অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଦେଶୀ ବିହନ ସଂଗ୍ରାହକ ଏବଂ ବାଇଗଣ ଚାଷ ଦେଇଛି ପରିଚୟ

ଦେଶୀ ବିହନ ସଂଗ୍ରାହକ ଏବଂ ବାଇଗଣ ଚାଷ ଦେଇଛି ପରିଚୟ

ଦେଶୀ ବିହନ ସଂଗ୍ରାହକ ବାବୁଲାଲ୍

ଦେଶୀ ବିହନ ସଂଗ୍ରାହକ ଏବଂ  ବାଇଗଣ ଚାଷ ଦେଇଛି ପରିଚୟମଧ୍ୟପ୍ରଦେଶର ଜଣେ ଚାଷୀ ତାଙ୍କର ୨ ଏକର ଜମିରେ ୧୧୦ପ୍ରକାରର ଧାନ ଚାଷ କରି ସମସ୍ତଙ୍କ ପାଇଁ ଉଦାହରଣ  ପାଲଟିଛନ୍ତି । ମଧ୍ୟପ୍ରଦେଶ ସତନା ଜିଲ୍ଲା, ଉଞ୍ଚେହାରା ବ୍ଲକ ଅନ୍ତର୍ଗତ ମଇହାରଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ରହିଛି ପଥୌରାବାଦ ଗାଁ । ଏହି ଗାଁରେ ବାସ କରୁଛନ୍ତି ବାବୁଲାଲ ଦହିୟା ନାମକ ଚାଷୀ । ସେ ତାଙ୍କର ଦୁଇ ଏକର ପରିମିତ ଜମିରେ ୧୧୦ କିସମର ଧାନ ଚାଷ କରୁଛନ୍ତି । ତାଙ୍କ ପାଇଁ ଗାଁ ଏବେ ଚର୍ଚ୍ଚାରେ ୭୨ ବର୍ଷ ବୟସ୍କ ଏହି ଚାଷୀ ଜଣକ୨୦୦୫ରୁ ବିଭିନ୍ନ କିସମର ଧାନ ବିହନ ସଂଗ୍ରହ କରି ତାହାକୁ ନିଜ ଜମିରେ ଚାଷ କରୁଛନ୍ତି । କେବଳ ସେତିକି ନୁହେଁ, ସେ ତାଙ୍କ ଜମିରେ ୧୦୦ କିସମର ଡାଲି, ବିଭିନ୍ନ ଶସ୍ୟ ଏବଂ ପନିପରିବା ମଧ୍ୟ ଚାଷ କରୁଛନ୍ତି । ଏକ କୃଷକ ପରିବାରରେ ଜନ୍ମିତ ବାବୁଲାଲ ଏକ କୃଷକ ପରିବାରରୁ ଆସିଥିବାରୁ ଚାଷବାସ ସମ୍ପର୍କରେ ଭଲ ଭାବରେ ଜାଣିଥିଲେ ।

ଏନେଇ ଚାଷ କାର୍ଯ୍ୟରେ ସେ ନିଜକୁ ନିୟୋଜିତ କରି ଆଜି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ବାବୁଲାଲଙ୍କ କହିବା ଅନୁଯାୟୀ, କଳାବତୀ କିସମ ଧାନ ଦେଖିବାକୁ କଳା ଏବଂ ୧୪୫ ଦିନରେ ଅମଳ ହୋଇଥାଏ । ବାବୁଲାଲ ୨୦୦୫ରେ ବିଭିନ୍ନ ସ୍ୱଦେଶୀ ଧାନ ବିହନ କିସମକୁ ସଂରକ୍ଷିତ କରିବାକୁ ଚାହିଁଲେ ଏବଂ ସେବେଠାରୁ ସେ ଲୋକକଥା ଓ ଲୋକ ସାହିତ୍ୟରେ ଶୁଣିଥିବା ଧାନ କିସମଗୁଡିକୁ ସଂଗ୍ରହ କରିବା ଆରମ୍ଭ କଲେ । ଏଥିପାଇଁ ସେ ଦେଶର ବିଭିନ୍ନ ସ୍ଥାନକୁ ଯାଇ ସେଠାରେ ମିଳୁଥିବା ସ୍ଵଦେଶୀ ଧାନ ବିହନ ସଂଗ୍ରହ କରି ତାହାକୁ ଦୁଇଏକର ଜମିରେ ଚାଷ କରିଛନ୍ତି । ତାଙ୍କର ମୋଟ ୮ ଏକର ଜମି ଥିବାବେଳେ ସେଥିମଧ୍ୟରୁ ୨ ଏକର ଜମିରେ ୧୧୦ କିସମର ଧାନ ଚାଷ କରାଯାଇଛି । ସେଥିରେ ସେ କୌଣସି ସାର ପ୍ରୟୋଗ କରୁନାହାନ୍ତି । ତାଙ୍କ କହିବା ଅନୁଯାୟୀ ପ୍ରତ୍ୟେକ କିସମ ଚାଉଳର ସ୍ଵତନ୍ତ୍ର ସ୍ଵାଦ, ସୁଗନ୍ଧ ରହିଛି ଯାହା ହାଇବ୍ରିଡ କିସମରେ ମିଳିବ ନାହିଁ । କେବଳ ଗୋବରଖତ ବ୍ୟବହାର କରି ସେ ପାରମ୍ପରିକ ବିହନରୁ ମଧ୍ୟ ଅଧିକ ଅମଳ କରିପାରୁଛନ୍ତି । ତାଙ୍କ ନିକଟରେ ବଜରଙ୍ଗ, କମଳଶ୍ରୀ, ନେଭାରି, କଳାବତୀ ଆଦି ବହୁ କିସମ ରହିଛି ।

ବାଇଗଣ ଚାଷ ଦେଇଛି ପରିଚୟ

ଦେଶୀ ବିହନ ସଂଗ୍ରାହକ ଏବଂ  ବାଇଗଣ ଚାଷ ଦେଇଛି ପରିଚୟସପ୍ତମ ଶ୍ରେଣୀରେ ପଢୁଥିବାବେଳେ ତାଙ୍କର ପାଠପଢାରେ ଡୋରି ବନ୍ଧା ହୋଇଗଲା । ରୋଜଗାର କରିବା ଲାଗି ସେ କଲିକତା ଚାଲିଗଲେ । କିଛି ବର୍ଷ କାର୍ଯ୍ୟ କରିବା ପରେ ସେଠାରେ ତାଙ୍କର ମନ ଆଉ ଲାଗିଲାନି । ଗାଁରେ ରହି କିପରି ସ୍ଵାବଲମ୍ବୀ ହେବେ ସେହି ଚିନ୍ତା ତାଙ୍କୁ ଘାରିଲା । ଶେଷରେ ନିଷ୍ପତ୍ତି ନେଇ ଗାଁକୁ ଫେରି ଆସିଲେ । ଆଉ ସମୟ ନ ଗଡ଼ାଇ ପରିବା  ଚାଷ ଲାଗି ପ୍ରସ୍ତୁତି ଚଳାଇଲେ । ପ୍ରଥମେ ବାଇଗଣ ଆଉ କାକୁଡ଼ି ଚାଷରେ ମନ ଦେଲେ ସେ । ପ୍ରାଥମିକ ସଫଳତା ତାଙ୍କ ଉତ୍ସାହକୁ ବଢାଇଦେଲା । ତା'ପରେ ସେ କେବଳ ବାଇଗଣ ଚାଷରେ ହିଁ ମନୋନିବେଶ କଲେ । ବର୍ଷ ପରେ ବର୍ଷ ଗଡ଼ିଲା, ତାଙ୍କ ଚାଷର ପରିସର ବଢିଲା ଆଉ ରୋଜଗାର ବି । ଇତିମଧ୍ୟରେ ସେ ସ୍ଵାବଲମ୍ବୀ ହେବା ସହ ସ୍ଥାନୀୟ ଅଞ୍ଚଳରେ ଜଣେ ସଫଳ ପରିବା ଚାଷୀ ଭାବେ ନିଜକୁ ପରିଚିତ କରାଇବାରେ ସକ୍ଷମ ହୋଇପାରିଛନ୍ତି । ସେ ହେଲେ ନରେନ୍ଦ୍ର ସାହୁ ।

ତାଙ୍କ ଘର ବାଲେଶ୍ଵର ଜିଲା ଖଇରା ବ୍ଳକର ଗୋଳିହା ପଞ୍ଚାୟତ ଅନ୍ତର୍ଗତ କଣ୍ଟାବଣିଆ ଗ୍ରାମରେ । ମା’ରେବତୀ ଓ ବାପାଙ୍କ ନାମ ମାଗୁଣି ସାହୁ ନରେନ୍ଦ୍ରଙ୍କୁ ୩ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ବାପାଙ୍କର ଦେହାନ୍ତ ହୋଇଗଲା । କୋଷ୍ଟମଷ୍ଟେ ସେ ପଢିଲେ । ସପ୍ତମ ଶ୍ରେଣୀରେ ପଢୁଥିଲାବେଳେ ସେ ରୋଜଗାର କରିବା ଲାଗି କଲିକତା ଚାଲିଗଲେ । ସେଠାରେ ପାଖାପାଖି ୧୫ ବର୍ଷ କାମ କରିବା ପରେ ଆଉ ତାଙ୍କ ମନ ଲାଗିଲାନି। ସ୍ଵାବଲମ୍ବୀ ହେବା ଆଶାରେ ସେ ଗାଁକୁ ଫେରିଆସିଲେ । ଆଉ ସ୍ଵରୋଜଗାର କ୍ଷମ ହେବାର ମାଧ୍ୟମ ଭାବେ ଚାଷକୁ ଆପଣାଇବା ଲାଗି ମନସ୍ଥ କଲେ । ପ୍ରଥମେ ୧୮ଗୁଣ୍ଠ ଜମିରେ ବାଇଗଣ ଓ କାକୁଡି ଚାଷ ଆରମ୍ଭ କଲେ । ଏଥିରେ ୬ହଜାର ଟଙ୍କା ଖର୍ଚ୍ଚକରି ପାଇଲେ। ୧୮ ହଜାର ଟଙ୍କା । ଏହା ତାଙ୍କ ଉତ୍ସାହକୁ ଦ୍ଵିଗୁଣିତ କରିଦେଲା । ଧୀରେ ଧୀରେ ଚାଷର ପରିସର ବଢାଇଲେ । ରୋଜଗାର ବି ବଢିଲା । ତେବେ ଚକବନ୍ଦୀ ହେବା ପରେ ରାସ୍ତା କଡକୁ ତାଙ୍କ ଜମି ସବୁ ଚାଲି ଆସିବାରୁ ଚାଷକୁ ବଢାଇବାର ବାଟ ଫିଟିଗଲା । ସେଇଠୁ ସେ ୧.୨୫ଏକର ଜମିରେ ବାଇଗଣ ଚାଷ କରିଆସୁଛନ୍ତି । ତେବେ ଚଳିତ ବର୍ଷ ଚାଷରେ ବାଇଗଣ ଗଛ ଲଗାଇବା, ସାର-ଔଷଧ ଆଦିରେ ଖର୍ଚ୍ଚ କରିସାରିଲେଣି ୫୦ ହଜାର ଟଙ୍କା । ଆଉ ବାଇଗଣ ବିକ୍ରିରୁ ପ୍ରାୟ ୧ ଲକ୍ଷ ୨୫ହଜାର ଟଙ୍କା ମିଳିଥିବା କଥା କୁହନ୍ତି ନରେନ୍ଦ୍ର । ତେବେ ସେ ଏକ ଦୁଃଖଦ ଘଟଣା ବିଷୟରେ କୁହନ୍ତି, "୨୦୧୫-୧୬ ମସିହାର କଥା । ବାଇଗଣ ଗଛ ଲଗାଯିବାର ୧ମାସ ମଧ୍ୟରେ ପ୍ରବଳ କୁଆପଥର ବୃଷ୍ଟି ହୋଇଥିଲା । ଏଥିରେ ସବୁ ଗଛ ନଷ୍ଟ ହୋଇଗଲା । ରାଜସ୍ଵ ନିରୀକ୍ଷକ ଆସି ତାଙ୍କର କ୍ଷୟକ୍ଷତି ଅନୁଧ୍ୟାନ କରି ରିପୋର୍ଟ ନେଇଗଲେ । ହେଲେ କିଛି ବି ସହାୟତା ମିଳିଲା ନାହିଁ ।" ଫସଲବୀମା ସମ୍ପର୍କରେ ଟିଭିରୁ ଯାହା ଦେଖିଛନ୍ତି। କିନ୍ତୁ ସେ ବିଷୟରେ କିଛି ଜାଣିନାହାନ୍ତି ବୋଲି କୁହନ୍ତି । ତେବେ ତାଙ୍କ ଜମିରୁ ଉତ୍ପାଦିତ ବାଇଗଣର ରହିଛି ଚାହିଦା । ଔପଦା,ଅନ୍ତରା, ଗର୍ସଙ୍ଗ ଅଞ୍ଚଳରୁ ବ୍ୟବସାୟୀ ମାନେ ଆସି ତାଙ୍କ ନିକଟରୁ ପରିବା ନେଇଯାଆନ୍ତି । ଏହାବ୍ୟତୀତ ନିକଟସ୍ଥ ଅଲିପୁର, ପତିରାଜପୁର ଓ ଡୁଙ୍ଗୁରା ହାଟକୁ ପରିବା ବିକ୍ରି କରିବାକୁ ସେ ଯାଇଥାଆନ୍ତି । ତାଙ୍କୁ ଏହି କାର୍ଯ୍ୟରେ ପତ୍ନୀ ମାଳତୀ,୩ପୁଅ କମଳାକାନ୍ତ, ପ୍ରଶାନ୍ତ ଓ ରତିକାନ୍ତ ସାହାଯ୍ୟ କରିଥାଆନ୍ତି । କଠିନ ପରିଶ୍ରମକୁ ଆପଣେଇଥିବା ନରେନ୍ଦ୍ର କୁହନ୍ତି କୃଷି ବିଭାଗର ସହଯୋଗ ମିଳିଲେ ସେ ଚାଷକୁ ଆଉରି ବଢାଇପାରନ୍ତେ ।

ସଂଗୃହିତ –

  1. ଉତ୍କଳବନ୍ଧୁ ପଣ୍ଡା
  2. କୃଷି ଡାଏରୀ

Last Modified : 4/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate