অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଖରିଫ ଫସଲର ବୁଣିବା ଅବସ୍ଥା (ବିହନ ବିଶୋଧନ)

ଖରିଫ ଫସଲର ବୁଣିବା ଅବସ୍ଥା (ବିହନ ବିଶୋଧନ)

ଅଧିବେଶନ .

ବିହନ ବିଶୋଧନ I

ଉଦ୍ଦେଶ୍ୟ

ବିହନ ବାହିତ ରୋଗକୁ ପ୍ରତିରୋଧ କରିବା ପାଇଁ ଚାଷୀମାନଙ୍କୁ ବୁଣିବା ପୂର୍ବରୁ ବିହନ ବିଶୋଧନ କରିବା ପ୍ରକ୍ରିୟା ବିଷୟରେ ସଚେତନ କରିବା I

ପଦ୍ଧତି

ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଜନ କରାଯିବ ଏବଂ ସିଆରପିମାନେ ବ୍ୟାଖ୍ୟାନ ମାଧ୍ୟମରେ ବିହନ ବିଶୋଧନର ପ୍ରକ୍ରିୟା ବିଷୟରେ ଚାଷୀମାନଙ୍କୁ ବୁଝାଇବେ I ତାପରେ ସେମାନଙ୍କୁ କ୍ଷେତ୍ର ପରିଦର୍ଶନରେ ନିଆଯିବ ଯେଉଁଠାରେ ଡ୍ରମ ବ୍ୟବହାର କରି ବିହନକୁ ବିଶୋଧନ କରାଯାଉଥିବ I

ଅଂଶଗ୍ରହଣକାରୀ

ସ୍ୱୟଂ ସହାୟକ ଦଳ ଓ ସମୁଦାୟର ମହିଳା ସଦସ୍ୟା I

ସଭା ସ୍ଥାନ

ପ୍ରକଳ୍ପ ଗ୍ରାମରେ ଥିବା ଗୋଷ୍ଠୀ ସଭାଗୃହ ଏବଂ ଯେଉଁଠାରେ ବିହନ ବିଶୋଧନ ଡ୍ରମ ଥିବ I

ଦରକାରୀ ସାମଗ୍ରୀ

ପୋଷ୍ଟର, ବିହନ, ଥିରାମ କିମ୍ବା କାର୍ବେନଡାଜିମ, ବିହନ ବିଶୋଧନ ଡ୍ରମ କିମ୍ବା ମାଟି ପାତ୍ର I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୧୦ ମିନିଟ୍ କ୍ଷେତ୍ର ପରିଦର୍ଶନ - ୩୦ ମିନିଟ୍ I

ପୃଷ୍ଠଭୁମୀ

ଗଛରେ ଅନେକ ପ୍ରକାର ରୋଗ ବିହନରୁ ସଂକ୍ରମିତ ହୋଇଥାଏ ଯାହାକୁ ବିହନ ବିଶୋଧନ ଦ୍ୱାରା ପ୍ରତିରୋଧ କରିହେବ I ଯଦି ଠିକ ଭାବରେ ପରିଚାଳନା କରା ନ ଯାଏ, ତେବେ ରୋଗ ପୋକ ଆକ୍ରମଣ ଫସଲର ଅମଳ ଉପରେ ଗମ୍ଭୀର କୁପ୍ରଭାବ ପକାଇବ I ବୁଣିବା ପୂର୍ବରୁ ବିହନର ବିଶୋଧନ ପ୍ରକ୍ରିୟା ବିଷୟରେ ଏହି ପ୍ରଶିକ୍ଷଣ ଟୁଲ୍ ଅଂଶଗ୍ରହଣକାରୀମାନଙ୍କୁ ଶିକ୍ଷାଦାନ କରିବ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ ୧: ପ୍ରାରମ୍ଭିକ ଅଭ୍ୟାସ: ଆଲୋଚନାକୁ ଆରମ୍ଭକରି ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ସେମାନେ ବିହନ ବାହିତ ରୋଗ ବିଷୟରେ ଶୁଣିଛନ୍ତି କି I ସେମାନେ ନିଜର ଅନୁଭବକୁ ଅନ୍ୟମାନଙ୍କ ସହ ବାଣ୍ଟିବା ସହ ଏପରି ପରିସ୍ଥିତିକୁ କିପରି ଭାବେ ଏଡାଇ ପାରିବେ ଏହି ଅଧିବେଶନରେ ସେମାନେ ଆଲୋଚନା କରିପାରିବେ I ଅଂଶଗ୍ରହଣକାରୀମାନେ ବିହନ ବିଶୋଧନ ପାଇଁ ସେମାନେ ଆଦୃତ କରୁଥିବା କୌଣସି ପାରମ୍ପାରିକ ପଦ୍ଧତି ବିଷୟରେ ମଧ୍ୟ ଆଲୋଚନା କରିପାରିବେ I

ସୋପାନ -: ବିହନ ବିଶୋଧନ କ’ଣ: ଚାଷୀମାନଙ୍କୁ ବୁଝାନ୍ତୁ ଯେ ବିହନ ବିଶୋଧନ ହେଉଛି ବିହନକୁ ସୁରକ୍ଷା ଦେବାପାଇଁ ଏଥିରେ ପ୍ରୟୋଗ କରଯାଉଥିବା ଜୈବିକ, ଭୌତିକ ଏବଂ ରାସାୟନିକ ପଦାର୍ଥ ଏବଂ କୌଶଳକୂ ବୁଝାଏ ଯାହା ସୁସ୍ଥ ଫସଲ ବୃଦ୍ଧିରେ ସାହାଯ୍ୟ କରିଥାଏ I ସେମାନଙ୍କୁ ସରଳ ଭାବେ ବୁଝାଇବା ପାଇଁ ଏକ ଗର୍ଭବତୀ ମହିଳାଙ୍କ ଉଦାହରଣ ଦିଅନ୍ତୁ ଏବଂ ବୁଝାନ୍ତୁ ଯେ ମା ଗର୍ଭରେ ଥିବା ଶିଶୁକୁ ବିଭିନ୍ନ ରୋଗରୁ ରଖା କରିବା ପାଇଁ ମା' କୁ ରୋଗ ପ୍ରତିଶେଧକ ଟୀକା ଦିଆ ଯାଇଥାଏ I ସେହିପରି ଭାବେ ଫସଲକୁ ରୋଗ ପୋକରୁ ରକ୍ଷା କରିବା ପାଇଁ ବିହନକୁ ବିଶୋଧନ କରାଯାଇଥାଏ I ବିହନ ବିଶୋଧନ କରିବାଦ୍ୱାରା ଫସଲ ବିହନ ବାହିତ ରୋଗରୁ ମୁକ୍ତ ହେବା ସହ ଫସଲରେ ପ୍ରୟୋଗ କରାଯାଉଥିବା କୀଟନାଶକ ଔଷଧରେ ମଧ୍ୟ କମ ଖର୍ଚ୍ଚ ହୋଇଥାଏ I ସହଳ ଦେଖାଯାଉଥିବା ରୋଗ ପୋକ ଦମନ କରିବାପାଇଁ ବିହନ ବିଶୋଧନ ବହୁତ ଅଧିକ ଦକ୍ଷତାର ସହ କାମ କରିଥାଏ ଏବଂ ଅନ୍ୟ ବିକଳ୍ପ ପ୍ରୟୋଗ ଠାରୁ ବହୁତ କମ ପରିମାଣ ଆବଶ୍ୟକତା ମଧ୍ୟ ହୋଇଥାଏ I

ସୋପାନ : ବିହନ ବିଶୋଧନ କିପରି କରିବେ: ସେମାନଙ୍କୁ ବୁଝାନ୍ତୁ ଯେ ଏକ ବିହନ ବିଶୋଧନ ଡ୍ରମ କିମ୍ବା ମାଟି ପାତ୍ରରେ ପ୍ରତି ଏକ କିଲୋଗ୍ରାମ ବିହନରେ ତିନି ଗ୍ରାମ ଥିରମ କିମ୍ବା ଦୁଇ ଗ୍ରାମ କାରବେନଡାଜିମ କିମ୍ବା ଏକ ଗ୍ରାମ ଟ୍ରାଇସାଇକ୍ଲାଜୋଲ ଅନୁପାତରେ ମିଶ୍ରଣ କରନ୍ତୁ I ଜୈବିକ ପଦ୍ଧତିରେ ମଧ୍ୟ ବିହନକୁ ବିଶୋଧନ କରାଯାଇ ପାରିବ I ଏଥି ପାଇଁ ପ୍ରତି ଏକ କିଲୋଗ୍ରାମ ବିହନରେ ଚାରି ରୁ ପାଞ୍ଚ ଗ୍ରାମ ତ୍ରିଚୋଦେରମା କିମ୍ବା ପାଞ୍ଚ ଗ୍ରାମ ସୁଡୋମୋନାସ ମିଶ୍ରଣ କରାଯାଇ ବିହନକୁ ବିଶୋଧନ କରାଯାଇପାରିବ I ଯଦି ବିହନକୁ ପୂର୍ବରୁ ବିଶୋଧିତ କରାଯାଇଅଛି, ଆଉଥରେ ଏହାକୁ ବିଶୋଧନ କରିବା ଆବଶ୍ୟକ ନାହିଁ I

ସୋପାନ : ମିଶ୍ରଣ ପ୍ରକ୍ରିୟା:

  • ଏକ ବିହନ ବିଶୋଧନ କରିବା ଡ୍ରମ କିମ୍ବା ବିଶୋଧନ ଡ୍ରମ ଉପଲବ୍ଧ ନ ହେଲେ ଏକ ମାଟି ପାତ୍ର ନେଇ ଏହା ଭିତରେ ବିହନ ଏବଂ ଆବଶ୍ୟକ ରାସାୟନିକ ବିଶୋଧନ ଔଷଧକୁ ରଖନ୍ତୁ I
  • ଏହି ପାତ୍ରକୁ ଘୁରାଇ ବିହନ ଓ ବିଶୋଧନ ଔଷଧକୁ ଏକ ସାଙ୍ଗରେ ମିଶାନ୍ତୁ ଯେପରିକି ପ୍ରତ୍ୟେକ ବିହନ ରାସାୟନିକ ବିଶୋଧନ ଔଷଧର ସଂସ୍ପର୍ଶରେ ଆସିବ I

ଉପସଂହାର

କ୍ଷେତ୍ର ପ୍ରଦର୍ଶନ ସମୟରେ କୌଣସି ଜଣେ ଅଂଶଗ୍ରହଣକାରୀଙ୍କୁ ବିହନ ବିଶୋଧନ ଡ୍ରମ ପରିଚାଳନା କରିବାକୁ କୁହନ୍ତୁ ଯାହାକୁ ଦେଖି ଅନ୍ୟ ଚାଷୀମାନେ ଏହି ପଦ୍ଧତିକୁ ଆଦୃତ କରିବାକୁ ଆତ୍ମ ବିଶ୍ୱାସ ପାଇବେ I ଯଦି କେହି ଅଂଶଗ୍ରହଣକାରୀ ଏହି ବିଶୋଧନ ଔଷଧ ମିଳୁଥିବା ସ୍ଥାନ ସମ୍ପର୍କରେ ପଚାରନ୍ତି, ତେବେ ତାଙ୍କୁ ଔଷଧ ମିଳୁଥିବା ନିକଟତମ ଉତ୍ସ ସମ୍ପର୍କରେ ସୂଚନା ପ୍ରଦାନ କରନ୍ତୁ I

ଆଧାର – ପୋର୍ଟାଲ ଟିମ

Last Modified : 2/11/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate