অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଖରିଫ ଫସଲର ଅମଳ (ଅମଳ କରିବା ପାଇଁ ଆବଶ୍ୟକ ଉପକରଣ)

ଖରିଫ ଫସଲର ଅମଳ (ଅମଳ କରିବା ପାଇଁ ଆବଶ୍ୟକ ଉପକରଣ)

ଅଧିବେଶନ ୮.୩

ଅମଳ କରିବା ପାଇଁ ଆବଶ୍ୟକ ଉପକରଣ I

ଉଦ୍ଦେଶ୍ୟ

ଫସଲ ଅମଳ ପାଇଁ ବ୍ୟବହାର ହେଉଥିବା ଆଧୁନିକ ଉପକରଣ ବିଷୟରେ ଚାଷୀମାନଙ୍କୁ ସଚେତନ କରାଇବା I

ପଦ୍ଧତି

ପୋଷ୍ଟର ଏବଂ ସେହି ଅଞ୍ଚଳରେ ଅମଳ ପାଇଁ ବ୍ୟବହୃତ ହେଉଥିବା ବିଭିନ୍ନ କୃଷି ଉପକରଣ ପ୍ରଦର୍ଶନ କରାଇ ସିଆରପିମାନେ ଏହି ଅଧିବେଶନକୁ ସଞ୍ଚାଳନ କରିବେ I

ଅଂଶଗ୍ରହଣକାରୀ

ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ ଏବଂ ପ୍ରଦର୍ଶନ ପାଇଁ ଚାଷୀର କ୍ଷେତ I

ଦରକାରୀ ସାମଗ୍ରୀ

ପୋଷ୍ଟର ଏବଂ କୃଷି ଉପକରଣ ଯଥା ଦା, ଫାଉଡା, ଧାନ ଅମଳ ଯନ୍ତ୍ର, ଧାନ ଉଡାଇବା ଯନ୍ତ୍ର ଇତ୍ୟାଦି I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୨୦ ମିନିଟ୍ |

ପୃଷ୍ଠଭୁମୀ

ଅମଳକରିବା ପାଇଁ ବ୍ୟବହାର ହେଉଥିବା ବିଭିନ୍ନ ଉପକରଣର ସବିଶେଷ ତଥ୍ୟ ଯଥା ଦକ୍ଷତା, କାର୍ଯ୍ୟ ସଞ୍ଚାଳନ ପ୍ରଣାଳୀ (ଯାନ୍ତ୍ରିକ କିମ୍ବା ହସ୍ତ ଚାଳିତ) ଫସଲ ନିର୍ବାଚନ ଇତ୍ୟାଦି ବିଷୟରେ ଚାଷୀମାନେ ଜାଣି ପାରିଲେ ଏହା ଅମଳ ପାଇଁ ଆବଶ୍ୟକ ହେଉଥିବା ଦିନ ଏବଂ ଶ୍ରମ ବିଷୟରେ ଆଗରୁ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ -: ପ୍ରାରମ୍ଭିକ ଅଭ୍ୟାସ: ପ୍ରଥମେ, ଅଂଶଗ୍ରହଣକାରୀମାନଙ୍କୁ ଏକ ଆରାମଦାୟକ ସ୍ଥାନରେ ଏକତ୍ର କରନ୍ତୁ ଯେଉଁଠାରେ ସେମାନଙ୍କୁ ଅମଳ ପାଇଁ ବ୍ୟବହାର କରାଯାଉଥିବା ଉପକରଣ ସବୁକୁ ପ୍ରଦର୍ଶିତ କରାଯାଇପାରିବ I ଆଲୋଚନାକୁ ଆରମ୍ଭ କରି ଚାଷୀମାନଙ୍କୁ ପଚାରନ୍ତୁ ଯେ ସେମାନେ ଅମଳ କରିବା ପାଇଁ କେଉଁ ସବୁ ଉପକରଣ ବ୍ୟବହାର କରି ଥାଆନ୍ତି ଏବଂ ଏସବୁର ବ୍ୟବହାର୍ଯ୍ୟ ସୀମା କ'ଣ ଯାହାସବୁ ଜାଣିଲା ପରେ ସେମାନଙ୍କୁ ବିକଳ୍ପ ବ୍ୟବସ୍ଥା ବିଷୟରେ ପରାମର୍ଶ ଦିଆ ଯାଇପାରିବ I

ସୋପାନ -: ଅମଳ ପାଇଁ ବ୍ୟବହୃତ ଉପକରଣ: ଅଂଶଗ୍ରହଣକାରୀମାନଙ୍କୁ କୁହନ୍ତୁ ଯେ ଅମଳ କରିବା ପାଇଁ ବିଭିନ୍ନ ପ୍ରକାର ଉପକରଣ ବ୍ୟବହାର କରାଯାଏ ଯାହା ଅମଳ ପ୍ରକ୍ରିୟାକୁ ତ୍ୱରାନିତ କରିବା ସହ ସମୟର ସଞ୍ଚୟ ହୋଇଥାଏ ଏବଂ ଏଥିରେ କମ ଶ୍ରମ ଲାଗିଥାଏ I ତଳେ ପ୍ରଦର୍ଶିତ ପୋଷ୍ଟରରେ ଥିବା କିଛି ଉପକରଣର କାର୍ଯ୍ୟ ପ୍ରଣାଳୀ ଏବଂ ଦକ୍ଷତା ବିଷୟରେ ବୁଝାନ୍ତୁ I

କ୍ର. ନଂ.

ଉପକରଣର ନାମ

କିପରି ସଞ୍ଚାଳିତ ହୁଏ :

ଦକ୍ଷତା

ବ୍ୟବହାର ଉଦ୍ଦ୍ୟେଶ

ଧାନ କାଟିବା ଯନ୍ତ୍ର

ଶକ୍ତି ଚାଳିତ

ଦିନକୁ ଚାରି ଏକର

ଧାନ କାଟିବା

ଧାନ ଅମଳ ଯନ୍ତ୍ର

ହସ୍ତ ଚାଳିତ

ଦିନକୁ ୨.୫ କ୍ୟୁଣ୍ଟାଲ

ଧାନ ଅମଳ

ଧାନ ଅମଳ ଯନ୍ତ୍ର

ଶକ୍ତି ଚାଳିତ

ଦିନକୁ ୧୦ ରୁ ୧୨ କ୍ୟୁଣ୍ଟାଲ

ଧାନ ଅମଳ

ଚିନା ବାଦାମ ଅମଳ ଯନ୍ତ୍ର

ହସ୍ତ ଚାଳିତ

ଦିନକୁ ୨ ରୁ ୩ କ୍ୟୁଣ୍ଟାଲ

ଚିନା ବାଦାମ ଅମଳ

ଚିନା ବାଦାମ ଖୋଳିବା ଯନ୍ତ୍ର

ବଳଦ ଚାଳିତ

ଦିନକୁ ୦.୭୫ ଏକର

ଚିନା ବାଦାମ ଖୋଳିବା

ଚିନା ବାଦାମ ମଞ୍ଜି ଛାଡାଇବା ଯନ୍ତ୍ର

ହସ୍ତ ଚାଳିତ

ଦିନକୁ ୪ କ୍ୟୁଣ୍ଟାଲ

ଚିନା ବାଦାମ ମଞ୍ଜି ଛଡାଇବା

ଚିନା ବାଦାମ ମଞ୍ଜି ଛାଡାଇବା ଯନ୍ତ୍ର

ଶକ୍ତି ଚାଳିତ

ଦିନକୁ ୨୪ କ୍ୟୁଣ୍ଟାଲ

ଚିନା ବାଦାମ ମଞ୍ଜି ଛଡାଇବା

ଆଳୁ ଖୋଳା ଯନ୍ତ୍ର

ହସ୍ତ ଚାଳିତ

ଦିନକୁ ୦.୬୬ ଏକର

ଆଳୁ ଅମଳ

ଆଳୁ ଖୋଳା ଯନ୍ତ୍ର

ଟ୍ରାକ୍ଟର ଚାଳିତ

ଦିନକୁ ଚାରି ଏକର

ଆଳୁ ଅମଳ

୧୦

ଏକ୍ସିଅଲ ଅମଳ ଯନ୍ତ୍ର

ଟ୍ରାକ୍ଟର ଚାଳିତ

ଦିନକୁ ୬୦ ରୁ ୮୦ କ୍ୟୁଣ୍ଟାଲ

ଧାନ ଅମଳ

୧୧

ମକା ମଞ୍ଜି ଛାଡାଇବା ଯନ୍ତ୍ର

ହସ୍ତ ଚାଳିତ

ଦିନକୁ ଏକ କ୍ୟୁଣ୍ଟାଲ

ମକା ମଞ୍ଜି ଛଡାଇବା

୧୨

ମକା ମଞ୍ଜି ଛାଡାଇବା ଯନ୍ତ୍ର

ଶକ୍ତି ଚାଳିତ

ଦିନକୁ ୪୦ କ୍ୟୁଣ୍ଟାଲ

ମକା ମଞ୍ଜି ଛଡାଇବା

୧୪

ସୂର୍ଯ୍ୟମୂଖି ମଞ୍ଜି ଛାଡାଇବା ଯନ୍ର

ଶକ୍ତି ଚାଳିତ

ଦିନକୁ ୪ କ୍ୟୁଣ୍ଟାଲ

ସୂର୍ଯ୍ୟମୂଖି ମଞ୍ଜି ଛଡାଇବା

୧୪

ଧାନ ଅମଳ ଏବଂ ଧାନ ଉଡା ଯନ୍ତ୍ର

ଶକ୍ତି ଚାଳିତ

ଦିନକୁ ୧୨୦ ରୁ ୨୪୦ କ୍ୟୁଣ୍ଟାଲ

ଚିନା ବାଦାମ ଓ ଧାନ ଅମଳ ତଥା ସଫା କରିବା

୧୫

ଡାଲି ଅମଳ ଯନ୍ତ୍ର

ଶକ୍ତି ଚାଳିତ

ଦିନକୁ ୮ କ୍ୟୁଣ୍ଟାଲ

ଡାଲି ଜାତୀୟ ଫସଲ ଅମଳ କରିବା

୧୬

କମ୍ବାଇନ ହାର୍ଭେଷ୍ଟର

ଟ୍ରାକ୍ଟର ଚାଳିତ

ଦିନକୁ ୮ ରୁ ୧୦ ଏକର

ଧାନ କାଟିବା, ଅମଳ କରିବା ଏବଂ ସଫା କରିବା

ସୋପାନ -: ଉପଯୁକ୍ତ ଅମଳ ଉପକରଣ ବ୍ୟବହାର କରିବାର ଉପାଦେୟତା: ଚାଷୀମାନଙ୍କୁ କୁହନ୍ତୁଯେ ଅମଳ ପାଇଁ ଉପଯୁକ୍ତ ଉପକରଣ ବ୍ୟବହାର କଲେ ଅମଳ କାମ କମ ସମୟ ତଥା କମ ଖର୍ଚ୍ଚରେ ହୋଇ ଥାଏ କାରଣ ଶ୍ରମ ନିୟୋଜନ ହୋଇଥାଏ I ଆଧୁନିକ ଉପକରଣ ବ୍ୟବହାର କଲେ ଏହି କାମ କରିବା ପାଇଁ ଗ୍ରାମର ଯୁବ ସମାଜ ମଧ୍ୟ ଆକର୍ଷିତ ହୋଇ ଥାଆନ୍ତି I ଚିରାଚରିତ ପ୍ରଥାରେ କାମ କରିବାରୁ ମୁକ୍ତି ମିଳିବା ସହ ଏହା କଠିନ ଶ୍ରମକୁ କମ କରିଥାଏ I

ଉପସଂହାର

ସୁନିଶ୍ଚିତ କରନ୍ତୁ ଯେ ଅଂଶଗ୍ରହଣକାରୀମାନେ ଅଧିବେଶନରେ ଆଲୋଚନା କରାଯାଇଥିବା ବିଷୟବସ୍ତୁକୁ ଭଲ ଭାବରେ ବୁଝିଛନ୍ତି I ଏହାକୁ ଆକଳନ କରିବା ପାଇଁ ଅଂଶଗ୍ରହଣକାରୀମାନଙ୍କ ମଧ୍ୟରେ ଏକ ଅଭ୍ୟାସ କରାନ୍ତୁ I କିଛି ଉପକରଣ କୁ ଦେଖାଇ କିଛି ମୁଖର ଅଂଶଗ୍ରହଣକାରୀମାନଙ୍କୁ ଏହି ସବୁ ଉପକରଣକୁ ଚିହ୍ନଟ କରିବାକୁ କୁହନ୍ତୁ ଏବଂ ପଚାରନ୍ତୁ ଯେ କେଉଁ ଫସଲ ପାଇଁ ଏହାକୁ ବ୍ୟବହାର କରାଯାଏ I ଏହି ପାରସ୍ପାରିକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅଂଶଗ୍ରହଣକାରୀମାନଙ୍କ ମଧ୍ୟରେ ଏହି ବିଷୟରେ ଅଧିକ ସ୍ପଷ୍ଟତା ଦେବ I

ଗହମ, ମକା, ବାର୍ଲି, ଡାଲି ଜାତୀୟ ଶସ୍ୟ ଏବଂ ଘାସ ଅମଳ କରିବାପାଇଁ ହାତ ଦା' କୁ ବ୍ୟବହାର କରାଯାଏI ବଡ ଦା' ଗଛରୁ ଡାଳ ପତ୍ର କାଟିବା ପାଇଁ ବ୍ୟବହାର କରାଯାଏ I କଟୁରୀ ଏବଂ କୁରାଢୀ ଆଖୁ ପରି ଫସଲ ଅମଳ କରିବା ପାଇଁ ବ୍ୟବହୃତ ହୋଇଥାଏ I

(ଉତ୍ସ:ଏଫ.ଏ.ଓ.)

ଆଧାର – ପୋର୍ଟାଲ ଟିମ

Last Modified : 2/11/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate