ଲକ୍ଷ୍ୟ
ଚାଷୀମାନଙ୍କୁ ଅମଳ ଏବଂ ଅମଳ-ପରବର୍ତ୍ତୀ ପରିଚାଳନାର ମହତ୍ୱ ବିଷୟରେ ବୁଝାଇବା I
ଶିକ୍ଷଣୀୟ ଉଦ୍ଦେଶ୍ୟ
ପ୍ରୟୋଜନ
ବେଳେ ବେଳେ ଅସମୟରେ ଅମଳ କରିବା ଫଳରେ ଶସ୍ୟହାନୀ ହୋଇଥାଏ I ଏହା ଅଧିକ ଖର୍ଚ୍ଚ ଏବଂ ଶ୍ରମ ଆବଶ୍ୟକ କରିଥାଏ I ଅନୁପଯୁକ୍ତ ସଂରକ୍ଷଣ ଅଭାବରେ ଶସ୍ୟ ନଷ୍ଟ ହୋଇଯାଇଥାଏ I ସୁରକ୍ଷିତ ସଂରକ୍ଷଣ ବ୍ୟବସ୍ଥା ସହିତ ସଠିକ ସମୟରେ ଅମଳ କଲେ ଅମଳରେ ବୃଦ୍ଧି ହୋଇଥାଏ ଏବଂ ଅମଳ-ପରବର୍ତ୍ତୀ କ୍ଷତି କମ ହୋଇଯାଇଥାଏ I ଏହି ଦିଗବିଷୟରେ ଚାଷୀମାନଙ୍କର ଜ୍ଞାନ ବର୍ଦ୍ଧନ କଲେ ବଜାରରେ ବିକ୍ରୟ କରିବା ପାଇଁ ସେମାନଙ୍କ ପାଖରେ ଅଧିକ ପରିମାଣରେ ବଳକା ଅମଳ ଉପଲବ୍ଧ ହୋଇ ପାରିବ I
ଖରିଫ ଫସଲର ପ୍ରଶିକ୍ଷଣ ମଡ୍ୟୂଲ୍ ପାଞ୍ଚଗୋଟି ଅଧିବେଶନକୁ ନେଇ ଗଠିତ
ଅଧିବେଶନ ୮.୧ |
ଅମଳ ପାଇଁ ସଠିକ ସମୟ I |
ଉଦ୍ଦେଶ୍ୟ |
ଉତ୍ତମ ଅମଳ ପାଇବା ପାଇଁ ସଠିକ ସମୟରେ (ସହଳ କିମ୍ବା ବିଳମ୍ବ ନୁହେଁ) ଅମଳ କରିବା ପାଇଁ ଚାଷୀମାନଙ୍କୁ ଶିକ୍ଷା ଦେବା I |
ପଦ୍ଧତି |
ବ୍ୟାଖ୍ୟାନ ଏବଂ ପୋଷ୍ଟର ମାଧ୍ୟମରେ ସିଆରପିମାନେ ଅଧିବେଶନକୁ ସଞ୍ଚାଳନ କରିବେ ଏବଂ ଅଂଶଗ୍ରହଣକାରୀମାନଙ୍କୁ ଅଧିବେଶନର ବିଷୟବସ୍ତୁ ବିଷୟରେ ବୁଝାଇବେ I ଏହା ପରେ ସେମାନଙ୍କୁ ଚାଷୀର କ୍ଷେତକୁ ନେଇ ଏହାର ପ୍ରଦର୍ଶନ କରାଯିବ I |
ଅଂଶଗ୍ରହଣକାରୀ |
ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ ତଥା ଗ୍ରାମର ଅନ୍ୟାନ୍ୟ ଚାଷୀ I |
ସଭା ସ୍ଥାନ |
ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ ଏବଂ ପ୍ରଦର୍ଶନ ପାଇଁ ଚାଷୀର କ୍ଷେତ I |
ଦରକାରୀ ସାମଗ୍ରୀ |
ପୋଷ୍ଟର, ଚାର୍ଟ କାଗଜ, କଲମ୍, ପ୍ରଦର୍ଶନ ପାଇଁ ବିଲରେ ଥିବା ଠିଆ ଫସଲ I |
ସମୟସୀମା |
ଶ୍ରେଣୀ କକ୍ଷ ଅଧିବେଶନ- ୨୦ ମିନିଟ୍ | ପ୍ରଦର୍ଶନ – ୬୦ ମିନିଟ୍ | |
ପୃଷ୍ଠଭୁମୀ
ଫସଲକୁ ଉପଯୁକ୍ତ ସମୟରେ ଅମଳ କରିବାର ଲାଭ ଓ କ୍ଷତିକୁ ଚାଷୀମାନଙ୍କୁ ବୁଝାନ୍ତୁ I ସଠିକ ସମୟରେ ଅମଳ କଲେ ଅମଳ ପରିମାଣ ଅଧିକ ହେବା ସହ ଶସ୍ୟ କିମ୍ବା ଫଳର ମାନ ମଧ୍ୟ ଉତ୍ତମ ହୋଇଥାଏ I ଅମଳ ହୋଇଥିବା ଫଳର ସଂରକ୍ଷଣ ସମୟ ଅଧିକ ହୋଇଥାଏ I ସଠିକ ସମୟରେ ଅମଳ କଲେ ଏହା ପରବର୍ତ୍ତୀ ଫସଲର ପ୍ରାକ-ବୁଣା କାର୍ଯ୍ୟଠାରୁ ଆରମ୍ଭ କରି ଅନ୍ୟାନ୍ୟ ଚାଷ କାମ କରିବା ମଧ୍ୟ ଉପଯୁକ୍ତ ସମୟରେ ହୋଇଥାଏ I ଏହି ସବୁ ସୁବିଧା ପାଇବା ପାଇଁ ଚାଷୀମାନଙ୍କୁ ଫସଲର ଉପଯୁକ୍ତ ଅମଳ ସମୟକୁ ନିର୍ଧାରଣ କରିବାର ଉପାୟକୁ ଚାଷୀମାନଙ୍କୁ କୁହନ୍ତୁ I
ସୋପାନ-ପର-ସୋପାନ କାର୍ଯ୍ୟକ୍ରମ
ସୋପାନ -୧: ପ୍ରାରମ୍ଭିକ ଅଭ୍ୟାସ: ସବୁ ଅଂଶଗ୍ରହଣକାରୀମାନଙ୍କୁ ଗ୍ରାମର ଏକ ସୁବିଧାଜନକ ସ୍ଥାନରେ ଏକତ୍ର କରନ୍ତୁ ଯେଉଁଠାରେ ସେମାନଙ୍କୁ ଚାର୍ଟ ଏବଂ ପୋଷ୍ଟର ମାଧ୍ୟମରେ ଶିକ୍ଷାଦାନ ଦିଆ ଯାଇପାରିବ I ଅଧିବେଶନକୁ ଆରମ୍ଭ କରିବା ପୂର୍ବରୁ ସେମାନଙ୍କୁ ସହଜ କରିବା ପାଇଁ ଉପଯୁକ୍ତ ସମୟରେ ଅମଳ କରିବାର ମହତ୍ୱ ବିଷୟରେ କିଛି ପ୍ରଶ୍ନ ପଚାରନ୍ତୁ ଏବଂ ଖରିଫ ଫସଲ ପାଇଁ ସାଧାରଣ ଭାବେ କେଉଁ ସବୁ ପଦ୍ଧତି ଆଦୃତ କରିଥାଆନ୍ତି ପଚାରି ବୁଝନ୍ତୁ I ଜାଣିବାକୁ ଚେଷ୍ଟା କରନ୍ତୁ ଯେ ସେମାନେ ଅମଳର ସମୟ ଏବଂ ପରିମାଣ ବିଷୟରେ ଆକଳନ କରିପାରୁଅଛନ୍ତି କି I
ସୋପାନ -୨: ଅମଳରେ ଡେରି ହେଲେ ହେଉଥିବା କ୍ଷତି: ପ୍ରଥମେ ବିଳମ୍ବ ଅମଳର କୁପ୍ରଭାବ ବିଷୟରେ ଚାଷୀମାନଙ୍କୁ ଜଣାନ୍ତୁ:
ସୋପାନ -୩: ସହଳ ଅମଳ କଲେ ହେଉଥିବା କ୍ଷତି: ବିଳମ୍ବ ଅମଳର ଅସୁବିଧା ସମ୍ପର୍କରେ ଚାଷୀମାନଙ୍କୁ ବୁଝାଇଲା ପରେ ଚାଷୀମାନଙ୍କୁ ନିମ୍ନ ଉଲ୍ଲିଖିତ କାରଣ ସବୁ ଦର୍ଶାଇ କୁହନ୍ତୁ ଯେ ସହଳ ଅମଳ ମଧ୍ୟ ଫସଲ ପାଇଁ ଭଲ ନୁହେଁ:
ସୋପାନ -୪: ଅମଳ କରିବାର ସଠିକ ସମୟ କିପରି ଭାବେ ନିର୍ଦ୍ଧାରଣ କରାଯାଏ: ବର୍ତ୍ତମାନ ଚାଷୀମାନେ ହୃଦୟଙ୍ଗମ କରି ସାରିଥିବେ ଯେ ସେମାନେ ଅମଳକୁ ବହୁତ ଅଧିକ ବିଳମ୍ବ କିମ୍ବା ସହଳ କରିବା ଉଚିତ ନୁହେଁ I ସେମାନଙ୍କ ମନରେ ପରବର୍ତ୍ତୀ ପ୍ରଶ୍ନ ଆସିବା ଯେ ଅମଳର ସଠିକ ସମୟକୁ କିପରି ଭାବେ ଚିହ୍ନଟ କରିବେ I
ଏକ ଚାର୍ଟ କାଗଜ ନେଇ ସେହି ଅଞ୍ଚଳରେ ଚାଷ ହେଉଥିବା ସବୁ ଫସଲର ନାମ ଚାଷୀମାନଙ୍କୁ ପଚାରି ଲେଖନ୍ତୁ ଏବଂ କେତେଜଣ ଚାଷୀ ଏହାକୁ ଚାଷ କରନ୍ତି ସେମାନଙ୍କୁ ପଚାରି ଚାର୍ଟ କାଗଜକୁ ପୂରଣ କରନ୍ତୁ I ବର୍ତ୍ତମାନ, ଏକ ନିର୍ଦ୍ଦିଷ୍ଟ ପ୍ରକାର ଫସଲ ଚାଷ କରୁଥିବା ପ୍ରତ୍ୟେକ ଚାଷୀଙ୍କୁ ଜଣ ଜଣ କରି ଅମଳର ସଠିକ ସମୟ ବିଷୟରେ ବୁଝାନ୍ତୁ I ଏହି ଅଧିବେଶନକୁ ସଞ୍ଚାଳନ କରିବା ପାଇଁ ନିମ୍ନ ଲିଖିତ ବକ୍ତବ୍ୟସବୁକୁ ଏକ ପୋଷ୍ଟର ମାଧ୍ୟମରେ ଦର୍ଶାନ୍ତୁ I
କ୍ର. ନଂ. |
ଫସଲର ନାମ |
ଅମଳର ସଠିକ ସମୟ |
୧ |
ଧାନ |
ଯେତେବେଳେ ଶତକଡା ୮୫.୦ ପ୍ରତିଶତ ଶସ୍ୟ ପାକଳ ହୋଇଯିବ ଏବଂ ଶସ୍ୟରେ ଶତକଡା ୨୦ ରୁ ୨୫ ପ୍ରତିଶତ ଜଳୀୟ ଅଂଶ ମାତ୍ରା ରହିଥିବ I ଦାନ୍ତ ମଝିରେ ଚାପିଲେ ଦାନାଗୁଡିକ ଶକ୍ତ କିନ୍ତୁ ଭଙ୍ଗୁର ହେଉ ନ ଥିବ I ମଝିଆଳି କିସମ ହେଲେ ଅମଳ ଫୁଲ ଉଡେଇବାର ୨୬ ରୁ ୩୦ ଦିନ ଭିତରେ ଅମଳ ହୋଇଥାଏ ଏବଂ ବିଳମ୍ବ କିସମ ହେଲେ ଏହା ଫୁଲ ଉଡେଇବାର ୩୬ ରୁ ୪୦ ଦିନ ଭିତରେ ଅମଳ କରାଯାଇଥାଏ I |
୨ |
ମକା |
ଯେତେବେଳେ ମକା ଭଣ୍ଡାର ବାହାର ଆବରଣ ସବୁଜ ରଙ୍ଗରୁ ଧଳା ରଙ୍ଗରେ ପରିବର୍ତ୍ତିତ ହୋଇଥାଏ I ଯେତେବେଳେ ଏହାକୁ ଶୁଖାଇ ଦାନାକୁ ବାହାର କରାଯାଏ, ଭଣ୍ଡାରେ ବାଦାମୀ କିମ୍ବା କଳା ରଙ୍ଗ ଦେଖାଦେଇଥାଏ I |
୩ |
ହରଡ, ବିରି, ମୁଗ ଏବଂ କୋଳଥ |
ଯେତେବେଳେ ଶତକଡା ୭୫.୦ ରୁ ୮୦.୦ ଭାଗ ଛୁଇଁ ପାକଳ ଏବଂ ଶୁଖି ଯାଇଥାଏ I |
୪ |
ରାଶି |
ଯେତେବେଳେ ପତ୍ର ସବୁ ହଳଦିଆ ହୋଇଯାଏ ଏବଂ ଖଡ ଖଡ ଶବ୍ଦ ହୁଏ I |
୫ |
ଚିନାବାଦାମ |
ଛୁଇଁର ଭିତର ପାଖ ବାଦାମୀ ରଙ୍ଗ ହୋଇଯାଏ I |
୬ |
ସୂର୍ଯ୍ୟମୂଖୀ |
ଯେତେବେଳେ ଫୁଲର ତଳ ଅଂଶ ହଳଦିଆ କିମ୍ବା ବାଦାମୀ ରଙ୍ଗ ହୋଇଯାଏ I |
୭ |
କପା |
ବକରାସବୁ ପାକଳ ହୋଇ ଗଲେ I |
୮ |
ଝୋଟ |
କଷି (ଫଳ) ଧରିବା ଆରମ୍ଭ ହେଲେ I |
୯ |
ଆଖୁ |
ଯେତେବେଳେ ତଳ ଭାଗରେ ପତ୍ର ସବୁ ଶୁଖିଯାଇଥାଏ ଏବଂ ରିଫ୍ରାକ୍ଟମିଟରରେ ୧୮ ରୁ ଅଧିକ ମାନ ଦର୍ଶାଉଥାଏ I |
ସୋପାନ -୫: ପ୍ରଦର୍ଶନ: ଅଧିବେଶନ ପରେ ଅଂଶଗ୍ରହଣକାରୀମାନଙ୍କୁ ନିକଟବର୍ତ୍ତୀ ବିଲରେ ଚାଷ କରାଯାଇଥିବା ଫସଲସବୁକୁ ଦେଖାନ୍ତୁ I ବର୍ତ୍ତମାନ ପୋଷ୍ଟରରେ ଦର୍ଶାଯାଇଥିବା ଫସଲ ଅନୁଯାୟୀ ଏହି ସବୁ ଫସଲ ଅମଳ ପାଇଁ ସମୟ ସହଳ, କିମ୍ବା ସଠିକ ସମୟ କିମ୍ବା ବିଳମ୍ବ ହୋଇ ଯାଇଅଛି ସେ ବିଷୟରେ ବୁଝାନ୍ତୁ I
ଉପସଂହାର
ଏହା ଧରିନିଆଯିବ ଯେ ଫସଲର ଉପଯୁକ୍ତ ଅମଳ ସମୟ ବିଷୟରେ ସେମାନେ ସଠିକ ଭାବେ ବୁଝି ପାରିଥିବେ ଏବଂ ପ୍ରତ୍ୟେକ ଫସଲ ପାଇଁ ଏହା କିପରି ନିର୍ଦ୍ଧାରଣ କରାଯିବ I ଅଧିବେଶନକୁ ସମାପ୍ତ କରି ସୁନିଶ୍ଚିତ କରନ୍ତୁ ଯେ ସେମାନେ ଫସଲକୁ ଉପଯୁକ୍ତ ସମୟରେ ଅମଳ କରିବା ପାଇଁ ଠିକ ଭାବେ ବୁଝିଛନ୍ତି I
ଆଧାର – ପୋର୍ଟାଲ ଟିମ
Last Modified : 2/11/2020