অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ନିଶା ଓ ପେସାକୁ ଏକାକାର କରିଛନ୍ତି

ନିଶା ଓ ପେସାରୁ ସଫଳ ଚାଷୀ ପ୍ରଭାକର ବେହେରା

ପରିଚୟ

ପୁରୀ ଜିଲା ବଳଙ୍ଗା ଗ୍ରାମାଞ୍ଚଳ ସାଧାରଣତଃ ପନିପରିବା ଏବଂ ଧାନ ଚାଷ ପାଇଁ ଜିଲ୍ଲାସ୍ତରରେ ବେଶ ନାଁ ରହିଛି । ଏହି ଅଞ୍ଚଳରେ ଖୁବ୍ ନାମକରା ଚାଷୀ ମଧ୍ୟ ରହିଛନ୍ତି । ଏମାନଙ୍କ ମଧ୍ୟରେ ବଳଙ୍ଗା ପଞ୍ଚାୟତର ଅରେଇ ସାହି ଗ୍ରାମର ପ୍ରଭାକର ବେହେରା(୩୨) ଚାଷକୁ ପ୍ରଥମେ ନିଶା ଏବଂ ପେସା ଭାବେ ଗ୍ରହଣ କରି ଅଞ୍ଚଳର ଜଣେ ଅଗ୍ରଣୀ ଚାଷୀ ରୂପେ ପରିଗଣିତ ହୋଇପାରିଛନ୍ତି ।

ସଫଳ ଚାଷୀ ହେବାର ନିଶା

ପ୍ରଭାକରଙ୍କୁ ୮ ବର୍ଷ ହୋଇଥିଲାବେଳେ ବାପା ବାସୁଦେବ ବେହେରାଙ୍କ ଦେହାନ୍ତ ହୋଇଥିଲା । ବହୁତ କଷ୍ଟରେ ମାଟ୍ରିକ ପର୍ଯ୍ୟନ୍ତ ପଢିବା ପରେ ଅଭାବ ଅସୁବିଧା ପାଇଁ ପାଠରେ ଡୋରି ବାନ୍ଧିଥିଲେ । ପୈତୃକ ସମ୍ପତ୍ତି ୧୦ ଏକର ଚାଷଜମିକୁ ନେଇ ସଫଳ ଚାଷୀ ହେବାର ନିଶାରେ ମାତି ଯାଇଥିଲେ । ପ୍ରଥମେ ନିଜ ବଡ ଭାଇ ଭାଗୀରଥି ବେହେରାଙ୍କ ସାଙ୍ଗରେ ମିଶି ଧାନ ଚାଷ ଆରମ୍ଭ କଲେ । ମାତ୍ର ଏହି ଚାଷରେ ବିଶେଷ କିଛି ଲାଭ ନହେବାରୁ, ସେ ଅନ୍ୟ କିଛି ଚାଷ କରିବାକୁ ଚିନ୍ତା କଲେ । ନିଜ ଘରକୁ ଲାଗି ରହିଥିବା ୨ ଏକର ଜମିର କିଛି ଅଂଶରେ ପ୍ରଥମେ ଏକ ପୋଖରୀ ଖୋଳି ମାଛ ଚାଷ ଆରମ୍ଭ କଲେ । ଯଜୋର ପୋଖରୀ ଚାରିପାଖରେ ୧ଶହ ନଡିଆ ଗଛ ଏବଂ ୪ଶହ ଜଦଳୀ ଗଛ ଲଗାଇ ସେଥିରୁ ବେଶ୍ ଭଲ ରୋଜଗାର କରୁଛନ୍ତି।

ବଳକା ଜମିରେ ବାଇଗଣ ଓ କଖାରୁ ଚାଷ ଆରମ୍ଭ କଲେ । ପାଣିର ସୁବିଧା ନଥିବାରୁ ନିଜ ଖର୍ଚ୍ଚରେ ଏକ ଗଭୀର ନଳକୂପ ବସାଇ ଜଳସେଚନ ବ୍ୟବସ୍ଥାକୁ ସୁଦୃଢ କରିଛନ୍ତି । ଚାଷରେ ବେଶ ଦୁଇ ପଇସା ଲାଭ ହେବାରୁ ତାଙ୍କର ଅନ୍ୟ ବଳକା ଜମିରେ ମଧ୍ୟ ମିଶ୍ରିତ ଫସଲ କରୁଛନ୍ତି । ବର୍ତ୍ତମାନ ତାଙ୍କର ୫ ଏକର ଜମିରେ ବିଭିନ୍ନ ପନିପରିବା ଫସଲ ହେଉଛି, ଅନ୍ୟ ଜମିରେ ଧାନ, ମୁଗ, ବିରି ଆଦି ଫସଲ କରୁଛନ୍ତି ।

ଏହା ସହିତ ଗ୍ରାମର ୪ଜଣ ଶ୍ରମିକଙ୍କୁ କର୍ମସଂସ୍ଥାନ ଯୋଗାଇ ଦେଇପାରିଛନ୍ତି । ଏହି ମିଶ୍ରିତ ଚାଷ ଦ୍ଵାରା ବର୍ଷକୁ ୩ ଲକ୍ଷରୁ ୪ ଲକ୍ଷ ପର୍ଯ୍ୟନ୍ତ ରୋଜଗାର କରିବା ସହିତ ନିଜର ୭ଜଣିଆ ପରିବାରର ସମସ୍ତ ଭରଣପୋଷଣ ଦାୟିତ୍ଵ ତୁଲାଉଛନ୍ତି । ମାତ୍ର ଜଣେ ଚାଷୀ। ଏତେ ସବୁ ବ୍ୟବସ୍ଥା ନିଜ ଚେଷ୍ଟା ଓ ଖର୍ଚ୍ଚରେ କରିବା ସତ୍ତ୍ୱେ ଓଡିଶା କୃଷି ବିଭାଗର ଆମ ଅଞ୍ଚଳର ଚାଷୀଙ୍କ ପାଇଁ କୌଣସି କିମ୍ବା ସହାୟତା ମିଳିପାରିନାହିଁ ବୋଲି କ୍ଷୋଭର ସହ କହନ୍ତି ପ୍ରଭାକର ବେହେରା ।

ଆଗକୁ ନିଜ ପୋଖରୀର ପରିସୀମା ବଡ କରି ସେଥିରେ କମ୍ ଦିନରେ ବଢିପାରୁଥିବା ମାଛ ଚାଷ କରିବା ସହିତ, ୫ ଏକର ଜମିରେ ବିଭିନ୍ନ ଅର୍ଥକରୀ ଫସଲ ଚାଷ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି ଚାଷ କାମ ପାଇଁ ୪ ଜଣ ଶ୍ରମିକ ବ୍ୟତୀତ ନିଜ ପରିବାରର ବଡଭାଇ ଏବଂ ମାଆଙ୍କର ସହଯୋଗ ଦ୍ଵାରା ଆଜି ସେ ଜଣେ ଆଗ ଧାତିର ଚାଷାରେ ପରିଗଣିତ ହୋଇପାରିଛନ୍ତି ।

ଚାଷରେ ବିତୁଛି ଜୀବନ ସଫଳ ଚାଷୀ ହେମନ୍ତ

ପରିଚୟ

ରରୁଆଁ ପଞ୍ଚାୟତର ଖୁଣ୍ଟାପଡ଼ା ଗ୍ରାମ ବହୁ ବର୍ଷରୁ ପରିବା ଚାଷ ନିମନ୍ତେ ବେଶ୍ ସୁନାମ ଅର୍ଜନ କରିଆସିଛି । ଖଈରୀ ଭଣ୍ଡନ ନଦୀ କୂଳରେ ଅବସ୍ଥିତ ଏହି ଗ୍ରାମର ଚଷ1ମାନେ ସାରା ବର୍ଷ ନିଜ କ୍ଷେତରେ ବ୍ୟବସାୟିକ ଭିଭିରେ ବିଭିନ୍ନ କିସମର ପରିବା ଚାଷକରି ସ୍ନାନୀୟ ଅଞ୍ଚଳର ପରିବା ଚାହିଦା ପୁରଣ କରୁଛନ୍ତି । ଧୀରେ ଧୀରେ ସମୟ ଆଗକୁ ବଢିବା ସହ ଆଧୁନିକ ପ୍ରଣାଳୀରେ ପରିବା ଚାଷ ଦିଗକୁ ଗ୍ରାମର ଚାଷୀ ମନୋନିବେଶ କରିଛନ୍ତି । ସେହିଭଳି ଜଣେ ସଫଳ ଚାଷୀ ହେଲେ, ହେମନ୍ତ ନାୟକ I ଭାରତୀୟ ଜୀବନ ବୀମା କମ୍ପାନୀରୁ ଅବସର ପରେ ନିଜ ଗାଁରେ ଏବେ ପରିବା ଚାଷ କରୁଛନ୍ତି ।

ଚାଷ ପାଇଁ ମନବୃତ୍ତି

ନିଜର ୫ ଏକର ବିଶିଷ୍ଟ ଫାର୍ମ ହାଉସ ରେ ପରୀକ୍ଷାମୂଳକ ଭାବେ ସେ ବିଭିନ୍ନ ପରିବା ଚାଷ ଆରମ୍ଭ କରିଛନ୍ତି । ଚାଷ ପାଇଁ ଆବଶ୍ୟକ ସମସ୍ତ ଉପକରଣ ଓ ଯନ୍ତ୍ରପାତି କ୍ରୟକରି ପରିବା ଚାଷରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଫାର୍ମରେ କଲରା, ଝୁଡ଼ଙ୍ଗ।, ଭେଣ୍ଡି, ବାଇଗଣ, ବଇତାଳୁ , ଲାଉ, ଅଦା, ହଳଦୀ, ସାରୁ ଆଦି ପନିପରିବା ଆଧୁନିକ ପ୍ରଣାଳୀରେ ଚାଷ କରିଛନ୍ତି । ଚାଷରେ ସେ ଜୈବିକ ସାର ଓ କୀଟନାଶକ ବ୍ୟବହାର କରିଥାନ୍ତି । ସେ ଏଭଳି ଚାଷ କରିଛନ୍ତି ଯେ ଉପରେ ଫଳୁଛି କଲରା, ଝଡ଼ଙ୍ଗ, ତଳେ ଆମଦାନୀ ହେଉଛି ବିଭିନ୍ନ ଶାଗ ଏବଂ ପୋଇ ।

୨ଜଣ ଠିକା କର୍ମଚାରୀଙ୍କ ସହିତ ନିଜେ ଫାର୍ମ ହାଉସ୍‌ରେ କାମ କରନ୍ତି । ଋତୁ ଅନୁସାରେ ବିଲାତି, ଫୁଲକୋବି ଓ ପିଆଜ ଚାଷ ମଧ୍ୟ କରୁଛନ୍ତି । ଆବଶ୍ୟକୀୟ ସମସ୍ତ ଜ୍ଞାନକୌଶଳ ସମ୍ବନ୍ଧରେ ପରିବା ଚାଷ ସହ ଜଡ଼ିତ ବିଭିନ୍ନ ଏନ୍‌ଜିଓ ଏବଂ ସରକାରୀ କୃଷି କର୍ମଚାରୀଙ୍କ ସହିତି ଆଲୋଚନା କରିଥାଆନ୍ତି । ଫାର୍ମରେ କଞ୍ଚା କଦଳୀ, ଅମୃତଭଣ୍ଡା ଗଛ ରୋପଣ କରିଛନ୍ତି ।

ସଂଗୃହିତ –

  1. ସରୋଜ କୁମାର ବେହେରା, ବଳଙ୍ଗା
  2. ବିକେଶଦାସ ଅଧିକାରୀ, ରରୁଆଁ, ମୟୁରଭଞ୍ଜ

Last Modified : 1/16/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate