অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବାଟ ଦେଖାଇଛି ଘାସଚାଷ

ଉପକ୍ରମ

ଗୋଲକ ବିହାରୀ ବେହେରା (୫୧ବର୍ଷ)ଙ୍କ ଘର କଟକ ଜିଲାର ବିରିବାଟୀ ନିକଟସ୍ଥ ନୂଆ କୋରୁଆରେ ।

ତାଙ୍କର ଯୌଥ  ପରିବାରର ୩ ଏକର ଜମିରେ ଧାନଚାଷ ହୁଏ, ଏଥିସହ ଅନ୍ୟ ପେସା ହେଲା ଗୋପାଳନ । ବାପା, ଜେଜେ ଅମଳରୁ ସେମାନେ ଗୋପାଳନ କରିଆସୁଛନ୍ତି ।

 

ଗୋପାଳନ ପାଇଁ ଘାସଚାଷ

୨୦ଟି ଦୁହାଁଳିଆ ଗାଈଙ୍କଠୁଁ ପାଖାପାଖି ୧୦୦ ଲିଟର କ୍ଷୀର ମିଳେ । ସେଥିରୁ ଅଧାଅଧି ଛେନା, ପନିର କରି ବିକୁଥିବାବେଳେ  ଅବଶିଷ୍ଟ ଘର ଘର ବୁଲି ବିକ୍ରି କରନ୍ତି । ତାଙ୍କର ମହାନଦୀଠାରେ ଥିବା ୪ଏକର ଜମିରେ ପରିବାଚାଷ କରୁଥିଲେ । କିନ୍ତୁ କେବେ ବଢିରେ ନଷ୍ଟ ହୋଇଯାଏ ତ କେବେ ମାଙ୍କଡ ନଷ୍ଟ କରିଦିଅନ୍ତି । ଏଥିରେ ହତାଶ ହୋଇ ସେହି ଜମିକୁ ପଡିଆ ପକେଇଦେଲେ । ଗତବର୍ଷ ଗୋଲକ କଟକ ମୁଖ୍ୟ ଜିଲା ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟକୁ ଆସିଥିଲେ । ଘାସଚାଷ  ବିଷୟରେ ଅବଗତ ହେଲା ପରେ ୨ ଏକର ଜମିରେ ହାତିଆ ଘାସ, ଅଧଏକର ଜମିରେ ପାରା ଓ ହ୍ୟୁମିଡ଼ିକୋଲା ଘାସ ଏବଂ ଏକ ଏକର ଜମିରେ ଋତୁକାଳୀନ ଘାସଚାଷ କଲେ ।

ବର୍ତ୍ତମାନ ସେ ବର୍ଷସାରା ତାଙ୍କ ଗାଈଙ୍କୁ ଘାସ ଖାଇବାକୁ ଦେବା ସହିତ କିଛି ଘାସ, କାଣ୍ଡ ଓ ମୂଳ ଅନ୍ୟଙ୍କୁ ବିକ୍ରି କରିପାରୁଛନ୍ତି । ଗୋଲକ କହନ୍ତି,ଘାସ ଖୁଆଇବା ଦ୍ଵାରା ତାଙ୍କର ୨୫କି.ଗ୍ରା. ଦାନା ଦୈନିକ ବଞ୍ଚୁଛି ଏବଂ କ୍ଷୀରର ଉତ୍ପାଦନ ଖର୍ଚ୍ଚ ମଧ୍ୟ କମିଛି । ଇତିମଧ୍ୟରେ ସେ ମଧ୍ୟ ହିମୀକୃତ ଶୁକ୍ର ଭଣ୍ଡାରକୁ ୧୨୦ କୁଇଣ୍ଟାଲ ଘାସ ବିକ୍ରିକରି ୧୮ ହଜାର ଟଙ୍କା ପାଇସାରିଲେଣି । ତାଙ୍କ ଫାର୍ମକୁ ଆନ୍ତଃ ରାଜ୍ୟ ପରିଭ୍ରମଣରେ ଆସି ଗୁଜୁରାଟର ଏକ ଚାଷୀଦଳ ବୁଲିଗଲେଣି ।

ଶେଷକଥା

ଗୋଲକ କହନ୍ତି, ତାଙ୍କ ଘାସ ବିକ୍ରି ପଇସାକୁ ଗୋଟିଏ ବିଦ୍ୟୁତ୍ ଚାଳିତ ଘାସକାଟା ଯନ୍ତ୍ର କିଣିଛନ୍ତି । ଗାଈଙ୍କ ଖାଦ୍ୟ ଖର୍ଚ୍ଚ ମାସକୁ ୬୦ ହଜାର ଟଙ୍କା ହେଉଥିବାବେଳେ ଏବେ ୪୫ ହଜାରରେ ସୀମିତ ରହୁଛି । ଏହାଛଡା ମାସିକ ରୋଜଗାର ୩୦ ହାଜର ଟଙ୍କା ଥିଲାବେଳେ ଏବେ ୫୦ ହଜାରକୁ ବୃଦ୍ଧି ପାଇଛି । ତାଙ୍କ ମତରେ ଆମ ରାଜ୍ୟରେ ଗୋପାଳନ କରୁଥିବା ସବୁ ଚାଷୀ ଯଦି ଘାସଚାଷ କରିବେ ତା’ହେଲେ ନିଶ୍ଚିତ ଭାବରେ ଲାଭବାନ୍ ହେବେ ।

ଆଧାର – ଦୈନିକ ଧରିତ୍ରୀ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate