অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଚୀନାବାଦାମ ଚାଷ

ତୈଳବୀଜ ଫସଲ

ଚିନାବାଦାମ ଆମ ରାଜ୍ୟର ଏକ ମୁଖ୍ୟ ତୈଳବୀଜ ଫସଲ   । ବର୍ଷାଦିନରେ ଜୁନମାସ ଶେଷରୁ ଜୁଲାଇ ମାସର ପ୍ରଥମ ସପ୍ତାହ ମଧ୍ୟରେ , ରବି , ଋତୁରେ ଅକ୍ଟୋବର – ନଭେମ୍ବର ମଧ୍ୟରେ ଏବଂ ଖରାଦିନିଆ ଫସଲ ଭାବରେ ଜାନୁଆରୀ ମାସ ଦ୍ଵିତୀୟ ସପ୍ତାହ ମଧ୍ୟରେ ସମୁଦାୟ ୨,୫୬,୦୦୦ ହେକ୍ଟର ଜମିରେ ଚୀନାବାଦାମ ଚାଷ କରାଯାଇଥାଏ   ।  ଖରିଫ ଋତୁରେ ହେକ୍ଟର ପ୍ରତି ହାରାହାରି ୧୫୨୧ କିଗ୍ରା ଏବଂ ରବି ଓ ଖରାଟିଆ ଚାଷରୁ ହେକ୍ଟର ପ୍ରତି ହାରାହାରି ୧୯୩୯ କିଗ୍ରା ଅମଳ ମିଳିଥାଏ   । ଯାହାକି ସର୍ବଭାରତୀୟ ସ୍ତରର ଅମଳଠାରୁ ବହୁତ କମ   । ତେଣୁ ଏଠାରେ ବୈଜ୍ଞାନିକ ପ୍ରଣାଳୀରେ କିପରି ଚୀନାବାଦାମ ଚାଷ କରି  ଅଧିକ ଅମଳ ପାଇ ପାଇବା ସେ ବିଷୟରେ ଆଲୋଚନା କରିବା   ।

ଲଗାଇବାର ସମୟ

ଚୀନାବାଦାମ ଏକକ ଫସଲ ଭାବରେ ବର୍ଷାଦିନରେ ଚାଷ କରିହେବ   । ରାଶି,ହରଡ, ଓ ଧାନ ସହିତ ମିଶ୍ରିତ ଫସଲ ଭାବେ ଚାଷ କରିହେବ   । ରବି ଋତୁରେ ମାଟିର ଆର୍ଦ୍ରତାକୁ ଉପଯୋଗ କରି ନଦୀ ପଠାଜମି ମାନଙ୍କରେ ଏବଂ ଖରାଦିନେ ଜଳସେଚିତ ଜମିରେ ଜାନୁଆରୀ ମାସରେ ସଫଳତାର ସହିତ ଚାଷ କରାଯାଇପାରିବ   ।

ଜମି ପ୍ରସ୍ତୁତି  : ନିଗିଡା, ବାଲିଆ , ଓ ବାଲିଆ ଦୋରସା ମାଟି ଏହି ଚାଷ ପାଇଁ ଉପଯୁକ୍ତ   ।  ଜମିକୁ  ୨/୩ ଓଡ ଭଲ ଭାବେ ଚାଷକରି ମାଟିକୁ ଗୁଣ୍ଡକରି ଜମି ପ୍ରସ୍ତୁତ କରାଯିବା ଦରକାର   । ଏହାଦ୍ଵାରା ଚୀନାବାଦାମର ଚେର ଏବଂ ଫୁଲ ଶୀଘ୍ର ମାତ୍ରେ ପ୍ରବେଶ  କରିପାରିଥାଏ   । ମାଟିର ଅମ୍ଳତା ଅଧିକ ଥିଲେ କାଗଜକାଳ ମଇଳା ହେକ୍ଟରକୁ  ୨୫୦ କିଗ୍ରା , ଉଇ ପ୍ରବଣ ଅଞ୍ଚଳମାନଙ୍କରେ କ୍ଳୋରପାଇରିଫସ ଗୁଣ୍ଡ ହେକ୍ଟରକୁ  ୨୫ କିଗ୍ରା ହିସାବରେ ଶେଷ ଓଡ ହଲ ସମୟରେ ମାଟିରେ ମିଶାଇ ଦିଆଯାଇଥାଏ   ।

ବିହନ କିସମ , ପରିମାଣ ଓ ବିଶୋଧନ :- ଏକେ ୧୨-୨୪ ଜୱାନ,ସ୍ମୃତି , ଆସି ଜି ଏସ -୪୪ ଆଦି କିସମ ଖରିଫ , ରବି ଏବଂ ଖରାଦିନେ ଚାଷ କରିହେବ   ।  ଏହି ସବୁ କିସମ ବର୍ଷାଦିନରେ  ୯୫-୧୦୦ ଦିନ ମଧ୍ୟରେ ଅମଳ ହୋଇଥିବାବେଳେ ଖରାଟିଆ ଫସଲ ଭାବେ  ୧୦୫-୧୧୫ ଦିନ ମଧ୍ୟରେ ଅମଳ ହୋଇଥାଏ   ।  ହେକ୍ଟରକୁ  ୧୨୫ କିଗ୍ରା ବିହନ ଦରକାର ହୋଇଥାଏ   । ବିହନକୁ ବିଶୋଧନ କରିବା ପାଇଁ  ୧ କିଗ୍ରା ମଞ୍ଜି ପ୍ରତି  ୧ ଗ୍ରାମ କାର୍ବୋଣ୍ଡିଜିମ ସହିତ ୧.୫  ଗ୍ରାମ ଥିରାମକୁ ମିଶାଇ ବିଶୋଧନ କରାଗଲେ ଟୀକାରୋଗ ହୋଇନଥାଏ   ।  ଚୀନାବାଦାମ ଚାଷ କରାଯାଉଥିବା  ଜମିରେ ରାଇଜୋବିୟମ ଜୀବାଣୁ କଲଚର ବ୍ୟବହାର କରାଯିବା ଆବଶ୍ୟକ   ।

ବୁଣା ପଦ୍ଧତି :- ଧାଡିକୁ ଧାଡି ୩୦ ସେମି ଓ ଗଛକୁ ଗଛ ୧୦ ସେମି ବ୍ୟବଧାନରେ  ୫ ସେମି ଗଭୀରତାରେ ବୁଣା କାମ କରାଯିବା ଆବଶ୍ୟକ   ।  ଲଙ୍ଗଳ ସିଆରରେ ବୁଣାକାର କରୁଥିଲେ ବର୍ଗମିଟର ପ୍ରତି ୩୩-୩୫ ଗୋଟି ଗଛ ରଖିବା ଦରକାର ଫଳରେ ଫସଲରୁ ଭଲ ଅମଳ ମିଳିଥାଏ   ।

ଖତ ଓ ସାରର ବ୍ୟବହାର   : ହେକ୍ଟର ପ୍ରତି ୧୦ ଗାଡି ସଢା ଗୋବର ଖତ ସହିତ  ୨୦;୪୦;୪୦ କିଗ୍ରା ଯବକ୍ଷାରଜାନ, ଫସଫରସ ଓ ପୋଟାସ ସାର ଆବଶ୍ୟକ ହୋଇଥାଏ   । ସବୁତକ ସାରକୁ ବୁଣା ପୂର୍ବରୁ ମାଟିରେ ମିଶାଇ ଦିଆଯାଏ   । ଯେପରିକି ସାର ମଞ୍ଜି ସଂସ୍ପର୍ଶରେ ଆସିବ ନାହିଁ  ।  ବୁଣାର  ୨୦-୨୫ ଦିନ ମଧ୍ୟରେ ହେକ୍ଟରକୁ ୨୫୦ କିଗ୍ରା ଜିପସମ ଗଛ ମୂଳରେ ଦେଲେ କ୍ୟାଲିସିୟମର ଆବଶ୍ୟକତା ପୂରଣ କରିଥାଏ   ।

ଚୀନାବାଦାମ ବାଲିଆ ଭାବେ କରାଯାଇପାରୁଥିବାରୁ ମାଟିରେ ବୋରନ ଅନୁସାରର ଅଭାବ ଦେଖାଯାଇଥାଏ   ।  ତେଣୁ ହେକ୍ଟର କୁ ୧୦ କିଗ୍ରା ବୋରାକ୍ସ,ସାର ବୁଣା ପୂର୍ବରୁ ପ୍ରୟୋଗ କରାଗଲେ ଚୀନାବାଦାମ ଫମ୍ଫା ହୋଇନଥାଏ ଓ ମଞ୍ଜିର ଓଜନ ବଢିଥାଏ   ।

ପରବର୍ତ୍ତୀ ଯତ୍ନ :- ବୁଣିବାର  ୩-୪ ସପ୍ତାହ ମଧ୍ୟରେ ଘାସବଛା ଓ କୋଡା ଖୋସା କରି ଜମିକୁ ଘାସ ମୁକ୍ତ କରାଯାଇପାରିଲେ ବର୍ଷାଦିନିଆ ଚିନାବାଦାମ ଫସଲ ଅଧିକ ଅମଳ ହୋଇଥାଏ  । ଖରାଟିଆ ଚୀନାବାଦାମକୁ ଏହି ସମୟ ମଧ୍ୟରେ ଘାସବଛା ଓ କୋଡା ଖୁସା କରାଯାଇ ଜଳସେଚନ କରାଯାଇଥାଏ   ।  ବୁଣାର  ୪ ସପ୍ତାହ ପରେ ଫୁଲ ଅବସ୍ଥା ଆସିଥାଏ   । ତେଣୁ  ୪ ସପ୍ତାହ   ଆଗରୁ ଏହି କାମ କରିବା ଜରୁରୀ   । ବୁଣାର  ୪ ସପ୍ତାହ ପରେ ଆଉ କୋଡାଖୁସା କରିବା ଉଚିତ ନୁହେଁ  । କାରଣ ଏହା ଦ୍ଵାରା ଫୁଲ ଓ ଓହଳର କ୍ଷତି ଘଟିଥାଏ ଏବଂ ଅମଳ କମିଠାଏ  । ହେକ୍ଟରପ୍ରତି  ୧ ଲିଟର ଅକ୍ପିଫ୍ଲୁରୋଫେନ କିମ୍ବା  ୩.୩ ଲିଟର ପେଣ୍ଡିମେଥାଲିନ କିମ୍ବା  ୧ ଲିଟର କ୍ଵାଜାଲୋପଫଇଥାଇଲି ଘାସମରାକୁ ବୁଣାର ଦିନେ କିମ୍ବା ଦୁଇଦିନ ପରେ ମାଟିରେ ବତର ଥିବା ଅବସ୍ଥାରେ ପ୍ରୟୋଗ କରି ଘାସ ନିୟନ୍ତ୍ରଣ କରାଯାଇପାରେ  ।

ଜଳସେଚନ

ଖରିଫ ରିତୁରେ ବିଭିନ୍ନ କିସମ ଜମିରେ ଚାଷ କରାଯାଉଥିବାରୁ ମାଟିରେ ଜଳୀୟ ଅଂଶରେ ତାରତମୟତା ଦେଖାଯାଇଥାଏ . ଖରିଫ  ଫସଲରେ ଅଧିକ ପାଣି ଜମି ରହିଲେ ଚେର ସଢା ଏବଂ ଝାଉଁଳା ରୋଗ ମଧ୍ୟ ହୋଇଥାଏ   ।    ତେଣୁ ଜଳୀୟ ଅଂଶର ପରିମାଣ ଠିକ ଭାବେ ରହିବା ଦରକାର   । ଫସଲ ଫୁଲ ଉଡାଇବା ଅବସ୍ଥା  (୪୫-୬୦) ଏବଂ ମନି ପରିପୃଷ୍ଠ ହେବା  (୬୦-୯୦) ଦିନ ସମୟରେ ମାଟିର ଆର୍ଦ୍ରତା କମ ରହିଗଲେ ଜଳସେଚନ ନିହାତି ଜରୁରୀ   । ରବି ଏବଂ ଖରାଟିଆ ଫସଲ ପାଇଁ ବୁଣାର ୨୫-୩୦ ଦିନରେ କୋଡାଖୁସା ସମୟରେ , ବୁଣାର  ୪୫-୬୦ ଦିନ ମଧ୍ୟରେ ଫୁଲଉଡାଇବା ଅବସ୍ଥାରେ  ଏବଂ ବୁଣାର  ୬୦-୯୦ ଦିନରେ ମଞ୍ଜି ପାକଳ ହେବ ସମୟରେ ଜଳସେଚନ କରାଗଲେ ଅଧିକ ଅମଳ ହୋଇଥାଏ   ।

ଫସଲ ସଂରକ୍ଷଣ

ଟୀକା,କାଣ୍ଡସଢା ଓ ଚେର ସଢା ରୋଗପାଇଁ ଏକର ପ୍ରତି  ୮୦୦ ଗ୍ରାମ ସାତ ସୁମା କିମ୍ବା ଅ ୩୦୦ ଗ୍ରାମ କାଗୁୟା ୨୦୦ ଲିଟର ପାଣି ସହିତ ପ୍ରୟୋଗ କରନ୍ତୁ   । ଜଉପୋକ , ଧଳାମାଛି ଓ ଲାଲ ସାଂବାଳୁଆର ନିୟନ୍ତ୍ରଣ ପାଇଁ ଆଇସୋଗାସୀ ୧୨୦ ମିଲି ସହିତ ତୋମଦାଚୀ ୩୫୦ ଗ୍ରାମ ପ୍ରତି ଏକରରେ  ୨୦୦ ଲିଟର ପାଣି ସହିତ ପ୍ରୟୋଗ କରନ୍ତୁ   । ଊଇ ପ୍ରବଣ ଅଞ୍ଚଳ ମାନଙ୍କରେ ହେକ୍ଟର ପ୍ରତି  ୨୫ କିଗ୍ରା କ୍ଳୋରଫାଇରିଫସ ଗୁଣ୍ଡ ଶେଷ ଓଡ ହଲ ସମୟରେ ପ୍ରୟୋଗ କରାଯିବା ଦରକାର   ।

ଅମଳ:- ଗଛର ପତ୍ର ଶୁଖିଆସିବା ସହ ଗଛ ହଳଦିଆ ଦେଖାଗଲେ ଏହା ଅମଳ ଯୋଗ୍ୟ ହୋଇଥାଏ   । ଏହି ସମୟ ରେ ମହି ଚୀନାବାଦାମ ଚୋପାର ଭିତରପଟେ କଳାସିରା ଦାଗ ଦେଖାଯାଏ   । ଭଲଭାବରେ  ୫/୬ ଖରାରେ ଶୁଖାଇ ରଖିବା ଦ୍ଵାରା ମଞ୍ଜିର ଜଳୀୟ ଅଂଶ ଶତକଡା  ୮-୯ ଭାଗ ପର୍ଯ୍ୟନ୍ତ କମିଆସିଥାଏ  । ଚିନାବାଦାମ ଅମଳ କରିବା ପାଇଁ ଅମଳ ଯନ୍ତ୍ର ବ୍ୟବହାର କରାଯିବା ଆବଶ୍ୟକ   ।

ସାଇତି ରଖିବା ପ୍ରଣାଳୀ

ବିଶେଷକରି ଖରାଟିଆ ଚୀନାବାଦାମ ଅମଳପରେ ବିହନ ବ୍ୟବହାର ପାଇଁ ଚୀନାବାଦାମକୁ  ୫-୬ ଦିନ ଛାଇରେ ଭଲଭାବେ ଶୁଖାଇ ରଖିବା ଦରକାର   ।  ଏହି ସମୟରେ ଚିନାବାଦାମକୁ ହାତରେ ହଲାଇଲେ  ଠଣ ଠଣ ଶବ୍ଦ ଶୁଭିଥାଏ  । ପଲିଥିନ ଲାଇନିଙ୍ଗ ଥିବା ଅଖା ମାନଙ୍କରେ  ୩୦ କିଗ୍ରା ବିହନ ରହୁଥିବା ବ୍ୟାଗ ପ୍ରତି ୩୦ ଗ୍ରାମ କି.ଗ୍ରା ବିହନ ରହୁଥିବା ବ୍ୟାଗ ପ୍ରତି  ୩୦ ଗ୍ରାମ କାଲସିୟମ କ୍ଳୋରାଇଡ ଦିଆଗଲେ ଆର୍ଦ୍ରତା ନିୟନ୍ତ୍ରଣରେ ରହେ   । ଗୋଟିଏ ଥାକରେ  ୧୦ ଟି ବ୍ୟାଗରୁ ଅଧିକା ନରଖିଲେ ଭଲ   ।

ଲାଭଜନକ ଚାଷ ପାଇଁ କେଉଁ ଫସଲରେ କେତେ ପରିମାଣରେ ସାର ଦିଆଯିବ ତାର ତାଲିକା ନିମ୍ନରେ ଦିଆଗଲା   ।

 

କ୍ର.ସଂଖ୍ୟା

ଫସଲ

ଆବଶ୍ୟକ ଉପାଦାନ ପରିମାଣ ଏନ ପି କେ

ସାରର ପରିମାଣ ପ୍ରତି ଏକର ପ୍ରତି କିଲୋଗ୍ରାମ ହିସାବରେ

ଇଫକୋ ଏନ.ପି. କେ ୧୦:୨୬:୨୬

ପଟାସ

ୟୁରିଆ

ଇଫକୋ

ଡି ଏପି ୧୮:୪୬

ପଟାସ

ୟୁରିଆ

ଇଫକୋ

୨୦:୨୦:୧୩

ପଟାସ

ୟୁରିଆ

ଅଧିକ ଅମଳକ୍ଷମ ଧାନ ସହଳ ଓ ମଧ୍ୟମ କିସମ ବିଳମ୍ବ କିସମ

୨୪:୧୨:୧୨

୩୨:୧୬:୧୬

୪୬

 

୬୨

_

 

--

 

୪୨

 

୫୬

୨୬

 

୩୫

୨୦

୨୭

୪୨

୫୬

୬୦

 

୮୦

୨୦

୨୭

୨୬

 

୩୫

 

୨.

ଦେଶୀ ଉନ୍ନତ ଧାନ ସହଳ କିସମ ବିଳମ୍ବରେ ହେବା ଧାନ

୧୬:୮:୮

 

 

୨୦:୧୦:୧୦

୩୦

 

 

୩୮

-

 

 

-

 

୨୮

 

 

୩୫

୧୭

 

 

୨୨

୧୩

 

 

୧୭

୨୮

 

 

୩୫

୪୦

 

 

୫୦

୧୩

 

 

୧୭

୧୭

 

 

୨୨

୩.

ଅଧିକ ଅମଳ କ୍ଷମ

୩୨:୨୦:୨୦

୭୭

-

୫୩

୪୪

୩୩

୫୨

୧୦୦

୩୩

୨୬

୪.

ମକା

୩୨:୧୬:୧୬

୬୨

-

୬୫

୩୫

୨୭

୫୭

୮୦

୨୭

୩୫

କପା

୪୮:୨୮:୨୪

୯୨

-

୬୫

୫୦

୪୦

୮୪

୧୨୦

୪୦

୫୨

ମଣ୍ଡିଆ

୧୬:୮:୮

୩୦

-

୨୮

୧୭

୧୩

୨୮

୪୦

୧୩

୧୭

ଝୋଟ

୨୪:୧୨:୧୨

୪୬

-

୪୨

୨୬

୨୦

୪୨

୬୦

୨୦

୨୬

ଆଖୁ

୮୦:୪୦:୪୦

୧୫୪

-

୧୪୦

୮୭

୬୭

୧୪୦

୨୦୦

୬୭

୮୭

ଆଳୁ

୪୮:୨୪:୪୮

୯୨

୪୦

୮୬

୫୨

୮୦

୮୪

୧୨୦

୮୦

୫୨

୧୦

ଚୀନାବାଦାମ

୮:୧୬:୧୬

୬୨

-

୩୫

୨୭

୮୦

୨୭

-

 

୧୧

ସୋରିଷ

୨୪:୧୨:୧୨

୪୬

-

 

୪୨

୨୬

୨୦

୪୨

୬୦

୨୦

୨୬

୧୨

ଫୁଲ କୋବି

୪୮:୨୪:୨୪

୯୨

-

 

୮୪

୫୨

୪୦

୮୪

୧୨୦

୪୦

୫୨

୧୩

ପିଆଜ

୪୮:୨୪:୨୪

୯୨

୨୭

୮୪

୫୨

୬୭

୮୪

୧୨୦

୬୭

୫୨

୧୪

ଲଙ୍କାମରୀଚ

୪୪:୨୮:୩୦

୧୦୮

୭୨

୬୧

୫୦

୭୨

୧୪୦

୫୦

୩୫

୧୫

ବିଲାତି ବାଇଗଣ

୪୮:୩୦:୪୦

୧୧୬

୧୭

୭୯

୬୫

୫୦

୭୨

୧୪୦

୫୦

୩୫

୧୬

ବନ୍ଧାକୋବି

୬୦:୨୦:୩୦

୭୭

୨୭

୧୧୩

୪୪

୫୦

୧୧୩

୧୦୦

୫୦

୮୭

୧୭

ବାଇଗଣ

୪୮:୨୦:୩୦

୭୭

-

୮୭

୪୪

୩୩

୮୭

୧୦୦

୩୩

୬୧

୧୮

ମୁଗ/ବିରି

୮:୧୬:୮

୬୨

-

୩୫

୧୩

-

-

-

 

ବିଶେଷ ଦ୍ରଷ୍ଟବ୍ୟ

ଜମିରେ ଶେଷ ଓଡ ଚାଷ କରିବା ସମୟରେ ଉପରୋକ୍ତ  ତାଲିକାର ସମସ୍ତ ଇଫକୋ ଏନ.ପି.କେ ୧୦:୨୬:୨୬  ଡି ଏ ପି ବା  ୨୦:୨୦:୦:୧୩ ଏବଂ ସମସ୍ତ ପଟାସ ସାର ପ୍ରୟୋଗ କରନ୍ତୁ  ।  ଯଦି ଫସଲଟି ଆଳୁ, ମକା, ଆଖୁ, ଗହମ ପରି ଧାଡିରେ ଲଗାଇବାକୁ ହୁଏ  , ତେବେ ସିଆର କାଟି ଗଛ ଲଗାଇବା ବା ମଞ୍ଜି ବୁଣିବା ସମୟରେ ସାର ଦିଅନ୍ତୁ   ।  ଆବଶ୍ୟକୀୟ ୟୁରିଆ ସାର ଦୁଇ ଥରରେ ପ୍ରଥମ ଥର  ୨/୩ ଭାଗ ଓ ଶେଷ ଥରକୁ ୧/୩ ଭାଗ ଦିଅନ୍ତୁ  । ପ୍ରଥମ ଜମି ଚାଷ ସମୟରେ ଏକର ପ୍ରତି  ୫ ଟନ ଖତ ନିଅନ୍ତୁ   ।

ଆଧାର- ଇଣ୍ଡିଆନ ଫାରମାର୍ସ ଫର୍ଟିଲାଇଜର କୋଅପରେଟିଭ ଲିଃ

Last Modified : 7/19/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate