অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସେବତୀ ଫୁଲଚାଷ

ଆମ ରାଜ୍ୟରେ ବିଭିନ୍ନ ଫୁଲ ମଧ୍ୟରେ ସେବତୀର ଲୋକପ୍ରିୟତା ରହି ଆସିଛି । ଏହି ଫୁଲ ବହୁତ ଦିନ ଧରି ରହିପାରୁଥିବାରୁ ଉକ୍ତ ଚାଷର ପ୍ରସାର ଘଟିଛି । ଏହି ଚାଷରେ ଏକରକୁ ପ୍ରାୟ ୫୦,୦୦୦ରୁ ୬୦,୦୦୦ ଟଙ୍କା ଖର୍ଚ୍ଚ ହୋଇଥାଏ । ଏହି ଚାଷର ଅମଳରୁ ୧,୦୦,୦୦୦ରୁ ୧,୨୦,୦୦୦ ପର୍ଯ୍ୟନ୍ତ ସମୁଦାୟ ଟଙ୍କା ଆୟ ମିଳିଥାଏ । ଗୋଟିଏ ଗଛରୁ ସାଧାରଣତଃ ୮୦ରୁ ୧୨୦ ପର୍ଯ୍ୟନ୍ତ ଫୁଲ ମିଳିଥାଏ । ଏହାକୁ ସାଧାରଣତଃ ଛଡା ଫୁଲ ଏବଂ କଟା ଫୁଲ ହିସାବରେ ବ୍ୟବହାର କରାଯାଏ ଏବଂ ଗୋଟେ ଫୁଲ ପିଛା ୨ରୁ ୩ ଟଙ୍କା ପର୍ଯ୍ୟନ୍ତ ବଜାର ମୂଲ୍ୟ ମିଳିଥାଏ ।

ନିଗିଡା, ଉର୍ବର, ବାଲିଆ, ଦୋରସା ଓ ଖତୁଆ ମାଟିରେ ଯାହାର ଅମ୍ଳତା ୬.୫ରୁ ୭ ଭିତରେ ଥର୍ବ ସେଥରେ ସେବତୀ ଚାଷ ଭଲ ହୁଏ । ସେବତୀ ଫୁଲ ସାଧାରଣତଃ ୧୦-୧୨ ଡିଗ୍ରୀ ସେଲସିୟସ ତାପମାତ୍ରାରେ ଭଲ ହୁଏ । ତାପମାତ୍ରା ୫ ଡିଗ୍ରୀରୁ କମ। ଥଲେ ଫୁଲ ଆଦୌ ଫୁଟେ ନାହିଁ । ଏହାର ଅନେକ ଜାତି, କିସମ ଓ ପ୍ରକାର ଅଛି । ଏ ଫୁଲର ରଙ୍ଗ ନାଲି, ହଳଦିଆ, ବାଇଗଣୀ, ଧଳା ଏବଂ ମିଶ୍ରିତ ରଙ୍ଗର ରୂପରେ ବଜାରରେ ଉପଲବ୍ଧ ହୋଇଥାଏ ।

କିସମ

ଫୁଲର ଆକୃତି ଅନୁସାରେ ବଡ, ମଧ୍ୟମ ଓ ଛୋଟ ଆକାରର ସେବତୀ ଦେଖାଯାଏ ।

  • ବଡଫୁଲ କିସମ
  • ସୋନାର ବାଙ୍ଗଲା, ଚନ୍ଦ୍ରମା, ସ୍ପ୍ରେବଲ, ଡିଗିଟି, ଭାଲି ଏଣ୍ଟା, ସୁପର ଜ୍ୟାଣ୍ଟ, ରୟଲ ପରପଲ ଓ ଅଟମ ଡିଲାଇଟ।

  • ମଧ୍ୟମ କିସମ
  • ଆର୍କ ରବି, ଆର୍କ ସ୍ଵର୍ଣ୍ଣ, , ରବି କିରଣ, ୟଲେ ଗୋଲଡ

  • ଛୋଟ ଫୁଲ କିସମ
  • ଅପସରା, ଜେମ୍, ବାସନ୍ତୀ, ଜୟା, ଇନ୍ଦିର, ଶାନ୍ତି କୁନ୍ଦନ ଓ ପୂର୍ଣ୍ଣମା ଇତ୍ୟାଦି ।

ବଂଶ ବିସ୍ଥାର

ମଞ୍ଜି, କାଟ କଲମୀ ଓ ପୁଆ, ଦ୍ଵାରା ସେବତୀର ବଂଶ ବିସ୍ତାର କରାଯାଏ । ମୁଖ୍ୟତଃ କାଟ କଲମୀ ଏବଂ ପୁଆ ଦ୍ଵାରା ବହୁତ ପରିମାଣରେ ବଂଶବିସ୍ତା ର କରାଯାଇଥାଏ । ମା’ ଗଛରୁ ବାହାରୁଥିବା ପୁଆଗୁଡିକୁ ଡିସେମ୍ବର ଓ ଜାନୁୟାରୀ ମାସରେ ଲଗାଯାଏ । ପୁଆଗୁଡିକୁ ୫ ରୁ । ପତ୍ର ହେବା ସମୟରେ ପୁଆକୁ ମା’ ଗଛରୁ ଅଲଗା କରାଯାଇ ତଳ ପତ୍ରଗୁଡିକ ଛିଣ୍ଡାଇ ଲଗାଯାଏ । ପୁଆରୁ ଶୀଘ୍ର ଚେର ବାହାରିବା ପାଇଁ ଚେର ବାହାର କରିବା ହରମୋନ ରୂପେଟକୁ ବ୍ୟବହାର କରାଯାଏ । ତା' ପରେ ଗଛକୁ ଜମିରେ ବା ୨ରୁ ୩ ସେ.ମି. ବ୍ୟାସ ଥିବା କୁଣ୍ଡରେ ଲଗାଯାଏ ।

ଜମି ପ୍ରସ୍ତୁତି

ମାଟିକୁ ୪ ରୁ ୫ ଥର ଗୁଣ୍ଡ ଚାଷକରି ଶେଷ ଓଡଚାଷ ସମୟରେ ୮ରୁ ୧୦ ଟନ ଶଢା ଗୋବର ଖତ ଦିଆଯାଏ । ସାଧାରଣତଃ ବଗିଚା ସଜାଇବାରେ ଓ ଫୁଲ ପ୍ରଦର୍ଶନୀରେ ଦେଖାଇବା ପାଇଁ ଏହାକୁ କୁଣ୍ଡରେ ଲଗାଯାଏ । ଅଧିକ ପରିମାଣର ଫୁଲ ପାଇଁ ଏହାକୁ ବିଲରେ, ପଟିରେ ଚାଷ କରାଯାଏ ।

ଲଗାଇବା ପ୍ରଣାଳୀ

କିସମ ଅନୁସାରେ ଚେର ହୋଇଥିବା କଟା ଡାଳଗୁଡିକୁ ବା ପୁଆକୁ ସଅଳ କିସମ ପାଇଁ (୨୦x୨୦) ସେ.ମି. ମଧ୍ୟମ କିସମ ପାଇଁ (୨୫x୨୫) ସେ.ମି. ଏବଂ ବିଳମ୍ବ କିସମ ପାଇଁ (୩୦x୩୦) ସେମି ଦୂରତାରେ ଗଛ ଲଗାଯାଏ । ଗଛ ଲଗାଇବା ପରେ ଝରରେ ଜଳସେଚନ କଲେ ଭଲ ।

ଖତ ଓ ସାର

ଲଗାଇବା ସମୟରେ ଏକର ପିଛା ୮ରୁ ୧୦ ଟନ ଶବ୍ଦା ଗୋବର ଖତ ସହ ୩୦ କେ.ଜି.ଯବକ୍ଷାରଜାନ, ୪୦ କେ.ଜି. ଫସଫରସ ଏବଂ ୬୦ କେ.ଜି. ପଟାସ ସାର ଦିଆଯାଏ । ଗଛ ଲଗାଇବାର ୪୦ ଦିନ ପରେ ଆଉ ୩୦ କେ.ଜି. ଯବକ୍ଷାରଜାନକୁ ଦ୍ଵିତୀୟ ସାର ହିସାବରେ ଦିଆଯାଏ ।

କାଟଛାଣ୍ଟ

ଗଛର ଆକାର ଅନୁସାରେ କାଟଛାଣ୍ଟ କରନ୍ତୁ । ଗୋଟିକିଆ ବଡଫୁଲ ପାଇଁ କଡରୁ ବାହାରୁଥିବା ସମସ୍ତ ଡାଳ ଓ କଢ଼ କାଟିଦେବା ଆବଶ୍ୟକ । ଏହାଦ୍ଵାରା ଗଛଟି ଝଙ୍କାଳିଆ ହୋଇ ବଢିବା ସହ ଫୁଲର ଆକାର ପରିମାଣରେ ବୃଦ୍ଧି ଘଟିଥାଏ । ଗୋଟିଏ ଗଛରୁ ଅଧିକ ପରିମାଣର ଫୁଲ ପାଇବା ପାଇଁ ଲଗାଇବାର ୧୫ରୁ ୨୦ ଦିନ ପରେ ୩-୪ ଥର କରି ଅଗ ଗୁଡିକ ଛିଣ୍ଡାଇ ଦିଅନ୍ତୁ, ଯାହାକୁ ଇଂରାଜୀରେ ପିନଚିଙ୍ଗ କୁହାଯାଏ ।

ରୋଗ ପୋକ ପରିଚାଳନା

  • ଚେର ଶଢା ରୋଗ: ଗଛର ମୂଳକୁ କାପଟାନ କିମ୍ବା ମାକେଙ୍କାଜେବ। ୨ଗ୍ରାମ ୧ ଲିଟର ପାଣିରେ ମିଶାଇ ଗଛକୁ ବୁଡାଇ ସ୍ପ୍ରେ କଲେ ଏହି ରୋଗ ପ୍ରାଦୁର୍ଭାବରୁ ଗଛକୁ ରକ୍ଷା କରାଯାଇପାରିବ ।
  • ପତ୍ର ପୋଡା ରୋଗ: ଗଛରେ ଶ୍ରେଷ୍ଟପଟ୍ରୋସାଇକ୍ଲିନ ୦-୧ ଗ୍ରାମ ୧ ଲିଟର ପାଣିରେ ମିଶାଇ ସ୍ପ୍ରେ କରନ୍ତୁ ।
  • ପାଉଁଶିଆ ରୋଗ: ଫ୍ରେଟେରୁ ସଲଫର ବା ସଲଫେକସ ୨ ଗ୍ରାମଲିଟର ପାଣିରେ ମିଶାଇ ପକାଇଲେ। ଏହି ରୋଗକୁ ନିୟନ୍ତ୍ରଣ କରାଯାଇପାରିବ ।
  • ଜଉପୋକ : ଥାଇ ଓ ମିଥେନ୍ସାକୁ ଜାମା ୨ ଗ୍ରାମଲିଟର ପାଣି କିମ୍ବା ନିମ୍ବା ତେଲ ୩୩୧ / ଲିଟର ପାଣିରେ ମିଶାଇ ସ୍ପ୍ରେ କଲେ ଭଲ ।
  • ପତ୍ରକଟା: ପତ୍ରକଟା ପାଇଁ ଟ୍ରାଇଆକୋଫସ ୧ ମି.ଲି. ନିମ୍ବା ତେଲ ୩୩୧ / ଲିଟର ପାଣିରେ ମିଶାଇ ସ୍ପ୍ରେ କଲେ ଭଲ ।

ଅମଳ

କିସମ ଅନୁସାରେ ସେବତୀ ଫୁଲ କଟାଯାଇଥାଏ । ଗଛର ମୂଳଠାରୁ ୧୫-୨୦ ସେ.ମି.ରେ ଫୁଲର ଛଡି କଟାଯାଏ । ଫୁଲ ଭଲ ଏବଂ ସତେଜ ରହିବା ପାଇଁ ସିଲଭର ନାଇଟ୍ରେଟ (୨୫ ମି.ଗ୍ରା/ଲି) ପାଣିରେ ମିଶାଯାଏ । ଏକ ଏକର ସେବତୀ ଚାଷ କଲେ ପ୍ରାୟ ୬୦ରୁ ୮୦ କୁଇଣ୍ଟାଲ ପର୍ଯ୍ୟନ୍ତ ଅମଳ ମିଳିଥାଏ ।

ଆଧାର - ପ୍ରାର୍ଥନା ମହାନ୍ତି, କୃଷିବିଜ୍ଞାନ କେନ୍ଦ୍ର, କେନ୍ଦ୍ରାପଡା

Last Modified : 4/22/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate