অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସବଜୀ ଲଙ୍କା

ଆମ ରାଜ୍ୟରେ ସଜୀ ଲଙ୍କାର ଚାହିଦା ବଢୁଅଛି । ସହର ଅଞ୍ଚଳରେ ଓ ବଡ଼ ବଡ଼ ହୋଟେଲମାନଙ୍କରେ ଏହି ଲଙ୍କାରୁ ନାନା ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଉଅଛି । ଏହା ସୁସ୍ଵାଦୁ ଓ ରୁଚିକର । ସଜୀ ଲଙ୍କାରେ ସାଧାରଣତଃ ଭିଟାମିନ୍ ଏ, ବି ଓ ସି ଯଥେଷ୍ଟ ପରିମାଣରେ ଥାଏ । ଏହା ବ୍ୟତୀତ ପ୍ରୋଟିନ୍ ଓ ଚୂନ ମଧ୍ୟ ରହି ଥାଏ । ଅନେକ ଚାଷୀ ସଜୀ ଲଙ୍କା ଚାଷ କରି ବେଶ୍ ଲାଭବାନ ହେଉଥିବାର ଜଣାଯାଇଅଛି ।

କିସମ

ସାଧାରଣତଃ ଅନେକ କିସମର ସଜୀ ଲଙ୍କା ଚାଷ କରାଯାଇପାରେ । ଆମ ରାଜ୍ୟରେ ଚାଷ କରାଯାଇ ପାରୁଥିବା କେତୋଟି କିସମ ବିଷୟ ଏଠାରେ ପ୍ରଦାନ କରାଗଲା ।

  • କାଲିଫର୍ଣ୍ଣିଆ ୱଣ୍ଡର — ଏହାର ଗଛ ଗୁଡ଼ିକ ବେଶ୍ ହୃଷ୍ଟପୁଷ୍ଟ ଓ ଏଥିରୁ ଅଧିକ ଫଳ ମିଳିଥାଏ । ଫଳଗୁଡ଼ିକ ଉପରକୁ ମୁହଁ କରି ଫଳେ ।
  • ଚାଇନିଜ୍ କ୍ୟାଣ୍ଟ୍ - ଏହି କିସମର ଗଛ ମଧ୍ୟ ବେଶ୍ ହୃଷ୍ଟପୁଷ୍ଟ ଓ ଅଧିକ ଅମଳକ୍ଷମ । ଫଳଗୁଡ଼ିକ ୩ ରୁ ୪ ଭାଗ ବିଶିଷ୍ଟ ଓ ସ୍ୱାଦଯୁକ୍ତ।
  • ୱାର୍ଲଡ ବିଟର — ଏହାର ଗଛଗୁଡ଼ିକ ଡେଙ୍ଗା ଓ ଫଳ ବେଶ ସ୍ଵାଦିଷ୍ଟ ।
  • ଏଲୋ ୱଣ୍ଡର – ଏହାର ଫଳ ରୁଚିକର ଓ ଆକାର ବଡ଼ ।
  • ଭରତ – ଏହା ଏକ ସଙ୍କର କିସମ ଏବଂ ଫଳଗୁଡ଼ିକ ସାଧାରଣତଃ ଘଣ୍ଟି ଆକାରରେ ଦେଖାଯାଏ । ଚୋପା ମୋଟା ଓ ଗୋଟିଏ ଗୋଟିଏ ଫଳର ଓଜନ ସାଧାରଣତଃ ୧୫୦ ଗ୍ରାମ୍ ପର୍ଯ୍ୟନ୍ତ ହୋଇଥାଏ । ଏକ ଏକର ଜମିରୁ ୨୦୦ କ୍ଵିଣ୍ଟାଲ ପର୍ଯ୍ୟନ୍ତ ଅମଳ ମିଳିପାରେ ।

ମାଟି

ସବଜୀ ଲଙ୍କା ଦୋରସା ମଟାଳ ମାଟିରେ ଭଲ ହୁଏ । କ୍ଷାରୀ ମାଟିରେ ଫସଲ ଭଲ ହୁଏ ନାହିଁ । ଅଧିକ ଖରା ହେଲେ ଫୁଲ ଝଡ଼ିପଡ଼େ । ଆମ ରାଜ୍ୟରେ ଶୀତଦିନେ ଏହି ଲଙ୍କା ଭଲ ଅମଳ ଦେଇଥାଏ । ସାଧାରଣତଃ ଅଗଷ୍ଟ ମାସ ଠାରୁ ନଭେମ୍ବର ମାସ ପର୍ଯ୍ୟନ୍ତ ଏହି ଜାତୀୟ ଲଙ୍କା ଚାଷ କରାଯାଇପାରିବ ।

ତଳି ପ୍ରସ୍ତୁତି

ସବଜୀ ଲଙ୍କା ଚାଷ ପାଇଁ ତଳି ପକାଇବା ଉଚିତ୍ । ଏକ ଏକର ବିଲରେ ରୋଇବା ପାଇଁ ପ୍ରାୟ ୩୦୦ ଗ୍ରାମ୍ ବିହନ ଆବଶ୍ୟକ ହୋଇଥାଏ । ୧୦ ଫୁଟ ଲମ୍ବା ଓ ୩ ଫୁଟ ଚଉଡ଼ା ଆକାରରେ ୧୫ଟି ପଟି ତିଆରି କରି ହେଁ ରେ ତଳି ପକାନ୍ତୁ । ମଞ୍ଜି ବୁଣିବା ପୂର୍ବରୁ ତାହାକୁ ଅମ ବା କାପଟାନ ଗୁଣ୍ଡ ସହିତ ଗୋଳାଇ ବିଶୋଧନ କରନ୍ତୁ।

ବାଇଗଣ ତଳି ପଟାଳି ପ୍ରସ୍ତୁତ କରିବା ସମୟରେ ଦିଆଯାଇଥିବା ଖତ ଓ ସାର ଅନୁସାରେ ଏଥିରେ ସାର ଓ ଖତ ପ୍ରୟୋଗ କରନ୍ତୁ । ମଞ୍ଜି ବୁଣି ସାରିବା  ପରେ ତା ଉପରେ ପତଳା ମାଟି ଘୋଡ଼ାଇ ନଡ଼ା ବିଛାଇ ଦିଅନ୍ତୁ । ଗଛ ଉଠିସାରିଲା । ପରେ ନଡ଼ାଗୁଡ଼ିକ କାଢ଼ି ଦିଅନ୍ତୁ । ତଳିଗୁଡ଼ିକ ମାସକର ହୋଇଗଲାପରେ ଲଗାଇବା ପାଇଁ ଉପଯୁକ୍ତ ହୋଇଥାଏ ।

ଚାଷ ପ୍ରଣାଳୀ

ଜମିକୁ ଭଲଭାବେ ଚାଷ କରି ତହିଁ ରେ ଏକର ପିଛା ୧୦ ଗାଡ଼ି ଖତ ଦିଅନ୍ତୁ । ଖତକୁ ଭଲ ଭାବରେ ମାଟିରେ ମିଶାଇ ଦେବା ଦରକାର । ନଚେତ୍ ଦେଢ଼ ଫୁଟରୁ ୨ ଫୁଟ ବ୍ୟବଧାନରେ ସିଆର କରନ୍ତୁ । ସିଆରରେ ଆବଶ୍ୟକୀୟ । ସାର ଦେଇ ତା' ଉପରେ ଖତ ବୁଣି ମାଟିରେ ଘୋଡ଼ାଇ ଦିଅନ୍ତୁ ।

ବର୍ତ୍ତମାନ ଏହି ସିଆରରେ ତଳି ଲଗାନ୍ତୁ । ପ୍ରତି ସିଆରରେ ପ୍ରାୟ ୧ ଫୁଟ ଛଡ଼ାରେ ଗଛ ପୋତନ୍ତୁ ।

ଗଛ ପୋତିବା ପରେ ପରେ ପାଣି ଦେବା ଦରକାର । ବିଲରେ ପାଣି ମଡ଼ାଇବା ପାଇଁ ନାଳ କରିବା ସଙ୍ଗେ ସଙ୍ଗେ ଅଧିକ ପାଣି ଗଡ଼ିଯିବା ପାଇଁ ମଧ୍ୟ  ବ୍ୟବସ୍ଥା କରିବା ଉଚିତ୍ ।

ସବଜୀ ଲଙ୍କା ପାଇଁ ଏକର ପିଛା ୪୮ କି.ଗ୍ରା. ଯବକ୍ଷାର, ୨୪ କି.ଗ୍ରା. ଫସ୍‌ଫରସ୍ ଓ ୪୮ କି.ଗ୍ରା. ପଟାସ୍ ସାର ଆବଶ୍ୟକ ହୋଇଥାଏ ।

ଲଗାଇବା ସମୟରେ ସବୁତକ ଫସ୍‌ଫରସ୍, ଶତକଡ଼ା ୨୦ ଭାଗ ଯବକ୍ଷାର ଓ ଅଧା ପରିମାଣର ପଟାସ ଦିଅନ୍ତୁ।

ଗଛ ରୁଆ ସରି ବାର ୨୦ ଦିନ ପରେ କୋଡ଼ା ଖୁସା କରି ଶତକଡ଼ା ୪୦ ଭାଗ ଯବକ୍ଷାର ଓ ଅବଶିଷ୍ଟ ପଟାସକୁ ଗଛ ମୂଳରୁ ୨– ୩ ଇଞ୍ଚ ଛାଡ଼ି ପ୍ରୟୋଗ କରନ୍ତୁ । ଏହାପରେ ହୁଡ଼ା ଟେକି ଦିଅନ୍ତୁ । ଚାରା ରୋଇବାର ୪୦ ଦିନପରେ ଅବଶିଷ୍ଟ ଯବକ୍ଷାର ସାର ପ୍ରୟୋଗ କରନ୍ତୁ ।

ରୋଗ ଓ ପୋକ

ସବଜୀ ଲଙ୍କାରେ ସାଧାର ଣତ ଫ ଳ ସଢ଼ା ଓ ପତ୍ର ଦାଗ ରୋଗ ଦେଖା ଯାଏ । ସଢ଼ା ରୋଗ ହେଲେ ପ୍ରଥମେ ଫଳ ଉପରେ କଳା କଳା ଦାଗ ପଡ଼ି କ୍ରମେ ଫଳ ସଢ଼ି ଯାଏ । ବିହନ କୁ ତଳି ପକାଇବା ପୂର୍ବ ରୁ ଥିରାମ୍ ବା କାର୍ବେଣ୍ଡାଜିମ ଦ୍ଵାରା ବିଶୋଧନ କରି ବୁଣିଲେ ଏହି ରୋଗରୁ ରକ୍ଷା ମିଳେ । ଫଳ ଧରି ବା ପରେ ଏହି ରୋଗ ହେ ଲେ ଶତକଡ଼ା ୦.୧ ଭାଗ ବେନ୍ ଲେ ଟ୍ ବା ଶତକଡ଼ା ୦.୨ ଭାଗ ଜି ରାମ୍ ପ୍ରଭୃତି ଔଷଧକୁ ପାଣି ରେ ଗୋଳାଇ ଗଛ ଉପରେ ସିଞ୍ଚିବା ଦରକାର ।

ପତ୍ରଦାଗ ରୋଗ

ଏହା ସାଧାରଣତଃ କେତେକ ଫିମ୍ପି ବା ଭୂତାଣୁ ଦ୍ଵାରା ହୋଇଥାଏ । ଏହି ରୋଗ ହେଲେ ଗଛରୁ ପତ୍ର ଝଡ଼ିପଡ଼େ । ବିହନ ବିଶୋଧନ ବା ରୋଗ ହେଲା ପରେ କାର୍ବେଣ୍ଡାଜିମ୍ ସ୍ପ୍ରେ କଲେ ମଧ୍ୟ ଏହି ରୋଗରୁ ରକ୍ଷା ମିଳେ । କାର୍ବେଣ୍ଡାଜିମ୍ ବ୍ୟତୀତ ବେନ୍ ଲେଟ୍, ମାକୋ ଜେଟ୍ ବା ଡାଇଫ ଲ ଟନ୍ ମଧ୍ୟ ବ୍ୟବହାର କରାଯାଇପାରିବ ।

ସବଜୀ ଲଙ୍କା ଫସଲରେ ଥିସ ଓ ଜଉପୋକ ବିଶେଷ କ୍ଷତି କରିଥାନ୍ତି । ଏମାନେ ପତ୍ରରୁ ରସ ଶୋଷି ଖାଇଯାଆନ୍ତି । ଯାହା ଫଳରେ ଗଛ ରୋଗଣା ହୋଇଯାଏ । ଡାଇମେଥଏଟ୍ ଦ୍ରବଣ ୨– ୩ ଥର ସିଞ୍ଚଲେ ଏସବୁ ପୋକ ଦାଉରୁ ରକ୍ଷା ମିଳିଥାଏ । ରୋଇବାର ୧୦ ଦିନ ପରେ କାର୍ବୋଫୁରାନ ମାଟିରେ ଦେଲେ ମଧ୍ୟ ଏହି ପୋକ ଦାଉରୁ ରକ୍ଷା ମିଳିଥାଏ ।

ଅମଳ

ତଳି ରୁଆଯିବାର ୪୫ ଦିନ ପରେ ଫୁଲ ଆସେ ଓ ପ୍ରାୟ ୮୦ ଦିନ ପରେ ଫଳ ତୋଳିବା ପାଇଁ ଉପଯୁକ୍ତ ହୋଇଥାଏ । ତୋଳିବା ସମୟରେ ଫଳଗୁଡ଼ିକ ଗାଢ଼ ସବୁଜ ରଙ୍ଗ ହେବା ଦରକାର । ହାରାହାରି ଏକର ପିଛା ୮୦ କ୍ଵିଣ୍ଟାଲ ଅମଳ ମିଳିଥାଏ ।

ଆଧାର -"ଓୟୁଏଟି"

Last Modified : 7/22/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate