অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜୈବିକ କୃଷିକୁ ଗୁରୁତ୍ଵ

ଜୈବିକ କୃଷିର ବାର୍ତ୍ତାବହ କରିଛନ୍ତି ରଥ ସାଗର

ସୁସ୍ଥ ଶରୀର ଲାଗି ରାସାୟନିକ ଯୁକ୍ତ ପନିପରିବା ଅନେକାଂଶରେ କ୍ଷତିକାରକ । ତେଣୁ ଶିକ୍ଷକତାରୁ  ଅବସର ପରେ ନିଜ ଜମିରେ ଜୈବିକ  ଉପାୟରେ ଚାଷ କରିବା ଆରମ୍ଭ କରିଛନ୍ତି । ଏମିତି ଜଣେ ମଣିଷ ହେଲେ ବଲାଙ୍ଗୀର ଜିଲ୍ଲା, ଲୋଇସିଂହା ବ୍ଳକ୍ ଅନ୍ତର୍ଗତ ବାଦିମୁଣ୍ଡା ପଞ୍ଚାୟତ ଅଧୀନସ୍ଥ କୁଟୁରାପାଲି ଗ୍ରାମର ସ୍ଥାୟୀ ବାସିନ୍ଦା ୬୫ ବର୍ଷିୟ ରଥ ସାଗର । ୨୦୧୧ରୁ ଶିକ୍ଷକତାରୁ ଅବସର ନେଇଛନ୍ତି । ଜଣେ ଆଦର୍ଶବାଦୀ ଶିକ୍ଷକ ଭାବେ ଅଞ୍ଚଳରେ ବେଶ୍ ଜଣାଶୁଣା ରଥ ସାଗର । ପରିବାର କହିଲେ ପତ୍ନୀ ଓ ୨ ପୁଅଙ୍କୁ ନେଇ ସୁଖର ସଂସାର । ଏବେ ଚାଷର ନିଜକୁ ନିୟୋଜିତ କରି ଅହେତୁକ ଆନନ୍ଦ ପାଉଥିବା ରଥ ସାଗରଙ୍କ ୩ ଏକର ୩୬ ଡିସମିଲ ପୌତ୍ଵକ ଜମି ରହିଛି । ସେଥିରୁ ୧ ଏକର ୫୦ ଡିସମିଲରେ ସେ ଧାନ ଚାଷ କରୁଛନ୍ତି । ବାକି ୧ଏକର ୮୬ ଡିସମିଲ ଜମିରେ ବାଇଗଣ, ଟମାଟୋ, ଲଙ୍କା, ଝୁଡ଼ଙ୍ଗ, ଜହ୍ନି, କାକୁଡ଼ି, କଲରା, ପିଆଜ ସମେତ ବିଭିନ୍ନ ପ୍ରକାରର ପନିପରିବାଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ଶାଗ ଓ ଫୁଲ ଚାଷ କରିଛନ୍ତି । ଏହାସହିତ ଆମ୍ବ, ଲେମ୍ବୁ, ପିଜୁଳୀ, ନଡ଼ିଆ, ଅମୃତଭଣ୍ଡା ଭଳି ଫଳ ଗଛ ଲଗାଇଛନ୍ତି । ଜମିରେ ଗୋଟିଏ କୂପ ସହିତ ନଳକୂପଟିଏ ରହିଛି । ଆଉ କିଛି ପାଣି ବର୍ଷା ସମୟରେ ମିଳିଯାଏ । ଏହାପରେ ବି ପାଣିର ଆବଶ୍ୟକତା ବହୁତ ରହୁଛି ବୋଲି ସେ କୁହନ୍ତି । ଏହାର ଯଦି କିଛି ବ୍ୟବସ୍ଥା ହୋଇପାରନ୍ତା ତେବେ ଆହୁରି ଭଲ ଚାଷ ହୁଅନ୍ତା ବୋଲି ସେ କହିଛନ୍ତି । ଜମିରୁ ଉତ୍ପାଦନ ହେଉଥିବା ପନିପରିବାକୁ ବେପାରୀ ଜମି ପାଖକୁ ଆସି ଦୈନିକ କିଣି ନିଅନ୍ତି । ଖାଲି ବିକ୍ରି ହୁଏନି ଘର ପାଇଁ ବି ପନିପରିବା କିଣିବାକୁ ପଡ଼େନି । ଜମିରେ କାମ କରି ଦୈନିକ ମଜୁରୀ କରି ୨ ଟି ପରିବାର ବେଶ  ହସଖୁସିର ଗୁଜୁରାଣ ମେଣ୍ଟାଇଥାନ୍ତି । ନିଜ ଜମି ପାଖରେ ଥିବା କିଛି ଜମିକୁ ଭାଗଟାକ୍ଷୀ ଭାବରେ ନେଇ ଚାଷ ବାରବାହ କରୁଛନ୍ତି । ପନିପରିବା ଚାଷ ସହ ଏକ ସୁନ୍ଦର ବଗିଚା କରିବା ପାଇଁ ରଥ ସାଗର ଇଚ୍ଛା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଚାଷୀଙ୍କୁ ସରକାରୀ ସୂତ୍ରରୁ ଆସୁଥିବା ବିଭିନ୍ନ ସୁବିଧା ସୁଯୋଗ ସହିତ ରିହାତୀ ଦରରେ ମିଳୁଥିବା ବିହନ, ଯନ୍ତ୍ରପାତି ମିଲିଲେ ବହୁତ ଭଲ ହେବ ।

ଜୈବିକ କୃଷିରେ ସଫଳ ଚାଷୀ ପ୍ରକାଶ

କୋଣାର୍କ ଝିଙ୍କିରିଆର ପ୍ରକାଶ ଚନ୍ଦ୍ର ପାତ୍ର, ଯିଏକି ଜଣେ ସଫଳ ଚାଷୀ ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ପରିଚିତ । ୬୨ ବର୍ଷ ବୟସରେ ବି କର୍ମ ତତ୍ପର । ଚାଷକୁ ନିଜର ପେସା ଓ ନିଶା ଭାବେ ଗ୍ରହଣ କରିଛନ୍ତି । ଜମିରେ ଧାନ, ବାଇଗଣ, ଲଙ୍କା, କଦଳୀ, ତରଭୂଜ ଚାଷ କରି ଭଲ ରୋଜଗାର ସହ ପରିବାର ଚଳାଉଛନ୍ତି । ସାର ଉପରେ ଗୁରୁତ୍ଵ ନଦେଇ ଜୈବିକ ପଦ୍ଧତିରେ ଚାଷ କରୁଛନ୍ତି । ଜମିରେ ଗୋବର ଖତ ସାଙ୍ଗକୁ ବିଭିନ୍ନ ପ୍ରକାର ଜୈବିକ ଖତ ବ୍ୟବହାର  କରିଥାନ୍ତି । କଠିନ ପରିଶ୍ରମ କରି ଚାଷରେ ସଫଳତା ପାଇବା ସହ ଆତ୍ଵ ନିର୍ଭରଶୀଳ ହୋଇପାରିଛନ୍ତି । ୫ ଏକର ଜମିରେ ପ୍ରକାଶ ବର୍ଷକୁ ଦୁଇଥର ଧାନ ଚାଷ କରିଥାନ୍ତି । ୧୦ ଗୁଣ୍ଠ ଜମିରେ ଲଙ୍କା ଚାଷ କରିଛନ୍ତି ।  ଭଲ ଉତ୍ପାଦନ ବି ହୋଇଛି । ପ୍ରାୟ ୩ କ୍ଲିଣ୍ଟାଲ୍ ଲଙ୍କା ଅମଳ ହେବା ନେଇ ଆଶା ରଖିଛନ୍ତି ପ୍ରକାଶ । ଜଳବାୟୁ ପରିବର୍ତ୍ତନନ ଓ ମଜୁରିଆଙ୍କ ସମସ୍ୟା ଯୋଗୁଁ ଚାଷୀଙ୍କୁ ହତାଶ ହେବାକୁ ପଡୁଛି । ଏହା ଛଡା ସରକାର ଚାଷୀମାନଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଥିଲେ ହେ ଚାଷୀଙ୍କ ନିକଟରେ ତାର ସୁଫଳ ପହଞ୍ଚି ପାରୁନି । ଏହା ସତ୍ତେ ପ୍ରକାଶଙ୍କ ଭଳି କିଛି ଚାଷୀ ନିଜ ସ୍ତ୍ର ଉଦ୍ୟମରେ ଚାଷ କରି ସଫଳ ଚାଷୀର ମାନ୍ୟତା ଲାଭ କରିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଯଦି ସରକାରୀ ଯୋଜନା ଠିକ୍ ରୂପେ କାର୍ଯ୍ୟକାରୀ ହୁଅନ୍ତା। ତେବେ ଲୋକମାନେ ଚାଷ ଆଡ଼ୁ ମୁହଁ ଫେରାଇ ନିଅନ୍ତେ ନାହିଁ । ବର୍ତ୍ତମାନ ପିଢିର ପିଲାମାନେ ଚାକିରୀ ପଛରେ ସମୟ ନଷ୍ଟ ନକରି ଚାଷ ପ୍ରତି ଆଗ୍ରହ ପ୍ରକାଶ କରନ୍ତେ । ଫଳରେ କୃଷି କ୍ଷେତ୍ରରେ ଅନେକ ପରିବର୍ତ୍ତନ  ଆସିପାରନ୍ତା ଓ ବେକାର ଯୁବଗୋଷ୍ଠୀ ସ୍ଵାବଲମ୍ବୀ ହୋଇପାରନ୍ତେ ବୋଲି ପ୍ରକାଶ କୁହନ୍ତି ।

ସଂଗୃହିତ –

  1. ଶ୍ୟାମସୁନ୍ଦର ମେହେର ଲୋଇସିଂହା, ବଲାଙ୍ଗୀର
  2. କୋଣାର୍କରୁ ମାନସ ରଞ୍ଜନ ପାତ୍ର

 

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate