অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଖରିଫ ଫସଲର ବୁଣିବା ଅବସ୍ଥା (ଅନ୍ତଃ ଫସଲ ଚାଷ)

ଖରିଫ ଫସଲର ବୁଣିବା ଅବସ୍ଥା (ଅନ୍ତଃ ଫସଲ ଚାଷ)

ଅଧିବେଶନ ୩.୭

ଅନ୍ତଃ ଫସଲ ଚାଷ I

ଉଦ୍ଦେଶ୍ୟ

ଅନ୍ତଃ ଫସଲ ଚାଷର ଉପାଦେୟତା ବିଷଯରେ ଚାଷୀମାନଙ୍କୁ ଶିକ୍ଷା ଦେବା I

ପଦ୍ଧତି

ପୋଷ୍ଟର ଏବଂ ବ୍ୟାଖ୍ୟାନ ମାଧ୍ୟମରେ ସିଆରପିମାନେ ଅଂଶଗ୍ରହଣକାରୀମାନଙ୍କୁ ବୁଝାଇବେ ଯେ ଅନ୍ତଃ ଫସଲ ଚାଷ ଦ୍ୱାରା ଅଧିକ ଅମଳ ମିଳିଥାଏ ଏବଂ ତୃଣ କମ ବୃଦ୍ଧି ହୋଇ ଥାଏ I

ଅଂଶଗ୍ରହଣକାରୀ

ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ ଏବଂ ଚାଷୀର କ୍ଷେତ I

ଦରକାରୀ ସାମଗ୍ରୀ

ପୋଷ୍ଟର I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୧୫ ମିନିଟ୍ |

ପୃଷ୍ଠଭୁମୀ

ଅନ୍ତଃ ଫସଲ ଚାଷ ଏକ ଉତ୍ତମ ଚାଷ ପଦ୍ଧତି ଯାହା ଉପଲବ୍ଧ ଜମିରୁ ଅଧିକ ଆୟ ଦେଇଥାଏ I ଯଦି ଗୋଟିଏ ଫସଲ କୌଣସି କାରଣ ଯଥା ମରୁଡି କିମ୍ବା ରୋଗ ପୋକ ଆକ୍ରମଣରୁ ନଷ୍ଟ ହୋଇଯାଏ, ତେବେ ଅନ୍ୟ ଫସଲରୁ କିଛି ଆୟ ମିଳିପାରିବ I ଅଧିକ ସଂଖ୍ୟାରେ ଫସଲ ରହିବା ଯୋଗୁଁ ପାଣି ଏବଂ ଖାଦ୍ୟାସରର ପରିଚାଳନା ଉପଯୁକ୍ତ ଭାବେ ହୋଇଥାଏ I ଦୁଇ ବା ଅଧିକ ଫସଲ ଚାଷକଲେ ଏହା ଅବାଂଛିତ ତୃଣ ବଢ଼ିବାକୁ ଦେଇ ନ ଥାଏ I ବେଳେ ବେଳେ ଗୋଟିଏ ଫସଲର ଉପସ୍ଥିତି ଅନ୍ୟ ଫସଲ ଉପରେ ପ୍ରଭାବ ପକାଇଥାଏ I ଫସଲର ବିବିଧତା କାରଣରୁ ରୋଗ ପୋକ ପରିଚାଳନା ସୁବିଧାର ଲାଭ ମଧ୍ୟ ଉଠାଯାଇପାରିବ I ତେଣୁ ମୁଖ୍ୟ ଫସଲ ସହିତ ଅନ୍ୟ ଏକ ଫସଲ ଚାଷ କରିବା ପାଇଁ ଚାଷୀମାନଙ୍କୁ ପ୍ରୋରୋଚିତ କରିବା ଉଚିତ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ -: ପ୍ରାରମ୍ଭିକ ଅଭ୍ୟାସ ଆଲୋଚାନାକୁ ଆରମ୍ଭ କରି ଚାଷୀମାନଙ୍କୁ ପଚାରନ୍ତୁ ଯେ ଅନ୍ତଃ ଫସଲ ଚାଷର ଅର୍ଥ ମାନେ ସେମାନେ କ'ଣ ବୁଝୁଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅତୀତରେ କେହି କେବେ ଗୋଟିଏ ଋତୁରେ ସମାନ ଜମିରେ ଏକରୁ ଅଧିକ ଫସଲ ଚାଷ କରିଥିଲେ କି I ଯଦି କେହି ଅନ୍ତଃ ଫସଲ ଚାଷ କରିଥିବେ, ତେବେ ଏକକ ଫସଲ ତୁଳନାରେ ତାହାଙ୍କୁ ଏହି ଅନୁଭୂତି ଅନ୍ୟ ମାନଙ୍କ ସହ ବାଣ୍ଟିବା ପାଇଁ କୁହନ୍ତୁ I

ସୋପାନ -: ଅନ୍ତଃ ଫସଲ ଚାଷ କ’ଣ: ଚାଷୀମାନଙ୍କୁ ବୁଝାନ୍ତୁ ଯେ ଅନ୍ତଃ ଫସଲ ଚାଷ ହେଉଛି ଦୁଇ କିମ୍ବା ଅଧିକ ଫସଲ ଏକା ଋତୁରେ ଗୋଟିଏ ଜମିରେ ପାଖା ପାଖି ଚାଷ କରିବାର ଏକ କୃଷି ପଦ୍ଧତି I ଅନ୍ତଃ ଫସଲ ଚାଷ କରିବାର ସାଧାରଣ ଲକ୍ଷ୍ୟ ହେଉଛି ଉପଲବ୍ଧ ସମ୍ପଦକୁ ବ୍ୟବହାର କରି ଗୋଟିଏ ଜମିରୁ ଅଧିକରୁ ଅଧିକ ଲାଭ ପାଇବା ଯାହା ଏକକ ଫସଲରୁ ସମ୍ଭବ ହୋଇ ନ ଥାଏ I ଚାଷୀମାନଙ୍କୁ କୁହନ୍ତୁ ଯେ ଅନ୍ତଃ ଫସଲ ଚାଷ କରିବା ପୂର୍ବରୁ ସାବଧାନତା ସହ ବିଭିନ୍ନ ଦିଗ ଯଥା ମୃତ୍ତିକା, ଜଳବାୟୁ, ଫସଲ ଓ କିସମ ଇତ୍ୟାଦି ବିଷୟରେ ଯୋଜନା କରିବା ଆବଶ୍ୟକ I ଅନ୍ତଃ ଫସଲ ଚାଷ କରିବା ସମୟରେ ମନେ ରଖିବାକୁ ହେବ ଯେ ଯେଉଁ ସବୁ ଫସଲ ସ୍ଥାନ, ପୋଷକ, ଜଳ ଓ ସୁର୍ଯ୍ୟାଲୋକ ପାଇଁ ନିଜ ମଧ୍ୟରେ ପ୍ରତିଦ୍ୱନ୍ଦିତା କରନ୍ତି, ସେହିପରି ଫସଲକୁ ଅନ୍ତଃ ଫସଲ ପାଇଁ ଏକ ସଙ୍ଗରେ ଚାଷ କରିବା ଉଚିତ ନୁହେଁ I

ସୋପାନ -: ଅନ୍ତଃ ଫସଲ ଚାଷର ନିୟମ: ଅନ୍ତଃ ଫସଲ ଚାଷ କରିବା ପାଇଁ କିଛି ନିର୍ଦ୍ଦିଷ୍ଟ ନିୟମ ରହିଛି ଯାହାକୁ ପାଳନ କରିବା ଆବଶ୍ୟକ I ଏହିସବୁ ବିନ୍ଦୁକୁ ଅଂଶଗ୍ରହଣକାରୀମାନଙ୍କୁ ବୁଝାନ୍ତୁ :

  • ଡାଲି ଜାତୀୟ ଫସଲ ଅନ୍ତଃ ଫସଲ ଚାଷ ଭାବରେ ଆଦୃତ କଲେ ମାଟିରେ ଉର୍ବରତା ବଢିଥାଏ I
  • ନିଜ ମଧ୍ୟରେ ଜଳ ଏବଂ ଖାଦ୍ୟ ସାର ପାଇଁ ପ୍ରତିଦ୍ୱନ୍ଦିତାକୁ ନିବୃତ କରିବା ପାଇଁ ଗୋଟିଏ ଫସଲର ଅଗଭୀର ଚେର ଏବଂ ଅନ୍ୟ ଫସଲର ଚେର ଗଭୀର ମାଟିକୁ ପ୍ରବେଶକରୁଥିବା ଚେର ହୋଇଥିବା ଉଚିତ I
  • ଗୋଟିଏ ଫସଲ ଅନ୍ୟ ଫସଲକୁ ଆବୃତ କରି ଏହାକୁ ସୁର୍ଯ୍ୟାଲୋକ ପାଇବାରୁ ବଞ୍ଚିତ କରିବା ଉଚିତ ନୁହେଁ I
  • ଅନ୍ତଃ ଫସଲ ଚାଷ ପାଇଁ ନିଆ ଯାଉଥିବା ଫସଲ ସମାନ ପରିବାରଭୁକ୍ତ ହେବା ଉଚିତ ନୁହେଁ I
  • ଏକ ପ୍ରକାର ରୋଗରେ ଆକ୍ରାନ୍ତ ହେବା ସମ୍ଭାବନା ଥିବା ଫସଲକୁ ଅନ୍ତଃ ଫସଲ ଭାବେ ନିଆ ଯିବା ଉଚିତ ନୁହେଁ I

ସୋପାନ -: ଅନ୍ତଃ ଫସଲ ଚାଷ ପାଇଁ ଅନୁମୋଦିତ ଫସଲ: ଅନ୍ତଃ ଫସଲ ଚାଷ କରିବା ପାଇଁ କିଛି ଫସଲର ନାମ ସହିତ ଫସଲର ଅନୁମୋଦିତ ଧାଡିର ଅନୁପାତ ନିମ୍ନ ସାରଣୀରେ ପ୍ରଦତ୍ତ ଅଛି I ଏହି ଚାର୍ଟକୁ ଅଂଶଗ୍ରହଣକାରୀମାନଙ୍କୁ ଦେଖାନ୍ତୁ ଯାହାଦ୍ୱାରା ସେମାନେ କେଉଁ ସବୁ ଫସଲକୁ ଯୌଗୀକରଣ କରି ଅନ୍ତଃ ଫସଲ ଚାଷ କରିପାରିବେ ସେ ବିଷୟରେ ତାଙ୍କର ଏକ ଧାରଣ ହୋଇଯିବ :

କ୍ର. ନଂ

ମିଶ୍ରିତ ଫସଲର ନାମ

ଫସଲର ଧାଡି ଅନୁପାତ

ଧାନ + ହରଡ

୪ :୨ କିମ୍ବା ୫ :୨

ମକା+ ହରଡ

୧ :୧

ହରଡ + ଚିନା ବାଦାମ

୨ :୫ କିମ୍ବା ୨ : ୬

ମକା + ଝୁଡଙ୍ଗ

୨ :୨

ମକା + ଚିନା ବାଦାମ

୨ :୩

ହରଡ + ମାଣ୍ଡିଆ

୨ :୪

ଉପସଂହାର

ଦଳରେ କେତେଜଣ ଚାଷୀ ଅନ୍ତଃ ଫସଲ ଚାଷ କରିବାବୁ ଇଚ୍ଚୂକ ଜାଣିବାକୁ ଚେଷ୍ଟା କରନ୍ତୁ I ଅନ୍ତଃ ଫସଲ ଚାଷ ଅନ୍ତର୍ଗତ କେଉଁ ସବୁ ଫସଲ ସେମାନେ ଚାଷ କରିବାକୁ ଚାହୁଁଛନ୍ତି ? ଅନ୍ୟ ମାନଙ୍କ ଜାଣିବା ପାଇଁ ସେମାନଙ୍କୁ ନିଜର ପୂର୍ବ ଅନୂଭବ ବାଣ୍ଟିବା ପାଇଁ କୁହନ୍ତୁ I ବାଜାର ଚାହିଦାକୁ ଦୃଷ୍ଟିରେ ରଖି ଆଗାମୀ ଖରିଫ ଋତୁରେ ଯେଉଁ ଚାଷୀମାନେ ପ୍ରଥମ ଥର ଅନ୍ତଃ ଫସଲ ଚାଷ କରିବା ପାଇଁ ଚାହୁଁଛନ୍ତି, ସେମାନଙ୍କୁ ଉପଯୁକ୍ତ ପରାମର୍ଶ ଦିଅନ୍ତୁ I

ଆଧାର – ପୋର୍ଟାଲ ଟିମ

Last Modified : 2/10/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate