অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କଠିନ ପରିଶ୍ରମରୁ ସଫଳ ଚାଷୀ

ଚାଷୀନିତ୍ୟାନନ୍ଦ ପ୍ରଧାନ

ଧାନ ଉତ୍ପାଦନରେ ରାଜ୍ୟକୁ ସିଂହାଭାଗ ଯୋଗାଉଥିବା ବରଗଡ଼ ଓଡ଼ିଶାର ଭାତହାଣ୍ଡିର ମାନ୍ୟତା ପାଇପାରିଛି । ପ୍ରାକୃତିକ ବିପର୍ଯ୍ୟୟ ସହିତ ଚାଷୀ ଆତ୍ମହତ୍ୟା ମାମଲାରେ ମଧ୍ୟ ବରଗଡ଼ ଅଗ୍ରଣୀ ଭାବେ ଚର୍ଜାର ପରିସରଭୁକ୍ତ ହୋଇଛି । ଏ ଅଞ୍ଚଳର ଚାଷୀ ମାନସିକତାକୁ ସଚେତନ ଚାଷୀଙ୍କ ମନୋବଳ ହିଁ ଆଗାମୀ ପିଢ଼ୀକୁ ଚାଷ କାର୍ଯ୍ୟ ପ୍ରତି ଉତ୍ସାହିତ କରୁଛି । ସେହି ଭଳି ଚାଷୀ ହେଉଛନ୍ତି ନିତ୍ୟାନନ୍ଦ ପ୍ରଧାନ ।

ଯିଏ କୁହନ୍ତି, ଦେଶକୁ ଖାଦ୍ୟ ନିରାପତ୍ତା  ଦେଉଥିବା ଚାଷୀଙ୍କୁ ଆତ୍ମହତ୍ୟା ନୁହେଁ ଆତ୍ମସମ୍ମାନ ମିଳୁ । ଶିକ୍ଷକତାରୁ ଜମିକୁ ଓହ୍ଲାଇ ସେଠୁ ରାଜନୀତିରେ ପାଦ ଥାପିଥିବା ବରଗଡ଼ର ସଫଳ ଚାଷୀ ନିତ୍ୟାନନ୍ଦ ପ୍ରଧାନ ।

ବରଗଡ଼ ଜିଲ୍ଲା ଭଟଲି ବ୍ଳକର ଖରମୁଣ୍ଡା ଗାଁର ନିତ୍ୟାନନ୍ଦ ୧୯୬୮ ରୁ ୧୯୮୦ ପର୍ଯ୍ୟନ୍ତ ପ୍ରାଇମେରୀ ବିଭାଗରେ ଶିକ୍ଷକତା କରିଥିଲେ ।

ଅବସର ପରେ କୃଷି କ୍ଷେତ୍ରର ନିଜକୁ ନିୟୋଜିତ କରି ସଫଳ ହୋଇଛନ୍ତି । ସ୍ଵଚ୍ଛ ଜମିରେ ଧାନ ଠାରୁ ପନିପରିବା ପର୍ଯ୍ୟନ୍ତ ସବୁକିଛି ଉତ୍ପାଦନ କରି ଜିଲ୍ଲା କୃଷି ବିଭାଗରୁ ଜଣେ ଅଗ୍ରଣୀ ଚାଷୀର ମାନ୍ୟତା ହେବାର ଗୌରବ ଅର୍ଜନ କରିଛନ୍ତି । କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭଟଲି ବୃକ୍‌ର ଅଗ୍ରଣୀ ଚାଷୀ ପୁରଷ୍କାର ପାଇବା ପରେ ପଛକୁ ଫେରି ନାହାନ୍ତି ନିତ୍ୟାନନ୍ଦ।

୨୦୧୪ ରେ ବରଗଡ଼ ଜିଲ୍ଲାପାଳଙ୍କଠାରୁ ‘କୁତୀ କୃଷକ ସମ୍ମାନ', ୨୦୧୪ରେ କୃଷିମନ୍ତ୍ରୀଙ୍କଠାରୁ ‘କୃଷକ ରତ୍ନ ସମ୍ମାନ', ୨୦୧୫ରେ ଭୁବନେଶ୍ଵର କୃଷି ମହୋତ୍ସବରେ ମୁଖ୍ୟମନ୍ତ୍ରୀଙ୍କଠାରୁ ‘ଅଶୋକ ଚକ୍ର' ସହିତ ‘କୃତୀ କୃଷକ ସମ୍ମାନ' ଲାଭ କରିଥିବା ନିତ୍ୟାନନ୍ଦ ବହୁ ସମ୍ମାନ ପାଇଛନ୍ତି । ପାରମ୍ପରିକ ଧାନଚାଷ ସହିତ ମୁଗ, ବିରି, ଚିନାବାଦାମ, ପନିପରିବା, ଲିରୁ, କଦଳୀ, ପଣଷ, ସେପେଟ, ସାନ୍ତରା, ଡାଳିମ୍ବା ଆଦି ଚାଷ କରି ଅନ୍ୟମାନଙ୍କ ଉଦାହରଣ ପାଲଟିଛନ୍ତି ।

ସେ ନିଜକୁ କୃଷି କ୍ଷେତ୍ରରେ ସିମୀତ ନ ରଖି ସାମାଜିକ ତଥା ରାଜନୈତିକ କ୍ଷେତ୍ରରେ ସାମିଲ କରିଛନ୍ତି । ଉର୍ଦ୍ଦୁନା ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବା ନିତhiନନ୍ଦ ସବୁବେଳେ ନିଜକୁ ଲୋକଙ୍କ ସେବାରେ ନିୟୋଜିତ କରନ୍ତି ।

ଚାଷୀ ଜୟନ୍ତ ସାହୁ

ପରିବାରର ଆର୍ଥିକ ଅନଟନ ଯୋଗୁ ତାଙ୍କୁ ରୋଜଗାର ଚିନ୍ତା ଘାରିଲା । ତେଣୁ ସୁଲପତ୍ରରେ ଅଧାରୁ ଡେରି ବନ୍ଧା ହୋଇଗଲା । ଚାକିରି ପାଇଁ ବାହାରକୁ ଯିବା ଲାଗି ତାଙ୍କର ମନ ବଳିଲା ନାହିଁ । ତେଣୁ ଗାଁରେ ରହି ଚାଷକାମ ମାଧ୍ୟମରେ ସ୍ଵାବଲମ୍ବୀ ହେବାକୁ ସେ ମନସ୍ଥ କଲେ । ଆରମ୍ଭ ହେଲା ଉଦ୍ୟମ । ସରୋଜଗାର କ୍ଷମ ହେବାର ନିଶାରେ ସେ ନିଜକୁ ଏଥିରେ ସମର୍ପି ଦେଲେ ।

ଆଉ ବର୍ଷ କେଇଟା ମଧ୍ୟରେ ସେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚବା ସହ ଆଉ କେତେଜଣଙ୍କ ପାଇଁ ପ୍ରେରଣା ବି ପାଲଟିଛନ୍ତି । ସେ ହେଲେ ଜୟନ୍ତ ସାହୁ (ମୋ : ୯୭୭୬୬୦୮୮୩୭)I ଘର ଖୋର୍ଦ୍ଧା ଜିଲା, ଜଟଣୀ ଚୁକ ଛତାବର ଗାଁରେ । ପିତା  ହରିହର ସାହୁ ଓ ମା’ଙ୍କ ନାମ କଲ୍ୟାଣୀ । ୧୦ମ ଶ୍ରେଣୀରେ  ପଢୁଥିବାବେଳେ ପାରିବାରିକ ଆର୍ଥିକ ଦୁରବସ୍ଥା ତାଙ୍କୁ ବଧ କରିଥଲା ରୋଜଗାର ପାଇଁ ।

ତେଣୁ ସେହି ବର୍ଷ ସେ ପଢା ବନ୍ଦ କରି ଚାଷ କାମକୁ ରୋଜଗାରର ପନ୍ଥା ଭାବେ ଗ୍ରହଣ କରିନେଲେ । ପ୍ରଥମେ କଲେ ଧାନଚାଷ । ଅବଶ୍ୟ ପ୍ରାରମ୍ଭିକ ସଫଳତା ତାଙ୍କ ଉତ୍ସାହକୁ ବଢାଇଦେଲା । ଧୀରେ ଧୀରେ ସେ ୫ ଏକର ଜମିରେ ଧାନଚାଷ ଏବଂ ୧୫ ଗୁଣ୍ଠ ଜମିରେ ଘାସଚାଷ କଲେ । ତା'ସହିତ ରତ୍ନ ଅନୁସାରେ କଲରା, ଛଚିନ୍ଦ୍ରା, ବିଲାତି ବାଇଗଣ, ଭେଣ୍ଡିଆଦି ବିଭିନ୍ନ ପନିପରିବା ଚାଷକୁ ସାମିଲ କଲେ ସେ । ସ୍ଥାନୀୟ ବଜାରରେ ତାଙ୍କ ପନିପରିବାର ଚାହିଦା ବି ବଢିଲା ।

ଚାଷରେ ଖର୍ଚ୍ଚକୁ ବାଦ୍ ଦେଲେ ବର୍ଷକୁ ଲକ୍ଷାଧିକ ଟଙ୍କା ମିଳୁଥିବା କଥା କୁହନ୍ତି। ଜୟନ୍ତ । ଏହା ବ୍ୟତୀତ ଘରେ ସେ ଦୁଇଟି ସଙ୍କର ଜାତୀୟ ଗାଈ ପାଳନ କରି କ୍ଷୀର ବିକ୍ରିକରି କିଛି ଅର୍ଥ ମଧ୍ୟ ରୋଜଗାର କରୁଛନ୍ତି ।

ତାଙ୍କର ଏଭଳି କାର୍ଯ୍ୟ ଆଉ କେତେଜଣଙ୍କୁ ମଧ୍ୟ ପ୍ରେରଣା ଯୋଗାଇଥିବା ଉଲ୍ଲେଖ କରି ସେ କୁହନ୍ତି ନିଜ ଚାଷକାମ କରି ଜଣେ କାହିକି ପେଟ ନ ପୋଷିବ! ବାହାରକୁ ଚାକିରି କରିବା ଅପେକ୍ଷା ଗାଁ ଚାଷକାମ କରି ସ୍ୱରୋଜଗାର କ୍ଷମ ହେବା ଢେର ଭଲ ।

ଆଧାର – କୃଷି ବିଭାଗ

Last Modified : 9/30/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate