অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସ୍ଵାବଲମ୍ବୀ କରିଛି ଚାଷ

ଛାତୁଚାଷରୁ ସ୍ଵାବଲମ୍ବୀ

ଚାକିରୀ ପଛରେ ନ ଗୋଡ଼ାଇ ନିଜ ସ୍ଵାଧୀନରେ ଚାଷ କାର୍ଯ୍ୟକୁ ଆଦିରି ନେଇଥିଲେ ସଫଳ ଛତୁ ଚାଷୀ ଲକ୍ଷ୍ମୀଧର ସାହୁ | ପାଠ ଭଲ ହେଉଥିଲେ ସନ୍ଧା ଯୁକ୍ତ ଦୁଇରୁ ପାଠପଢା ଛାଡି ମାତ୍ର ୧୭ ବର୍ଷ ବୟସରେ ସେ ଛତୁ ଚାଷ କରିବାକୁ ଅଣ୍ଟା ଭିଡିଥିଲେ । ଆଜିର ଦିନରେ ଲକ୍ଷ୍ମୀଧର ନୟାଗଡ଼ ଜିଲ୍ଲାରେ ଜଣେ ସଫଳ ଚାଷୀ ଭାବେ ପରିଚିତ ହୋଇପାରିଛନ୍ତି । ଜିଲ୍ଲା, ଉଦ୍ୟାନ ବିଭାଗର ସହକାରୀ ଉଦ୍ୟାନ ଅଧିକାରୀ ଯୋଗେନ୍ଦ୍ରନାଥ ମହାପାତ୍ର ଓ ସୁବାଷ ଚନ୍ଦ୍ର ପଣ୍ଡା ଏବଂ କର୍ମଚାରୀମାନେ ତାଙ୍କୁ ବିଭିନ୍ନ ସମୟରେ ସହଯୋଗର ହାତ - ବଢାଇଛନ୍ତି । ଯାହାଫଳରେ ସେ ଏବେ ମାସକୁ  ପ୍ରାୟ ୬୦ ହଜାର ଟଙ୍କା ଆୟ କରିପାରୁଛନ୍ତି । ସେ ନିଜେ ଛତୁ ମଞ୍ଜି ମଧ୍ୟ ତିଆରି କରି ନିଜ ପାଇଁ ବ୍ୟବହାର କରୁଥିବାବେଳେ ରାଜ୍ୟର ବିଭିନ୍ନ ସ୍ଥାନ କୁ ରତ୍ପାନି କରୁଛନ୍ତି । ତାଙ୍କ ଫାର୍ମରେ ପ୍ରାୟ ୧୨ ଜଣ ଲୋକଙ୍କୁ ସେ କାମ ଯୋଗାଉଛନ୍ତି ।

ଏଥିପାଇଁ ତାଙ୍କ ପିତା ଉଲ୍ଲାସ ସାହୁ ଏବଂ ପରିବାର ଲୋକେ ତାଙ୍କୁ ଉତ୍ସାହ ଏବଂ ସାହାସ ଯୋଗାଇଥିବା ଲକ୍ଷ୍ମୀଧର ପ୍ରକାଶ କରିଛନ୍ତି । ନୟାଗଡ଼ ବ୍ଳକ କାଳିକା ପ୍ରସାଦ ଗ୍ରାମର ଉଲ୍ଲାସ ସାହୁଙ୍କ ପୁଅ ଲକ୍ଷ୍ମୀଧର ୨୦୦୫ ମସିହାରେ ଯୁକ୍ତ ଦୁଇରୁ ପାଠପଢା ଛାଡି ୨୦୦୭ ମସିହାରେ ଓଡ଼ିଶା କୃଷି ବୈଷୟିକ ବିଶ୍ଵ ବିଦ୍ୟାଳୟ (ଓୟୁଏଟି) ଭୁବନେଶ୍ଵରଠାରେ ଛତୁଚାଷ ଉପରେ ପ୍ରଶିକ୍ଷଣ ଲାଭ କରିଥିଲେ । ପ୍ରଥମେ ନିଜ ଗ୍ରାମରେ ‘‘ଶ୍ରୀଜଗନ୍ନାଥ ଛତୁ ଓ ମଞ୍ଜି ଉତ୍ପାଦନ କେନ୍ଦ୍ର ।" ନାମରେ ଏକ ଛତୁ ଫାର୍ମ ଆରମ୍ଭ କରିଥିଲେ । ଦିନକୁ ସେ ପ୍ରାୟ ୮୦ କେଜି ଛତୁ ଏହି ଫାର୍ମରୁ ଉତ୍ପାଦନ କରୁଥିଲେ । ଏହି ସମୟରେ ତାଙ୍କ ଫାର୍ମକୁ ପ୍ରାୟ ୧୦୦ ବୋତଲ ଛତୁ ମଞ୍ଜି ଦରକାର ପଡ଼ୁଥିଲା । ଏହି ମଞ୍ଜି ସେ ଭୁବନେଶ୍ଵରରୁ ଆଣୁଥିବାରୁ ଅଧିକାଂଶ  ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ତେଣୁ ସେ ନିଜେ ମଞ୍ଜି ଉତ୍ପାଦନ କରିବାକୁ ମନସ୍ଥ କରିଥିଲେ । ତା ପରେ ବ୍ୟାଙ୍କରୁ କିଛି ରଣ ଆଣି ୨୦୦୮ ମସିହାରେ ମଞ୍ଜି ଉତ୍ପାଦନ ପାଇଁ ସମସ୍ତ ମେସିନ୍ ବସାଇଲେ । ନିକଟସୁ ଜେମାଦେଇ ପୁରପାଟଣା ଗ୍ରାମରେ ଥିବା ତାଙ୍କର ଦେଢ , ଏକର ଜମିରେ ବଡ ଧରଣର ଛତୁ ଫାର୍ମ ଆରମ୍ଭ କଲେ । ଏହି ଫାର୍ମରେ ପାଳଛତୁ ୧୫୦୦ ଓ ଶୀତ ଦିନେ ଧୁଙ୍ଗରି ଛତୁ ୩୦୦୦ ବେଡ ପକାଇଲେ । ଏଥିରୁ ସେ ଦିନକୁ ପ୍ରାୟ ଏକ କ୍ଲିଣ୍ଟାଲ ୨୫ କେଜିରୁ ଉଦ୍ଧି ଛତୁ ଉତ୍ପାଦନ କଲେ । ତାଙ୍କ ଫାର୍ମକୁ ପ୍ରତେକ ଦିନ ୧୫୦ ବୋତଲ ମଞ୍ଜି ଦରକାର ହେଉଥିବାବେଳେ ସେ ଦିନକୁ ପ୍ରାୟ ୧୫୦୦ ବୋତଲ ଛତୁ ମଞ୍ଜି ଉତ୍ପାଦନ କରୁଛନ୍ତି । ନିଜ ପାଇଁ ଆବଶ୍ୟକ ମଞ୍ଜିକୁ ରଖିଥିବାବେଳେ ଆବଶିଷ୍ଟ ମଞ୍ଜିକୁ ସେ ବାହାରେ ବିକ୍ରି କରୁଛନ୍ତି । ତାଙ୍କ ଠାରୁ ଜିଲ୍ଲାରେ ଥିବା ଚାଷୀ ଏବଂ ବାହାର ଜିଲ୍ଲାର ଚାଷୀ ମଞ୍ଜି କିଣି ନେଉଥିବା ସେ ପ୍ରକାଶ କରିଛନ୍ତି । ଛତୁ ଉତ୍ପାଦନ ପରେ ବିକ୍ରି କରିବାକୁ ତାଙ୍କୁ କୌଣସି ଅସୁବିଧା ହେଉ ନଥିବା ସେ କହିଛନ୍ତି । ତାଙ୍କ ଫର୍ମ ନିକଟରେ ସକାଳୁ ସକାଳୁ ବେପାରୀଙ୍କର ଭିଡ ଲାଗୁଛି । ସେହିଠାରେ ତାଙ୍କର ସବୁ ଛତୁ ବିକ୍ରି ହୋଇଯାଉଛି । ଛତୁ ଉତ୍ପାଦନରେ ଜିଲ୍ଲାରେ ସେ ବହୁ ସଫଳତା ଲାଭ କରିଥିବାରୁ ବିଭିନ୍ନ ସମୟରେ ତାଙ୍କୁ ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧିତ କରାଯାଇଛି । ଭୁବନେଶ୍ଵରରେ ତାଙ୍କୁ ତତ୍କାଳିନ ମନ୍ତ୍ରୀ ପ୍ରଫୁଲ ଘଡେଇ ଏବଂ ମନ୍ତ୍ରୀ ଦାମ ରାଉତ ରାଜ୍ୟସ୍ତରରେ ଜଣେ ସଫଳ ଛତୁ ଚାଷୀଭାବେ ପୃରସ୍କୃତ କରିଥିଲେ ।  ସେହିଭଳି ଜିଲ୍ଲା ସ୍ତରରେ ଭାପୁର ବ୍ଳକରେ କଟକ ସଂସଦ ଭର୍ତ୍ତୃହରି ମହତାବ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ । ସେହିଭଳି ଜିଲ୍ଲାରେ ସେ ବହୁବାର ସଫଳ ଚାଷୀଭାବେ ଜିଲ୍ଲାପାଳଙ୍କ ଠାରୁ ପୁରସ୍କୃତ ହେବା ସହ ସମ୍ବର୍ଦ୍ଧିତ ହୋଇଛନ୍ତି । ସରକାରୀ ଭାବେ ତାଙ୍କୁ ବିଭିନ୍ନ ସ୍ଥାନ କୁ ନିଆଯାଇ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀର ସଭ୍ୟମାନଙ୍କୁ ପ୍ରଶିକ୍ଷଣ ଦେବାକୁ କୁହାଯାଇଥାଏ । ସେ ମଧ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରଶିକ୍ଷଣ ଦେଇ ତାଙ୍କର ନା କମେଇ ପାରିଛନ୍ତି ।

ଜାଆଁଳ ଦେଇଛି ରୋଜଗାର

ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍ ମୁଲୁଗାଁ ପଞ୍ଚାୟତ ସାରଣା ଗାଁର ସୁରେନ୍ଦ୍ର ରାଉତଙ୍କ ପୁଅ ସୁଶାନ୍ତ କୁମାର ରାଉତ (ଚଗଲା ) । ଆଧୁନିକ ଜ୍ଞାନ କୌଶଳ ପଦ୍ଧତିରେ ଚାଷ କରି ସୃଷ୍ଟି କରିଛନ୍ତି ଏକ ସ୍ଵତନ୍ତ୍ର ପରିଚୟ । ସମନ୍ୱିତ କୃଷିରେ ସଫଳତା ପାଇଁ ସେ ୨୦୧୬ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ପୁରଷ୍କୃତ ହୋଇଛନ୍ତି । ୧୯୯୨ ମସିହାରେ ଜଗତସିଂହପୁର ଜିଲ୍ଲା, ଏରସମା ବ୍ଳକ ଶ୍ରୀ ଶ୍ରୀ ଜଗନ୍ନାଥ ମହାବଦ୍ୟାଳୟରୁ କଳାରେ ଡିଗ୍ରୀ ହାସଲ କରିସାରିବା ପରେ ରୋଜଗାର ପାଇଁ ଚିନ୍ତା ବଢି ଯାଇଥଲା । ପରେ ଏକ ଘରୋଇ କମ୍ପାନୀରେ ଚାକିରି କଲେ। ଚଗଲା । ମାତ୍ର ସେଥିରେ ତାଙ୍କୁ ଆତ୍ମସନ୍ତୋଷ ମିଳିଲା ନାହିଁ । ବାଧ୍ୟ ହୋଇ ଗାଁକୁ ଚାଲିଆସିଲେ । ବାପାଙ୍କର ଅବା ଚାଷ ଜମିରେ ଧାନ ସହିତ ଆରମ୍ଭ କଲେ ବିଭିନ୍ନ ପନିପରିବା ଚାଷ । ଏଥିରେ ତାଙ୍କୁ ବାପା ସୁରେନ୍ଦ୍ର ପ୍ରେରଣା ଯୋଗାଇଦେଇଥୁଲେ ।

ଧୀରେ ଧୀରେ ପରିବା ଚାଷରୁ ଅଧିକ ଅମଳ ଓ ଲାଭ ମିଳିବାରୁ ସେ ଏହା ସହିତ ମାଛ ଚାଷ ପ୍ରତିମନ ବଳେଇ ନିଜର ୧୮ ଗୁଣ୍ଠ ବିଶିଷ୍ଟ ଏକ ଜମିରେ ପୋଖରୀ ଖୋଳି ମାଛ ଚାଷ ଆରମ୍ଭ କଲେ । ଏଥିରୁ ତାଙ୍କୁ ମିଳିଥିଲା ଅପୂର୍ବ ସଫଳତା । ପରେ ସେ ମାଛ ଜାଆଁଳ ଉତ୍ପାଦନ କରିବାକୁ ମନ ବଳେଇ ଜିଲ୍ଲା ସହକାରୀ ମସ୍ ଅଧିକାରୀ ଜିତେନ୍ଦ୍ର ବେହେରା ଓ ଅବସରପ୍ରାପ୍ତ ହାଚେରୀ ଇନ ଚାର୍ଜ ନିର୍ମଳ ରଥଙ୍କୁ ପରାମର୍ଶ ମାଗିଥଲେ । ଚଗଲାଙ୍କ ଉତ୍ସାହ ଦେଖି ଉଭୟ ଅଧିକାରୀ ତାଙ୍କୁ ପ୍ରେରଣା ଯୋଗାଇ ଦେଇଥିଲେ । ଫଳରେ  ସେ ଗତ ୪ ବର୍ଷ ହେବ ନିଜର ପ୍ରାୟ ୬ ଗୁଣ୍ଠ ଜାଗାରେ ଦୁଇଟି ପୋଖରୀ ଖୋଳି ସେଥିରେ ଭାକୁର, ରୋହି ଓ ମିରିକାଳି। ସନ୍(ମାଛ ଅଣ୍ଡା), ଆଣି ଜାଆଁଳ ଉତ୍ପାଦନ କରିବାରେ ଲାଗିପଡିଲେ । ସେ ଏହି ସନ୍ ସେ ଭୁବନେଶ୍ଵରର କୌଶଲାଗଙ୍ଗ ‘ସିଫା' ଓ ବାଲିକୁଦା ବ୍ଳକର ନାରଦିଆୟିତ ହାଟେରୀରୁ କିଣି ନେଇଥାନ୍ତି । ଏବେ ସେ ବ୍ରିଡର(ଜାଆଁଳ ପାଇଁ ଉର୍ଦ୍ଦିଷ୍ଟ ବଡ ଅଣ୍ଡିରା ଓ ମାଇ ମାଛ) ନାରଦିଆ ସ୍ଥିତ ହାଟକୁ ଯୋଗାଉଥିବା କହିଛନ୍ତି । ଚଗଲାଙ୍କ ମାଛ ଜାଆଁଳ ଏବେ ସାରା ଜିଲ୍ଲାରେ ବେଶ ଚାହିଦା ସୃଷ୍ଟି କରିଛି । ବର୍ଷକୁ ସେ ଜାଆଁଳ ଉତ୍ପାଦନରୁ ପ୍ରାୟ ଦେଢ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଏଥରରେ ତାଙ୍କ ସ୍ତ୍ରୀ ନର୍ମଦା ସାହାଯ୍ୟ କରିଥାନ୍ତି । ଏହି ରୋଜଗାରରୁ ସେ ତାଙ୍କ ଝିଅ ଓ ପୁଅକୁ ପାଠ ପଢାଇପାରୁଛନ୍ତି । ଜାଆଁଳ ଚାହିଦା ବୃଦ୍ଧି ପାଉଥିବାରୁ ଆଗକୁ ଆହୁରି ପୋଖରୀ ଖୋଳି ସେଥିରେ ଜାଆଁଳ ଚାଷ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ବତକ, କୁକୁଡା ଓ ମହୁ ଚାଷ କରିବାକୁ ଯୋଜନା ରଖିଛନ୍ତି । ଏବେ ସେ ଲେମ୍ବୁ ପିଜୁଳୀ, ଆମ୍ବ ଓ ମାନଜିୟମ ଚାରା ଲଗାଇ ସେଥିରୁ ମଧ୍ୟ ବେଶ୍ ଦୁଇ ପଇସା ରୋଜଗାର କରିଛନ୍ତି । ଏହା ସହିତ ୩ ଟି ଦୁଗ୍ଧିଆଳୀ ଗାଈ ରଖି ସେଥିରୁ ମଧ୍ୟ ରୋଜଗାର କରୁଛନ୍ତି । ଦୃଢ ଇଛାଶକ୍ତି ବଳରେ ଖୁବ୍ କମ୍ ଦିନରେ ଜଣେ ସଫଳ ଚାଷୀ ଭାବେ ବେଶ ନାଁ କମେଇ ପାରିଛନ୍ତି ।

ସଂଗୃହିତ –

  1. ପୁରୁଷୋତ୍ତମ ମହାପାତ୍ର ନୟାଗଡ଼
  2. ବିଧାନ ରାଉଳ, ବାଲିକୁଦା, ଜଗତସିଂହପୁର

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate