অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଉନ୍ନତ ଜ୍ଞାନକୌଶଳ ଦେଇଛି ସଫଳତା

ସୂର୍ଯ୍ୟନାରାୟଣଙ୍କ ସଫଳତା

ପାଠ ପଢାରେ ଅର୍ଥ ସାଜିଲା ବାଧକ । ଦଶମ ଶ୍ରେଣୀରୁ ପାଠରେ ଡୋରି ବନ୍ଧା ହେଲା ।  ମାତ୍ର ପିଲାଟି ଦିନରୁ ଚାଷ ସହିତ ପରିବେଶର ସୁରକ୍ଷା ପାଇଁ ସେ  ଉଦ୍ୟମରତ । ସେହି ଧାରାକୁ ଆଦରି ନେଇ ନାବାର୍ଡ ସହାୟତାରେ ଜିଲ୍ଲାରେ ପ୍ରତିଷ୍ଠା କଲେ ପ୍ରଥମ ଅଣ୍ଡାଦିଆ କୁକୁଡା ଫାର୍ମ ।  ପରେ ଫଳ ଚାଷ, ମାଛ ଚାଷ, ଗଛ ଲଗାଇବା ଏବଂ ଶିକ୍ଷା କ୍ଷେତ୍ରରେ ଦୁଇ ଦୁଇଟି ବିଦ୍ୟାଳୟ ସ୍ଥାପନ କରି ନିଜ ଅଞ୍ଚଳ ନୁହେଁ ସମଗ୍ର ନୟାଗଡ଼ ଜିଲ୍ଲାରେ ଆଣିଲେ ଗୌରବ । ସେହିଭଳି ଜଣେ ସଫଳ ଚାଷୀ ହେଲେ ସୂର୍ଯ୍ୟନାରାୟଣ ସାହୁ । ଯାହାଙ୍କ ବୟସ  ବର୍ତ୍ତମାନ ୫୫ ବର୍ଷ ।

ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ବାହାଡାଝୋଲା ଗ୍ରାମର ସୂର୍ଯ୍ୟନାରାୟଣ ସାହୁ । ନାବାର୍ଡ ସହାୟତାରେ ୨୦୧୦ ମସିହାରେ ବାହାଡାଝୋଲା ନିକଟ କାଳିଆମ୍ବା ଠାରେ ବାବା ଲେୟାର ଫାର୍ମ ନାମକ କୁକୁଡା ଫାର୍ମ ପ୍ରତିଷ୍ଠା କଲେ ।  ୫୦ ହଜାର କୁକୁଡା  ରହୁଥିବାବେଳେ ଦିନକୁ ୪୦ ହଜାର ଅଣ୍ଡା ଉତ୍ପାଦନ କରାଯାଇଥିଲା । ଦିନକୁ ପ୍ରାୟ ଦେଢଲକ୍ଷ ଟଙ୍କାର ଅଣ୍ଡା ଏଠାରୁ ଉତ୍ପାଦନ କରିବାର କ୍ଷମତା ରହିଥିଲା । ଏହି ଫାର୍ମରୁ ଦିନକୁ ୧୨ ରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଲାଭ  ବାହାରିଲା । ମାତ୍ର ଗତ ଫାଇଲିନ୍ ରେ ଫାର୍ମରୁ  ୩୦ ହଜାର କୁକୁଡ଼ା ମରିଯିବା । ସହିତ ୪୦ ଲକ୍ଷ ଟଙ୍କାର କ୍ଷତି ହୋଇଥିଲା ।  ମାତ୍ର ସେଥିରେ  ଭାଙ୍ଗିପଡିନଥିଲେ  ସୂର୍ଯ୍ୟନାରାୟଣ ।

ଫାର୍ମ

ଫାର୍ମ ଭିତରେ ବଡ ବଡ ୫ଟି ପୋଖରୀ ଖୋଳି ସେଥିରେ ହାଇବ୍ରିଡ୍ ମାଗୁର, ରୋହି, ଭାକୁର ଏବଂ ସିଲଭର୍ କପ୍ ମାଛ ଚାଷ କରୁଛନ୍ତି । ମାଛଚାଷରୁ ବର୍ଷକୁ  ପ୍ରାୟ  ୧୦ ଲକ୍ଷ ଟଙ୍କା ଲାଭ ପାଉଛନ୍ତି । ପୋଖରୀ ହୁଡାରେ ୫୦୦ ନଡିଆ  ଲଗାଇଛନ୍ତି । ସେହିପରି ୩୦୦ ଲେମ୍ବୁ ଏବଂ ୫୦୦ କଦଳୀ ଗଛ ଲଗାଇଛନ୍ତି । ପରିବେଶର ସୁରକ୍ଷା ପାଇଁ ଶାଗୁଆନ, ପିଆଶାଳ, ଅଁଳା, ହରିଡା, ବାହାଡା, ନିମ୍ବ, ଡାଳିମ୍ବ, ଓଉ, ଆକାଶି, ଅର୍ଜୁନ, ଗଙ୍ଗସିଉଳି ଭଳି ୬୪ ପ୍ରକାରର ଗଛ ଲଗାଇଛନ୍ତି । ଏହି ଫଳଚାଷ ଏବଂ ଫାର୍ମ ୨୫ ଏକର ଜାଗାରେ ରହିଥିବାବେଳେ ୨୦ ଏକର ଜାଗାରେ କେବଳ କାଜୁ ବଗିଚା କରିଛନ୍ତି । ସେଥିରେ ୫ ହଜାର କାଜୁ ଗଛ ରହିଛି ।

ପୁରସ୍କୃତ ଏବଂ ମାନପତ୍ର

ଚାଷ ପାଇଁ ୨୦୧୧ ମସିହାରେ ରାଜ୍ୟ ସ୍ତରୀୟ କୃଷି ମହୋତ୍ସବରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କୃଷି ମହୋତ୍ସବରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ୨୦୧୪ ମସିହାରେ ସମାଜ ବିକାଶ କେନ୍ଦ୍ର ପୁରୀ, ୨୦୧୫ ମସିହା କୃଷି ମହୋତ୍ସବରେ ମୁଖ୍ୟମନ୍ତ୍ରୀ ଏବଂ ୨୦୧୫ ମସିହାରେ  ରିସର୍ଚ୍ଚ (ଭାରତ ସରକାର ) ପକ୍ଷରୁ ପୁରସ୍କୃତ ଏବଂ ମାନପତ୍ର ମିଳିଛି । ଚାଷକୁ ଉନ୍ନତମାନର କରିବା ପାଇଁ  ସେ ରାଜ୍ୟ ବାହାରକୁ ଯାଇ ବିଭିନ୍ନ ପ୍ରଣାଳୀରେ ଚାଷ କରିବା  ଶିଖିଛନ୍ତି ।  ନିଜସ୍ୱ ଉଦ୍ୟମରେ ଏକ ଆଇଟିଆଇ ଓ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସ୍ଥାପନ କରିଛନ୍ତି । ଚାଷରେ ସଫଳ ହେବା ପାଇଁ ଆଧୁନିକ ଜ୍ଞାନକୌଶଳକୁ ବିନିଯୋଗ କରିବାକୁ ହେବ ବୋଲି ସୂର୍ଯ୍ୟନାରାୟଣ କୁହନ୍ତି ।

ଆଧାର – ଦୈନିକ ପ୍ରମେୟ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate