অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଖରିଫ ଫସଲର ବୃଦ୍ଧୀୟ ଅବସ୍ଥା (ଜଳ ପରିଚାଳନା)

ଖରିଫ ଫସଲର ବୃଦ୍ଧୀୟ ଅବସ୍ଥା (ଜଳ ପରିଚାଳନା)

ଅଧିବେଶନ ୫.୨

ଜଳ ପରିଚାଳନା I

ଉଦ୍ଦେଶ୍ୟ

ଚାଷୀମାନଙ୍କୁ ଫସଲର ବୃଦ୍ଧି ଏବଂ ଅଧିକ ଅମଳ ପାଇଁ ଉଚିତ ଜଳ ପରିଚାଳନାର ମହତ୍ୱ ବିଷୟରେ ଶିକ୍ଷା ଦେବା I

ପଦ୍ଧତି

ପୋଷ୍ଟର ଏବଂ ବ୍ୟାଖ୍ୟାନ ମାଧ୍ୟମରେ ସିଆରପିମାନେ ଅଂଶଗ୍ରହଣକାରୀମାନଙ୍କୁ ଉଚିତ ଜଳ ପରିଚାଳନାର ଉପାଦେୟତା ବିଷୟରେ ବୁଝାଇବା ସହ ଜଳ ନିଷ୍କାସନର ମହତ୍ୱ ବିଷୟରେ ବୁଝାଇବେ I

ଅଂଶଗ୍ରହଣକାରୀ

ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ ମାନେ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ I

ଦରକାରୀ ସାମଗ୍ରୀ

ପୋଷ୍ଟର I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୨୦ ମିନିଟ୍ |

ପୃଷ୍ଠଭୁମୀ

ଫସଲର ବୃଦ୍ଧି ଏବଂ ଅମଳ ପାଇଁ ଜଳ ଅପରିହାର୍ଯ୍ୟ I ଉଭୟ ଜଳ ସେଚନ ଏବଂ ଜଳ ନିଷ୍କାସନ ପ୍ରକ୍ରିୟାର ସମାହାରକୁ ଜଳ ପରିଚାଳନା କହନ୍ତି I ଖରିଫ ଋତୁରେ ଅଧିକ ବର୍ଷା ହେଉଥିବାରୁ ଜଳ ନିଷ୍କାସନ ଉପରେ ଅଧିକ ଜୋର ଦିଆ ଯିବା ଉଚିତ I ଅଧିକ ଦିନ ପର୍ଯ୍ୟନ୍ତ ଜମିରେ ଠିଆ ପାଣି ରହିବା ଉଚିତ ନୁହେଁ I ଜମିରେ ଜଳ ନିଷ୍କାସନ ପାଇଁ ଏକ ଅଲଗା ନାଳୀ ରହିଥିବା ଉଚିତ I ଫସଲର ବୃଦ୍ଧିର ସଙ୍କଟକାଳୀନ ଅବସ୍ଥାରେ ଜଳ ନିଅଣ୍ଟିଆ ହେବା ଉଚିତ ନୁହେଁ I ତେଣୁ ଜଳ ପରିଚାଳନା ଏକ ମହତ୍ୱପୂର୍ଣ୍ଣ ପ୍ରଶିକ୍ଷଣ ଟୁଲ୍ ଯାହା ଚାଷୀମାନଙ୍କୁ ସେମାନଙ୍କର ଜଳ ପରିଚାଳନା କୌଶଳରେ ଉନ୍ନତି ଆଣିବ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ -: ପ୍ରାରମ୍ଭିକ ଅଭ୍ୟାସ: ଆଲୋଚନାକୁ ଆରମ୍ଭ କରି ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ଫସଲ ପାଇଁ ଆବଶ୍ୟକ ହେଉଥିବା ଜଳ ବିଷୟରେ ସେମାନେ ସଚେତନ ଅଛନ୍ତି କି ? ସେମାନଙ୍କ ସହ ଜଳ ସେଚନ ଏବଂ ଜଳ ନିଷ୍କାସନ ପାଇଁ ବ୍ୟବହୃତ ସ୍ଥାନୀୟ ପଦ୍ଧତି ବିଷୟରେ ଆଲୋଚନା କରନ୍ତୁ I ଖରିଫ ଋତୁରେ ଜଳ ନିଷ୍କାସନ ବିଷୟରେ ଆଲୋଚନା କରିବା ପାଇଁ ସେମାନଙ୍କୁ ଉତ୍ସାହିତ କରନ୍ତୁ I

ସୋପାନ -: ଜଳ ପରିଚାଳନାର ମୁଖ୍ୟ ବିଶେଷତା: ଉଭୟ ଜଳ ସେଚନ ଏବଂ ଅତିରିକ୍ତ ଜଳର ନିଷ୍କାସନ ପ୍ରଣାଳୀର ସମାହାରକୁ ଜଳ ପରିଚାଳନା କହନ୍ତି I ଫସଲର ବୃଦ୍ଧୀୟ ଅବସ୍ଥାର ପ୍ରତିଟି ଚରଣରେ ପର୍ଯ୍ୟାପ୍ତ ପରିମାଣର ଜଳ ଉପଲବ୍ଧତାକୁ ସୁନିଶ୍ଚିତ କରିବା ଉଚିତ I ଜମିରୁ, ବିଶେଷତଃ ବର୍ଷା ଋତୁରେ ଅତିରିକ୍ତ ଜଳ ନିଷ୍କାସନ କରିବା ପାଇଁ ଉଚିତ ସୁବିଧା ଥିବା ଉଚିତ I ଅଧିକ ଦିନ ପର୍ଯ୍ୟନ୍ତ ଜମିରେ ଠିଆ ପାଣି ରହିବା ଉଚିତ ନୁହେଁ I

ସୋପାନ -: ଫସଲର କେଉଁ ଅବସ୍ଥାରେ ଜଳ ଅପରିହାର୍ଯ୍ୟ ହୋଇଥାଏ: ଫସଲର ବୃଦ୍ଧି ଏବଂ ଅମଳ ପାଇଁ ଜଳ ଏକ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ I ବେଳେ ବେଳେ ସାମାନ୍ୟ ବର୍ଷାପାତ ନ ହେଲେ ମରୁଡି ପରି ପରିସ୍ଥିତି ସୃଷ୍ଟି ହୋଇଥାଏ I ଫସଲର ଫୁଲ ଧରିବା ଏବଂ ଫଳ ଧରିବା ଅବସ୍ଥାରେ ଯେପରି ଜଳ ନିଅଣ୍ଟିଆ ନ ହୁଏ ଧ୍ୟାନ ରଖିବା ଉଚିତ I କିଛି ନିର୍ଦ୍ଦିଷ୍ଟ ଫସଲର କେଉଁସବୁ ଅବସ୍ଥାରେ ଜଳ ଉପଲବ୍ଧତା କମ ହେବା ଉଚିତ ନୁହେଁ, ନିମ୍ନ ଚାର୍ଟରେ ପ୍ରଦତ୍ତ ଅଛି I ଏହି ଚାର୍ଟ ଚାଷୀମାନଙ୍କୁ ପ୍ରଦର୍ଶନ କରିବା ଉଚିତ ଯାହା ସେମାନଙ୍କୁ ଫସଲର ଯେଉଁ ସବୁ ସଙ୍କଟକାଳୀନ ଅବସ୍ଥାରେ ଜଳ ନିଅଣ୍ଟିଆ ହେବା ଉଚିତ ନୁହେଁ ସେହି ବିଷୟରେ ଏକ ଧାରଣା ଦେବ :

କ୍ର. ନଂ.

ଫସଲର ନାମ

ଫସଲର କେଉଁ ଅବସ୍ଥାରେ ଜଳ ନିତାନ୍ତ ଆବଶ୍ୟକ

ଧାନ

ହଳ କରିବା ସମୟରେ, ପିଲ ଧରିବା ଅବସ୍ଥା , ଫୁଲ ଉଡେଇବା ଅବସ୍ଥା, କ୍ଷୀର ଢୋକିବା ଅବସ୍ଥା, ଦାନା ବାନ୍ଧିବା ଅବସ୍ଥା I

ମକା

ଚଅଁର ଆସିବା ଅବସ୍ଥା, ମକା ଆସିବା ଅବସ୍ଥା, ମଞ୍ଜି ପୂରଣ ଅବସ୍ଥା I

ଚିନାବାଦାମ

ଫୁଲ ଧରିବା ଅବସ୍ଥା, ଓହଳ ସୃଷ୍ଟି ଅବସ୍ଥା, ଛୁଇଁର ବିକାଶ ଅବସ୍ଥା I

ହରଡ

ଫୁଲ ଧରିବା ଅବସ୍ଥା, ଛୁଇଁ ଧରିବା ଅବସ୍ଥା I

ସୂର୍ଯ୍ୟମୁଖୀ

ଫୁଲ ଧରିବା ଅବସ୍ଥାର ଦୁଇ ସପ୍ତାହ ପୂର୍ବରୁ ଏବଂ ଦୁଇ ସପ୍ତାହ ପର୍ଯ୍ୟନ୍ତ I

ମାଣ୍ଡିଆ

ହଳ କରିବା ସମୟରେ, ଅବସ୍ଥା, ମଞ୍ଜି ପୂରଣ ଅବସ୍ଥା I

କପା

ଫୁଲ ଧରିବା ଅବସ୍ଥା, ବକରା ସୃଷ୍ଟି ଅବସ୍ଥା I

ସୋପାନ -: କିଛି ବିଶେଷ ଫସଲ ପାଇଁ ଜଳ ଆବଶ୍ୟକତା: ଖରିଫ ଋତୁରେ ଅଧିକ ବର୍ଷାହେବା କାରଣରୁ ପାଣି ଜମିବା ଏକ ମୁଖ୍ୟ ସମସ୍ୟା ହୋଇଥାଏ, ତେଣୁ ଜମିରେ ପର୍ଯ୍ୟାପ୍ତ ଜଳ ନିଷ୍କାସନ ବ୍ୟବସ୍ଥା ରହିବା ଉଚିତ I ଏହା ବିପରୀତ, ମରୁଡି ପରିସ୍ଥିତିରେ ଯେ କୌଣସି ଉତ୍ସରୁ ପାଣି ଆଣି ଯୁଦ୍ଧକାଳୀନ ଭିତ୍ତିରେ ଫସଲକୁ ଜଳ ସେଚିତ କରିବା ଆବଶ୍ୟକ I କିଛି ବିଶେଷ ଫସଲର ଜଳ ଆବଶ୍ୟକତାକୁ ଚାଷୀମାନଙ୍କର ଜାଣିବା ପାଇଁ ନିମ୍ନ ଚାର୍ଟରେ ଦିଆ ଯାଇଅଛି I

କ୍ର. ନଂ.

ଫସଲର ନାମ

ଆବଶ୍ୟକ ପାଣି ( ସେ.ମି.ରେ )

ଧାନ (ସହଳ)

୬୫

ଧାନ (ମଝିଆଳି)

୧୦୫

ଧାନ (ବିଳମ୍ବ)

୧୨୦

ମଣ୍ଡିଆ

୫୦

କପା

୭୫

ଆଖୁ

୨୦୦

ସୂର୍ଯ୍ୟମୁଖୀ

୪୫

ବାଇଗଣ

୬୫

ଉପସଂହାର

ଅଧିବେଶନକୁ ସମାପ୍ତି କରି ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ମରୁଡି ସମୟରେ ସେମାନେ ଫସଲର ଜଳ ଆବଶ୍ୟକତାକୁ ପୂରଣ କରିବା ପାଇଁ କ’ଣ ସବୁ ଉପାୟ କରିବେ I ସେହିପରି ଭାବେ ସେମାନଙ୍କୁ ପଚାରନ୍ତୁ ଯେ ଅଧିକ ବୃଷ୍ଟିପାତ ଯୋଗୁଁ ଜମି ଜଳ ପ୍ଳାବିତ ହେଲେ ସେମାନେ କ’ଣ କରିବେ I ଏହି ଅଧିବେଶନର ବିଷୟ ବସ୍ତୁକୁ ଆଧାର କରି ଆଲୋଚନାକୁ ସଞ୍ଚାଳନ କରନ୍ତୁ I

ଆଧାର – ପୋର୍ଟାଲ ଟିମ

Last Modified : 2/11/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate