অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କିଷାନ କ୍ରେଡିଟ କାର୍ଡ ଯ଼ୋଜନା

ଉଦ୍ଦେଶ୍ୟ
  • ପ୍ରାକୃତିକ ବିପର୍ଯ଼ୟ, କୀଟଙ୍କ ଦ୍ବାରା ବା କୌଣସି ରୋଗ ଯ଼ୋଗୁ ଫସଲକୁ କ୍ଷତି ହେବେଲେ ଚାଷୀ ମାନଙ୍କୁ ବୀମା କଭରେଜ ସହିତ ଆର୍ଥିକ ସହଯ଼ୋଗ ପ୍ରଦାନ କରିବା.
  • ଚାଷୀ ମାନଙ୍କୁ ପ୍ରଗତିଶୀଳ ଚାଷ ପ୍ରାକ୍ଚିସ ପାଇଁ ପ୍ରୋତ୍ସାହନ ଦେବା, ଉଚ୍ଚ ମୁଲ୍ୟ.ର ଇନପୁଟ ଏବଂ କୃଷିରେ ଉଚ୍ଚତର ଟେକ୍ନୋଲଜି.
  • ଚାଷୀ ମାନଙ୍କର ଚାଷରୁ ଆଯ଼କୁ ଷ୍ଟେବଲ କରିବା ବିଶେଷ ଭାବେ ପ୍ରାକୃତିକ ବିପର୍ଯ଼ୟ ବର୍ଷ ମାନଙ୍କରେ.
  • ଖାଦ୍ୟ ଶସ୍ୟ ଓ ତୈଳ ବୀଜର ପ୍ରାଥମିକ ଉତ୍ପାଦନକୁ ସମର୍ଥନ ଓ ପ୍ରୋତ୍ସାହନ ଦେବା .
  • ସମସ୍ତ ଚାଷୀଙ୍କୁ କଭର କରାଯ଼ିବ ( ଯ଼େତେ ଚାଷ ଜମି ଥାଉ ନା କାହିଁକି ଉଭଯ ଋଣ ନେଇଥିବା ଓ ଋଣ ନେଇ ନ ଥିବା ଚାଷୀ)ଭାଗଚାଷୀ ଓ ଭଡାରେ ଜମି ନେଇ ଚାଷକରୁଥିବା ଚାଷୀ ମଧ୍ୟ ସାମିଲ ଅଛନ୍ତି .
  • ବୀମା କରାଯ଼ାଇଥିବା ରାଶି : ବୀମା କରାଯ଼ାଇଥିବା ରାଶି ଫସଲର ସର୍ବାଧିକ ଉତ୍ପାଦନର ମୁଲ୍ୟ ପର୍ଯ୍ୟନ୍ତ ହୋଇପାରେ. ଅଧିକ ପ୍ରିମିୟମ ପ୍ରଦାନ କରିବା ଦ୍ବାରା ହାରାହାରି ଫସଲ ଉତ୍ପାଦନର 150 ପ୍ରତିଶତ ପର୍ଯ୍ୟନ୍ତ କଭର କରିବାର ବିକଳ୍ପ ରହିଛି .
  • ପ୍ରିମିଯମ ସବସିଡି : କ୍ଷୁଦ୍ର ଓ ନାମ ମାତ୍ର ଚାଷୀଙ୍କ ପାଇଁ 50 ପ୍ରତିଶତ ସବସିଡିକୁ ଅନୁମତି ଦିଆଯ଼ାଇଛି ଏହାକୁ ଉଭଯ କେନ୍ଦ୍ର ଓ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାର ସମାନ ଭାବରେ ଭରଣା କରିବେ ପ୍ରିମିୟମ ସବସିଡିକୁ ପାଞ୍ଚ ବର୍ଷ ମଧ୍ୟରେ ପର୍ଯ୍ୟlୟକ୍ରମେ ଶେଷ କରାଯ଼ିବ .

ଚାଷୀ ମାନଙ୍କ ପାଇଁ କେସିସି ଯୋଜନାର ଲାଭ

  • ବିତରଣ ପ୍ରକ୍ରିଯାକୁ ସରଳୀକୃତ କରେ

  • କ୍ୟାସ୍ ଏବଂ କାଇଣ୍ଡର ରିଜିଡିଟିକୁ ଦୂର କରେ

  • ପ୍ରତ୍ୟେକ ଫସଲ ପାଇଁ ଋଣ ପାଇଁ ଆବେଦନ କରିବାର ଆବଶ୍ୟକତା ନାହିଁ

  • କୌଣସି ସମୟରେ ଋଣ ଉପଲବ୍ଧତାର ନିଶ୍ଚିତତା ଓ ସୁଧ ହାର କମ ହେବା ଚାଷୀ ମାନଙ୍କ ଉପରେ ଚାପ କମ କରେ.

  • ନିଜର ସୁବିଧା ଅନୁସାରେ ଓ ସହଜରେ ଚାଷୀ ମାନଙ୍କୁ ବିହନ, ସାର କିଣିବାରେ ସହାୟକ ହୁଏ

  • ନଗଦ ଟଙ୍କା ଦେଇ କିଣିବା ଦ୍ବାରା ଚାଷୀ ଡିଲର ଠାରୁ ଡିସକାଉଣ୍ଟ ମଧ୍ୟ ପାଇଥାଏ

  • ତିନି ବର୍ଷ ପାଇଁ କ୍ରେଡିଟ ସୁବିଧା– ସିଜନ ଆପ୍ରାଇଜାଲ ପାଇଁ ଆବଶ୍ୟକତା ନାହିଁ

  • କୃଷି ଆୟ ଆଧାରରେ ସର୍ବାଧିକ କ୍ରେଡିଟ ସୀମା

  • କ୍ରେଡିଟ ସୀମା ମଧ୍ୟରେ ଯ଼େତେ ସଂଖ୍ୟlରେ ଉଠାଣ

  • ଫସଲ ହେବା ପରେ ଟଙ୍କା ଫେରାଇବା

  • ସୁଧ ହାର କୃଷି ଅଗ୍ରୀମ ଭଳି ଆପ୍ଲିକେବଲ

  • ସୁରକ୍ଷା, ମାର୍ଜିନ ଏବଂ ଡକୁମେଣ୍ଟେସନ ମାନକ ଗୁଡିକ କୃଷି ଆଡଭାନ୍ସ ଭଳି ଆପ୍ଲିକେବଲ

  • ଚାଷୀ ମାନଙ୍କୁ ସମୟରେ ପର୍ଯ୍ୟlପ୍ତ ପରିମାଣର ଋଣ ଉପଲବ୍ଧତା

  • ଋଣକର୍ତାଙ୍କର ସମ୍ପୂର୍ଣ ବର୍ଷର ଋଣ ଆବଶ୍ୟକତାର ଧ୍ୟାନ ରଖାଯ଼ାଇଥାଏ. ସର୍ବନିମ୍ନ ପେପର କାମ, ଓ ବ୍ୟାଂକରୁ ଟଙ୍କା ପ୍ରତ୍ଯାହାର କରିବା ପାଇଁ ଦଲୀଲକରଣର ସରଳୀକରଣ

  • କ୍ୟାସ୍ ଡ୍ର କରିବାର ଇନପୁଟ କିଣିବାରେ ଫ୍ଲେକ୍ସିବିଲିଟି

  • କୌଣସି ସମଯରେ ଋଣ ଉପଲବ୍ଧତାର ସୁନିଶ୍ଚିତ ଫଳରେ ଚାଷୀର ସୁଧ ଚାପ କମ ହୋଇଥାଏ ବ୍ୟାଂକ ଡିସ୍କ୍ରେସନରେ ଜାରି କରାଯ଼ାଉଥିବା ବ୍ୟାଂକ ବ୍ୟତୀତ ଅନ୍ୟ ବ୍ୟାଂକରୁ ଉଠାଣ ବ୍ୟବସ୍ଥା ପାଇଁ ଫ୍ଲେକ୍ସିବିଲିଟି

ଯ଼ୋଜନାର ମୁଖ୍ୟାଂଶ

  • ଯୋଗ୍ୟ ଚାଷୀ ମାନଙ୍କୁ କିଷାନ କ୍ରେଡିଟ କାର୍ଡ ଏବଂ ପାସବୁକ ବା କାର୍ଡ କମ ପାସବୁକ ଉପଲବ୍ଧ କରାଯ଼ାଇଥାଏ.

  • କ୍ୟାସ୍ କ୍ରେଡିଟ ସୁବିଧାକୁ ରିଭଲ୍ଭ କରିବା ଓ ସୀମା ମଧ୍ୟରେ ଯ଼େତେ ସଂଖ୍ୟlରେ କ୍ୟାସ୍ ଉଠାଇବା ବା ପୁନଃ ପ୍ରଦାନ କରିବା

  • ଚାଷ କରାଯ଼ାଉଥିବା ଜମି, ଚାଷର ପାଟର୍ନ ତଥା ଅର୍ଥର ମାତ୍ରାକୁ ଦେଖି ସୀମା ସ୍ଥିର କରାଯ଼ିବ

  • ସମସ୍ତ ଉତ୍ପାଦନ କ୍ରେଡିଟ ପୂରା ବର୍ଷ ପାଇଁ ହେବା ଆବଶ୍ୟକ ଓ ଶସ୍ୟ ଉତ୍ପାଦନ ସହିତ ସମ୍ପର୍କିତ ଅନ୍ୟ ଗତିବିଧି ଉପରେ ଧ୍ୟାନ ଦେଇ ସୀମା ନିର୍ଧାରଣ କରିବାକୁ ପଡିବ

  • କ୍ଷୁଦ୍ର କାଳୀନ, ମଧ୍ୟବର୍ତୀକାଳୀନ, ଟର୍ମ କ୍ରେଡିଟକୁ ଉପ ସୀମା କଭର କରିବ ଓ ଏହା ବ୍ୟାଂକ ଇଚ୍ଛା ଅନୁସାରେ ନିର୍ଧାରିତ ହେବ.

  • ଗୋଟିଏ କାର୍ଡ 3 ବର୍ଷରୁ 5 ବର୍ଷ ପର୍ଯ୍ୟନ୍ତ ମାନ୍ୟ ରହିବ ଓ ଏହାର ବାର୍ଷିକ ସମୀକ୍ଷା କରାଯ଼ିବ . ଭଲ ପ୍ରଦର୍ଶନ ହେଲେ ପ୍ରୋତ୍ସାହନ ଆକାରରେ କ୍ରେଡିଟ ସୀମାକୁ ବଢାଇ ଦିଆଯ଼ାଇ ପାରେ ଯ଼ାହା ଦ୍ବାରା ମୁଲ୍ୟରେ ବୃଦ୍ଧି ଓ ଚାଷର ପାଟର୍ନରେ ହେଉଥିବା ପରିବର୍ତନ ଉପରେ ଧ୍ୟାନ ଦିଆଯ଼ାଇ ପାରିବ,.

  • ପ୍ରତ୍ୟେକ ଉଠାଣ ପାଇଁ ସର୍ବାଧିକ 12 ମାସ ମଧ୍ୟରେ ଫେରାଇବାକୁ ପଡିବ

  • ପାକୃତିକ ବିପତ୍ତି ଯ଼ୋଗୁ ଫସଲ ହାନି ହେଲେ ଋଣର କନଭର୍ସନ / ରିସିଡ୍ଯୁଲମେଣ୍ଟ କରାଯ଼ାଇପାରେ.

  • ସିକ୍ଯୁରିଟି, ମାର୍ଜିନ ଓ ସୁଧ ହାର ଆରବିଆଇ ମାନକ ଅନୁସାରେ

  • ଅପରେସନ ଜାରୀ କରାଯ଼ାଇଥିବା ବ୍ୟାଂକରେ ହେବ ( ସମବାଯ ବ୍ୟାଂକ ମାମଲାରେ ଏହା ପ୍ଯାକ୍ସରେ ମଧ୍ୟ ହୋଇପାରେ), ବ୍ୟାଂକ ଇଚ୍ଛା ଅନୁସାରେ ଅନ୍ୟ ନାମିତ ବ୍ୟାଂକରେ ମଧ୍ୟ ଏହା କରାଯ଼ାଇ ପାରେ .

  • ସ୍ଲିପ / ଚେକ ଦ୍ବାରା ଟଙ୍କା ଉଠାଣ ସହିତ ସାଥିରେ କାର୍ଡ ଏବଂ ପାସବୁକ

  • ଅଧିସୂଚିତ ଫସଲ ପାଇଁ କେସିସି ଯ଼ୋଜନାରେ ବିତରଣ କରାଯ଼ାଉଥିବା ଫସଲ ଋଣକୁ ରାଷ୍ଟ୍ରୀଯ କୃଷି ବୀମା ଯୋଜନା (ନେସନାଲ କ୍ରପ ଇନସୁରାନ୍ସ ସ୍କିମ) ରେ କଭର କରାଯ଼ାଇଥାଏ. ପ୍ରାକୃତିକ ବିପତ୍ତି ଓ କୀଟପତଙ୍ଗଙ୍କ ଦ୍ବାରା ଫସଲ ନଷ୍ଟ ହେଲେ ଚାଷୀଙ୍କ ସ୍ବାର୍ଥକୁ ସୁରକ୍ଷା ଦେବା ପାଇଁ ଏହି ଯ଼ୋଜନାକୁ ଭାରତ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯ଼ାଇ ଥିଲା .


କ୍ରେଡିଟ କାର୍ଡର କଣ୍ଟେଣ୍ଟ

ହି ଯ଼ୋଜନରେ କଭର ହେଉଥିବା ହିତାଧିକାରୀ ମାନଙ୍କୁ କ୍ରେଡିଟ କାର୍ଡ, ପାସବୁକ କିମ୍ବା କ୍ରେଡିଟ କାର୍ଡ କମ ପାସବୁର ପ୍ରଦାନ କରାଯ଼ାଇଥାଏ ଏଥିରେ ଠିକଣା, ଜମିର ମାତ୍ରା ସଂପର୍କିତ ବିବରଣୀ, ଋଣ କରିବାର ସୀମା, ସୀମା ଅବଧି, ଧାରକର ଏକ ପାସପୋର୍ଟ ସାଇଜର ଫଟୋ ଆଦି ରହିଥାଏ. ଏହା ଏହି ପ୍ରକ୍ରିଯାରେ ବିନିମଯର ରେକର୍ଡିଂ ପାଇଁ ପରିଚୟ ପତ୍ର ସହିତ ଫେସିଲିଟେଟର ର କାମ ମଧ୍ୟ କରିଥାଏ .

ଯ଼େଉଁ ଠାରେ ଏକାଉଣ୍ଟ ଅପରେଟ କରାଯ଼ାଉଥିବ, ସେଠାରେ ହିତାଧିକାରୀଙ୍କୁ ଏହି କାର୍ଡ କମ ପାସବୁକକୁ ଦେଖାଇବାକୁ ପଡିବ .

ବ୍ୟକ୍ତିଗତ ଦୁର୍ଘଟଣା ବୀମା ଯ଼ୋଜନା, ମୁଖ୍ୟାଂଶ

କେସିସି ଧାରକ ମାନଙ୍କ ଦୁର୍ଘଟଣାରେ ମୃତ୍ଯୁ ତଥା ସ୍ଥାଯୀରୁପେ ବିକଳାଙ୍ଗ ହେବାକୁ ଏହି ଯ଼ୋଜନାରେ କଭର କରାଯ଼ାଇଥାଏ. ଦୁର୍ଘଟଣାରେ ମୃତ୍ଯୁ ପାଇଁ ( ଦୁର୍ଘଟଣା ହେବାର 12 ମାସ ମଧ୍ୟରେ) 50 ହଜାର ଟଙ୍କା . ସ୍ଥାଯୀ ସମ୍ପୂର୍ଣ ଭିନ୍ନକ୍ଷମତା, ଦୁଇଟି ଆଖି କିମ୍ବା ଦୁଇଟି ଲିମ୍ବ ବା ଗୋଟିଏ ଆଖି ଓ ଗୋଟିଏ ଲିମ୍ବ ହରାଇଲେ 50 ହଜାର ଟଙ୍କା ତଥା ଗୋଟିଏ ଆଖି କିମ୍ବା ଗୋଟିଏ ଲିମ୍ବ ହରାଇଲେ 25 ହଡାର ଟଙ୍କା ପାଇବାର ବ୍ୟବସ୍ଥା ରହିଛି .

  • ବୀମା କମ୍ପାନୀର ନାମିତ ଅଧିକାରୀ ମାନେ ସମସ୍ତ କେସିସି ଧାରକ ମାନଙ୍କୁ କଭର କରିବାକୁ ପ୍ରତ୍ୟେକ ଡିସିସିବି / ଆରଆରବି ପାଇଁ ମାଷ୍ଟର ବୀମା ପଲିସି ଜାରି କରିବେ . .
  • 1 ବର୍ଷିଆ ପଲିସିରେ 15 ଟଙ୍କା ତଥା ତିନି ବର୍ଷିଆ ପଲିସିରେ 45 ଟଙ୍କାର ପ୍ରିମିୟମ ଦେବାକୁ ପଡିବ .
  • ନାମିତ ବୀମା କମ୍ପାନୀର ପ୍ରତ୍ୟେକ ଜିଲ୍ଲା ସ୍ତରରେ ଜଣେ ଅଧିକାରୀଙ୍କୁ ନାମାଙ୍କନ କରିବ, ଯ଼ିଏ ଜିଲ୍ଲାରେ କେସିସି ଧାରକ ମାନଙ୍କର ବ୍ୟକ୍ତିଗତ ଦୁର୍ଘଟଣା ବୀମା ଯ଼ୋଜନା ସମ୍ପର୍କିତ କାର୍ଯ୍ୟକ୍ରମ ପାଇଁ ନୋଡାଲ ଅଧିକାରୀ ରୁପେ କାମ କରିବେ .
  • ବୀମା କମ୍ପାନୀ ପ୍ରିମିୟମ ପାଇବା ପରେ ଏହି ପଲିସିରେ ବୀମା କଭରେଜ ଉପଲବ୍ଧ ହେବ
  • କିସାନ କ୍ରେଡିଟ କାର୍ଡ କମ ପାସବୁକରେ ନମିନି ମାନଙ୍କ ନାମକୁ ସାମିଲ କରିବାକୁ ବ୍ୟାଂକ ମାନେ ସୁନିଶ୍ଚିତ କରିବେ .
  • ଦୁର୍ଘଟଣା ଜନିତ ମୃତ୍ଯୁ କିମ୍ବା ବିକଳାଙ୍ଗତା ବେଳେ ମୃତ୍ଯୁର କାରଣ ଓ ଦୁର୍ଘଟଣାର ପ୍ରକୃତି ସମ୍ପର୍କରେ ପ୍ରମାଣିତ କରିବାକୁ ଓ ବୀମା ଦାବିର ସେଟଲମେଣ୍ଟ ସମ୍ପର୍କରେ ସୁପାରିଶ କରିବାକୁ ତଦନ୍ତ କମ ଜାଂଚ କମିଟି ଯ଼େଉଁ ଥିରେ କାର୍ଯ୍ୟକାରୀ କରୁଥିବା ବ୍ୟାଂକର ଶାଖା ପରିଚାଳକ, ଲିଡ ବ୍ୟାଂକ ଅଧିକାରୀ ତଥା ବୀମା କମ୍ପାନୀର ପ୍ରତିନିଧି ସାମିଲ ରହିବେ, ସରଳୀକୃତ ଦାବି ସେଟଲମେଣ୍ଟ ପ୍ରକ୍ରିଯାର ବ୍ୟବସ୍ଥା ରହିଛି .

କେସିସି ଧାରକଙ୍କୁ ସରକାରୀ ସହଯ଼ୋଗ

କେସିସି ଧାରକ ମାନେ ବ୍ୟକ୍ତିଗତ ଆକ୍ସିଡେଣ୍ଟ ବୀମା ଯ଼ୋଜନାରେ କଭର ହୋଇଥାନ୍ତି ତଥା ଦୁର୍ଘଟଣାରେ ମୃତ୍ଯୁ ଘଟିଲେ 50 ହଜାର ତଥା ସ୍ଥାଯୀ ରୁପେ ବିକଳାଙ୍ଗ ହେଲେ 25 ହଜାର ଟଙ୍କା ବୀମା ସହାଯତା ପାଇଥାନ୍ତି. ଏହାର ପ୍ରିମିୟମ କାର୍ଡ ଜାରୀ କରୁଥିବା ସଂସ୍ଥା ତଥା ଋଣକର୍ତାଙ୍କ ମଧ୍ଯରେ 2 ଅନୁପାତ 1ରେ ଦିଆଯ଼ାଇଥାଏ.

  • ଭାଗ ଚାଷୀ, , ବିନା କାଗଜପତ୍ରରେ ଜମିନେଇ ଚାଷ କରୁଥିବା ବ୍ୟକ୍ତି ଓ ଜଏଣ୍ଟ ଲାଇବିଲିଟି ଗ୍ରୁପକୁ କେସିସି ପ୍ରଦାନ କରିବାକୁ ବ୍ଯାଙ୍କର ମାନଙ୍କୁ ପରାମର୍ଶ ଦିଆଯ଼ାଇଛି.
  • କେସିସି ଯ଼ୋଜନାରେ ସମସ୍ତ ଯୋଗ୍ୟ ଚାଷୀଙ୍କୁ ସାମିଲ କରିବାକୁ ବ୍ୟାଂକ ମାନଙ୍କୁ କୁହାଯ଼ାଇଛି
  • ତୃଣମୂଳ ସ୍ତରରେ ଏହି ଯ଼ୋଜନାକୁ ପ୍ରଭାବୀ ଭାବେ କାର୍ଯ୍ୟକାରୀ କରିବା ତଥା ଏହା ଯ଼େଭଳି ଭାବେ ଚାଷୀ ମାନଙ୍କୁ ସହାଯତା କରିବାକୁ ଆଶା କରାଯ଼ାଉଥିଲା ସେଭଳି କରିବାକୁ ଭାରତ ସରକାର ଉଚ୍ଚସ୍ତରୀଯ ଟାସ୍କ ଫୋର୍ସ ଗଠନ କରିଛନ୍ତି ଯ଼ିଏ ଯ଼ାହା କେସିସି ଯ଼ୋଜନାର ସାମର୍ଥ ବୃଦ୍ଧି କରିବାକୁ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ପରାମର୍ଶ ଦେବ . ଏହି ଟାସ୍କ ଫୋର୍ସ 30 ଜୁନ 2010ରେ ତାର ରିପୋର୍ଟ ପ୍ରଦାନ କରିଛି
  • କେନ୍ଦ୍ରୀଯ ବିତ୍ତ ମନ୍ତ୍ରୀଙ୍କ ଇଚ୍ଛା ଅନୁସାରେ ବ୍ୟାଂକର ମାନଙ୍କୁ ଏହି ଯ଼ୋଜନାରେ 2009-10ରୁ 2010-11 ବିତ୍ତୀଯ ବର୍ଷ ସୁଦ୍ଧା କେସିସିର କଭରେଜକୁ 20 ପ୍ରତିଶତକୁ ବୃଦ୍ଧି କରିବା ଓ ଅର୍ଥକୁ 20ପାଇଁ ପରାମର୍ଶ ଦିଆଯ଼ାଇଛି. 2011-12.ରେ ମଧ୍ୟ ଅନୁରୂପ ବୃଦ୍ଧି ହେବ ବୋଲି ଆଶା କରାଯ଼ାଉଛି .

ନାବାର୍ଡ ଦ୍ବାରା ନିଆଯ଼ାଇଥିବା ଗୁରୁତ୍ବପୂର୍ଣ ପଦକ୍ଷେପ

  • ସମବାୟ ବ୍ୟାଂକ ଓ ଆରଆରବି ମାନଙ୍କୁ କେସେସି ଯ଼ୋଜନାର ସ୍କୋପକୁ ବଢାଇବାକୁ ପରାମର୍ଶ ଦିଆଯ଼ାଇଛି . ପ୍ରଚଳିତ ଫସଲ ଋଣ ସୀମାରେ ଥିବା ସୁବିଧା ଉପଲବ୍ଧ କରାଇବା ସହିତ କୃଷି ଏବଂ ଆନୁସଙ୍ଗିକ ଗତିବିଧି ପାଇଁ ଟର୍ମ ଲୋନକୁ କଭର କରିବା ସହ କଂଜପସନ ଆବଶ୍ୟକତାକୁ ପୂରଣ କରିବା ପାଇଁ ରିଜନେବଲ କମ୍ପୋନେଣ୍ଟକୁ ସାମିଲ କରିବାକୁ ପରାମର୍ଶ ଦିଆଯ଼ାଇଛି
  • କେସିସିର କଭରେଜକୁ ଭୂମିହୀନ ଶ୍ରମିକ, ଭାଗଚାଷୀ ଓ ଋଣଖିଲାଫୀ ମାନଙ୍କ ପର୍ଯ୍ୟନ୍ତ ବଢାଯ଼ାଇଛି .
  • କେସିସିର ପରିକଳ୍ପନାକୁ ଦୀର୍ଘ କାଳୀନ ସମବାଯ ଢାଞ୍ଚାର ଋଣକର୍ତା ପର୍ଯ୍ୟନ୍ତ ସଂପ୍ରସାରିତ କରାଯ଼ାଇଛି
  • କେସିସିର ପରିକଳ୍ପନାକୁ ଦୀର୍ଘକାଳୀନ କୋ ଅପରେଟିଭ ଷ୍ଚ୍ରକଚରର ଋଣଧାରକ ମାନଙ୍କ ପର୍ଯ୍ୟନ୍ତ ସଂପ୍ରସାରିତ କରାଯ଼ାଇଛି.
  • କେସିସି ଯ଼ୋଜନାର ମୁଖ୍ୟାଂଶ, ସୁବିଧା ଓ ଅନ୍ୟ ସମ୍ପର୍କିତ ସୂଚନାକୁ ଦର୍ଶାଉଥିବା ଏକ ବ୍ରାଉଚର ମୁଖ୍ଯ କାର୍ଯ଼ାଳଯ ଦ୍ବାରା ପ୍ରସ୍ତୁତ କରାଯ଼ାଇଛି ଓ ଏହି ଯ଼ୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ରାଜ୍ୟ ସରକାରଙ୍କର ବିଭାଗ, ବାଣିଜ୍ଯିକ ବ୍ୟାଂକ, ଆରଆରବି ଓ ଅନ୍ୟ ସମ୍ପର୍କିତ ଏଜେନ୍ସି ଓ ଅଫିସ ଗୁଡିକୁ ସାର୍କୁଲେଟ କରିବାକୁ ଆରଓଙ୍କୁ କୁହାଯ଼ାଇଛି .
  • କେସିସି ଜାରୀ କରିବାକୁ 5 ହଜାର ଟଙ୍କାର ସର୍ବ ନିମ୍ନ ଫ୍ଲୋର ଲିମିଟକୁ ପ୍ରତ୍ଯାହାର କରାଯ଼ାଇଛି.
  • ନାବାର୍ଡ ପକ୍ଷରୁ ନିୟମିତ ଭାବରେ କେସିସି ଯ଼ୋଜନାର କାର୍ଯ଼କାରିତା ସମ୍ପର୍କରେ ଅଧ୍ୟୟନ
  • କରାଯ଼ାଉଛି ଯ଼ାହା ଫଳରେ ତୃଣମୂଳ ସ୍ତରରେ ଦେଖା ଦେଉଥିବା ସମସ୍ୟl ବା ପ୍ରସଙ୍ଗକୁ ଯ଼ଦି ଆବଶ୍ଯକ ହୁଏ ତେବେ ଦୂର କରାଯ଼ାଇ ପାରିବ .
  • ଆରବିଆଇ ଠାରୁ ବିଭିନ୍ନ ବାଣିଜ୍ଯିକ ବ୍ୟାଂକ, , ସମବାୟ. ବ୍ୟାଂକ, ଓ ଆରଆରବି ମାନଙ୍କୁ ଦିଆଯ଼ାଇଥିବା ନିର୍ଦେଶ ଅନୁସାରେ ସେମାନଙ୍କୁ ପରାମର୍ଶ ଦିଆଯ଼ାଇଛି ଯ଼େ ସେମାନେ ନିଜ ବିବେକ ଅନୁସାରେ ଚାଷୀ ମାନଙ୍କର କିଷାନ କ୍ରେ଼ଡିଟ କାର୍ଡର କ୍ୟାସ୍ କ୍ରେଡିଟ ଏକାଉଣ୍ଟ ସର୍ବ ନିମ୍ନ ବାଲାନ୍ସରେ ସେମାନଙ୍କ ଭାବନା ଓ ଅନ୍ୟ କାରକ ଅନୁଯ଼ାଯୀ ସୁଧ ହାର ପ୍ରଦାନ କରି ପାରିବେ. ପ୍ରତ୍ୟେକ କ୍ଯାଲେଣ୍ଡର ମାସର ଦଶ ତାରିଖରୁ ଶେଷ ପର୍ଯ୍ୟନ୍ତଏହା ହୋଇଥାଏ.
  • କେସିସି ଯ଼ୋଜନାରେ ସମସ୍ତ ଯୋଗ୍ୟ କୃଷକ ମାନଙ୍କ ନିକଟକୁ ପହଞ୍ଚିବା ପାଇଁ ଆରଆରବି ମାନଙ୍କୁ ଅଭିନବ ପ୍ରଚାର ଅଭିଯ଼ାନ ଚଳାଇବାକୁ ପରାମର୍ଶ ଦିଆଯାଇଛି

ଯୋଜନାର କାର୍ଯ୍ୟକାରିତାରେ ପ୍ରଗତି

  • 1998 ମସିହା ଅଗଷ୍ଟ ମାସରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିବା ଠାରୁ 2013 ମସିହା ମାର୍ଚ 31 ତାରିଖ ପର୍ଯ୍ୟନ୍ତ ସମବାଯ ବ୍ଯାଙ୍କ, ଗ୍ରାମ୍ୟ.. ବ୍ୟାଂକ ତଥା ବାଣିଜ୍ଯିକ ବ୍ୟାଂକ ମାନଙ୍କ ଦ୍ବାରା ମିଳିତ ଭାବେ 10 କୋଟି କିସାନ କ୍ରେଡିଟ କାର୍ଡ ଜାରୀ କରାଯ଼ାଇଛି
  • ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ( ଚଂଡୀଗଢ, ଦାମନ ଦିଉ ଓ ଦାଦ୍ରା ନଗର ହାବେଳି ବ୍ୟତୀତ) ରେ ସମବାଯ ବ୍ୟାଂକ, ଗ୍ରାମ୍ୟ. ବ୍ୟାଂକ ତଥା ବାଣିଜ୍ଯିକ ବ୍ୟାଂକ ମାନେ ଏଥିରେ ସାମିଲ ହୋଇଛନ୍ତି .

ରୁପେ କିସାନ କ୍ରେଡିଟ କାର୍ଡ

RuPay_debitcard.png

ରୁପେ ହେଉଛି ଏକ ଭାରତୀଯ ଘରୋଇ କାର୍ଡ ସ୍କିମ ଯ଼ାହା ନେସନାଲ, ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ) ଦ୍ବାରା କଳ୍ପନା ଓ ଆରମ୍ଭ କରାଯ଼ାଇଛି. ଭାରତରେ ଏକ ଘରୋଇ ଖୋଲା ଲୁପ ଓ ମଲ୍ଟିଲେଟେରାଲ ପେମେଣ୍ଟର ସିଷ୍ଟମ ହେବା ସମ୍ପର୍କିତ ରିଜର୍ଭ  ବ୍ୟାଂକର ଇଚ୍ଛାକୁ ପୂରଣ କରିବାକୁ ଏହା ତିଆରି କରଯ଼ାଇଛି. ରୁପେ କାର୍ଡ ଭାରତରେ ମାଷ୍ଟର କାର୍ଡ ଓ ଭିସା କାର୍ଡ ସହ ପ୍ରତିଦ୍ବନ୍ଦିତା କରେ ତଥା ସମସ୍ତ ଭାରତୀଯ ବ୍ୟାଂକ ତଥା ବିତ୍ତୀୟ ଅନୁଷ୍ଠାନରେ ଇଲେକ୍ଟ୍ରନିକ ପେମେଣ୍ଟକୁ ସହଜ କରେ.

ଜାନୁଆରୀ 2013 ମସିହାରେ ନାବାର୍ଡ ଏକ ସ୍ବତନ୍ତ୍ର ପ୍ରକଳ୍ପ ଯୁନିଟ ( ଏସପିଯୁ କେସିସି) ସ୍ଥାପନା କଲା. ଏହାର ଉଦ୍ଦେଶ୍ୟ ହେଲା ଦେଶର ବିଭିନ୍ନ ସମବାଯ ବ୍ଯାଙ୍କ, ତଥା କ୍ଷେତ୍ରୀଯ ଗ୍ରାମୀଣ ବ୍ଯାଙ୍କ ଗୁଡିକ ରୁପେ କେସିସି କ୍ରେଡିଟ କାର୍ଡ ଜାରୀ କରିବା. ନ୍ଯାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ ସହିତ ମାର୍ଗଦର୍ଶନ,ସମନ୍ବଯ, ଆରଆରବିର ପ୍ରାଯୋଜକ ବ୍ୟାଂକ ଓ ସମବାଯ.ବ୍ୟାଂକ ମାନଙ୍କ ସହିତ ଆଲୋଚନା ମାଧ୍ୟମରେ ଏହି ଯୁନିଟର ମୂଳ ଉଦ୍ଦେଶ୍ୟ ହେଲା. ସହରୀ ଅଞ୍ଚଳ ଭଳି ଗ୍ରାମୀଣ ଚାଷୀ ମାନଙ୍କୁ ନୂଆ ବ୍ୟାଙ୍କିଙ୍ଗ ସୁବିଧା ପ୍ରଦାନ କରିବା ସହ ଚାଷୀ ମାନଙ୍କୁ ପ୍ରସ୍ତୁତ କରି କ୍ୟାସ୍ ଲେସ ଇକୋ ସିଷ୍ଟମ ବିକଶିତ କରିବା ହେଉଛି ଏହାର ମୋଟ ଲକ୍ଷ୍ଯ . ଉପରୋକ୍ତ ଉଦ୍ଦେଶ୍ଯ ପ୍ରାପ୍ତି ପାଇଁ ଏସପିଯୁ ନୀତି ନିର୍ଧାରଣ, ସାମର୍ଥ ବିକାଶ ଓ ବିଭିନ୍ନ ଷ୍ଟେକ ହୋଲ୍ଡର ମାନଙ୍କ ମଧ୍ୟରେ ନେଟବର୍କିଂ ଆଦି କରେ .

ନୂଆ କେସିସି ଗାଇଡଲାଇନରେ କୁହାଯ଼ାଇଛି ଯ଼େ କେସିସି ଗ୍ରାହକ ମାନଙ୍କ ନିକଟରେ ଏଟିଏମ ବା ଡେବିଟ କାର୍ଡ ଜରିଆରେ ପ୍ରତ୍ୟlହାରର ସୁବିଧା ରହିବା ଆବଶ୍ଯକ . ଏହି ଦିଗରେ ତ୍ବରିତ ପଦକ୍ଷେପକୁ ଫେସିଲିଟେଟ କରିବାକୁ ନାବାର୍ଡ ଆରଆରବି ଓ ଅନ୍ୟ ବ୍ୟାଂକ ମାନଙ୍କୁ ଆର୍ଥିକ ସହଯୋଗ ପ୍ରଦାନ କରିବାର ଯ଼ୋଜନା ଆରମ୍ଭ କରିଛି, ଯ଼ାହା ଦ୍ବାରା ସେମାନେ ଏପରି କାର୍ଡ ଜାରୀ କରି ପାରିବେ.

ପୁନଗ୍ରେନ ( ପଂଜାବ ଗ୍ରେନ ପ୍ରକ୍ଯୁରମେଣ୍ଟ କର୍ପୋରେସନ ଲିମିଟେଡ) କମିଶନ ଏଜେଣ୍ଟ ମାନଙ୍କୁ କମିଶନ ରୁପେ କ୍ରେ଼ଡିଟ କାର୍ଡ ଜରିଆରେ ପ୍ରଦାନ କରେ ଏବଂ କିସାନ ଅରହିତା ଇନଫର୍ମେସନ, ରିମିଟାନ୍ସ ଅନଲାଇନ ନେଟବର୍କ (କାଇରୋନ) ନାମକ କମିଶନ ଏଜେଣ୍ଟ ମାନଙ୍କର ଏକ ନେଟବାର୍କ ବିକଶିତ କରିଛି ନେସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆର ସହାୟତାରେଏହା କରାଯ଼ାଇଛି. କୋଟାକ ମହିନ୍ଦ୍ରା ବ୍ୟାଂକ ରୁପେ ସହିତ ଭାଗିଦାରୀରେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପାଇଁ ଏକ ପ୍ରୟlସ ଆରମ୍ଭ କରିଛି ଯ଼େଉଁଥିରେ ପଶ୍ଚିମ ବଙ୍ଗର ବର୍ଧମାନ ଓ ହୁଗଳି ଜିଲ୍ଲାର ଅମୁଲ କ୍ଷେତ୍ରର 75ଟି ସମବାଯ ସମିତିର ଦୁଗ୍ଧ ଚାଷୀ ମାନେ ସେମାନଙ୍କର ପେମେଣ୍ଟ ସିଧା ଦୁଗ୍ଧ ବିକ୍ରି କରିବା ଦିନ ତାଙ୍କ ଏକାଉଣ୍ଟରେ ପାଇ ପାରିବେ. ଗୁଜରାତରେ ମଧ୍ୟ ପରି ମଡେଲ କରିବାକୁ ଯ଼ୋଜନା କରାଯ଼ାଉଛି. ଏଥିରେ 1200 ସମବା ସମିତିର 300,000ରୁ ଉର୍ଧ ଦୁଗ୍ଧ ଚାଷୀ ଏହି ଯ଼ୋଜନାରେ ସାମିଲ ହେବେ .

ସ୍ରୋତ :ନାବାର୍ଡ

ସମ୍ପର୍କିତ ସମ୍ବଳ

Last Modified : 5/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate