অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରୋଜଗାର ଦେବ ମଲ୍ଲୀ

କୁହାଯାଏ ନଗର ଯାକରେ ଦିଲ୍ଲୀ କୁସୁମ ଯାକରେ ମଲ୍ଲୀ । ମନ ମୁଗଧକର ସୁବାସ ତଥା କୋମଳ ଶୁଭ୍ର ରଙ୍ଗ ଯୋଗୁ ଜନମନ ହରଣ କରିଥାଏ ମଲ୍ଲୀ ଫୁଲ । ତେବେ କେବଳ ସଉକରେ ସଜାଇବା ପାଇଁ ନୁହେଁ ମଲ୍ଲୀ ଫୁଲ ଚାଷ କରି ଏଥିରୁ ବେଶ ଲାଭବାନ୍ ହେବାର ସମୟ ଆସିଛି ।

ମଲ୍ଲୀର ପ୍ରଜାତି

ରାଜ୍ୟରେ ମୁଖ୍ୟତଃ ୪ ପ୍ରକାରର ମଲ୍ଲୀ ଦେଖାଯାଏ । ସର୍ବାଧିକ ଗଛ ପ୍ରାକୃତିକ ଭାବରେ ବଣ ଜଙ୍ଗଲରେ ଦେଖାଯାଏ । ଏହା ବଣ ମଲ୍ଲା ଗୋଟିଏ ଧାଡ଼ି ପାଖୁଡ଼ା । ଆମେ ଯେଉଁ ମଲ୍ଲୀ ବାଡି ବଗିଚାରେ ଲଗାଉ ତାହା ଛୋଟ ଓ ବୁଦାଳିଆ ଗଛ । ମଲ୍ଲୀର ପ୍ରଜାତି ମଧ୍ୟରେ କସ୍ତୁରୀ ମଲ୍ଲୀ, ମଦନ ବାଣ,ରାମ ବାଣ, ଡ.ବଲ, ମୋହରା, ଖୋୟା,ଇରୁଭାତୀ ଆଦି ପ୍ରଧାନ ।

ବଂଶବିସ୍ତାର

ବ୍ୟବସାୟିକ ଚାଷରେ ମଧ୍ୟମ ଟାଣ ଡ଼ାଳକୁ କାଟି ଖଣ୍ଡ ଖଣ୍ଡ କରି ଲଗାଯାଏ । ଜୁନ୍ ମାସରେ ୧୫ ରୁ ୨୦ ସେମି ଲମ୍ବା ଡ଼ାଳକୁ କାଟି ବାଲିରେ ପୋତିଦେଲେ ଶୀଘ୍ର ଚେର ବାହାରିଥାଏ । ବଜାରରେ ମିଳୁଥିବା ଚେର ବଢାଇବା ପାଉଡ଼ରରେ ସାମାନ୍ୟ ଚୁଡ଼ାଇ ପୋତିଲେ ଚେର ଶୀଘ୍ର ହୁଏ । ଉର୍ବର ବାଲିଆ ମାଟିରେ ମଲ୍ଲୀ ଚାଷ ଭଲ ହୁଏ ।

ଏଥିପାଇଁ ଏକମାସ ଆଗରୁ ଜମିକୁ ଗୁଣ୍ଡ ଚାଷକରି ଅନାବନା ଗଛ ସଫା କରିଦିଆଯାଏ । ଧାଡ଼ିକୁ ଧାଡ଼ି ଗଛକୁ ଗଛ ୧.୨ ମିଟର ରଖାଯାଏ ଓ ପ୍ରତ୍ୟେକ ବୁଦାପାଇଁ ୬୦ ସେମି ଲମ୍ବା ୬୦ ସେମି ପ୍ରସ୍ତ ଓ ୬୦ ସେମି ଗଭୀରର ଗାତ ଖୋଳାଯାଏ ।

ପ୍ରତ୍ୟେକ ଗାତରେ ୧ଝୁଡ଼ି ସଢା ଗୋବର ଖତ ଗୋଟିଏ କେଜି ଲିମ୍ବ କିମ୍ବା କରଳ ପିଡ଼ିଆ ଦେଇଁ ଉପର ମାଟି ପୁରଣ କରାଯାଏ । ମାଟି ମଟାଳ ଥିଲେ କିଛି ବାଲି ମିଶାଇବା ଭଲ । ଗୋଟିଏ ଏକରକୁ ୨୫୦୦ ଗଛ ଲଗାଇଲେ ୧୦ ରୁ ୧୫ ବର୍ଷ ଯାଏ ସେଇ ସ୍ଥାନରେ ରହିଥାଏ । ପ୍ରତିବର୍ଷ ଏଥିରେ ଖତ ସାର ପ୍ରୟୋଗ କଲେ ଗଛ, ସୁସ୍ଥ ସବଳ ରହି ଭଲ ଅମଳ ଦିଏ ।

ଯତ୍ନ

ମଲ୍ଲୀ ଗଛର ଡ଼ାଳ ନଭେମ୍ବର ଡ଼ିସେମ୍ବର ମାସରେ ମାଟି ଉପରକୁ ୪ ରୁ ୫ ସେମି ରଖୁ କାଟି ଦିଆଯାଏ । ଏଥିରେ ବୁଦା ପ୍ରତି ୧ଝୁଡ଼ି ଖତ ୧୦୦ ଗ୍ରାମ୍ ୟୁରିଆ ୭୫୦ ଗ୍ରାମ୍ ସିଙ୍ଗଲ ସୁପର ଫସଫେଟ ୨୦o ଗ୍ରାମ୍ ମ୍ୟୁରେଟ୍ ଅଫ୍ ପଟାସ ଦିଆଯାଇଥାଏ। ଖରାଦିନେ ୧୦ ରୁ ୧୫ ଦିନ ଅନ୍ତରରେ ଜଳସେଚନ କରାଯାଏ । ଜଳସେଚନ ନିୟନ୍ତ୍ରଣ ଫୁଲ ଉତ୍ପାଦନ ବଢାଏ।

ଅମଳ

ପ୍ରଥମ ବର୍ଷ ସବୁ ଖର୍ଜା ଯାଇଁ ଏକର ପ୍ରତି ୪o ହଜାର ଟଙ୍କା ଲାଭ ହେଲା ବେଳକୁ ଏହା ବଢି ତୃତୀୟ ବର୍ଷଠାରୁ ୧ ଲକ୍ଷ ଟଙ୍କାରୁ ଅଧିକ ଲାଭ ମିଳେ।

ଆଧାର – କୃଷି ଡାଏରୀ

Last Modified : 2/10/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate