ଅଧିବେଶନ ୩.୮ |
ତଳି ଘରା ପ୍ରସ୍ତୁତି I |
ଉଦ୍ଦେଶ୍ୟ |
ତଳି ଘରାରେ ତଳି ରୋଇବାର ଉପକାରିତା ବିଷୟରେ ଚାଷୀମାନଙ୍କୁ ସଚେତନ କରିବା I |
ପଦ୍ଧତି |
ପୋଷ୍ଟର ଏବଂ ବ୍ୟାଖ୍ୟାନ ମାଧ୍ୟମରେ ସିଆରପିମାନେ ଅଂଶଗ୍ରହଣକାରୀମାନଙ୍କୁ ତଳି ଘରାର ସୁବିଧା ବିଷୟରେ ବୁଝାଇବା ଏବଂ ପଟାଳି ପ୍ରସ୍ତୁତି ସମ୍ପର୍କରେ ଶିକ୍ଷାଦାନ କରିବା I |
ଅଂଶଗ୍ରହଣକାରୀ |
ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ I |
ସଭା ସ୍ଥାନ |
ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ ଏବଂ ଚାଷୀର କ୍ଷେତ I |
ଦରକାରୀ ସାମଗ୍ରୀ |
ପୋଷ୍ଟର, ଜୈବିକ ଖତ, ଫାଉଡା, ବିହନ |
ସମୟସୀମା |
ଶ୍ରେଣୀ କକ୍ଷ ଅଧିବେଶନ- ୧୫ ମିନିଟ୍ | କ୍ଷେତ୍ର ପରିଦର୍ଶନ ୬୦ ମିନିଟ୍ | |
ତଳି ଘରାରେ ବିହନ ଧାଡିରେ ବୁଣିଲେ, ଏହାର ଜୀବିତ ରହିବାର ହାର ଅଧିକ ହେବା ସହ ଭଲ ଭାବରେ ବଢିଥାଏ I ତଳି ଘରାରେ ରୋଗ ପୋକର ସଂକ୍ରମଣ ବହୁତ କମ ହୋଇଥାଏ I ଅଧିକାଂଶ ବିହନ ଉତ୍ତମ ଫସଲ ସୃଷ୍ଟି କରିଥାଏ ଏବଂ ତଳି ମୃତ୍ୟୁ ହାର ମଧ୍ୟ କମ ହୋଇଥାଏ I ତଳି ଘରାରେ ଚାରା ପ୍ରାୟ ତିନି ସପ୍ତାହ ରହିବା ଫଳରେ ମୁଖ୍ୟ ଜମିରେ ଏହା କମ ସମୟ ପାଇଁ ବଢିଥାଏ ଏବଂ ଫସଲ ଗଛସବୁ ସୁସ୍ଥ ସବଳ ହୋଇ ବଢିଥାଏ I ଏହି ପ୍ରଶିକ୍ଷଣ ଟୁଲ୍ ତଳି ଘରାର ଉତ୍ତମ ପରିଚାଳନା ସମ୍ପର୍କରେ ଚାଷୀମାନଙ୍କୁ ଶିକ୍ଷା ଦେବା ସହ ଅଧିକ ଅମଳ ପାଇବାରେ ସେମାନଙ୍କୁ ସାହାଯ୍ୟ କରିବ I
ସୋପାନ -୧: ପ୍ରାରମ୍ଭିକ ଅଭ୍ୟାସ: ପ୍ରଥମେ ଚାଷୀମାନଙ୍କୁ ପଚାରନ୍ତୁ ଯେ ସେମାନେ କେବେ ତଳି ଘରା ପ୍ରସ୍ତୁତ କରନ୍ତି ଯଥା ଯେତେବେଳେ ଚାଷୀମାନେ ରୁଆ ଚାଷ କରନ୍ତି I ସେମାନଙ୍କୁ ତଳି ପ୍ରସ୍ତୁତ କରିବା ପାଇଁ ବ୍ୟବହୃତ ସ୍ଥାନୀୟ ପଦ୍ଧତ୍ତି ବିଷୟରେ ପଚାରନ୍ତୁ I ତଳି ଘରା ପ୍ରସ୍ତୁତ କରିବା ସମୟରେ ସେମାନେ ସମ୍ମୁଖିନ୍ନ ହେଉଥିବା ଅସୁବିଧା ସମ୍ପର୍କରେ କହିବାକୁ ପ୍ରୋତ୍ସାହିତ କରନ୍ତୁ I ସେମାନଙ୍କୁ କୁହନ୍ତୁ ଏହି ଅଧିବେଶନରେ ସଠିକ ପଦ୍ଧତିରେ ତଳି ଘରା ପ୍ରସ୍ତୁତ କରିବା ପାଇଁ ସେମାନଙ୍କୁ ଶିକ୍ଷା ଦିଆଯିବା ସହ ତାଙ୍କ ମନରେ ଥିବା ସନ୍ଦେହସବୁକୁ ଦୁର କରାଯିବ I
ସୋପାନ -୨: ତଳି ଘରା କାହିଁକି ପ୍ରସ୍ତୁତ କରାଯାଏ: ଅଂଶଗ୍ରହଣକାରୀମାନଙ୍କୁ ବୁଝାନ୍ତୁ ଯେ ଅନେକ ଗୁଡିଏ ଫସଲ ରୁଆ ଯାଏ ଏବଂ ରୁଆ ଚାଷରେ ଗଛ ସଂଖ୍ୟା ବଜାୟ ରଖାଯାଇପାରିବ I ଭଲଭାବରେ ବୁଝାଇବା ପାଇଁ ବିଭିନ୍ନ ଫସଲ ପାଇଁ ଆବଶ୍ୟକ ତଳି ଘେରାର ଆକାର ବିଷୟରେ ସଚେତନ କରନ୍ତୁ I ଉଦାହରଣସ୍ୱରୂପ ଏକ ଏକର ଜମିରେ ଧାନ ରୋଇବା ପାଇଁ ତଳି କିଆରୀର ଆକାର ୪୦୦ ବର୍ଗ ମିଟର ହେବା ଉଚିତ I ଧାନ ତଳି ପାଇଁ ପ୍ରତି ବର୍ଗ ମିଟର ପାଇଁ ୬୫ ଗ୍ରାମ ଯବାକ୍ଷାରଯାନ (୧୩ ଗ୍ରାମ ୟୁରିଆ), ୩ ଗ୍ରାମ ଫସଫରସ୍ ପେଣ୍ଟାଓକ୍ସାଇଡ୍ (୧୯ ଗ୍ରାମ ସିଙ୍ଗେଲ ସୁପର ଫସଫେଟ) ଏବଂ ୩ ଗ୍ରାମ ପଟାସ (୫ ଗ୍ରାମ ମ୍ୟୁରିଏଟ ଅଫ ପଟାସ୍) ସାର ପ୍ରୟୋଗ କରିବା ଦରକାର I ସେହିପରି ଏକ ଏକର ଜମିରେ ପନିପରିବା ଚାଷ ପାଇଁ ତଳି କିଆରୀର ଆକାର ୪୦ ବର୍ଗ ମିଟର ହେବା ଉଚିତ I ତଳି ଘେରାର ଉଚ୍ଚତା ୧୫ ସେ.ମି. ହେବା ଉଚିତ I ତଳି ଘେରା ଜମିକୁ ହଳକରି ମାଟି ଗୁଣ୍ଡ କରିବା ଦରକାର ଏବଂ ଏଥିରେ ଚାରି ଝୁଡି ଜୈବିକ ଖତ ପ୍ରୟୋଗ କରିବା ଉଚିତ I
ସୋପାନ -୩: ତଳି ଘରା କିପରି ପ୍ରସ୍ତୁତ କରିବେ: ଅଂଶଗ୍ରହଣକାରୀମାନେ ତଳି ଘରାରେ ତଳି ପ୍ରସ୍ତୁତି ବିଷୟରେ ପରିଚିତ ହୋଇ ଗଲା ପରେ, ସେମାନଙ୍କୁ ଏକ ଚାଷୀର କ୍ଷେତକୁ ପ୍ରଦର୍ଶନ ପାଇଁ ନିଅନ୍ତୁ I
ଶିକ୍ଷାଦାନ କରାଯାଇଥିବା କିଛି ବିଷୟବସ୍ତୁକୁ ସେମାନେ କେତେଦୂର ମନେ ରଖିଛନ୍ତି ଜାଣିବା ପାଇଁ କ୍ଷେତ୍ର ପରିଦର୍ଶନ ସମୟରେ ଚାଷୀମାନଙ୍କୁ ଧାଡି ରୁଆ, ମୃତ୍ତିକା ସୌରୀକରଣ, ଜୈବିକ ଖତ ଇତ୍ୟାଦି ବିଷୟରେ ପଚରାଯାଇପାରିବ I
ଆଧାର – ପୋର୍ଟାଲ ଟିମ
Last Modified : 2/11/2020