ସ୍ନାତକ ଶିକ୍ଷା ପରେ ଚାକିରି ପଛରେ ନଗୋଡାଇ ନିଜେ କିପରି ସ୍ଵାବଲମ୍ବୀ ହେବେ ଏବଂ ଆଉ କେତେ ଜଣଙ୍କୁ ସରୋଜଗାର କ୍ଷମ ହେବାର ବାଟ ଦେଖାଇବେ ଏଇ ଚିନ୍ତା ତାଙ୍କୁ ଘାରିଲା । ଶେଷରେ ଚାଷ ମାଧ୍ୟମରେ ସରୋଜଗାର କ୍ଷମ ହେବା ଲାଗି ମନସ୍ଥ କଲେ । ଆରମ୍ଭ ହେଲା ଉଦ୍ୟମ । ମନପ୍ରାଣ ଲଗାଇଦେଲେ ଚାଷ କାର୍ଯ୍ୟରେ । ମାତ୍ର ବର୍ଷ କେଇଟାରେ ନିଜ ଅଞ୍ଚଳରେ ଜଣେ ସଫଳ ଚାଷୀ ଭାବେ ନିଜର ଏକ ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି । ସେ ହେଲେ ସରୋଜ କୁମାର ପାତ୍ର । ବରଗଡ଼ ଜିଲା' ଭଟ୍ଲି, ବ୍ଲକ ପାତ୍ର ପଲ୍ଲୀରେ ତାଙ୍କର ଜନ୍ମ । ପିତା ରସିକ ଯାତ୍ର ଓ ମା'ଙ୍କ ନାମ ସୁରେଖା । ଗାଁ ପ୍ରାଥମିକ ବିଦ୍ୟାଳୟରୁ ସରୋଜଙ୍କର ପ୍ରାଥମିକ ଶିକ୍ଷା ଆରମ୍ଭ ହୋଇଥଲା । ସମୟକ୍ରମେ ବରଗଡ଼ ସ୍ଥିତ ପଞ୍ଚାୟତ ମହାବିଦ୍ୟାଳୟରୁ ବିଏ ପାଶ୍ କଲେ । ତା'ପରେ ସରୋଜଗାର କ୍ଷମ ହେବା ଲାଗି ଚିନ୍ତା କଲେ ।
କିନ୍ତୁ ଗାଁରେ ରହି କ’ଣ କରିବେ ସେଇ ଭାବନାରେ ପଡିଲେ । ଅବଶ୍ୟ ଶେଷରେ ଚାଷକୁ ସ୍ଵାବଲମ୍ବନଶୀଳତାର ମାଧ୍ୟମ ଭାବେ ଆପଣେଇ ନେଲେ । ପ୍ରଥମେ ଆରମ୍ଭ କଲେ ପନିପରିବା ଚାଷ । ପ୍ରାଥମିକ ଭାବେ ମିଳିଲା ସଫଳତା । ଆଉ ଏହା ତାଙ୍କ ଉତ୍ସାହକୁ ବଢାଇଦେଲା । ସମୟକ୍ରମେ ସେ ପ୍ରାୟ ୧୦ ଏକର ଜମିରେ ରତୁ ଅନୁସାରେ ଯଥାକ୍ରମେ ଧାନ, ପାମ୍, କଦଳୀ ଓ ପନିପରିବା ଆଦି ଚାଷ କଲେ ।
ସୂଚନାଯୋଗ୍ୟ ଏହି ଚାଷପାଇଁ ମୂଳଧନ ପ୍ରାୟ ୨ଲକ୍ଷ ଟଙ୍କା ଖର୍ଜ ହୋଇଥବା ବେଳେ ବର୍ଷକୁ ପ୍ରାୟ ୬ ଲକ୍ଷ ଟଙ୍କା ଲାଭ ମିଳିଥଲା ବୋଲି କୁହନ୍ତି। ସରୋଜ । ଏଥିସହିତ ତାଙ୍କ ଚାଷ କାର୍ଯ୍ୟରେ ସ୍ଥାନୀୟ ୩ଜଣ ଲୋକଙ୍କୁ ଦୈନିକ କର୍ମ ସଂସ୍ଥାନ ଯୋଗାଇବାରେ ସେ ସକ୍ଷମ ହୋଇଛନ୍ତି । କୃଷି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ନିକଟରେ ତାଙ୍କୁ ସଫଳ ଚାଷୀ ଭାବେ ଓ ୟୁଏଟି ପକ୍ଷରୁ ପୁରସ୍କୃତ କରାଯାଇଛି । ସରୋଜଗାର କ୍ଷମ ହେବା ଲାଗି ପ୍ରଥମେ ଦୃଢ ମନୋବଳ ଦରକାର । ତା'ସହିତ ପରିଶ୍ରମକୁ ଆପଣେଇବାକୁ ପଡ଼ିବ ବୋଲି କୁହନ୍ତି। ଏହି ସଫଳ ଚାଷୀ ।
ଏକଦା ଚାଷୀ ଧାନ ଚାଷକୁ ନିଜର ରୋଜଗାର ପନ୍ଥା ଭାବେ ବିଶ୍ଵାସ କରି ଚାଲିଥିବା ବେଳେ ଧାନ ସହ କପା ଓ କଖାରୁ ଫସଲ କରି ନିଜ ଅଞ୍ଚଳରେ ବେଶ୍ ନାମ କମାଇଛନ୍ତି ସୁରେନ୍ଦ୍ର ସାହୁ । ବିଲାତି ବାଇଗଣକୁ ଅର୍ଥକାରୀ ଫସଲ ଭାବେ ଆରମ୍ଭ କରି ବାଇଗଣ, ଭେଣ୍ଡି, କଲରା, ଫୁଲକୋବି, ବନ୍ଧାକୋବି, କାକୁଡ଼ି, ମଟର, ପାଳଙ୍ଗ ସମେତ ମୁଗ, ବିରି, କୋଳଥ ଆଦି ରବିଜାତୀୟ ଫସଲ ସହ ଏବେ ମାଛ ଚାଷ କରୁଛନ୍ତି ସୁରେନ୍ଦ୍ର । ବଳାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ବାଦିମୁଣ୍ଡା ପଞ୍ଚାୟତ ଅଧୁନସ୍ଥ କୁଟୁରାପାଲି ଗ୍ରାମର ସ୍ଵର୍ଗତ ବ୍ରଜବିହାରୀ ସାହୁଙ୍କ ଦ୍ଵିତୀୟ ପୁତ୍ର ହେଲେ ସୁରେନ୍ଦ୍ର । ଚାଷୀ ପରିବାରରେ ଜନ୍ମ ହୋଇଥିଲେ ସୁଦ୍ଧା ଅନ୍ୟ ୬ ଭାଇଙ୍କ ପରେ ସେ ଚାଷରେ ମନ ବଳାଇଲେ ।
ପ୍ରଥମେ ଧାନଚାଷ କରି ସଫଳତା ପାଇବା ପରେ ଅର୍ଥକାରୀ ଫସଲ ଭାବେ କପା ଚାଷ କରି ବେଶ ଦି’ପଇସା ଲାଭ କରୁଛନ୍ତି । କୃଷି ବିଭାଗର ପରାମର୍ଶକ୍ରମେ ଧିରେ ଧିରେ ଚାଷ ପ୍ରତି ଆକୃଷ୍ଟ ହୋଇ ନିଜର ୧୦ ଏକର ଜମିରେ ଧାନ ପରେ ମୁଗ, ବିରି ପ୍ରଭୃତି ରବିଜାତୀୟ ଚାଷ କରୁଥିବାବେଳେ ଟାଣ ମାଟିରେ କଖାରୁ ଚାଷ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।
କୃଷି ବିଭାଗ ପକ୍ଷରୁ ମିଳିଥିବା ଜ୍ଞାନକୁ ଉପଯୋଗ କରି ଚାଷ କାର୍ଯ୍ୟରେ ସେ ଅଗ୍ରଗତି କରିଥିବା କହିଛନ୍ତି । ଚାଷ ପାଇଁ ଦରକାର ଉପଯୁକ୍ତ ତାଲିମ । ଉପଯୁକ୍ତ ତାଲିମକ୍ରମେ ଚାଷ କାର୍ଯ୍ୟ କଲେ ସଫଳତା ନିଶ୍ଚିତ ମିଳିବ । କୃଷି ବିଭାଗ ପକ୍ଷରୁ ଜଣେ । ଉନ୍ନତ ଚାଷୀ ଭାବେ ପୁରସ୍କୃତ ହେବା ସହିତ ଦୁଇ ପାଦ ଆଗକୁ ବଢି ଜଣେ ସଫଳ ଚାଷୀ ଭାବରେ ସମଗ୍ର ଅଞ୍ଚଳରେ ନାଁ କମାଇ ପାରିଛନ୍ତି । ଚାଷରେ ବେଶ ଦି’ପଇସା ଭଲ ଆୟ ହେଉଥିବା ସତ୍ତ୍ଵେ ବିକ୍ରିର ଅଭାବ ରହିଛି ବୋଲି ସେ କହିଛନ୍ତି । ଏପରିକି ଆଜି ଦିନରେ ବିଲାତି ବାଇଗଣ କିଲୋ ପ୍ରତି ୨ ଟଙ୍କା ଦରରେ ମଧ୍ୟ ଖାଉଟି କିଣିବାକୁ ନାରାଜ ଥିବାବେଳେ ବାଧ୍ୟ ହୋଇ କ୍ଷତି ସହିବାକୁ ପଡ଼ୁଥିବା ସେ ପ୍ରକାଶ କରିଛନ୍ତି । ସରକାରଙ୍କ ପକ୍ଷରୁ ବିକ୍ରିର ବ୍ୟବସ୍ଥା ସକାଶେ ଅଧିକ ଧାନ ଦେଲେ ଚାଷୀ ଅଧିକ ଲାଭବାନ ହୋଇପାରିବ । ଏଥିସହ ଶୀତଳ ଭଣ୍ଡାରର ଯଥେଷ୍ଟ ଆବଶ୍ୟକତା ଥିବା ସେ କହିଛନ୍ତି ।
ଆଧାର –
Last Modified : 11/10/2021