অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଖରିଫ ଫସଲର ବୁଣିବା ଅବସ୍ଥା (ଜୀବାଣୁ ସାର ବ୍ୟବହାର)

ଖରିଫ ଫସଲର ବୁଣିବା ଅବସ୍ଥା (ଜୀବାଣୁ ସାର ବ୍ୟବହାର)

ଅଧିବେଶନ ୩.୪

ଜୀବାଣୁ ସାର ବ୍ୟବହାର I

ଉଦ୍ଦେଶ୍ୟ

ଜୀବାଣୁ ସାରର ଉପାଦେୟତା ବିଷୟରେ ଚାଷୀମାନଙ୍କୁ ବୁଝାଇବା କାରଣ ଏହା ଯବାକ୍ଷାରଯାନକୁ ମାଟିରେ ବାନ୍ଧିରଖି ଫସଲର ଅମଳ ବଢାଇବାରେ ସାହାଯ୍ୟ କରିଥାଏI

ପଦ୍ଧତି

ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଜନ କରାଯିବ ଏବଂ ସିଆରପିମାନେ ଜୀବାଣୁ ସାରର ଉପଯୋଗିତା ବିଷଯରେ ଅଂଶଗ୍ରହଣକାରୀମାନଙ୍କୁ ବ୍ୟାଖ୍ୟାନ ମାଧ୍ୟମରେ ବୁଝାଇବେ I ତାପରେ ସେମାନଙ୍କୁ କ୍ଷେତ୍ର ପରିଦର୍ଶନରେ ନିଆଯିବ I

ଅଂଶଗ୍ରହଣକାରୀ

ସ୍ୱୟଂ ସହାୟକ ଦଳ ଓ ସମୂହର ମହିଳା ସଦସ୍ୟା I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ କିମ୍ବା କୃଷକ କ୍ଷେତ୍ର ଓ ବ୍ୟବସାୟ ସ୍କୁଲ ମଞ୍ଚ ଏବଂ କ୍ଷେତ୍ର ପରିଦର୍ଶନପାଇଁ ଚାଷୀର ଜମି I

ଦରକାରୀ ସାମଗ୍ରୀ

ପୋଷ୍ଟର, ବିହନ, ବ୍ୟାକ୍ଟେରିଆ କଲଚର I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୧୫ ମିନିଟ୍ । କ୍ଷେତ୍ର ପରିଦର୍ଶନ ୬୦ମିନିଟ୍ I

ପୃଷ୍ଠଭୁମୀ

ଜୀବାଣୁ ସାରରେ ଜୀବନ୍ତ ସୂକ୍ଷ୍ମଜୀବାଣୁସବୁ ରହିଥାଏ ଯାହା ମାଟିରେ ପ୍ରାକୃତିକ ଭାବେ ଯବାକ୍ଷାରଯାନ ବାନ୍ଧିରଖି ଫସଲକୁ ପୋଷକ ଯୋଗାଇଥାଏ I ଜୀବାଣୁ ସାରରେ ଥିବା ଏହି ସବୁ ସୂକ୍ଷ୍ମଜୀବାଣୁ ମୃତ୍ତିକାର ପ୍ରାକୃତିକ ପୋଷକ ଚକ୍ର ବଜାୟ ରଖି ମୃତ୍ତିକାର ଜୈବ ପଦାର୍ଥକୁ ନିର୍ମାଣ କରିଥାଏ I ଜୀବାଣୁ ସାର ବ୍ୟବହାର କଲେ ଫସଲ ସୁସ୍ଥ ଭାବେ ବଢିବା ସହ ଏହା ଚିରନ୍ତନ ଭାବେ ମୃତ୍ତିକାର ସ୍ୱାସ୍ଥ୍ୟକୁ ବୃଦ୍ଧିକରିଥାଏ I ତେଣୁ ଜୀବାଣୁ ସାର ମୃତ୍ତିକାର ଉର୍ବରତାକୁ ବୃଦ୍ଧିକରିବା ସହ ଏହା ଫସଲର ଖାଦ୍ୟସାର ଆବଶ୍ୟକତାକୁ ପୂରଣ କରିଥାଏ I ଏହି ପ୍ରଶିକ୍ଷଣ ଟୁଲ୍ ଚାଷୀମାନଙ୍କୁ ଜୀବାଣୁ ସାରର ମହତ୍ୱ ବିଷୟରେ ଶିକ୍ଷାଦାନ କରିବା ସହ ଏହାର ବ୍ୟବହାର ବିଷୟରେ ସଚେତନ କରିବ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ -: ପ୍ରାରମ୍ଭିକ ଅଭ୍ୟାସ: ଚାଷୀମାନଙ୍କର ଜୀବାଣୁ ସାର ବିଷୟରେ ଜ୍ଞାନକୁ ଆକଳନ କରନ୍ତୁ ଏବଂ ସେମାନେ ସାଧାରଣ ଭାବେ ବ୍ୟବହାର କରୁଥିବା କିଛି ଜୀବାଣୁ ସାରର ନାମ ପଚାରି ବୁଝନ୍ତୁ I ସେମାନଙ୍କୁ ପଚାରି ବୁଝନ୍ତୁ ଯେ ଆବଶ୍ୟକ ବେଳେ ସେମାନେ ଜୀବାଣୁ ସାର ସଂଗ୍ରହ କରି ପାରନ୍ତି କି I ଏଥି ସହିତ ପଚାରନ୍ତୁ ଯେ ସେମାନେ ଡାଲି ଜାତୀୟ ଫସଲରେ ଚେର ଗଣ୍ଠିକୁ ଦେଖିଛନ୍ତି କି I

ସୋପାନ -: ଜୀବାଣୁ ସାର ’ଣ ?: ଚାଷୀମାନଙ୍କୁ ବୁଝାନ୍ତୁ ଯେ ଜୀବାଣୁ ସାରରେ ଜୀବନ୍ତ ଜୀବାଣୁ ରହିଥାଏ I ଯେତେବେଳେ ଏହାକୁ ବିହନ, ଫସଲ ଉପରେ କିମ୍ବା ମୃତ୍ତିକାରେ ପ୍ରୟୋଗ କରାଯାଏ ଏହା ମାଟିର ଉପରସ୍ତର କିମ୍ବା ଗଛରେ ନିଜର ବଂଶ ବିସ୍ତାର କରି ପୋଷିତ ଗଛକୁ ଆବଶ୍ୟକ ପୋଷକ ପ୍ରଦାନ କରି ଏହାର ବୃଦ୍ଧିକୁ ସାହାଯ୍ୟ କରିଥାଏ I ଜୀବାଣୁ ସାର ଅଧିକ ମହଙ୍ଗା ନୁହେଁ ଏବଂ ଏହାକୁ ଗରୀବ ଚାଷୀମାନେ ମଧ୍ୟ ବ୍ୟବହାର କରିପାରିବେ I ଜୀବାଣୁ ସାର ପରିବେଶ ପାଇଁ ଅନୁକୂଳ ହେବା ସହ ଏହା ପରିବେଶକୁ ପ୍ରଦୂଷକରୁ ରକ୍ଷା କରିଥାଏ ଏବଂ ମୃତ୍ତିକାର ପୋଷାକ ମାନକୁ ମଧ୍ୟ ବଢ଼ାଇ ଥାଏ I ଜୀବାଣୁ ସାରର ମୁଖ୍ୟ ଉତ୍ସ ସବୁ ହେଉଛି, ବ୍ୟାକ୍ଟେରିଆ, ଫିମ୍ପି ଏବଂ ସାଇନୋବ୍ୟାକ୍ଟେରିଆ (ନୀଳହରିତ ଶୈବାଳ) I ଜୀବାଣୁ ସାର ପାଇଁ ବହୁଳ ଭାବେ ବ୍ୟାକ୍ଟେରିଆ କଲ୍ଚର, ଆଜୋଲା, ନୀଳହରିତ ଶୈବାଳ ଇତ୍ୟାଦି ବ୍ୟବହାର କରାଯାଏ I

ସୋପାନ -: ଜୈବ ସାର ଏବଂ ଜୈବିକ ଖତ ମଧ୍ୟରେ ପ୍ରଭେଦ କ’ଣ : ଚାଷୀମାନଙ୍କୁ ଜୀବାଣୁ ସାର ଏବଂ ଜୈବିକ ଖତ ମଧ୍ୟରେ ଥିବା ପ୍ରଭେଦକୁ ବୁଝାନ୍ତୁ I ସେମାନଙ୍କୁ କୁହନ୍ତୁ ଯେ ଜୀବାଣୁ ସାର ହେଉଛି ଉପକାରୀ ଜୀବାଣୁଦ୍ୱାରା ସଂରଚିତ ହୋଇଥିବା ଜୈବିକ ପଦାର୍ଥ ଯାହା ସୂକ୍ଷ୍ମ ଜୀବାଣୁମାନଙ୍କୁ ନେଇ ଗଠିତ ଯେପରିକି ବ୍ୟାକ୍ଟେରିଆ, ଆଲଗି ଏବଂ ଫିମ୍ପି କିମ୍ବା ଏହିସବୁର ସମ୍ମିଶ୍ରଣ ଯହା ଫସଲର ଉତ୍ପାଦନକୁ ବୃଦ୍ଧିକରିଥାଏ I ଜୈବିକ ଖତ ପଶୁମାନଙ୍କ ଠାରୁ ଖତଭାବରେ କିମ୍ବା ଗଛ ଠାରୁ ସବୁଜ ଖତ ଭାବରେ ମିଳିଥାଏ I

ସୋପାନ -: ବ୍ୟାକ୍ଟେରିଆ କଲ୍ଚରକୁ କିପରି ବ୍ୟବହାର କରିବେ: ବିଭିନ୍ନ ପ୍ରକାର ଡାଲି ଜାତୀୟ ଫସଲ ପାଇଁ ବିଭିନ୍ନ ପ୍ରକାର ରାଇଜୋବିୟମ କଲ୍ଚର ଉପଲବ୍ଧ ଅଛି I ରାଇଜୋବିୟମ କଲ୍ଚର ପାଇଁ ଆଜୋଟୋବାକ୍ଟର, ଆଜୋସ୍ପିରିଲମ୍ ଏବଂ ଫସଫରୋକଲ୍ଚର ଇତ୍ୟାଦି ବ୍ୟବହାର କରି ହେବ I କିନ୍ତୁ ପରିମାଣ ଅଲଗା ଅଲଗା ହୋଇପାରେ I ପ୍ରୟୋଗ କରିବା ହାର ହେଉଛି ଆଜୋଟୋବାକ୍ଟର, ଆଜୋସ୍ପିରିଲମ୍ ପାଇଁ ଏକର ପିଛା ୧୨୦୦ ଗ୍ରାମ ରୁ ଦୁଇ କିଲୋଗ୍ରାମ ପର୍ଯ୍ୟନ୍ତ ଏବଂ ଫସଫରୋକଲ୍ଚର ପାଇଁ ଏକର ପିଛା ୧୬୦୦ ଗ୍ରାମ I କମ୍ପୋଷ୍ଟ ସହ ମିଶ୍ରଣ କରି ବ୍ୟାକ୍ଟେରିଆ କଲ୍ଚରକୁ ବ୍ୟବହାର କରିହେବ I ଚାରା ରୋପିବା ପୂର୍ବରୁ ଏହାର ଚେରକୁ ବ୍ୟାକ୍ଟେରିଆ କଲ୍ଚର ମିଶ୍ରଣରେ ୧୫ ରୁ ୨୦ ମିନିଟ ପର୍ଯ୍ୟନ୍ତ ବୁଡାଇ ରଖିହେବ I

ଅଂଶଗ୍ରହଣକାରୀମାନଙ୍କୁ ବ୍ୟାକ୍ଟେରିଆ କଲ୍ଚର ବ୍ୟବହାର ପଦ୍ଧତିକୁ ପ୍ରଦର୍ଶନ କରନ୍ତୁ I

  • କଲ୍ଚରକୁ ବିହନ କିମ୍ବା ଖତ ସହ ମିଶ୍ରଣ କରନ୍ତୁ I
  • ପ୍ରଥମେ ୨୦୦ ଗ୍ରାମ ରାଇଜୋବିୟମ କଲ୍ଚରକୁ ପାଣିସହ ମିଶାଇ ଏକ ମଣ୍ଡ ପ୍ରସ୍ତୁତ କରନ୍ତୁ I
  • ଏକ ଏକର ଜମି ପାଇଁ ଦରକାର ହେଉଥିବା ବିହନକୁ ଏହି ମଣ୍ଡ ସହ ଉପଚାର କରନ୍ତୁ I
  • ଏହାକୁ ଛାଇରେ ଶୁଖାଇଲା ପରେ ବିହନକୁ ବୁଣି ହେବ I

ଆଜୋଲାକୁ କିପରି ବ୍ୟବହାର କରାଯାଏ : ଆଜୋଲା ହେଉଛି ଏକ ପ୍ରକାର ପାଣି ଦଳ I ଆଜୋଲା ବ୍ୟବହାର କଲେ ଏକ ଏକର ପ୍ରତି ୧୦ ରୁ ୧୨ କେ.ଜି. ଯବାକ୍ଷାରଯାନ ମୃତ୍ତିକାକୁ ପ୍ରଦାନ କରିଥାଏ I

  • ରୋଇବାର ସାତଦିନ ପରେ ୪ ରୁ ୫ କ୍ୟୁଣ୍ଟାଲ ଆଜୋଲା ପ୍ରୟୋଗ କରନ୍ତୁ I
  • ଜମିରେ ଏହା ଖେଳାଇ ହୋଇଯିବା ପରେ ଜମିରୁ ଜଳ ନିଷ୍କାସନ କରି ଦିଅନ୍ତୁ I
  • ଏହା ମାଟିରେ ବିଘଟନ ହେବା ଆରମ୍ଭ ହୋଇଯାଏ I
  • ବୁଣା ଧାନ ଚାଷ କରିଥିଲେ ଆଜୋଲାକୁ ବେଉଷଣ ସରିଲାପରେ ପ୍ରୟୋଗ କରିହେବ I

ନୀଳହରିତ ଶୈବାଳ କିପରି ବ୍ୟବହାର କରାଯାଏ : ନୀଳହରିତ ଶୈବାଳ ହେଉଛି ସବୁଠାରୁ ସରଳ ଜୀବନ୍ତ ଜୀବାଣୁ ଯାହା ଅଣ-ଜୈବିକ ପଦାର୍ଠାରୁ ମଧ୍ୟ ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରିବା ପାଇଁ ସମର୍ଥ ହୋଇଥାଏ I ଏହା ଏକ ଅତି ସୁକ୍ଷ୍ମ ଜୀବ ଯାହା ବହୁଳ ଭାବେ ବିବିନ୍ନ ଜଳପ୍ରଦ ସ୍ଥାନରେ ଦେଖାଯାଇଥାଏ I

ନୀଳହରିତ ଶୈବାଳର ବହୁତ ଅଧିକ ଆର୍ଥିକ ମହତ୍ୱ ଅଛି କାରଣ ଏହା ମାଟିରେ ଜୈବିକ ପଦାର୍ଥ ମିଶାଇ ମୃତ୍ତିକାର ଉର୍ବରତାକୁ ବୃଦ୍ଧି କରିଥାଏ I ନୀଳହରିତ ଶୈବାଳ ପ୍ରୟୋଗ କଲେ ଏକର ପିଛା ୧୦ ରୁ ୧୨ କେ.ଜି. ଯବାକ୍ଷାରଯାନ ମିଳିଥାଏ I

  • ଧାନ ରୋଇବାର ସାତଦିନ ପରେ ୪ ରୁ ୫ କ୍ୟୁଣ୍ଟାଲ ଆଜୋଲା ପ୍ରୟୋଗ କରନ୍ତୁ I
  • ତିନି ସପ୍ତାହ ପରେ ଏହାକୁ ଜମିରେ ଖେଳାଇ ମିଶେଇବା ପାଇଁ ଜଳ ନିଷ୍କାସନ କରି ଦିଅନ୍ତୁ I
  • ବୁଣା ଧାନ ଚାଷ କରିଥିଲେ ଆଜୋଲାକୁ ବେଉଷଣ ସରିଲାପରେ ପ୍ରୟୋଗ କରିହେବ I

ଉପସଂହାର

ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ସେମାନେ ଜୀବାଣୁ ସାର, ରସାୟନିକ ସାର ଏବଂ ଜୈବିକ ଖତ ମଧ୍ୟରେ ପ୍ରଭେଦକୁ ଜାଣି ପାରୁଅଛନ୍ତି କି I ନିଜ ନିଜର ଅଞ୍ଚଳରେ ମିଳୁଥିବା କିଛି ଜୀବାଣୁ ସାରର ନାମ କହିବାକୁ ସେମାନଙ୍କୁ ଉତ୍ସାହିତ କୁହନ୍ତୁ I ନିଜ ସହିତ କିଛି ପ୍ଲାକାର୍ଡ ରଖନ୍ତୁ ଏବଂ ପ୍ରତ୍ୟେକ କାର୍ଡରେ ଯେ କୌଣସି ଏକ ଜୀବାଣୁ ସାର, ରାସାୟନିକ ସାର କିମ୍ବା ଜୈବିକ ଖତର ନାମ ଲେଖାହୋଇଥିଵ ଆବଶ୍ୟକ I ଏହାପରେ ଅଂଶଗ୍ରହଣକାରୀମାନଙ୍କୁ ଏହି କାର୍ଡ ସବୁକୁ ସାର ପ୍ରକାରଭେଦ ଅନୁସାରେ ତିନୋଟି ଶ୍ରେଣୀରେ ବିଭକ୍ତ କରିବାକୁ କୁହନ୍ତୁ I ଏହି ଅଭ୍ୟାସ ଚାଷୀମାନଙ୍କୁ ସାରର ସଠିକ ଶ୍ରେଣୀକୁ ଚିହ୍ନିବାରେ ସାହାଯ୍ୟ କରିବ I

ଆଧାର – ପୋର୍ଟାଲ ଟିମ

Last Modified : 2/10/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate