অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମୂଳା ଚାଷ

ମୂଳା  ଚାଷଆମ ରାଜ୍ୟରେ ଶୀତ ଦିନେ ମୂଳା ଚାଷ କରାଯାଇଥାଏ । ଅନ୍ୟାନ୍ୟ ପରିବାମାନଙ୍କ ତୁଳନାରେ ଏହା ଅପେକ୍ଷାକୃତ ଶସ୍ତା ହେଉଥିବାରୁ ପ୍ରାୟ ସବୁ ପ୍ରକାର ଲୋକ ଏହାକୁ ବ୍ୟବହାର କରିଥାନ୍ତି ।

ଯଦିଓ ସାଲାଡ଼ ଇତ୍ୟାଦି କରିବା ପାଇଁ ମୂଳା ବ୍ୟବହାର ହୋଇଥାଏ, ତେବେ ଆମ ରାଜ୍ୟରେ ମୁଖ୍ୟତଃ ଏହାକୁ ଭଜା ବା ତରକାରୀଭାବେ ଖିଆ ଯାଇଥାଏ ।

ମୂଳା ଏକ ପୁଷ୍ଟିକର ପରିବା । ଏଥିରେ ଭିଟାମିନ ଏ, ବି, କାଲସିଅମ, ଫସଫରସ, ପଟାସ ଓ ବିଭିନ୍ନ ପ୍ରକାରର ଧାତବ ଲବଣ ଅଛି । ଡାକ୍ତରମାନଙ୍କ ମତରେ ମଳକଣ୍ଟକ, ଜଣ୍ଡିସ ବା କାମଳ, ଯକୃତ (ଲିଭର) ଜନିତ ରୋଗୀମାନଙ୍କ ପାଇଁ ମୂଳା ଏକ ଉପକାରୀ ପରିବା ।

ଲଗାଇବା ସମୟ

ଆମ ରାଜ୍ୟରେ ମୂଳା ପ୍ରଧାନତଃ ଶୀତଦିନେ ଚାଷ କରାଯାଏ । ଏପରିକି ସେପ୍ଟେମ୍ବର ମାସରୁ ମଧ୍ୟ ମୂଳା ଲଗାଯାଇ ପାରିବ । ଆଜି କାଲି କେତେକ ଜାଗାରେ ବର୍ଷାଦିନେ ମୂଳା ଚାଷ କରାଯାଉଅଛି । ତେବେ ଶୀତଦିନ ଫସଲରୁ ହିଁ ଚାଷୀ ଅଧୁକ । ଅମଳ ପାଇଥାନ୍ତି । ବିଶେଷ କରି ସେପ୍ଟେମ୍ବର – ଅକ୍ଟୋବର ମାସରେ ମୂଳା ଲଗାଇଲେ ତହିଁ ରୁ ଅଧିକ ଲାଭ ମିଳିଥାଏ ।

ମାଟି

ଦୋରସା, ହାଲୁକା ମାଟିରେ ମୂଳା ଭଲ ହୁଏ । ମୂଳା ଚାଷ କରାଯାଉଥିବା ବିଲରୁ ପାଣି ନିଗିଡ଼ି ଯିବାର ବ୍ୟବସ୍ଥା ଥିବା ଉଚିତ୍ । କାରଣ ଗଛ ମୂଳରେ ପାଣି ଜମି ରହି ଲେ ଫସଲ ନଷ୍ଟ ହୋଇ ଯିବାର ଆଶଙ୍କା ଥାଏ । ବିଆଳି ଧାନ ପରେ ସେହି ଜମିରେ ସହଜରେ ମୂଳା ଚାଷ କରାଯାଇପାରିବ ।

ବିହନ କିସମ

ଅନେକ ପ୍ରକାରର ମୂଳା କିସମ ଚାଷ କରାଯାଇଥାଏ । ତେବେ ଆମ ରାଜ୍ୟ । ପାଇଁ ନିମ୍ନରେ ଲେଖା ଯାଉଥିବା କେତୋଟି କିସମ ଉପଯୁକ୍ତ ଅଟେ ।

ପୁଷା ହିମାନୀ - ଏହା ୫୫ ରୁ ୬୦ ଦିନରେ ଅମଳ ହୁଏ । ଏହାର ଚୋପା ଧଳା ଏବଂ ରାଗ କମ୍ । ମୂଳା ଗୁଡ଼ିକ ଅମଳ ବେଳକୁ ପ୍ରାୟ ୧ ଫୁଟ ପର୍ଯ୍ୟନ୍ତ ଲମ୍ବା ହୋଇଥାଏ ।

ଜାପାନିଜ୍ ହ୍ଵାଇଟ୍ - ଏହା ପ୍ରାୟ ୫୫ ଦିନରେ ଅମଳ ହୁଏ ଓ ୧୦ ଇଞ୍ଚ ପର୍ଯ୍ୟନ୍ତ ଲମ୍ବା ହୋଇଥାଏ । ଏହାର ଚୋପା ଧଳା ଓ ରାଗ କମ୍ ।

ପୁଷା ଚେତକୀ - ଏହି କିସମ ୪୦ ରୁ ୪୫ ଦିନ ଭିତରେ ଅମଳ ପାଇଁ ଉପଯୁକ୍ତ ହୋଇଥାଏ । ଏହି କିସମ ଉତ୍ତାପ ସହି ପାରୁଥିବାରୁ ମାର୍ଚ୍ଚଠାରୁ ଅଗଷ୍ଟ ମାସ ଭିତରେ ମଧ୍ୟ ଲଗାଯାଇ ପାରେ ।

ପୁଷା ରେଶମୀ - ଏହି କିସମ ୫୫ ରୁ ୬୦ ଦିନରେ ଅମଳ ହୁଏ । ମୂଳା ଗୁଡ଼ିକ । ପ୍ରାୟ ୧ ଫୁଟ ପର୍ଯ୍ୟନ୍ତ ଲମ୍ବା ହୋଇଥାଏ । ଏହି କିସମ ସେପ୍ଟେମ୍ବର ମାସରୁ ମଧ୍ୟ ଲଗାଯାଇପାରେ ।

ବିହନ ପରିମାଣ

ଏକ ଏକର ଜମିରେ ମୂଳା ଲଗାଇବା ପାଇଁ ପ୍ରାୟ ୪ କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ । ଏହି ହିସାବରେ ପ୍ରତି ଡେସିମିଲି ପାଇଁ ପ୍ରାୟ ୪୦ ଗ୍ରାମ୍ ବିହନ ଦରକାର । ବିହନ ଲଗାଇବା ପୂର୍ବରୁ ଅନ୍ୟ ଫସଲ ପରି ବିଶୋଧନ କରି ଲଗାଇବା ଉଚିତ୍ ।

ଚାଷ ପ୍ରଣାଳୀ

ଯଦିଓ ଆମ ରାଜ୍ୟରେ ଏହା ମୁଖ୍ୟତଃ ଶୀତଦିନେ ଚାଷ କରାଯାଏ, ତଥାପି କମ୍ ଖରା ହେଉଥିବା ଅଞ୍ଚଳରେ ଜୁନ୍, ଜୁଲାଇ ମାସରେ ମଧ୍ୟ ଚାଷ କରାଯାଇ ପାରିବ । ମୁଳା ପାଇଁ ବିଲକୁ ଭଲ ଭାବରେ ଚାଷ କରି ମାଟିକୁ ଗୁଣ୍ଡ କରି ଦେବା ଉଚିତ୍ । ଲୁହ ଲଙ୍ଗଲରେ ଥରେ ଦୁଇଥର ଚାଷ କଲେ ବେଶ୍ ଗଭୀର ଚାଷ ହୋଇଥାଏ । ଚାଷ କରୁଥିବା ବେଳେ ବିଲରେ ଏକର ପିଛା ୧୫ ଗାଡ଼ି ଭଲ ଖତ ଦେଇ ମାଟିରେ ମିଶାଇ ଦେବା ଉଚିତ୍ । ଚାଷ ପରେ ମଇ ଦେଇ ବିଲକୁ ସମତଳ କରିସାରିବା ପରେ ପ୍ରତି ଏକଫୁଟ ବ୍ୟବଧାନରେ ସିଆର ଟାଣନ୍ତୁ । ସିଆରରେ ଏକର ପିଛା ୧୦ କି.ଗ୍ରା. ଯବକ୍ଷାରଜାନ, ୨୦ କି.ଗ୍ରା. ଫସ୍‌ଫରସ୍ ଓ ୩୦ କି.ଗ୍ରା. ପଟାସ୍ ପ୍ରୟୋଗ କରି ଅଳ୍ପ ମାଟି ଘୋଡ଼ାଇ ଦିଅନ୍ତୁ । ବର୍ତ୍ତମାନ ସିଆରରେ ମଞ୍ଜି ବୁଣି ମାଟି ଘୋଡ଼ାଇ ଦିଅନ୍ତୁ । ଗଛ ଉଠିବା ପରେ ପ୍ରତି ୪-୫ ଇଞ୍ଚ ବ୍ୟବଧାନରେ ଗୋଟିଏ ଲେଖାଏଁ ଗଛ ରଖୁ ଅନ୍ୟ ଗଛ ସବୁ ଉପାଡ଼ି ଦିଅନ୍ତୁ । ମନେରଖନ୍ତୁ, ଜମିରେ ପାଗ ଥିଲାବେଳେ ହିଁ ମଞ୍ଜି ଲଗାଇବା ଉଚିତ୍ । ଲଗାଇଲା ସମୟରେ ଯଦି ମାଟି ଶୁଖ ଯାଇଥାଏ, ତେବେ ବିଲରେ ପାଣି ସିଞ୍ଚ ଠିକ୍ ପାଗ ଥିବା ସମୟରେ ମଞ୍ଜି ବୁଣନ୍ତୁ ।

ଗଛ ଉଠି ସାରିବା ପରେ ଘାସ ଇତ୍ୟାଦି ବାଛି ଦିଅନ୍ତୁ ଓ ଗଛ ୨୫ ରୁ ୩୦ ଦିନ ର ହୋଇଗଲା ପରେ ଏକର ପିଛା ୧୦ କି.ଗ୍ରା. ଯବକ୍ଷାର ସାର ପ୍ରୟୋଗ କରି ହୁଡ଼ା ଟେକି ଦିଅନ୍ତୁ । ଏହାଦ୍ଵାରା ଗଛ ଭଲ ବଢ଼େ ଓ ମୂଳ ହୃଷ୍ଟପୁଷ୍ଟ ହୋଇଥାଏ । ବିଲରେ ପାଗ ଦେଖି ପାଣି ଦିଅନ୍ତୁ । ଏକାବେଳକେ ଅଧିକ ପାଣି ଦେବା ଉଚିତ ନୁହେଁ ।

ମୂଳା ୬୦ ଦିନ ହୋଇଗଲା ପରେ ଓପାଡନ୍ତୁ । ଓପାଡ଼ିବା ପୂର୍ବରୁ ବିଲକୁ ହାଲକା ପାଣି ଦିଅନ୍ତୁ ଓ ସାବଧାନତା ସହିତ ଓପାଡ଼ି ସେଗୁଡ଼ିକୁ ଧୋଇ ବଜାରକୁ ପଠାନ୍ତୁ । ବିକ୍ରି କରିବାର ଅଳ୍ପ ସମୟ ପୂର୍ବରୁ ପ୍ରଳ ଓପାଡ଼ିବା ଉଚିତ୍ । ନଚେତ ତାହା ଶୁଖୁଯିବାର ସମ୍ଭାବନା ଥାଏ । ସାଧାରଣତଃ ଏକ ଏକରରୁ ପ୍ରାୟ ୫୦ ରୁ ୬୦ କ୍ଵିଣ୍ଟାଲ ପର୍ଯ୍ୟନ୍ତ ମୁଳା ମିଳି ପାରିବ ।

ରୋଗ ଓ ପୋକ

ମୁଳା ଫସଲରେ ଉକୁଣୀ, ସ-ଫ୍ଲାଇ ବା କରତ ମାଛି ଓ ଫି-ବିଟଲ ପୋକ ଲାଗିଥାନ୍ତି । ମେଘୁଆ ପାଗ ହେଲେ ଆଫିଡ଼ ଲାଗିବାର ସମ୍ଭାବନା ବେଶିଥାଏ ଓ ପୋକ ଲାଗିଲେ ପତ୍ର କୁଞ୍ଚୁକୁଞ୍ଚୁଆ ହୋଇ ହଳଦିଆ ପଡ଼ିଯାଏ । ଏଥିରୁ ରକ୍ଷା ପାଇବା ପାଇଁ ଏକ ଲିଟର ପାଣିରେ ୨ ମିଲିଲିଟର ହିସାବରେ ମେଟାସିଟକସ କିମ୍ବା ରୋଗର ମିଶାଇ ସ୍ପ୍ରେ କରିବା ଉଚିତ୍ । କରତ ମାଛି ମୂଳା ପତ୍ର କଣା କରି ପକାଏ । ଏହାକୁ ଦମନ କରିବା ପାଇଁ ଏକର ପିଛା ୪୦୦ ମିଲିଲିଟର ମାଲାଥିଅନ (୩୫ ଭାଗ ତରଳ ବିଷ) ୨୦୦ ଲିଟର ପାଣିରେ ଗୋଳାଇ ବ୍ୟବହାର କରିବା ଉଚିତ୍ ।

ମୂଳା ଫସଲରେ ଧଳା କଳଙ୍କି ନାମକ ରୋଗ ଦେଖା ଦେଇଥାଏ । ଏହି ରୋଗ ହେ ଲେ ପତ୍ରର ତଳପଟେ ଧଳା ଧଳା ଦାଗ ହୁଏ ଓ ପରେ ତାହା କାଣ୍ଡକ ବ୍ୟାପିଯାଏ । ଏହି ରୋଗରୁ ରକ୍ଷା ପାଇବା ପାଇଁ ଡିଥେନ୍ ଜେଡ଼ି - ୭୮ କିମ୍ବା ଡିଥେନ୍ ଏମ୍ - ୪୫ ଔଷଧ ବ୍ୟବହାର କରିବା ଉଚିତ୍ । ପ୍ରତି ଲିଟର ପାଣିରେ ୨ ରୁ ୩ ଗ୍ରାମ୍ ହିସାବରେ ଔଷଧ ମିଶାଇ ସ୍ପ୍ରେ କରିବା ଉଚିତ୍ ।

ମନେରଖନ୍ତୁ

  • ବିଲକୁ ଭଲ ଭାବରେ ଚାଷ କରନ୍ତୁ ।
  • ପନିପରିବା ପାଇଁ ଯଥେଷ୍ଟ ପରିମାଣରେ ଖତ ଦିଅନ୍ତୁ ।
  • ଉନ୍ନତ କିସମର ବିହନ ଲଗାନ୍ତୁ ।
  • ଆବଶ୍ୟକ ପରିମାଣରେ ସାର ଠିକ୍ ସମୟରେ ଦିଅନ୍ତୁ ।
  • ଉପଯୁକ୍ତ ସମୟରେ କୋଡ଼ାଖୁସା କରନ୍ତୁ ।
  • ରୋଗ ଓ ପୋକ ଦାଉରୁ ରକ୍ଷା ପାଇବା ପାଇଁ ସମୟ ଅନୁସାରେ ପ୍ରତିକାର
  • ବ୍ୟବସ୍ଥା ଗ୍ରହଣ କରନ୍ତୁ ।
  • ଠିକ୍ ସମୟରେ ଅମଳ କରି ବିକ୍ରି କରନ୍ତୁ ।

ଆଧାର - "ଓୟୁଏଟି"

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate