অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କୃଷକ କ୍ଷେତ୍ର ଏବଂ ବ୍ୟବସାୟ ବିଦ୍ୟାଳୟ (ସୁଗମୀକରଣ ଟୁଲ୍ )

କୃଷକ କ୍ଷେତ୍ର ଏବଂ ବ୍ୟବସାୟ ବିଦ୍ୟାଳୟ (ସୁଗମୀକରଣ ଟୁଲ୍ )

ଉପକ୍ରମ

ଏହି ନିର୍ଦ୍ଦେଶିକାରେ ପ୍ରଶିକ୍ଷଣ ମଡ୍ୟୂଲ୍ ସବୁକୁ ଆଠଗୋଟି ଜ୍ଞାନକ୍ଷେତ୍ରରେ ବିଭାକର କରାଯାଇଅଛି I ପ୍ରଥମ ଜ୍ଞାନକ୍ଷେତ୍ର ସୁଗମକାରୀ (ସିଆରପି)ମାନଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁମାନେ ଅବଶିଷ୍ଟ ସାତଗୋଟି ଜ୍ଞାନକ୍ଷେତ୍ରକୁ ସଞ୍ଚାଳନ କରିବେ I ତେଣୁ ପ୍ରଥମ ଜ୍ଞାନକ୍ଷେତ୍ର ଅନ୍ତର୍ଗତ ପାଞ୍ଚଗୋଟି ମଡ୍ୟୂଲ୍ ସବୁକୁ ପ୍ରକଳ୍ପ କାର୍ଯ୍ୟକାରୀ ଅଧିକାରୀଙ୍କ ଦ୍ୱାରା ଗୋଷ୍ଠୀ ସାଧନ ବ୍ୟକ୍ତି (ସିଆରପି) କିମ୍ବା ତୃଣ-ମୂଳ ସ୍ତରରେ କାମ କରୁଥିବା କୌଣସି ସୁଗମକାରୀଙ୍କ ପାଇଁ ସଞ୍ଚାଳିତ କରାଯିବ ଏବଂ ଏହି ପ୍ରଶିକ୍ଷିତ ବ୍ୟକ୍ତିମାନେ ଲକ୍ଷ୍ୟଧାର୍ଯ୍ୟ ଦଳ କିମ୍ବା ସମୂହମାନଙ୍କୁ ପ୍ରଶିକ୍ଷଣ ଦେବେ I ଏହି ଜ୍ଞାନକ୍ଷେତ୍ର ଅନ୍ତର୍ଗତ ପ୍ରସ୍ତୁତ କରାଯାଇଥିବା ମଡ୍ୟୂଲସବୁ ସୁଗମକାରୀଙ୍କ ବ୍ୟବହାରିକ କୌଶଳ ବୃଦ୍ଧି କରିବା ସହ ସେମାନଙ୍କୁ ସବୁପ୍ରକାର ଆବଶ୍ୟକ ସୂଚନା ପ୍ରଦାନ କରିବ ଯାହାଦ୍ୱାରା ସେମାନେ ଏକ ଭାଗୀଦାରୀ ଶିକ୍ଷଣୀୟ ଅଧିବେଶନ ସଞ୍ଚାଳନ କରିବା ପାଇଁ ଆତ୍ମବିଶ୍ୱାସ ପାଇବେ I ସଞ୍ଚାଳନ କରିବା ହେଉଛି ଏକ କଳା ଯାହାଦ୍ୱାରା ଏକ ଶିକ୍ଷକ ଛାତ୍ରମାନଙ୍କୁ ଭାଗୀଦାରୀ ପ୍ରଶିକ୍ଷଣ ପଦ୍ଧତି ମାଧ୍ୟମରେ ଶିକ୍ଷାଦାନ କରିଥାଆନ୍ତି I ଗ୍ରାମବାସୀମାନଙ୍କୁ "ଉର୍ଦ୍ଧ୍ୟୋମୂଖି" (bottom-up) ପଦ୍ଧତିରେ ପ୍ରଶିକ୍ଷଣ ଦେପାପାଇଁ ସୁଗମକାରୀମାନଙ୍କୁ ଦିଗ୍ଦର୍ଶନ ଦେବା ଆବଶ୍ୟକ I ଲକ୍ଷ୍ୟଧାର୍ଯ୍ୟ ସମୂହମାନଙ୍କୁ ପ୍ରଶିକ୍ଷଣ ଦେବା ସମୟରେ ସୁଗମକାରୀମାନେ ନିଜକୁ କିପରି ଭାବେ ପ୍ରସ୍ତୁତ କରିବା ଆବଶ୍ୟକ, ସେହି ବିଷୟରେ ଏହି ମଡ୍ୟୂଲ୍ ନିର୍ଦ୍ଦେଶିତ କରୁଅଛି I କ୍ଷେତ୍ରରେ ପ୍ରଭାବୀ ଭାବେ କାମ କରିବା ପାଇଁ ଏହି ମଡ୍ୟୂଲସବୁ ଦକ୍ଷ ପ୍ରଶିକ୍ଷଣକାରୀ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥାଏ I

ପ୍ରଶିକ୍ଷଣ ମଡ୍ୟୂଲ୍

ଏହି ପ୍ରଶିକ୍ଷଣ ଟୁଲ୍ କିଟ୍ ପାଞ୍ଚ ଗୋଟି ମଡ୍ୟୂଲକୁ ନେଇ ଗଠିତ I ସମୁଦାୟକୁ ପ୍ରଥମରୁ ଜଡିତ କରିବା ପାଇଁ ଏହି ଅଧିବେଶନ ସବୁକୁ ପ୍ରକଳ୍ପ ପ୍ରାରମ୍ଭ ହେବାର ଯଥାଶୀଘ୍ର ଆରମ୍ଭ କରିବା ଉଚିତ I ପ୍ରତ୍ୟେକ ମଡ୍ୟୂଲର ବିଷୟବସ୍ତୁକୁ ନିମ୍ନ ଟେବୁଲରେ ଦିଆ ଯାଇଅଛି I

ମଡ୍ୟୂଲ୍

ଶୀର୍ଷକ : ବିଷୟବସ୍ତୁ

ଫସଲର ଅବସ୍ଥା

ମଡ୍ୟୂଲ୍ – ୧

ଅନୁକୂଳ ବାତାରଣ ସୃଷ୍ଟି କରିବା

ପ୍ରାକ୍ -ବୁଣା ଏବଂ ବୃର୍ଦ୍ଧୀୟ ଅବସ୍ଥା

ମଡ୍ୟୂଲ୍ – ୨

ବୟସ୍କ ଶିକ୍ଷଣ ପାଇଁ ସୁଗମୀକରଣ

ବୁଣିବା ଅବସ୍ଥା

ମଡ୍ୟୂଲ୍ – ୩

ଏକ ପ୍ରଶିକ୍ଷଣ ଅଧିବେଶନକୁ କିପରି ସଞ୍ଚାଳନ କରିବେ ?

ବୃଦ୍ଧୀୟ ଅବସ୍ଥା

ମଡ୍ୟୂଲ୍ – ୪

ଏକ ଭଲ ପ୍ରଶିକ୍ଷଣକାରୀଙ୍କ ଗୁଣ

ଅମଳ ଏବଂ ଅମଳ-ପରବର୍ତ୍ତୀ ଅବସ୍ଥା

ମଡ୍ୟୂଲ୍ – ୫

ସୁଗମକାରୀଙ୍କ ପାଇଁ ମତାମତ ଫର୍ମାଟ

ପ୍ରାକ୍-ବୁଣା ଠାରୁ ଅମଳ ପରବର୍ତ୍ତୀ ଅବସ୍ଥା ପର୍ଯ୍ୟନ୍ତ

ଅଧିବେଶନର ସଂରଚନା

ଏହି ଟୁଲ୍ କିଟ୍ ରେ ବ୍ୟବହାର କରାଯାଇଥିବା ସଂରଚନା ପ୍ରତ୍ୟେକ ପ୍ରଶିକ୍ଷଣ ଅଧିବେଶନକୁ କିପରି ପ୍ରଦାନ କରାଯିବ ତାହାର ବର୍ଣନ ନିମ୍ନରେ ପ୍ରଦତ୍ତ ହୋଇଛି I ଏହା ଅଧିବେଶନର ସଂରଚନା ବିଷୟରେ ପ୍ରଶିକ୍ଷଣକାରୀଙ୍କୁ ଏକ ବୋଧତା ଦେବା ସହ ଅଂଶଗ୍ରହଣକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବା ସମୟରେ ଏହାକୁ କିପରି ଭାବେ ବ୍ୟବହାର କରାଯିବ, ସେ ବିଷୟରେ ସୁଚନା ଦେବ I

ପ୍ରତ୍ୟେକ ଅଧିବେଶନର ସଂରଚନା

ବ୍ୟାଖ୍ୟାତ୍ମକ ଟିପ୍ପଣୀ

ପ୍ରତ୍ୟେକ ଅଧିବେଶନ ଆରମ୍ଭରେ ଦିଆଯାଇଥିବା ନିମ୍ନ ପ୍ରଦତ୍ତ ବିବରଣ ପ୍ରଶିକ୍ଷଣକାରୀଙ୍କୁ ସଭା ସଞ୍ଚାଳନ କରିବା ପାଇଁ ପ୍ରାରମ୍ଭିକ ଆୟୋଜନ କରିବାରେ ସାହାଯ୍ୟ କରିବ ।

ମଡ୍ୟୂଲର ଶୀର୍ଷକ

ଚାଷୀଙ୍କ ଦିଗଦର୍ଶନ ପାଇଁ କରିବାକୁ ଥିବା କାର୍ଯ୍ୟକଳାପ ବିଷୟରେ ଏଠାରେ ଉଲ୍ଲେଖ କରାଯାଇଛି I

ଅଧିବେଶନ

ମଡ୍ୟୂଲ ଅନ୍ତର୍ଗତ ବିଷୟବସ୍ତୁକୁ ଏଠାରେ ଉଲ୍ଲେଖ କରାଯାଇଛି I

ଉଦ୍ଦେଶ୍ୟ

ଏହି ଉଦ୍ଦେଶ୍ୟ ଅଧିବେଶନ ପରିଚାଳନା କରିବାର ଅନ୍ତିମ ଲକ୍ଷ୍ୟକୁ ବାଖ୍ୟା କରିଥାଏ, ଯଥା ସମୁହ (ଦଳ)ର ସୁବିଧା ପାଇଁ କ'ଣ ସବୁ କାର୍ଯ୍ୟକ୍ରମ କରାଯାଇଛି I

ପଦ୍ଧତି

କାର୍ଯ୍ୟପଦ୍ଧତି ସିଆରପିମାନଙ୍କ ଦ୍ୱାରା ଅଧିବେଶନ ସଞ୍ଚାଳନ କରିବାର ଧାରାକୁ ବ୍ୟାଖ୍ୟା କରିଥାଏ I ପ୍ରତ୍ୟେକ ଜ୍ଞାନକ୍ଷେତ୍ରରେ ଅନ୍ତର୍ଗତ ମଡ୍ୟୁଲସବୁକୁ ଶ୍ରେଣୀକକ୍ଷରେ ପରିଚାଳିତ କରାଯିବ I

ଅଂଶଗ୍ରହଣକାରୀ

କାହାପାଇଁ ଏହି ଅଧିବେଶନଟି ପ୍ରଯୁଜ୍ୟ, ଏହା ସୂଚୀତ କରେ I ପ୍ରଶିକ୍ଷଣ ଜ୍ଞାନକ୍ଷେତ୍ର ଅନ୍ତର୍ଗତ ମଡ୍ୟୁଲସବୁକୁ ପ୍ରଶିକ୍ଷଣକାରୀମାନଙ୍କ ପାଇଁ ଉଦ୍ଦିଷ୍ଟ I

ସଭା ସ୍ଥାନ

ଅଧିବେଶନ ଆୟୋଜନ କରାଯାଉଥିବା ସ୍ଥାନକୁ ଏଠାରେ ଉଲ୍ଲେଖ କରାଯାଇଛି I ଏହା ଗ୍ରାମର ମଧ୍ୟସ୍ଥ କୌଣସି ସୁବିଧାଜନକ ଜାଗା ହେବା ଦରକାର ଯେପରିକି କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ସ୍ଥଳ କିମ୍ବା ପଞ୍ଚାୟତ ଭବନ I

ଦରକାରୀ ସରଞ୍ଚାମ

ଅଧିବେଶନ ସଞ୍ଚାଳନ ପାଇଁ ସିଆରପିମାନଙ୍କ ଦ୍ୱାରା ଆବଶ୍ୟକ ହେଉଥିବା ସାମଗ୍ରୀ ସବୁକୁ ଏଠାରେ ଦିଆଯାଇଛି I ଏହା ମଧ୍ୟରେ ପୋଷ୍ଟର, ଖେଳ କାର୍ଡ଼, ଚାର୍ଟ୍ କାଗଜ, କଲମ ଇତ୍ୟାଦି ଅନ୍ତର୍ଭୂକ୍ତ I

ସମୟ ସୀମା

ପ୍ରତ୍ୟେକ ଅଧିବେଶନ ସଞ୍ଚାଳନ କରିବା ପାଇଁ ଦରକାର ହେଉଥିବା ଆନୁମାନିକ ସମୟ ଏଠାରେ ଉଲ୍ଲେଖ କରାଯାଇଛି I

ଅଧିବେଶନ ପ୍ରବାହ

୧.ପୃଷ୍ଠଭୁମି

ପ୍ରଶିକ୍ଷଣକାରୀମାନଙ୍କ ସୁବିଧା ପାଇଁ ଅଧିବେଶନରେ ହେବାକୁ ଥିବା କାର୍ଯ୍ୟାବଳୀର ସବିଶେଷ ତଥ୍ୟ ଉଲ୍ଲେଖ କରାଯାଇଛି I ବଦଳରେ ସେମାନେ ଏହାକୁ ଆଗକୁ ନେଇ ପ୍ରସ୍ତୁତିକରଣ ଅଧିବେଶନକୁ (ପ୍ରାରମ୍ଭିକ କାର୍ଯ୍ୟକ୍ରମ ମାଧ୍ୟମରେ) ବିଭିନ୍ନ ପଥ ପ୍ରଦର୍ଶକ ପ୍ରଶ୍ନ ପଚାରି ବିଷୟ ବସ୍ତୁ ଉପରେ ପରସ୍ପର ଭିତରେ ଆଲୋଚନା କରି ପରିଚାଳିତ କରିବେ I ଏଥି ସହିତ, ଆଲୋଚ୍ୟ ବିଷୟବସ୍ତୁର "ଉତ୍କର୍ଷତା ଓ ତ୍ରୁଟି", "ସୁବିଧା ଓ ଅସୁବିଧା" ଏବଂ "କରନ୍ତୁ ଓ କରନ୍ତୁ ନାହିଁ" ଇତ୍ୟାଦି ଦିଗବିଷୟରେ ଆଲୋଚନା କରନ୍ତୁ, ଯାହାସବୁ ପ୍ରଯୁଜ୍ୟ ହେବ I ତେଣୁ, ଏହି ପୃଷ୍ଠଭୂମୀ ତଥ୍ୟ ଅଂଶଗ୍ରହଣକାରୀମାନଙ୍କୁ କାର୍ଯ୍ୟାବଳୀର ମହତ୍ୱ ବିଷୟରେ ଶିକ୍ଷା ଦେବ I

. ଉତ୍ତୋରତ୍ତର କାର୍ଯ୍ୟାବଳୀ

ଅଧିବେଶନ ସଞ୍ଚାଳନ କଲାବେଳେ ପ୍ରଶିକ୍ଷଣକାରୀମାନେ ପ୍ରଶିକ୍ଷଣ ଉପକରଣର ଏହି ଭାଗରେ ଦିଆଯାଇଥିବା ବିଭିନ୍ନ ସୋପାନକୁ ଅନୁକରଣ କରିବେ I

ପ୍ରଥମ ଚରଣରେ ସିଆରପି ପୁର୍ବ ସଭାରେ ନିଆଯାଇଥିବା ଆପାତତଃ କାର୍ଯ୍ୟକ୍ରମର ନିଷ୍ପତ୍ତି ଅନୁସାରେ ଅଂଶଗ୍ରହଣକାରୀଙ୍କୁ ଏକ ସାର୍ବଜନିକ ସ୍ଥାନରେ ଏକତ୍ରିତ କରିବେ I

କାର୍ଯ୍ୟକ୍ରମର ପ୍ରଥମ ସୋପାନରେ ପ୍ରାରମ୍ଭିକ ଅଭ୍ୟାସ କରାଯିବ ଯେଉଁଥିରେ କି ଅଂଶଗ୍ରହଣକାରୀମାନେ ପ୍ରଶିକ୍ଷଣକାରୀମାନଙ୍କ ସହ ଖୋଲା ବିଚାର ସହ ଆଗାମୀ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିବେ I ଏହା ଅଂଶଗ୍ରହଣକାରୀମାନଙ୍କୁ ଅଧିବେଶନର ବିଷୟବସ୍ତୁ ସମ୍ବନ୍ଧରେ ସେମାନଙ୍କର ପୂର୍ବବର୍ତ୍ତୀ କାର୍ଯ୍ୟକ୍ରମର ଅନୁଭୁତି ବାଣ୍ଟିବାରେ ସୁଯୋଗ ଦେବ I

ପରବର୍ତ୍ତୀ ପଦକ୍ଷେପ ହେଉଛି, ପ୍ରଶିକ୍ଷଣକାରୀ ଅଂଶଗ୍ରହଣକାରୀମାନଙ୍କୁ କାର୍ଯ୍ୟକ୍ରମକୁ ପରିଭାଷିତ କରିବେ I ଏହାପରେ ଏକ ପୋଷ୍ଟର ଦେଖାଇ କାର୍ଯ୍ୟକ୍ରମକୁ କିପରି ଭାବେ ସଞ୍ଚାଳିତ କରାଯିବ, ପ୍ରଶିକ୍ଷଣକାରୀ ବର୍ଣନ କରିବେ I

. ଉପସଂହାର

ପ୍ରଶିକ୍ଷଣକାରୀଙ୍କ ସମାପନ ସମ୍ଭାଷଣ ଦ୍ୱାରା ଅଧିବେଶନର ସମାପ୍ତି ବିଷୟରେ ଏହି ଭାଗରେ ଅଲୋଚନା କରାଯାଇଛି I ସେ ପରୀକ୍ଷା କରିବେ ଯେ ଅଂଶଗ୍ରହଣକାରୀମାନେ ଅଧିବେଶନର କାର୍ଯ୍ୟବାହୀକୁ ବୁଝିଛନ୍ତି ନା ନାହିଁ ଏବଂ ଯଦି ସେମାନଙ୍କ ମନରେ କିଛି ସନ୍ଦେହ ଥାଏ ତେବେ ତାହାକୁ ଦୂର କରିବେ I

ଅଂଶଗ୍ରହଣକାରୀମାନେ କାର୍ଯ୍ୟକ୍ରମକୁ ଠିକ ଭାବରେ ମନେ ପକାଇ ପାରୁଛନ୍ତି ନା ନାହିଁ ଜାଣିବା ପାଇଁ ପ୍ରଶିକ୍ଷଣକାରୀ କାର୍ଯ୍ୟକ୍ରମ ସମ୍ବନ୍ଧୀୟ କିଛି ପ୍ରଶ୍ନ ପଚାରି ଏକ ତ୍ଵରିତ ଆକଳନ କରିବେ I

ଅଧିବେଶନ କାର୍ଯ୍ୟବାହୀର ଲିପିବଦ୍ଧ

ଅଧିବେଶନକୁ ପରିସମାପ୍ତି କଲାବେଳେ ପ୍ରଶିକ୍ଷଣକାରୀ ଅଧିବେଶନ କାର୍ଯ୍ୟବାହୀକୁ ନିମ୍ନ ପ୍ରଦତ୍ତ ଫର୍ମାଟରେ ଲିପିବଦ୍ଧ କରିବେ I ଦିଆଯାଇଥିବା ପ୍ରଶିକ୍ଷଣ ବିଷୟରେ ସିଆରପିମାନେ ଦେଇଥିବା ଉତ୍ତରକୁ ମାର୍ଗକରଣ କରିବା ପାଇଁ ଏହା ପ୍ରକଳ୍ପ ଅଧିକାରୀଙ୍କୁ ସାହାଯ୍ୟ କରିବା ସହ ପରବର୍ତ୍ତୀ ଅଧିବେଶନର ପ୍ରସ୍ତୁତି ପାଇଁ ମଧ୍ୟ ସାହାଯ୍ୟ କରିବ I

ଅଧିବେଶନ କାର୍ଯ୍ୟବାହୀ-ତଥା-ମତାମତ ଫର୍ମ

ପ୍ରଶିକ୍ଷଣ ଅଧିବେଶନର ସମାପ୍ତି ପରେ ପ୍ରଶିକ୍ଷଣକାରୀ ଉପରୋକ୍ତ ଫର୍ମାର୍ଟ୍ ପୁରଣ କରି ପ୍ରକଳ୍ପ ଅଧିକାରୀଙ୍କ ସୂଚନା ଏବଂ ଅଧ୍ୟୟନ ମତେ ସେମାନଙ୍କୁ ପ୍ରେରଣ କରିବେ I

ପ୍ରାରମ୍ଭିକ ଅଧିବେଶନ

ସୁଗମୀକରଣ ଜ୍ଞାନକ୍ଷେତ୍ର ସମ୍ବନ୍ଧୀୟ ପ୍ରଶିକ୍ଷଣ ଅଧିବେଶନ ଆରମ୍ଭ କରିବା ପୁର୍ବରୁ, ପ୍ରଶିକ୍ଷଣକାରୀ ଅଂଶଗ୍ରହଣକାରୀମାନଙ୍କ ପାଇଁ ଏକ ପ୍ରାରମ୍ଭିକ ଅଧିବେଶନ ଆୟୋଜନ କରିବେ I ପ୍ରଶିକ୍ଷଣକାରୀମାନଙ୍କ ସୁବିଧା ପାଇଁ, ସେମାନଙ୍କଦ୍ୱାରା ଅଧିବେଶନ ଆୟୋଜନର ନିର୍ଦ୍ଦେଶାବଳୀ ଦିଆ ଯାଇଛି I.

  • ଅଧିବେଶନର ନାମ : ପ୍ରାରମ୍ଭିକ ଅଧିବେଶନ I
  • ସଞ୍ଚାଳନକରିବା ବାରମ୍ବାରତା: ପ୍ରକଳ୍ପ ଅଞ୍ଚଳରେ ପ୍ରଶିକ୍ଷଣ ଆରମ୍ଭ କରିବା ସମୟରେ "ସୁଗମୀକରଣ ଜ୍ଞାନକ୍ଷେତ୍ର" ଅନ୍ତର୍ଗତ ମଡ୍ୟୁଲ ସବୁ ସିଆରପିମାନଙ୍କ ପାଇଁ ସଞ୍ଚାଳନ କରାଯିବ ଯେଉଁମାନେ ଏହି ସବୁ ପ୍ରଶିକ୍ଷଣ ପରିଚାଳନା କରିବେ I ତେଣୁ ଏହି ପ୍ରାରମ୍ଭିକ ଅଧିବେଶନ ଏବଂ ଏହାପରେ "ସୁଗମୀକରଣ ଜ୍ଞାନକ୍ଷେତ୍ର" ଅନ୍ତର୍ଗତ ବିଭିନ୍ନ ମଡ୍ୟୁଲ ପ୍ରତ୍ୟେକ ନୂଆ ପ୍ରଶିକ୍ଷକଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁମାନେ ଲକ୍ଷ୍ୟଧାର୍ଯ୍ୟ ସମୂହମାନଙ୍କ ପାଇଁ ପ୍ରଶିକ୍ଷଣ ପ୍ରଦାନ କରିବେ I
  • ଅଧିବେଶନର ଉଦ୍ଦେଶ୍ୟ: "ସୁଗମୀକରଣ ଜ୍ଞାନକ୍ଷେତ୍ର" ଅନ୍ତର୍ଗତ ଏହି ପ୍ରାରମ୍ଭିକ ଅଧିବେଶନ ଆୟୋଜନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେ ଲକ୍ଷ୍ୟଧାର୍ଯ୍ୟ ଦଳ ବା ସମୂହମାନଙ୍କୁ ପ୍ରଭାବୀ ଭାବରେ ପ୍ରଶିକ୍ଷଣ ଦେବା ପାଇଁ ସେମାନେ ନିଜକୁ କିପରି ଭାବେ ପ୍ରସ୍ତୁତ କରିବେ I
  • ଅଂଶଗ୍ରହଣକାରୀ କେଉଁମାନେ: ପ୍ରକଳ୍ପ ଅଧିକାରୀମାନେ ଏହି ପ୍ରାରମ୍ଭିକ ଅଧିବେଶନକୁ ଗୋଷ୍ଠୀ ସାଧନ ବ୍ୟକ୍ତିମାନଙ୍କ ପାଇଁ ସଞ୍ଚାଳନ କରିବେ ଯେଉଁମାନେ ଏହାକୁ ସମୂହର ନେତାମାନଙ୍କୁ ପ୍ରଶିକ୍ଷିତ କରିବେ ଏବଂ ଏହି ନେତାମାନେ ପାଥୱେଜ୍ ଇଣ୍ଡିଆ ପ୍ରକଳ୍ପ ଅନ୍ତର୍ଗତ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ବିଭିନ୍ନ ସ୍ୱୟଂ ସହାୟକ ଦଳ ଓ ମହିଳା ସମୂହର ସଦସ୍ୟାମାନଙ୍କୁ ଏହି ପ୍ରଶିକ୍ଷଣ ପ୍ରଦାନ କରିବେ I
  • ପ୍ରଶିକ୍ଷଣକାରୀମାନଙ୍କ ପାଇଁ କ'ଣ ସବୁ ପ୍ରଶିକ୍ଷଣ ସାମଗ୍ରୀ ଦରକାର: ପ୍ରଶିକ୍ଷଣ ସମୟରେ ସଞ୍ଚାଳିତ ହେବାକୁ ଥିବା ମଡ୍ୟୂଲ ଏବଂ ଉଦ୍ଦେଶ୍ୟକୁ ଦର୍ଶାଉଥିବା ଫ୍ଲିପ୍-ଚାର୍ଟ୍I

ଉପସଂହାର

"ସୁଗମୀକରଣ ଜ୍ଞାନକ୍ଷେତ୍ର" ଅନ୍ତର୍ଗତ ପ୍ରଶିକ୍ଷଣ ନେଉଥିବା ଅଂଶଗ୍ରହଣକାରୀମାନେ ପ୍ରଶିକ୍ଷଣକାରୀର ଭୂମିକା ତୁଲାଇବେ ଏବଂ ଏହି ନିର୍ଦ୍ଦେଶିକାରେ ପ୍ରଦତ୍ତ ଅବଶିଷ୍ଟ ସାତଗୋଟି ଜ୍ଞାନକ୍ଷେତ୍ରରେ ଅନ୍ତର୍ଭୁକ୍ତ ମଡ୍ୟୁଲସବୁକୁ ସଞ୍ଚାଳନ କରିବେ I

ଆଧାର - ପୋର୍ଟାଲ ଟିମ

Last Modified : 2/11/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate