অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରଜନୀଗନ୍ଧା ଚାଷ

ରଜନୀଗନ୍ଧା ବାସ ଅନେକ ସମୟରେ ଆମକୁ ମୁଗ୍ଧ କରିଥାଏ । ବାହାଘର ବା ଅନ୍ୟାନ୍ୟ ଉତ୍ସବ ଅନୁଷ୍ଠାନରେ ସାଜସଜା ପାଇଁ ବହୁଳ ପରିମାଣରେ ଏହି ଫୁଲ ବ୍ୟବହାର ହୋଇଥାଏ । ତେବେ ଚାହିଦା ଅନୁସାରେ ଆମ ରାଜ୍ୟରେ ଏହି ଫୁଲ ଉତ୍ପାଦନ ହୋଇପାରୁନାହିଁ । ଏଥିପାଇଁ ଆମେ ପଡୋଶୀ ରାଜ୍ୟମାନଙ୍କ ଉପରେ ନିର୍ଭର କରୁଛୁ । ତେବେ କେଉଁ କେଉଁ ସ୍ନାନରେ ଏହା ଚାଷ ହୋଇପାରିବ ଏବଂ କଣ ପଦ୍ଧତି ରହିଛି ସେ ବିଷୟରେ ଜାଣିବା ଆସନ୍ତୁ।

ଓଡିଶାର ଖଲିକୋଟ, ରଙ୍ଗେଇଲୁଣ୍ଡା, ଚିକିଟି, ଛତ୍ରପୁର, ହିଞ୍ଜିଳି, ପାତ୍ରପୁର, ଦିଗପହଣ୍ଡି ଅଞ୍ଚଳରେ ଚାକ୍ଷୀମାନେ ଏହାକୁ ବ୍ୟବସାୟିକ ଭିଭିରେ ରଜନିଗନ୍ଧା ଚାଷ କରି ଲାଭବାନ୍ ହୋଇପାରୁଛନ୍ତି ।

ସିଙ୍ଗଲ ରଜନୀଗନ୍ଧା

ଏହାର ପାଖୁଡା ଗୋଟିଏ ଧାଡି, ବହୁତ ଅଧିକ ସୁଗନ୍ଧ ବାହାରୁଥିବାରୁ ଏହାକୁ ତେଲ, ଅତର, ଘର ସଜା ପାଇଁ ବ୍ୟବହାର କରାଯାଇଥାଏ । ଏହାର ବିଭିନ୍ନ କିମସଗୁଡିକ ମଧ୍ୟରେ ମୋକସିକୋ ସିଙ୍ଗଲ, କୋଏମ୍ବାଟୁର ସିଙ୍ଗଲ,ବାଙ୍ଗାଲୋର ସିଙ୍ଗଲ, ମେଜସିକୋ ସିଙ୍ଗଲ, କଲିକତି ସିଙ୍ଗଲ ଅନ୍ୟତମ ।

ଡବଲ ରଜନୀଗନ୍ଧା

ଏହାର ପୁଷ୍ପଧାର ମୋଟା ଓ ଅଧିକ ଲମ୍ବା ଫଳଧାନୀ ତୋଡା ସଜାଇବା ପାଇଁ ବ୍ୟବହାର କରାଯାଏ । ଏହାର ଉନ୍ନତ କିସମଗୁଡିକ ମଧ୍ୟରେ କଲିକତା ଡମଲ, ଭୈରବ, ମୁକ୍ତା, ସୁଭାସିନି ଅନ୍ୟତମ ।

ସେମିଡବଲ ରଜନୀଗନ୍ଧା

ଏହାର ପୁଷ୍ପଧାରା ମଧ୍ୟମ ମୋଟା, ସୁନ୍ଦର ଫୁଲ, ସୁଗନ୍ଧରେ ସିଙ୍ଗଲ ଠାରୁ ଉଣା । କେତେକ ଫୁଲର ଧାର ସୁନା ରଙ୍ଗର । ଏହାର ଉନ୍ନତ କିମସଗୁଡିକ ମଧ୍ୟରେ ସୂର୍ଣ୍ଣରେଖା, ରଜତ ରେଖା ।

ଜଳବାୟୁ

୧୦ ଡିଗ୍ରୀରୁ ରୁ ୪୦ ଡିଗ୍ରୀ ମଧ୍ୟରେ ଚାଷ କରି ହୁଏ । ୩୫ ଡିଗ୍ରୀରୁ ଅଧିକ ହେଲେ ଫୁଲର ମାନ କମିଯାଏ । ଖରାଦିନେ ଅଧିକ ଫୁଲ ଅମଳ ହେଉଥିବା ବେଳେ ଶୀତ ଦିନେ ଏହାର ଅମଳ କମିଥାଏ ।

ବଂଶବିସ୍ତାର

ରଜନୀଗନ୍ଧା କନ୍ଦାରୁ ବଂଶବିସ୍ତାର ସହଜରେ କରି ହୁଏ । ମଞ୍ଜିରୁ ମଧ୍ୟ ବଂଶବିସ୍ତାର ମମ୍ଭବ ମାତ୍ର ସବୁ କିସମର ମଞ୍ଜି ହୁଏ ନାହିଁ ।

ଏହାର ଅଙ୍କୁରୋଦଗମ ମଧ୍ୟ କଷ୍ଟସାଧ ହୋଇଥିବାରୁ କନ୍ଦାକୁ ବ୍ୟବସାୟିକ ଚାଷ ପାଇଁ  ବ୍ୟବହାର କରାଯାଏ ।

ଲଗାଇବା ପାଇଁ  ନେଉଥିବା କନ୍ଦାର ଓସାର ୧.୫ ସେମିରୁ ଅଧିକ ରହିବା ଦରକାର । କନ୍ଦାକୁ  ଖୋଳିବା ପରେ ପରିଷ୍କାର କରି ଧୁଆଯାଏ ଓ ବାଗିଷ୍ଟିନ୍ ଓ  କ୍ଲୋରୋପାଇରିଫମ୍ର ଦ୍ରବଣରେ ଚୁଡାଇ ବିଶୋଧନ କରି ଛାଇରେ ଶୁଖାଇ ଦିଆଯାଏ । ଏହି ଅବସ୍ଥାରେ ଏହାକୁ ୧ ମାସରୁ ଉଦ୍ଧି ସମୟ ରଖାଯାଇପାରେ  ।

ଲଗାଇବା ସମୟ

ପାଣିର ସୁବିଧା ଥିଲେ  ମାର୍ଚ୍ଚରୁ ଏପ୍ରିଲ ମାସରୁ ଲଗାଇବା ଭଲ। ନଚେତ ଜୁନ ମାସରେ ଲଗାଇବା ଉଚିତ। ଧାଡିକୁ ଧାଡି ୪୫ ସେମି କନ୍ଦକୁ କନ୍ଦ ୩୦ ସେମି ବ୍ୟବଧାନରେ ସର୍ବାଧିକ ୫ ସେମି ଗଭୀରତାରେ ଏହା ରୋପଣ ହୁଏ ।

ଗଛର ଯତ୍ନ

ଏକର ପ୍ରତି ୧୦ ଟନ୍ କପୋଷ୍ଟ ଖତ ୮୦ କେଜି ସୁପର  ଫସଫେଟ୍ ୬୦ କେଜି ପୋଟାସ୍ ସାର ଜମି ପ୍ରସ୍ତୁତ ସମୟରେ ଦେବାକୁ ପଡେ ।

ଲଗାଇବାର ପ୍ରଥମ ଘାସ ବଛା କୋଡା ଖୁସା ୩୦ ଦିନ ପରେ ଏକର ପ୍ରତି ୮ କେଜି ୟୁରିଆ ୧୨ କେଜି ପୋଟାସ ସାର ୬୦ ଦିନରେ ପୁଣି ୮ କେଜି ୟୁରିଆ ଦେବା ଉଚିତ ।

ଏହା ବ୍ୟତୀତ ଅଣୁସାର ସିଞ୍ଚନ ପ୍ରତି ମାସରେ କରିବା ଦରକାର । ବାଳୁଙ୍ଗାମୁକ୍ତ ରଖୁ ବା ପାଇଁ ସଠିକ୍ ସମୟରେ ଜଳସେଚନ ମଧ୍ୟ ଦରକାର ।

ଗଛ ଲଗାଇବାର ୮୦ ରୁ ୧୦୦ ଦିନ ମଧ୍ୟରେ ଫୁଲ ଆସିଥାଏ । ଏକ ଏକରର ଚାଷ ପାଇଁ ୪୦ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ମୋଟ ଲାଭ ୮୦ ହଜାର ଟଙ୍କା ମିଳିଥାଏ ।

ଆଧାର – କୃଷି ବିଭାଗ

Last Modified : 4/29/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate