অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଖରିଫ ଫସଲର ବୃଦ୍ଧୀୟ ଅବସ୍ଥା (ରୋଗ ପରିଚାଳନା)

ଖରିଫ ଫସଲର ବୃଦ୍ଧୀୟ ଅବସ୍ଥା (ରୋଗ ପରିଚାଳନା)

ଅଧିବେଶନ ୫.୬

ରୋଗ ପରିଚାଳନା I

ଉଦ୍ଦେଶ୍ୟ

ଫସଲରେ ଦେଖାଯାଉଥିବା ବିଭିନ୍ନ ରୋଗ ବିଷୟରେ ଚାଷୀମାନଙ୍କୁ ଶିକ୍ଷା ଦେବା ସହ ଏହାକୁ ଦମନ କରିବାର ଉପାୟ ବିଷୟରେ ସଚେତନ କରିବା I

ପଦ୍ଧତି

ପୋଷ୍ଟର ଏବଂ ବ୍ୟାଖ୍ୟାନ ମାଧ୍ୟମରେ ସିଆରପିମାନେ ଅଂଶଗ୍ରହଣକାରୀମାନଙ୍କୁ ଫସଲରେ ଦେଖାଯାଉଥିବା ବିଭିନ୍ନ ରୋଗ ବିଷୟରେ ଚାଷୀମାନଙ୍କୁ ଶିକ୍ଷା ଦେବା ସହ ଏହାକୁ ଦମନ କରିବାର ଉପାୟ ବିଷୟରେ ବୁଝାଇବେ I ଏହାପରେ ଅଂଶଗ୍ରହଣକାରୀମାନଙ୍କୁ ଏହି ସମ୍ବନ୍ଧୀୟ ଏକ ଫିଲ୍ମ ପ୍ରଦର୍ଶନ କରାଯିବ I

ଅଂଶଗ୍ରହଣକାରୀ

ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ I

ଦରକାରୀ ସାମଗ୍ରୀ

ପୋଷ୍ଟର, ପ୍ଲିପ ଚାର୍ଟ୍, ମାର୍କର, ଫିଲ୍ମ ପ୍ରୋଜେକ୍ଟର I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୧୫ ମିନିଟ୍ | ଫିଲ୍ମ ଶୋ – ୪୦ ମିନିଟ୍ |

ପୃଷ୍ଠଭୁମୀ

ଫସଲରେ ଦେଖାଯାଉଥିବା ରୋଗ ଅନେକ ପ୍ରକାର ସୂକ୍ଷ୍ମ ଜୀବାଣୁ କାରଣରୁ ହୋଇଥାଏ I ସୂକ୍ଷ୍ମ ଜୀବାଣୁ ମଧ୍ୟରେ ଭୂତାଣୁ, ଫିମ୍ପି ଏବଂ ଜୀବାଣୁ ମୁଖ୍ୟତଃ ଫସଲରେ ରୋଗସୃଷ୍ଟି କରି ଥାଆନ୍ତି I ଫସଲର ଅମଳ ଓ ମାନ ଉପରେ ଏହାର କୁପ୍ରଭାବ ପ୍ରତିରୋଧ କରିବା ପାଇଁ ଯେତେଶୀଘ୍ର ସମ୍ଭବ ଏହାର ନିରାକରଣ କରିବା ଉଚିତ I ଫସଲ କ୍ଷତିକୁ କମ କରି ଅମଳ ବଢାଇବା ପାଇଁ ଏହି ପ୍ରଶିକ୍ଷଣ ଟୁଲ୍ ଚାଷୀମାନଙ୍କୁ ରୋଗ ପୋକର ସଠିକ ପରିଚାଳନା ବିଷୟରେ ବୁଝାଇବା ସହ ଏହାର କାରଣ ଏବଂ ରୋଗ ପୋକକୁ ପର୍ଯ୍ୟବେକ୍ଷଣ କରି ଦମନ କରିବା ଉପାୟ ସବୁ ବିଷୟରେ ସେମାନଙ୍କର ମାର୍ଗ ଦର୍ଶନ କରିବ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ -: ପ୍ରାରମ୍ଭିକ ଅଭ୍ୟାସ: ଆଲୋଚନାକୁ ଆରମ୍ଭକରି ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ସେମାନେ ସ୍ଥାନୀୟ ଖରିଫ ଫସଲରେ ସାଧାରଣ ଭାବେ ଦେଖାଯାଉଥିବା ରୋଗ ବିଷୟରେ ସଚେତନ ଅଛନ୍ତି କି I ରୋଗର ଲକ୍ଷଣ ଏବଂ ଏହାର ପରିଚାଳନା ସମ୍ପର୍କରେ ସେମାନଙ୍କର ଜ୍ଞାନକୁ ଆକଳନ କରନ୍ତୁ I

ସୋପାନ -: କିଛି ସାଧାରଣ ରୋଗ: ଫସଲକୁ ଆକ୍ରାନ୍ତ କରୁଥିବା କିଛି ସାଧାରଣ ରୋଗ ବିଷୟରେ ଚାଷୀମାନଙ୍କୁ ବୁଝାନ୍ତୁ:

  • ଫିମ୍ପି ଜନିତ ରୋଗ: ଧାନର ମହିଷା ରୋଗ, ଚିନା ବାଦାମର ଟିକ୍କା ରୋଗ, ବାଇଗଣର ଫଳ ପଚା ରୋଗ, ଲେମ୍ବୁର ଛିଟ ରୋଗ, I
  • ଜୀବାଣୁ ଜନିତ ରୋଗ: ବିଲାତି ବାଇଗଣର ଝାଉଁଳା ରୋଗ, ଧାନର ପତ୍ରପୋଡା ରୋଗ I
  • ଭୂତାଣୁ ଜନିତ ରୋଗ: ଝୁଡଙ୍ଗ, ମୁଗ ଏବଂ ବିରିର ସାହେବୀ ରୋଗ, ବାଇଗଣ ଏବଂ ଲଙ୍କାର ଛୋଟ ପତ୍ରି ରୋଗ I

ସୋପାନ -: ରୋଗକୁ କିପରି ଚିହ୍ନଟ କରିବେ: ଫସଲରେ ଦେଖାଯାଉଥିବା ରୋଗକୁ କିଛି ସାଧାରଣ ଲକ୍ଷଣରୁ ଚିହ୍ନଟ କରିହେବ I ନିମ୍ନ ଉଲ୍ଲିଖିତ ଲକ୍ଷଣ ମଧ୍ୟରୁ ଗୋଟିଏ କିମ୍ବା ଗୋଟିଏରୁ ଅଧିକ ଲକ୍ଷଣ ଦେଖାଗଲେ ଫସଲ ରୋଗାକ୍ରାନ୍ତ ବୋଲି ବିବେଚନା କରାଯିବ I ଏହି ସବୁ ଲକ୍ଷଣସବୁକୁ ଉଦାହରଣ ସହ ନିମ୍ନରେ ଉଲ୍ଲେଖ କରାଯାଇଅଛି I ଏହି ଚାର୍ଟକୁ ଚାଷୀମାନଙ୍କୁ ଦେଖାନ୍ତୁ ଯାହାକୁ ବ୍ୟବହାର କରି ଚାଷୀମାନେ ସେମାନଙ୍କର ଫସଲକୁ ଆକ୍ରାନ୍ତ କରୁଥିବା ରୋଗକୁ ଚିହ୍ନଟ କରିପାରିବେ :

  • ବିଭିନ୍ନ ରଙ୍ଗ ଓ ଆକାରର ଦାଗ ପତ୍ରରେ ଦେଖାଯାଏ, ଯଥା ଧାନର ମହିଷା ରୋଗ, ଚିନା ବାଦାମର ଟୀକ୍କା ରୋଗ I
  • କାଣ୍ଡ କିମ୍ବା ମୂଳ ପଚିଯିବା, ଯଥା ଅଦାରେ ମୂଳ ପଚା ରୋଗ, ତଳିର ପାଦ ସଢା ରୋଗ I
  • ପତ୍ରାଚ୍ଛଦ ବିବର୍ଣ ହୋଇଯିବା, ଯଥା ଧାନର ପତ୍ରାଚ୍ଛଦ ପୋଡା ରୋଗ, ପତ୍ର ମୋଡା ରୋଗ ଏବଂ ମକାର ପତ୍ରାଚ୍ଛଦ ପୋଡା ରୋଗ I
  • ଭୂତାଣୁ ଜନିତ ରୋଗ କାରଣରୁ ପତ୍ର ଉପରେ ଧଳା ଦାଗ ଦେଖାଯାଏ, ଯଥା ଝୁଡଙ୍ଗ, ଅମୃତଭଣ୍ଡା, ଭେଣ୍ଡି, ବିରି ଓ ମୁଗର ସାହେବୀ ରୋଗ I
  • ଗଛ ହଠାତ୍ ଝାଉଁଳି ଯିବା, ଯଥା ବିଲାତି ବାଇଗଣରେ ଜୀବାଣୁ ଜନିତ ଝାଉଁଳା ରୋଗ I
  • ପତ୍ର ମୋଡି ହୋଇଯିବା, ଯଥା ବିଲାତି ବାଇଗଣର ପତ୍ର ମୋଡା ରୋଗ I
  • ପତ୍ର ଅତ୍ୟନ୍ତ ଛୋଟ ହୋଇଯିବା, ଯଥା ବାଇଗଣ ଓ ଲଙ୍କାର ଛୋଟ ପତ୍ରି ରୋଗ I

ସୋପାନ -: ରୋଗ ନିୟନ୍ତ୍ରଣ ପାଇଁ ଆର୍ଥିକ ଦେହଳୀ ସୀମା: ଯେତେବେଳେ ରୋଗ ସଂକ୍ରମଣ ଆର୍ଥିକ ଦେହଳୀ ସୀମା ଅତିକ୍ରମ କରିବ ଉପରୋକ୍ତ ରାସାୟନିକ କୀଟନାଶକ ବ୍ୟବହାର କରିବା ଆବଶ୍ୟକ I ଧାନ ଫସଲର ଆର୍ଥିକ ଦେହଳୀ ସୀମା ନିମ୍ନରେ ପ୍ରଦତ୍ତ ଅଛି I ଏହି ଚାର୍ଟକୁ ଅଂଶଗ୍ରହଣକାରୀମାନଙ୍କ ବୁଝିବା ପାଇଁ ଦର୍ଶାନ୍ତୁ:

କ୍ର.ନଂ.

ଫସଲର ଅବସ୍ଥା

ରୋଗର ନାମ

ଆର୍ଥିକ ଦେହଳୀ ସୀମା

1

ତଳି ଘରା

ମହିଷା ରୋଗ

ଶତକଡା ପାଞ୍ଚ ପ୍ରତିଶତ ଗଛ ଆକ୍ରନ୍ତ ହେବା

2

ପିଲ ଦେବା ଅବସ୍ଥା

ମହିଷା ରୋଗ

ଶତକଡା ପାଞ୍ଚ ରୁ ଦଶ ପ୍ରତିଶତ ଗଛ ଆକ୍ରନ୍ତ ହେବା

ପତ୍ର ପୋଡା ରୋଗ

ଶତକଡା ଦଶ ପ୍ରତିଶତ ଗଛ ଆକ୍ରନ୍ତ ହେବା

3

ଗର୍ଭ ଅବସ୍ଥା

ପତ୍ର ପୋଡା ରୋଗ

ଶତକଡା ଦୁଇ ରୁ ପାଞ୍ଚ ପ୍ରତିଶତ ଗଛ ଆକ୍ରନ୍ତ ହେବା

ପତ୍ରାଚ୍ଛଦ ପୋଡା ରୋଗ

ଶତକଡା ଦଶ ପ୍ରତିଶତ ଗଛ ଆକ୍ରନ୍ତ ହେବା

4

ଫୁଲ ଉଡାଇବା ଅବସ୍ଥା

ମହିଷା ରୋଗ

ଶତକଡା ପାଞ୍ଚ ପ୍ରତିଶତ ଗଛ ଆକ୍ରନ୍ତ ହେବା

ପତ୍ରାଚ୍ଛଦ ପୋଡା ରୋଗ

ଶତକଡା ଦଶ ପ୍ରତିଶତ ଗଛ ଆକ୍ରନ୍ତ ହେବା

ସୋପାନ -: ରୋଗ ନିୟନ୍ତ୍ରଣ ପଦ୍ଧତ୍ତି: ଫସଲ ପ୍ରତ୍ୟେକ ଅବସ୍ଥାରେ ରୋଗ ଦ୍ୱାରା ଆକ୍ରମଣର ଶୀକାର ହୋଇଥାଏ ଏବଂ ଏହି କାରଣରୁ ଫସଲରେ ଅତ୍ୟଧିକ କ୍ଷତି ହୋଇ ଥାଏ I ଚାଷୀମାନଙ୍କୁ ବୁଝାନ୍ତୁ ଯେ ନିମ୍ନ ଲିଖିତ ପଦ୍ଧତ୍ତିରେ ଫସଲର ରୋଗ ନିୟନ୍ତ୍ରଣ କରିହେବ:

ଚାଷ ପ୍ରଣାଳୀ: ରୋଗ ଆକ୍ରମଣ ହେଲେ ଜଳ ସେଚନ କମ କରନ୍ତୁ କାରଣ ଜଳ ପ୍ଳାବିତ ହେଲେ ରୋଗ ଆକ୍ରମଣର ଅଧିକ ଆଶଙ୍କା ଥାଏ I

  • କୋଡା ଖୋସା କରି ମାଟିକୁ ଶୁଖିଲା ରଖନ୍ତୁ I
  • ଜୈବିକ ପ୍ରଣାଳୀ: ଟ୍ରାଇକୋଡେରମା ଏବଂ ସ୍ୱଡୋମୋନାସ ପରି ସୂକ୍ଷ୍ମଜୀବାଣୁ ବ୍ୟବହାର କରି ରୋଗକୁ ନିୟନ୍ତ୍ରଣ କରିହେବ I
  • ନିମ୍ବ-ଆଧାରିତ କୀଟ ନାଶକର ବ୍ୟବହାର: ନିମ୍ବ ତେଲ ବ୍ୟବହାର କରି ରୋଗକୁ ନିୟନ୍ତ୍ରଣ କରିହେବ I ଏହାସହ, ରୋଗ ନିୟନ୍ତ୍ରଣ କରିବା ପାଇଁ ନିମ୍ବ-ଆଧାରିତ ଅନେକ କୀଟ ନାଶକ ବଜାରରେ ଉପଲବ୍ଧ ଅଛି I
  • ତେଲ ପିଡିଆର ବ୍ୟବହାର: ନିମ୍ବ କିମ୍ବା କରଞ୍ଜ ତେଲ ପିଡିଆ ମାଟିରେ ଥିବା ରୋଗ ଜୀବାଣୁ ସବୁକୁ ମାରିବା ପାଇଁ ସାହାଯ୍ୟ କରିଥାଏ I
  • ରାସାୟନିକ ପ୍ରଣାଳୀ: ଫସଲର ରୋଗ ଦମନ କରିବା ପାଇଁ ଅନେକ ପ୍ରକାର ଫିମ୍ପି ନାଶକ ଏବଂ କୀଟ ନାଶକ ବଜାରରେ ମିଳୁଅଛି I ଜୀବାଣୁକାରକ ଅନୁସାରେ ରାସାୟନିକ କୀଟ ନାଶକ ନିମ୍ନ ପ୍ରଦତ୍ତ ଚାର୍ଟ ଅନୁସାରେ ପ୍ରୟୋଗ କରିହେବ :

କ୍ର. ନଂ.

ଜୀବାଷ୍ନୁ କାରକ

ରାସାୟନିକ କୀଟ ନାଶକ

ଫିମ୍ପି

ମାନକୋଜେବ୍, କାର୍ବେନଡାଜିମ୍, କପର ଓକ୍ସିକ୍ଲୋରାଇଡ୍, ହେକ୍ସାକୋନାଜୋଲ୍ ଏବଂ ପ୍ରୋପିକୋନଜୋଲ୍ I

ଜୀବାଣୁ

ପ୍ଲାନଥୋମାଇସିନ୍, ଷ୍ଟ୍ରେପଟୋସାଇକ୍ଲିନ୍ I

ଭୂତାଣୁ

ଭୂତାଣୁ ବାହକକୁ ନିୟନ୍ତ୍ରଣ କରିବା ପାଇଁ କୀଟ ନାଶକ ବ୍ୟବହାର କରାଯାଇପାରେ I

ସୋପାନ -: ଖରିଫ ଫସଲର କିଛି ମୁଖ୍ୟ ରୋଗ ଏବଂ ଏହାର ନିୟନ୍ତ୍ରଣ: ଖରିଫ ଫସଲକୁ ଆକ୍ରମଣ କରୁଥିବା କିଛି ସାଧାରଣ ରୋଗ, ରୋଗକୁ ଚିହ୍ନଟ କରିବା, ଲକ୍ଷଣ ଜାଣିବା ଏବଂ ଏହାକୁ କିପରି ନିୟନ୍ତ୍ରଣ କରାଯିବ ଚାଷୀମାନଙ୍କୁ ବୁଝାନ୍ତୁ:

  • ଧାନର ମହିଷା ରୋଗ: ମହିଷା ରୋଗ ହେଲେ ପତ୍ର ଉପରେ ତାକୁଡି ଆକାରର ମାଟିଆ ରଙ୍ଗର ଦାଗ ଦେଖାଯାଏ ଏବଂ ପତ୍ର ଛଡା ଗଛର ଗଣ୍ଠିରେ କଳା ଦାଗ ଦିଶେ I ଏହାକୁ ନିୟନ୍ତ୍ରଣ କରିବା ପାଇଁ ଏକ ଏକରରେ ୪୦୦ ମି.ଲି. କାସୁଗାମାଇସିନ୍ ସିଞ୍ଚନ କରନ୍ତୁ I
  • ମକା: ପତ୍ର ମୋଡା ରୋଗ ଏବଂ ପତ୍ରାଚ୍ଛଦ ପୋଡା ରୋଗ ହେଲେ ପତ୍ରାଚ୍ଛଦରେ ବାଦାମୀ ରଙ୍ଗର ଦାଗ ହୋଇଥାଏI ଅଧିକ ସଂକ୍ରମିତ ହେଲେ କାଣ୍ଡ ଭାଙ୍ଗିଯାଏ I ଏହାକୁ ନିୟନ୍ରଣ କରିବା ପାଇଁ ଏକର ପ୍ରତି ୭୦୦ ମି.ଲି. ମାନକୋଜେବ୍ ସିଞ୍ଚନ କରନ୍ତୁ I
  • ମାଣ୍ଡିଆ: ମହିଷା ଓ ପତ୍ରଚିତ୍ତା ରୋଗ ଏହି ଫସଲରେ ଦେଖା ଦେଇଥାଏ I ଏହାକୁ ନିୟନ୍ରଣ କରିବା ପାଇଁ ଏକର ପ୍ରତି ୭୦୦ ମି.ଲି. ମାନକୋଜେବ୍ ସିଞ୍ଚନ କରନ୍ତୁ I

ସୋପାନ -: ଗମ୍ଭୀର ସମସ୍ୟା ସୃଷ୍ଟିକାରୀ ରୋଗ: ଚାଷୀମାନଙ୍କୁ ଏକ କ୍ଷେତକୁ ନେଇ ସେଠାରେ ଚାଷ କରାଯାଉଥିବା ଫସଲରେ ଥିବା କୀଟପତଙ୍ଗସବୁର ନାମକୁ ସୂଚୀକରଣ କରନ୍ତୁ ଯେଉଁମାନେ ଫସଲର ଗମ୍ଭୀର କ୍ଷତି କରିଥାଆନ୍ତି I ନିମ୍ନ ଉଲ୍ଲିଖିତ ଫର୍ମାଟ ବ୍ୟବାହାର କରି ଚାଷୀମାନଙ୍କୁ ଏହି ସବୁ କୀଟପତଙ୍ଗର ନାମକୁ ସ୍ଥାନୀୟ ଭାଷାରେ ଲେଖିବାକୁ ଉତ୍ସାହିତ କରନ୍ତୁ I ରୋଗସବୁ ଚିହ୍ନଟ ହୋଇଗଲା ପରେ ଅଂଶଗ୍ରହଣକାରୀମାନଙ୍କୁ ଏହାକୁ ଶ୍ରେଣୀବଦ୍ଧ କରିବାକୁ କୁହନ୍ତୁ I ରୋଗ ପରିଚାଳନାର ଅଗ୍ରାଧିକାର ଭିତ୍ତିରେ ସବୁଠାରୁ ଅଧିକ ମହତ୍ୱପୂର୍ଣ୍ଣ ରୋଗ ଠାରୁ ଆରମ୍ଭ କରି କମ ମହତ୍ୱପୂର୍ଣ୍ଣ ରୋଗକୁ ସଂଖ୍ୟା ଆଧାରରେ ଶ୍ରେଣୀବଦ୍ଧ କରିବାକୁ ଚାଷୀମାନର ମାର୍ଗ ଦର୍ଶନ କରନ୍ତୁ I

ରୋଗର ନାମ

ପ୍ରଭାବିତ ଫସଲର ନାମ

ଏହାକୁ ନିୟନ୍ତ୍ରଣ କରିବା ପାଇଁ ଚାଷୀ ନେଇଥିବା ପଦକ୍ଷେପ

ଉପସଂହାର

କିଛି ରୋଗର ନାମ କହି ଚାଷୀମାନଙ୍କୁ ଏହା କେଉଁ ଫସଲକୁ ସଂକ୍ରମିତ କରିଥାଏ ପଚାରନ୍ତୁ I ସେହିପରି ଭାବେ ଚାଷୀମାନଙ୍କୁ ପଚାରନ୍ତୁ ଯେ ସେମାନେ କୌଣସି ରୋଗ ନିୟନ୍ତ୍ରଣକାରୀ ପଦ୍ଧତି ବିଷୟରେ କହି ପାରିବେକି I ଏହାପରେ ଫିଲ୍ମ ଶୋ ସମାପ୍ତ ହେଲା ପରେ ଚାଷୀମାନଙ୍କୁ ଆଉଥରେ ଅଧିବେଶନର ବିଷୟବସ୍ତୁ ସବୁକୁ ବୁଝାନ୍ତୁ ଯେପରିକି ସେମାନେ ଏହାକୁ ମନେ ପକାଇ ପାରିବେ I

ଆଧାର – ପୋର୍ଟାଲ ଟିମ

Last Modified : 2/8/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate