অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଡ଼ିମ୍ବିରି ଚାଷ

ଡିମିରି ଏକ ପର୍ଣ୍ଣମୋଚି ଗଛ । ଏହାର ଚାଷ ବହୁ ଯୁଗରୁ ହୋଇ ଆସୁଛି । ଏହାର ଫଳ ସୁସ୍ଵାଦୁ, ମଧୁର ଓ ସୁଗନ୍ଧଯୁକ୍ତ । ଏଥିରେ ପ୍ରୋଟିନ, କାଲସିୟମ, ଲୌହ ଅନ୍ୟ ଫଳ ଅପେକ୍ଷା ଅଧିକ ମାତ୍ରାରେ ଥାଏ । ଏହାର ମୁଖ୍ୟ ଚାଷ ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତରପ୍ରଦେଶ ଓ ଗୁଜୁରାଟରେ ହେଉଛି । ଓଡିଶାରେ ବ୍ୟବସାୟିକ ଭିଟଟିରେ ଏହାର ଚାଷ ଏ ପର୍ଯ୍ୟନ୍ତ ହୋଇ ନାହିଁ ।

ଉତ୍ପତ୍ତି

ଏସିଆ ମାଇନର ଓ ଭାରତ

ଜଳବାୟୁ

ଶୁଷ୍କ ଓ ଉଷ୍ମ ଜଳବାୟୁରେ ଭଲ ହୁଏ । ଅତ୍ୟଧିକ ବୃଷ୍ଟି ଓ ଆଦ୍ରତା ଅଞ୍ଚଳରେ ଏ ଚାଷ ହୋଇପାରେନି । ୪ ଡିଗ୍ରୀ ସେଣ୍ଟିଗ୍ରେଡରୁ ୪୫ଡିଗ୍ରୀ ସେଣ୍ଟିଗ୍ରେଡପର୍ଯ୍ୟନ୍ତ ଉତ୍ତାପ ଥିବା ଜାଗାରେ ଡ଼ିମ୍ବିରି ଗଛ ବଢୁଥିଲେ ମଧ୍ୟ ଯେଉଁ ଯାଗାରେ ୩୮ଡିଗ୍ରୀ ସେଣ୍ଟିଗ୍ରେଡରୁ ଅଧିକ ଉତ୍ତାପ ହୁଏ, ସେଠାରେ ଫଳ ଶୁଖି ନଷ୍ଟ ହୋଇଯାଏ । ୧୬ଡିଗ୍ରୀ ରୁ ୨୧ ଡିଗ୍ରୀ ସେଣ୍ଟିଗ୍ରେଡରେ ଏହାର ଚାଷ ଭଲ ହୁଏ । ରାତ୍ରିରେ ଥଣ୍ଡା ଅଧିକ ହେଲେ ଫଳ ଟାଣ ହୋଇଯାଏ । ସମୁଦ୍ରପତ୍ତନଠାରୁ ୭୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ଏ ଚାଷ କରାଯାଇପାରେ ।

ମୃତ୍ତିକା

ସବୁପ୍ରକାର ମାଟିରେ ଏହାର ଚାଷ କରାଯାଇପାରିବ । ତେବେ ନିଗିଡା, ଦୋରସା, ବାଲିକସିଆ ଓ ନାଲି ମାଟିରେ ଏ ଚାଷ ଖୁବ ଭଲ ହୁଏ । କ୍ଷାରୀ ମାଟିରେ ମଧ୍ୟ ଏହାର ଚାଷ ମଧ୍ୟ ଭଲ ହୁଏ । ମାଟିର ଅମ୍ଳତା ୭ ରୁ ୮ ଭିତରେ ଚାଷ ପାଇଁ ଉପଯୁକ୍ତ ।

କିସମ

ମର୍ସେଲିସ, ବାଙ୍ଗାଲୋର, ଶ୍ୟାମର୍ଣ୍ଣା, ଆଡ୍ରିଆଟିକ,ହ୍ଵାଇଟସାନପେଡ୍ରୋ, କାବୁଲ, ବ୍ରାଉନ ଟୁର୍କୀ, ବ୍ଳାକ ଇଚ୍ଛିଆ, ପୁନା ।

ବଂଶବିସ୍ତାର

ମଞ୍ଜିରୁ ଓ କଲମୀ ଦ୍ଵାରା । ଯେଉଁ ମଞ୍ଜି ଗୁଡିକୁ ପାଣିରେ ବୁଡାଜାଏ, ସେଗୁଡିକୁ ଚାରା ପାଇଁ ବ୍ୟବହାର କରିବା କଥା । କିନ୍ତୁ ବ୍ୟବସାୟିକ ଭିଟଟିରେ ଯେଉଁ ଡ଼ିମ୍ବିରି ଚାଷ ହୁଏ ତାହା ମୁଖ୍ୟତଃ କଲମୀ ଦ୍ଵାରା ହୁଏ । ଟାଣ ଡାଳରୁ ଡାଳ କଲମୀ ଦ୍ଵାରା ବଂଶବିସ୍ତାର କରାଯାଏ । ଗୁଟି ଓ ଆଖି କଲମୀ ଦ୍ଵାରା ମଧ୍ୟ ପ୍ରସ୍ତୁତି କରାଯାଏ ।

ରୋପଣ

୩ ରୁ ୪ ମିଟର ବ୍ୟବଧାନରେ ୬୦x୬୦x୬୦ ସେମି ରେ ଗାତ କରି ଗଛ ଲଗାଯାଏ । ପ୍ରତି ଗାତରେ ୨ ଟୋକେଇ ଖତ ସହ ଏକ କେଜି ଜୈବିକ ସାରା ଦେଇ ଗଛ ଲଗାଯାଏ ।

ଖତ ଓ ସାର

ଗଛ ଲଗାଇବାର ପ୍ରଥମ ବର୍ଷଠାରୁ ନିୟମିତ ଭାବରେ ଖତସାର ଦେବା କଥା । ପ୍ରତିବର୍ଷ ବର୍ଷା ପରେ ସେପ୍ଟେମ୍ବର ମାସରେ ଗଛପ୍ରତି ଏକ ଝୁଡି ଖତ ସହ ଏକ କେଜି ଜୈବିକସାର ଦେଲେ ଭଲ ଫଳ ଅମଳ ମିଳେ । ତେବେ ବର୍ଷକୁ ନିମ୍ନ ଲିଖିତ ସାର ଦେଲେ ଭଲ ଅମ୍ଳ ମିଳେ ।

ବୟସ               ଯବକ୍ଷାରଜାନ          ଫସଫରସ                       ପଟାସ

୧ ରୁ ୨ ବର୍ଷ        ୭୫ଗ୍ରାମ               ୫୦ଗ୍ରାମ                        ୫୦ଗ୍ରାମ

୩ ରୁ ୫ ବର୍ଷ        ୧୫୦ଗ୍ରାମ            ୧୦୦ଗ୍ରାମ                     ୧୦୦ଗ୍ରାମ

୫ ବର୍ଷ ଉପର ଗଛ ୩୦୦ଗ୍ରାମ            ୨୦୦ଗ୍ରାମ                     ୨୦୦ଗ୍ରାମ

ଜଳସେଚନ

ଶୀତ ଓ ଖରାଦିନେ ଦରକାର ଅନୁଯାୟୀ ଜଳସେଚନ କରିବ ।

କାଟଛାଣ୍ଟ

ଡ଼ିମ୍ବିରି ଗଛରୁ ଭଲ ଫଳ ଅମଳ ପାଇଁ ପ୍ରତିବର୍ଷ ଗଛକୁ କାଟଛାଣ୍ଟ କରିବାକୁ ହୁଏ । ଗଛର ବର୍ଷିକିଆ ଡାଳରୁ ମୂଳକୁ ୨/୩ ଟି ଆଖି ଛାଡି ଅନ୍ୟ ଡାଳ ସବୁ କାଟି ଦିଆଯାଏ । ନୂଆ ଡାଳ କଅଁଳି ସେଥିରେ ଫୁଲ ଫଳ ଆସେ ।

ରୋଗ ଓ ପୋକ

ରୋଗ ପୋକ ଭିତରେ କାଣ୍ଡବିନ୍ଧା ପୋକ, ଡ଼ିମ୍ବିରି ରଷ୍ଟ, ସନ ବର୍ଣ୍ଣ ଓ ଡିମ୍ବିରିର ଯାଦୁଆ ରୋଗ ପ୍ରଧାନ । ଠିକ ସମୟରେ ଔଷଧ ପକାଇ ରୋଗ ପୋକକୁ ଆୟତ କରିବ ।

କାଣ୍ଡବିନ୍ଧା ପୋକ

ପେଟ୍ରୋଲ, କ୍ଳୋରୋଫର୍ମ, କିରୋସିନ ବା କାର୍ବନ ବାଇସଲଫାଇଡକୁ ତୁଳାରେ ଭିଜାଇ କାଣ୍ଡରେ ହୋଇଥିବା ଗାତରେ ଦେଇ ମୁହଁକୁ କାଦୁଅରେ ବନ୍ଦ କରି ଦିଅନ୍ତୁ ।

ଡ଼ିମ୍ବିରି ରଷ୍ଟ

ବୋଡୋ ମିକଶ୍ଚର ୩:୩.୫୦ ଦ୍ଵାରା ଆୟତ ହୁଏ । କପର ଫଞ୍ଜିସାଇଡ ମଧ୍ୟ ବ୍ୟବହାର କରାଯାଇପାରେ ।

ସନ୍ ବର୍ଣ୍ଣ

ଗଛର ଡାଳକୁ ଚୂନରେ ଧଉଳେଇ ଦେବା ଉଚିତ୍ ।

ଯାଦୁଆ ରୋଗ

ଯାଦୁଆ ରୋଗରେ ଆଲକାତରା ଲଗାଇବ ।

ଅମଳ

ଡ଼ିମ୍ବିରିରେ ବର୍ଷକୁ ଦୁଇଥର ଫଳ ଆସେ । ବସନ୍ତ ଋତୁରେ ଯେଉଁ ଫୁଲ ଫଳ ଆସେ ତାହା ପୂର୍ବ ବର୍ଷ ଡାଳରେ ଆସେ । ପ୍ରତି ଗଛରୁ ପ୍ରାୟ ୩୦୦ ଫଳ ମିଳେ । ଯେଉଁ ଗଛର ଡାଳକୁ ନିୟମିତଭାବରେ କାଟି ଛୋଟ ବୁଦା ଆକାରରେ ରଖାଯାଏ, ସେଥିରେ ବର୍ଷକୁ ୧୫୦ ଟି କରି ଫଳ ଆସେ । ହାରାହାରି ଆଯ ହେକ୍ଟର ପିଛା ଟ ୧୫,୦୦୦ ।

ଆଧାର : ଡାକ୍ତର ସୂର୍ଯ୍ୟ ନାରାୟଣ ବେହେରା

Last Modified : 3/2/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate