অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଖରିଫ ଫସଲର ଅମଳ (ଅମଳ ପରବର୍ତ୍ତୀ ଯତ୍ନ)

ଖରିଫ ଫସଲର ଅମଳ (ଅମଳ ପରବର୍ତ୍ତୀ ଯତ୍ନ)

ଅଧିବେଶନ ୮.୫

ଅମଳ ପରବର୍ତ୍ତୀ ଯତ୍ନ I

ଉଦ୍ଦେଶ୍ୟ

ଅମଳ ପରବର୍ତ୍ତୀ ଯତ୍ନ, ବିଶେଷତଃ ସଂରକ୍ଷଣ ବିଷୟରେ ଚାଷୀମାନଙ୍କୁ ଶିକ୍ଷା ଦେବା I

ପଦ୍ଧତି

ବ୍ୟାଖ୍ୟାନ ଏବଂ ପୋଷ୍ଟର ମାଧ୍ୟମରେ ସିଆରପିମାନେ ଅଂଶଗ୍ରହଣକାରୀମାନଙ୍କୁ ଅମଳ ପରବର୍ତ୍ତୀ ଯତ୍ନ ବିଷୟରେ ବୁଝାଇବେ I

ଅଂଶଗ୍ରହଣକାରୀ

ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ I

ଦରକାରୀ ସାମଗ୍ରୀ

ପୋଷ୍ଟର, ଚାର୍ଟ କାଗଜ ଏବଂ ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ମହଜୁଦ ରଖିବା ପାତ୍ର I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୨୦ ମିନିଟ୍ |

ପୃଷ୍ଠଭୁମୀ

ଶସ୍ୟ ସଂରକ୍ଷଣର ସବୁଠାରୁ ସାଧାରଣ ପଦ୍ଧତି ସବୁ ହେଉଛି ବସ୍ତାରେ ବାନ୍ଧି ବିଭିନ୍ନ ପ୍ରକାର ସାମଗ୍ରୀ ଯଥା ପଥର, ଇଟା, ଲୁହା ଚାଦର, ମାଟି କିମ୍ବା ବେତରୁ ପ୍ରସ୍ତୁତ କୋଠରୀ ମଧ୍ୟରେ ରଖିବା ଯାହାର କାନ୍ଥ ସବୁ ପଲସ୍ତରା ହୋଇ କିମ୍ବା ହୋଇ ନ ଥାଏ; ଚଟାଣ ମାଟି, ପଥର, ସିମେଣ୍ଟ ରେ ଏବଂ ଛାତ ଟିଣ ଚାଦର କିମ୍ବା ଛଣରେ ପ୍ରସ୍ତୁତ ହୋଇଥାଏ I ଏହି ସବୁ କୃଷି ଜନିତ ସାମଗ୍ରୀକୁ ସଂରକ୍ଷଣ କରିବା ସମୟରେ କ୍ଷତିକୁ ଏଡାଇବା ପାଇଁ ଚାଷୀମାନେ ସୁରକ୍ଷା ଉପାୟ ବିଷୟରେ ଜାଣିବା ଆବଶ୍ୟକ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ -: ପ୍ରାରମ୍ଭିକ ଅଭ୍ୟାସ: ଅଂଶଗ୍ରହଣକାରୀମାନଙ୍କୁ ଏକ ବଡ ଖୋଲା ଜାଗାରେ ଏକତ୍ର କରନ୍ତୁ ଯେଉଁଠାରେ ସେମାନେ ସ୍ଥାନୀୟ ଅଞ୍ଚଳରେ ବ୍ୟବହାର ହେଉଥିବା କିଛି ଶସ୍ୟାଧାରକୁ ପ୍ରଦର୍ଶନ କରିପାରିବେ କିମ୍ବା ସେମାନଙ୍କୁ କୌଣସି ଚାଷୀଙ୍କ ଅଗଣାକୁ ନିଅନ୍ତୁ ଯେଉଁମାନେ ଶସ୍ୟ ସଂରକ୍ଷଣ କରିବା ପାଇଁ ଅଲଗା ଘେର ପ୍ରସ୍ତୁତ କରିଥିବେ I ଚାଷୀମାନଙ୍କ ସହ ଆଲୋଚନାକୁ ଆରମ୍ଭ କରି ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ବିଭିନ୍ନ ପ୍ରକାର ଶସ୍ୟାଧାର ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତୁ ଏବଂ ଏହା କେତେ ଦୂର ସେମାନଙ୍କର ଆବଶ୍ୟକତାକୁ ପୁରଣ କରିଥାଏ I ଚାଷୀମାନଙ୍କୁ ପଚାରନ୍ତୁ ଯେ ଗତ ଋତୁରେ ସେମାନେ ରୋଗ ପୋକ ଆକ୍ରମଣରୁ ଶସ୍ୟ ସଂରକ୍ଷଣ ସମୟରେ କିଛି କ୍ଷତି ସହିଛନ୍ତି କି I

ସୋପାନ -: ଅମଳ ପରବର୍ତ୍ତୀ ଯତ୍ନର ଉପାଦେୟତା: ପ୍ରଥମେ ଚାଷୀମାନଙ୍କୁ ଅମଳ ପରବର୍ତ୍ତୀ ଯତ୍ନର ଉପାଦେୟତା ବିଷୟରେ କୁହନ୍ତୁ I ଶସ୍ୟକୁ ଅତ୍ୟଧିକ ତାପମାତ୍ରା ଠାରୁ ଦୂରରେ ଏକ ନିରାପଦ ସ୍ଥାନରେ ରଖନ୍ତୁ I ଶସ୍ୟକୁ କୀଟପତଙ୍ଗ ଏବଂ ମୂଷା ଦାଉରୁ ରକ୍ଷା କରନ୍ତୁ I ସଂରକ୍ଷଣ ସୁବିଧା ଥିଲେ ବଜାରରେ ଭଲ ଦର ମିଳିବା ପର୍ଯ୍ୟନ୍ତ ଫଳ ଓ ପରିବାକୁ ମହଜୁଦ କରି ରଖାଯାଇପାରିବI

ସୋପାନ -: ଶସ୍ୟ ସଂରକ୍ଷଣ ସମୟରେ ବିଭିନ୍ନ ସତର୍କତା ଉପାୟ: ଶସ୍ୟ ସଂରକ୍ଷଣ ସମୟରେ ଏହା ନଷ୍ଟ ହେବାର ଅଧିକ ଆଶଙ୍କା ରହିଥାଏ I ଏହାକୁ ଦୂର କରିବା ପାଇଁ ଚାଷୀମାନଙ୍କୁ କିଛି ଉପାୟ କରିବାକୁ ପରାମର୍ଶ ଦିଅନ୍ତୁ:

  • ସାଧାରଣଭାବେ ଶସ୍ୟକୁ ଖୋଲା ଯାଗାରେ ମହଜୁଦ ରଖାଯାଏ କିମ୍ବା ଅଧିକ ପରିମାଣରେ ଥିଲେ ଅଖା ବସ୍ତାରେ ବାନ୍ଧି କୋଠରୀ କିମ୍ବା ଗୋଦାମ ଘରେ ରଖାଯାଇଥାଏ I ଗୋଦାମ ଘରର ଚଟାଣ କଂକ୍ରିଟରେ ନିର୍ମାଣ ହେବା ଉଚିତ ଏବଂ କାନ୍ଥସବୁ ଅତ୍ୟଧିକ ଉତ୍ତାପ ସହ୍ୟକରିବାକୁ ସକ୍ଷମ ଥିବା ଆବଶ୍ୟକ I
  • ଚାଷୀମାନଙ୍କୁ କୁହନ୍ତୁ ଯେ ଯେଉଁ ଗୋଦାମ ଘରେ ଶସ୍ୟ ରଖାଯାଉଥାଏ, କୀଟ ପତଙ୍ଗ ପ୍ରବେଶକୁ ବନ୍ଦ କରିବା ପାଇଁ ତାହାକୁ ପରିସ୍କାର ପରିଚ୍ଚନ୍ନ ରଖିବା ଉଚିତ I
  • ଯେଉଁ ଠାରେ ଶସ୍ୟ ମହଜୁଦ ରଖାଯାଉଥାଏ ସେଠାକୁ ଆର୍ଦ୍ରତା ପ୍ରବେଶ କରିବା ଉଚିତ ନୁହେଁ I
  • ଗୋଦାମ ଘରେ ଶସ୍ୟ ମହଜୁଦ ରଖିବା ପୂର୍ବରୁ ତାହାକୁ କୀଟ ନାଶକ ଏବଂ ଫିମ୍ପି ନାଶକ ବ୍ୟବହାର କରି ବିସଂକ୍ରମିତ କରନ୍ତୁ I ଏହିପାଇଁ ନିମ୍ବ ତେଲ ବ୍ୟବହାର କରାଯାଇପାରେ I
  • କମ ପରିମାଣରେ ଶସ୍ୟ ଥିଲେ ଶସ୍ୟାଧାର କିମ୍ବା ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ମାଟି ହାଣ୍ଡି (ଘୁମ) ବ୍ୟବହାର କରାଯାଇପାରେ I
  • କିଛି ସମୟ ଅନ୍ତରାଳରେ ଶସ୍ୟରୁ ଜଳୀୟ ଅଂଶକୁ କମ କରିବା ପାଇଁ ଏହାକୁ ଖରାରେ ଶୁଖାଇବା ଉଚିତ I
  • ପୋକ ଆକ୍ରମଣହେଲେ ଇଡିବି ଆମ୍ପୁଲ ବ୍ୟବହାର କରନ୍ତୁ I

ସୋପାନ -: ଫଳ ଏବଂ ପନି ପରିବାକୁ କିପରି ଭାବେ ସଂରକ୍ଷଣ କରାଯାଏ: ଗ୍ରାମରେ ଶୀତଳ ଭଣ୍ଡାର ନ ଥିଲେ ଫଳ ଓ ପନିପରିବା ଅଧିକ ଦିନ ସଂରକ୍ଷଣ କରି ରଖିବା କଷ୍ଟକର ହୋଇଥାଏ I ଏହି ଅସୁବିଧାକୁ ଦୂର କରିବା ପାଇଁ ଫଳ ଓ ପନିପରିବାକୁ ଶୀତଳ କୋଠରୀ ବ୍ୟବହାର କରି ସଂରକ୍ଷଣ କରାଯାଇପାରିବ I କୌଣସି ଶକ୍ତି ବ୍ୟବହାର ନ କରି ଏପରି ଶୀତଳ କୋଠରୀରେ ଉତ୍ପାଦକୁ ଅଳ୍ପ ଦିନ ପାଇଁ ସଂରକ୍ଷଣ କରି ରଖି ହେବ I ଶୀତଳ କୋଠରୀ ପ୍ରସ୍ତୁତ କରିବା ପାଇଁ ଇଟା ଓ ବାଲିରେ ଦୁଇଟି ପରସ୍ତ ପ୍ରସ୍ତୁତ କରାଯାଏ I ଏହି ଦୁଇ ପରସ୍ତ ମଧ୍ୟରେ ଥିବା ବାଲି ଉପରେ ପାଣି ଢ଼ଳା ଯାଏ ଯାହା କୋଠରୀକୁ ଶୀତଳ କରିଥାଏ I ଏ ପ୍ରକାର କୋଠରୀରେ ଫଳ ଏବଂ ପାଣି ପରିବାକୁ ଏକ ସପ୍ତାହ ପର୍ଯ୍ୟନ୍ତ ସୁରକ୍ଷିତ ଭାବେ ରଖାଯାଇପାରିବ I

ଉପସଂହାର

ଅଧିବେଶନର ଶେଷ ଆଡକୁ ଚାଷୀମାନଙ୍କୁ କୁହନ୍ତୁ ସେମାନେ ବର୍ତ୍ତମାନ ଉତ୍ପାଦକୁ ସଂରକ୍ଷଣ କରିବା ପାଇଁ ବିଭିନ୍ନ ସତର୍କତା ମୂଳକ ପଦକ୍ଷେପସବୁକୁ ସୂଚୀକରଣ କରିବେ I ଏକ ଚାର୍ଟ କାଗଜ ଅଂଶଗ୍ରହଣକାରୀମାନଙ୍କୁ ଦେଖାଇ ସେମାନେ ଉଲ୍ଲେଖ କରୁଥିବା ସବୁ ଉପାୟକୁ ସୂଚୀକରଣ କରିବା ଆରମ୍ଭ କରନ୍ତୁ I ଶେଷରେ କିଛି ବିନ୍ଦୁ ଉଲ୍ଲେଖ ହୋଇ ନ ଥିଲେ ସେସବୁକୁ ସମ୍ମିଳିତ କରନ୍ତୁ I ବେଳେ ବେଳେ ଅଂଶଗ୍ରହଣକାରୀମାନେ କିଛି ସ୍ଥାନୀୟ ପଦ୍ଧତିକୁ ମଧ୍ୟ ଉଲ୍ଲେଖ କରି ପାରନ୍ତି ଯାହା ଅଧିବେଶନରେ ଆଲୋଚନା କରାଯାଇନଥାଏ I

ଆଧାର - ପୋର୍ଟାଲ ଟିମ

Last Modified : 2/11/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate