁ ।

ପୁଷା ସାୱାନୀ ସବୁ ଋତୁରେ ଚାଷ କରାଯାଇପାରେ । ପଞ୍ଜାବ ପଦ୍ମିନୀ ୫୫ ରୁ ୬୦ ଦିନରେ ଅମଳ ହୋଇଥାଏ ।

କେତେକ ଉନ୍ମତ ଭେଣ୍ଡି କିସମ

କ୍ରମ ନଂ

କିସମ

ଗୁଣାବଳୀ

ପୁଷା ସାୱାନୀ

ଅଧିକ ଅମଳ କ୍ଷମ

ସିଲେକ୍‌ସନ୍-୨

ଅଧିକ ଅମଳ କ୍ଷମ

ପଞ୍ଜାବ ପଦ୍ମିନୀ

ଅଧିକ ଅମଳ କ୍ଷମ

ବୈଶାଳୀ ବଧୁ

ଅଧିକ ଅମଳକ୍ଷମ, ଏକାଧିକ ଶିରାଯୁକ୍ତ ଫଳ

ଉତ୍କଳ ଗୌରବ

ଅଧିକ ଅମଳକ୍ଷମ, ସାହେବୀ ରୋଗ ସହଣୀ ଶକ୍ତି ଅଛି

ପୁଷା ଏ-୪

ଫଳବିନ୍ଧା ପୋକ ସହଣୀ କ୍ଷମତା ଅଛି ।

ଆର୍କା ଅନାମିକା

. ଅଧିକ ଅମଳ ଦିଏ, ସାହେବୀ ରୋଗ ସହଣୀ କ୍ଷମତା ଅଛି

ଆର୍କା ଅଭୟ

ସାହେବୀ ରୋଗ ସହଣୀ କ୍ଷମତା ଓ ଫଳବିନ୍ଧା ପୋକ ସହଣୀ କ୍ଷମତା ଅଛି ।

ପରବାଣି କ୍ରାନ୍ତି

ଅଧିକ ଅମଳକ୍ଷମ ଓ ସାହେବୀ ରୋଗ ସହଣୀ କ୍ଷମତା ଅଛି

 

ଚାଷ ପ୍ରଣାଳୀ

ଭେଣ୍ଡି ଚାଷ ପାଇଁ ଜମିକୁ ଭଲ ଭାବରେ ଚାଷ କରିବା ଦରକାର । ଲୁହା ଲଙ୍ଗଲରେ ଦୁଇରୁ ତିନି ଥର ଚାଷ କରି ମଇଦେଇ ମାଟି ଗୁଣ୍ଡ କରିବା ଉଚିତ୍ । ପ୍ରଥମେ ଲୁହା ଲଙ୍ଗଳରେ ଚାଷକରି ଦୁଇରୁ ତିନିଥର ଚକ୍ରବିଦା ଚଳାଇଲେ ମାଟି ଗୁଣ୍ଡ ହୋଇଯାଏ ।

ଏକ ଏକର ପାଇଁ ବର୍ଷାଦିନେ ୫-୬ କିଲୋଗ୍ରାମ୍ ମଞ୍ଜି ଦରକାର ହୋଇଥାଏ । ଲଗାଇବା ଦୂରତା ଅନୁସାରେ ବିହନ ପରିମାଣ କମ୍ ବେଶୀ ହୋଇପାରେ । ଚାଷ ସମୟରେ ବିଲରେ ଏକର ପିଛା ୮ ରୁ ୧୦ ଗାଡ଼ି ସଢ଼ା ଗୋବର ଖତ ଦେଇ ମାଟିରେ ମିଶାଇ ଦେବା ଉଚିତ୍ । ଭେଣ୍ଡି ପାଇଁ ଏକର ପିଛା ପ୍ରାୟ ୩୨ କିଲୋଗ୍ରାମ୍ ଯବକ୍ଷାର, ୧୬ କିଲୋଗ୍ରାମ୍ ଫସ୍‌ଫରସ୍ ଓ ୧୬ କିଲୋଗ୍ରାମ୍ ପଟାସ ଖାଦ୍ୟସାର ଆବଶ୍ୟକ ହୋଇଥାଏ । ଏହି ପରିମାଣର ଖାଦ୍ୟ ସାର ପାଇବା ପାଇଁ ଏକର ପିଛା ୭୦ । କିଲୋଗ୍ରାମ୍ ୟୁରିଆ ବା ୧୨୮ କିଲୋଗ୍ରାମ୍ କାଲସିୟମ ଆମୋନିଅମ ନାଇଟ୍ରେଟ୍, ୧୦୦ କିଲୋଗ୍ରାମ୍ ସିଙ୍ଗଲ ସୁପର ଫସ୍‌ଫେଟ୍ ଓ ୨୭ କିଲୋଗ୍ରାମ୍ ମ୍ୟୁରେଟ ଅଫ୍ ପଟାସ୍ ସାର ଆବଶ୍ୟକ ହୋଇଥାଏ । ଏହି ସାରରୁ ସବୁକ ଫସ୍‌ଫରସ ଓ ପଟାସ ମଞ୍ଜି ଲଗାଇବା ପୂର୍ବରୁ ସିଆରରେ ଦେଇ ଲଗାଯାଏ । ଆବଶ୍ୟକ ହେଉଥିବା ଯୁବ କ୍ଷା ର ଜାତୀୟ ସାରର ଅଧେ ଗଛ ଲଗାଇବା ସମୟରେ ଓ ଆଉ ଅଧେକ ଗଛ ଉଠି ବାର ୩ ସପ୍ତାହ ପରେ ଦେବା ଉଚିତ୍ । ମୂଳ ସାର ହିସାବରେ ବିହନ ବୁଣାବେଳେ ୩୫ କିଲୋଗ୍ରାମ୍ ଡିଏପି, ୨୭ କିଲୋଗ୍ରାମ୍ ଫୁଟ୍ ଅଫ୍ ପଟାସ ଓ ୨୧ କିଲୋଗ୍ରାମ୍ ୟୁରିଆ ପ୍ରୟୋଗ କରାଯାଇପାରେ । ଏହା ବଦଳରେ ହିସାବ କରି ଅନ୍ୟାନ୍ୟ ସାର ମଧ ପ୍ରୟୋଗ କରାଯାଇପାରିବ ।

ଧାଡ଼ିକୁ ଧାଡ଼ି ୬୦ ସେଣ୍ଟିମିଟର ଓ ଗଛକୁ ଗଛ ୨୫–୩୦ ସେଣ୍ଟିମିଟର ବ୍ୟବଧାନରେ ମଞ୍ଜି ଲଗାଇବା ଉଚିତ୍ । ଲଗାଇବା ପୂର୍ବରୁ ମଞ୍ଜିକୁ ମ ବା କାର୍ବେଣ୍ଡାଜିମ୍ ସହିତ ଗୋଳାଇ ବିଶୋଧନ କରାନ୍ତୁ । ପ୍ରତି ଏକ କିଲୋଗ୍ରାମ୍ ମଞ୍ଜିପାଇଁ ୩ ଗ୍ରାମ୍ ହିସାବରେ ଥିରାମ ବା ଦେଢ଼ଗ୍ରାମ୍ କାର୍ବେଣ୍ଡାଜିମ୍ ବ୍ୟବହାର କରନ୍ତୁ ।

ଗଛ ଉଠିବାର ୩ ସପ୍ତାହ ପରେ ବିଲାକୁ ବଛାବଛି କରି ଅବଶିଷ୍ଟ ଯବକ୍ଷାର ଜାତୀୟ ସାର ଦେଇ ହୁଡ଼ା ଟେକି ଦିଅନ୍ତୁ । ଏହି ସମୟରେ ଏକର ପ୍ରତି ୩୫ କିଲୋଗ୍ରାମ୍ ୟୁରିଆ ପ୍ରୟୋଗ କରିବା ଦରକାର ।

ବର୍ଷାଦିନେ ପ୍ରାୟ ପାଣି ମଡ଼ାଇବା ଦରକାର ହୁଏ ନାହିଁ । କିନ୍ତୁ ଖରାଦିନେ ପ୍ରତି ସପ୍ତାହରେ ଥରେ ପାଣି ମଡ଼ାଇବା ଆବଶ୍ୟକ ହୋଇଥାଏ । ଭେଣ୍ଡି ଲଗାଇବା ବେଳେ ବିଲରେ ପାଗ ଥାଇ ମଞ୍ଜି ଲଗାଇବା ଉଚିତ୍ ।

ଅମଳ

ଭେଣ୍ଡି ଖରାଦିନେ ପ୍ରାୟ ୩୦ ଦିନ ପରେ ଓ ବର୍ଷାଦିନେ ଦେଢ଼ମାସ ପରେ ଫଳିବାକୁ ଆରମ୍ଭ କରେ । ଫଳ ଆସିବାର ୫ ରୁ ୬ ଦିନ ଭିତରେ ଫଳଗୁଡ଼ିକ ତୋଳିବା ଉପଯୋଗୀ ହୋଇଥାଏ । ଭଲଭାବରେ ଚାଷ କଲେ ଭେଣ୍ଡିରୁ ଏକର ପିଛା ପ୍ରାୟ ୩୦ ରୁ ୪୦ କ୍ଵିଣ୍ଟାଲ ପର୍ଯ୍ୟନ୍ତ ଅମଳ ହୋଇଥାଏ । ପରବାଣିକ୍ରାନ୍ତି କିସମର ଏକର ପିଛା ୫୦ କ୍ରିଷ୍ଟାଲ୍ ପର୍ଯ୍ୟନ୍ତ ମଧ୍ୟ ଅମଳ ମିଳିପାରିବ । ମଞ୍ଜି ପାଇଁ ଭେଣ୍ଡି ଚାଷକଲେ ଏକ ଏକର ରୁ ପ୍ରାୟ ୩-୪ କ୍ରିଷ୍ଟାଲ୍ ମଞ୍ଜି ମିଳିଥାଏ । ତେବେ ଫଳଗୁଡ଼ିକ ଭଲଭାବରେ ଶୁଖଗଲେ ତାହାକୁ ମଞ୍ଜି ପାଇଁ ଅମଳ କରିବା ଆବଶ୍ୟକ ।

ସାଧାରଣତଃ ଏକ ଏକର ଭେଣ୍ଡି ଚାଷ କରିବା ପାଇଁ ପ୍ରାୟ ୧୨୦୦୦ ଟଙ୍କା ଖର୍ଚ୍ଚ ହୋଇଥାଏ । ଯଦି ହାରାହାରି ୩୦ ବିଣ୍ଟାଲ ଭେଣ୍ଡି ମିଳେ ତେବେ ବିଣ୍ଟାଲ ପିଛା ୮୦୦ ଟଙ୍କାରେ ବିକିଲେ ୨୪୦୦୦ ଟଙ୍କା ମିଳିପାରିବ । ଚାଷ ଖର୍ଚ୍ଚ ବାଦ୍ ଗଲେ ଲାଭ ହେବ ୧୨୦୦୦ ଟଙ୍କା ।

ରୋଗ ଓ ପୋକ

ଭେଣ୍ଡିରେ ହଳଦିଗୁଣ୍ଡି ପୋକ ଲାଗି ପତ୍ରରୁ ରସ ଶୋଷି ନିଅନ୍ତି । ଅନେକ ସମୟରେ ଫଳବିନ୍ଧା ଓ ପତ୍ରପୋଡ଼ା ପୋକ ମଧ୍ୟ ଫସଲର କ୍ଷତି କରିଥାନ୍ତି । ଏହି ପୋକମାନଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଏକର ପିଛା ୪୦୦ ମିଲି ଲିଟର (୧ ଲିଟର – ୧୦୦୦ ମିଲି ଲିଟର ) ହିସାବରେ ମାଲାଥିଅନ ଔଷଧ ପକାଇବା ଉଚିତ୍ । ଏହା ଛଡ଼ା କାର୍ବାରିଲ ୦.୨% ବା ଡାଇକ୍ଲୋରୋଫସ୍ ୦.୦୫% ସ୍ତେ କରିବା ଦରକାର ।

ଭେଣ୍ଡି ଗଛରେ ପତ୍ର ହଳଦିଆ ପତ୍ର ହଳଦିଆ ପଡ଼ି ଯାଏ ଯାହାକୁ ସାହେ ବୀ ରୋଗ କହନ୍ତି । ପରବାଣିକ୍ରାନ୍ତି, ଉତ୍କଳ ଗୌରବ ଓ ଆ କା ଅନାମିକା କିସମରେ ଏହି ରୋଗ ପ୍ରାୟ ହୁଏ ନାହିଁ । ଏହି ରୋଗର ଭୂତାଣୁ ଧଳାମାଛି ଦ୍ଵାରା ପରି ବାହିତ ହୋଇ ଥାଏ । ଧଳା ମାଛି ଦମନ ପାଇଁ ଉପର ବଣ୍ଡିତ କୀଟନାଶକ ଔଷଧ ପ୍ରୟୋଗ କରିବା ଆବଶ୍ୟକ । ଔଷଧ ପକାଇ ବା ପୁର୍ବ ରୁ ସବୁ ଫଳ ତୋଳି ଦେବା ଉଚିତ୍ । ଔଷଧ ପକାଇବା ପରେ ୭ ଦିନ ପର୍ଯ୍ୟନ୍ତ ଫଳ ତୋଳିବା । ଉଚିତ୍ ନୁହେଁ ।

ମନେ ରଖନ୍ତୁ

  1. ଖରା ଓ ବର୍ଷା ଋତୁରେ ଭେଣ୍ଡି ଚାଷ କରାଯାଇପାରିବ ।
  2. ବର୍ଷାଦିନେ ଢିପ ବା ମଝାଳିଆ ଜମିରେ ଭେଣ୍ଡି ଚାଷ ହୋଇପାରିବ ।
  3. ଅଧିକ ଅମଳ ପାଇବା ପାଇଁ ଭଲ ବିହନ ବ୍ୟବହାର କରିବା ଉଚିତ୍ ।  ଉତ୍କଳଗୌରବ, ଆର୍କା ଅନାମିକା ପ୍ରଭୃତି ବିହନ ଲଗାନ୍ତୁ ।
  4. ବିଲକୁ ଭଲ ଭାବରେ ଚାଷ କରନ୍ତୁ ଓ ଚାଷ ବେଳେ ୮ ରୁ ୧୦ ଗାଡ଼ି ଖତ ଦିଅନ୍ତୁ ।
  5. ଅଧିକ ଅମଳ ପାଇବା ପାଇଁ ଯବକ୍ଷାର, ଫସ୍‌ଫରସ୍ ଓ ପଟାସ୍ ଜାତୀୟ ସାର  ବ୍ୟବହାର କରନ୍ତୁ ।
  6. ମାଟିର ବତର ଦେଖ୍ ଠିକ୍ ସମୟରେ ପାଣି ଦିଅନ୍ତୁ ।
  7. ରୋଗ ବା ପୋକ ଦେଖାଯିବା ମାତ୍ରକେ ତାହାର ପ୍ରତିକାର କରନ୍ତୁ ।

ଆଧାର -"ଓୟୁଏଟି"

Last Modified : 7/17/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate