অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରଜନୀଗନ୍ଧା ଚାଷ

ବ୍ୟବସାୟିକ ଭିତ୍ତିକ ଚାଷ

ରଜନୀଗନ୍ଧାର ବାସ ଆମକୁ ମୁଗ୍ଧ କରିଥାଏ । ବାହାଘର ବା ଅନ୍ୟାନ୍ୟ ଉତ୍ସବ ଅନୁଷ୍ଠାନରେ ସାଜସଜ୍ଜା ପାଇଁ ବହୁଳ ପରିମାଣରେ ଏହି ଫୁଲ ବ୍ୟବହାର ହୋଇଥାଏ ।

ଗଞ୍ଜାମ ଜିଲ୍ଲାର ଖଲିକୋଟ, ରଙ୍ଗେଇଲୁଣ୍ଡା, ଚିକିଟି, ଛତ୍ରପୁର। ହିଞ୍ଜିଳି, ପାତ୍ରପୁର, ଦିଗପହଣ୍ଡି ଅଞ୍ଚଳରେ ଚାଷୀମାନେ ଏହାକୁ ବ୍ୟବସାୟିକ ଭିତ୍ତିରେ ଚାଷ କରି ଲାଭବାନ୍ ହୋଇପାରୁଛନ୍ତି ।

ବିଭିନ୍ନ ପ୍ରକାର ରଜନୀଗନ୍ଧା

  • ସିଙ୍ଗଲ ରଜନୀଗନ୍ଧା
  • ଏହାର ପାଖୁଡା ଗୋଟିଏ ଧାଡି, ବହୁତ ଅଧିକ ସୁଗନ୍ଧ ବାହାରୁଥିବାରୁ ଏହାକୁ ତେଲ, ଅତର, ଘର ସଜା ପାଇଁ ବ୍ୟବହାର କରାଯାଇଥାଏ  । ଏହାର  ବିଭିନ୍ନ କିସମଗୁଡିକ  ମଧ୍ୟରେ ମେକସିକୋ ସିଙ୍ଗଲ, କୋଏମ୍ବାଟୁର ସିଙ୍ଗଲ, ବାଙ୍ଗାଲୋର ସିଙ୍ଗଲ, କଲିକତି ସିଙ୍ଗଲ ଅନ୍ୟତମ ।

  • ଡବଲ ରଜନୀଗନ୍ଧା
  • ଏହାର ପୁଷ୍ପଧାର ମୋଟା ଓ ଅଧିକ ଲମ୍ବା ଫଳଧାନୀ ତୋଡା ସଜାଇବା ପାଇଁ ବ୍ୟବହାର କରାଯାଏ । ଏହାର ଉନ୍ନତକିସମଗୁଡିକ ମଧ୍ୟରେ  କଲିକତା ଡମଲ, ଭୈରବ, ମୁକ୍ତା, ସୁଭାସିନି ଅନ୍ୟତମ ।

  • ସେମିଡବଲ ରଜନୀଗନ୍ଧା
  • ଏହାର ପୁଷ୍ପଧାରା ମଧ୍ୟମ ମୋଟା, ସୁନ୍ଦର ଫୁଲ, ସୁଗନ୍ଧରେ ସିଙ୍ଗଲ ଠାରୁ ଉଣା । କେତେକ ଫୁଲର ଧାର ସୁନା ରଙ୍ଗର । ଏହାର ଉନ୍ନତ କିସମଗୁଡିକ ମଧ୍ୟରେ ରହିଛି ସ୍ଵର୍ଣ୍ଣରେଖା ଓ ରଜତରେଖା ।

ଜଳବାୟୁ

୧୦ ଡିଗ୍ରୀରୁ ୪୦ ଡିଗ୍ରୀ ମଧ୍ୟରେ ଚାଷ କରି ହୁଏ । ୩୫ ଡିଗ୍ରୀରୁ ଅଧିକ ହେଲେ ଫୁଲର ମାନ କମିଯାଏ । ରଜନୀଗନ୍ଧା କନ୍ଦାରୁ ବଂଶବିସ୍ତାର ସହଜରେ କରି ହୁଏ । ମଞ୍ଜିରୁ ମଧ୍ୟ ବଂଶବିସ୍ତାର ସମ୍ଭବ ମାତ୍ର ସବୁ କିସମର ମଞ୍ଜି ହୁଏ ନାହିଁ । ଏହାର ଅଙ୍କୁରୋଦଗମ ମଧ୍ୟ କଷ୍ଟସାଧ୍ୟ ହୋଇଥିବାରୁ କନ୍ଦାକୁ ବ୍ୟବସାୟିକ ଚାଷ ପାଇଁ ବ୍ୟବହାର କରାଯାଏ । ଲଗାଇବା ପାଇଁ ନେଉଥିବା କନ୍ଦାକୁ ବ୍ୟବସାୟିକ ଚାଷ ପାଇଁ ବ୍ୟବହାର କରାଯାଏ ।  ଲଗାଇବା ପାଇଁ ନେଉଥିବା କନ୍ଦାର ଓସାର ୧.୫ ସେମିରୁ ଅଧିକ ରହିବା ଦରକାର । କନ୍ଦାକୁ ଖୋଳିବା ପରେ ପରିଷ୍କାର କରି ଧୁଆଯାଏ ଓ ବାଭିଷ୍ଟିନ୍ କ୍ଲୋରୋପାଇରିଫସ୍ ଦ୍ରବଣରେ ବୁଡାଇ ବିଶୋଧନ କରି ଛାଇରେ ଶୁଖାଇ ଦିଆଯାଏ । ଏହି ଅବସ୍ଥାରେ ଏହାକୁ ୧ ମାସରୁ ଊର୍ଦ୍ଧ୍ଵ ସମୟ ରଖାଯାଇପାରେ ।

ରଜନୀଗନ୍ଧା ରୋପଣ

ପାଣିର ସୁବିଧା ଥିଲେ ଏପ୍ରିଲ ମାସରୁ ଲଗାଇବା ଭଲ ନଚେତ୍ ଜୁନ୍ ମାସରେ ଲାଗିଇବା ଉଚିତ୍ । ଧାଡିକୁ ଧାଡି ୪୫ ସେମି କନ୍ଦକୁ କନ୍ଦ ୩୦ସେମି ବ୍ୟବଧାନରେ ସର୍ବାଧିକ ୫ସେମି ଗଭୀରତାରେ ଏହା ରୋପଣ  ହୁଏ । ଏକର ପ୍ରତି ୧୦ ଟିନ୍ କପୋଷ୍ଟ ଖତ ୮୦ କେଜି ସୁପରଫସଫେଟ୍ ୬୦ କେଜି ପୋଟାସ୍ ସାର ଜମି ପ୍ରସ୍ତୁତ ସମୟରେ ଦେବାକୁ ପଡେ । ଲଗାଇବାର ପ୍ରଥମ ଘାସ ବଛା କୋଡା ଖୁସା ୩୦ଦିନ ପରେ ଏକର ପ୍ରତି ୮ କେଜି ୟୁରିଆ ୧୨ କେଜି ପଟାସ୍ ସାର ୬୦ଦିନରେ ପୁଣି ୮ କେଜି ୟୁରିଆ ଦେବା ଉଚିତ୍ । ଏକର ପ୍ରତି ୩୦ କ୍ଵିଣ୍ଟାଲ୍ ଫୁଲ ପ୍ରଥମ ବର୍ଷ ମିଳେ ।

ଆଧାର – ଦୈନିକ ପ୍ରମେୟ

Last Modified : 12/20/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate