ଅଧିବେଶନ ୫.୪ |
ଶୀର୍ଷ ସାର ପ୍ରୟୋଗ I |
ଉଦ୍ଦେଶ୍ୟ |
ଚାଷୀମାନଙ୍କୁ ଶିକ୍ଷା ଦେବା ଯେ ଶୀର୍ଷ ସାର ପ୍ରୟୋଗ କଲେ ଫସଲର ଉତ୍ତମ ବୃଦ୍ଧି ହେବା ସହ ଅଣୁ ସାରର ଭଲ ପରିଚାଳନା ହୋଇଥାଏ I |
ପଦ୍ଧତି |
ପୋଷ୍ଟର ଏବଂ ବ୍ୟାଖ୍ୟାନ ମାଧ୍ୟମରେ ସିଆରପିମାନେ ଅଂଶଗ୍ରହଣକାରୀମାନଙ୍କୁ ଶୀର୍ଷ ସାର ପ୍ରୟୋଗର ଉପକାରିତା ବିଷୟରେ ବୁଝାଇବେ I |
ଅଂଶଗ୍ରହଣକାରୀ |
ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ I |
ସଭା ସ୍ଥାନ |
ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ ଏବଂ ପ୍ରଦର୍ଶନ ପାଇଁ ଚାଷୀର କ୍ଷେତ I |
ଦରକାରୀ ସାମଗ୍ରୀ |
ପୋଷ୍ଟର I |
ସମୟସୀମା |
ଶ୍ରେଣୀ କକ୍ଷ ଅଧିବେଶନ- ୨୦ ମିନିଟ୍ | |
ଜମି ଉପରେ ଠିଆ ହୋଇଥିବା ଫସଲରେ ସାର ପ୍ରୟୋଗର ପଦ୍ଧତ୍ତିକୁ ଶୀର୍ଷ ସାର ପ୍ରୟୋଗ କହନ୍ତି I ଏହାର ଉଦ୍ଦେଶ୍ୟ ହେଉଛି, ଫସଲର ଉତ୍ତମ ବୃଦ୍ଧି ସହ ଅମଳ ବଢାଇବା ପାଇଁ ଫସଲକୁ ପୋଷକ, ବିଶେଷତଃ ଯବାକ୍ଷାରଯାନ ତ୍ୱରିତ ମିଳୁଥିବା ଆକାରରେ ପ୍ରଦାନ କରାଯାଇଥାଏ I ଅଧିକ ଅମଳ ପାଇଁ ଚାଷୀମାନେ ଶୀର୍ଷ ସାର ପ୍ରୟୋଗର ସଠିକ କୌଶଳ ଜାଣିବା ଉଚିତ I
ସୋପାନ -୧: ପ୍ରାରମ୍ଭିକ ଅଭ୍ୟାସ: ଆଲୋଚନାକୁ ଆରମ୍ଭ କରି ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ସେମାନେ ଶୀର୍ଷ ସାର କିପରି ଭାବେ ପ୍ରୟୋଗ କରନ୍ତି I ଏହା ସହ ସେମାନଙ୍କ ସହ ସାରର ମାଟି ଫସଲ ଉପରେ ପଡୁଥିବା ପ୍ରଭାବ ବିଷୟରେ ଆଲୋଚନା କରନ୍ତୁ I ସବୁ ଚାଷୀମାନଙ୍କର ସୁବିଧା ପାଇଁ ସାର ପ୍ରୟୋଗର ଉପକାରିତା ବିଷୟରେ ନିଜ ନିଜର ଅଭିଜ୍ଞତା ବାଣ୍ଟିବାକୁ କୁହନ୍ତୁ I
ସୋପାନ -୨: ଶୀର୍ଷ ସାର ପ୍ରୟୋଗ କ’ଣ: ଚାଷୀମାନଙ୍କୁ ବୁଝାନ୍ତୁ ଯେ ପ୍ରତ୍ୟେକ ଫସଲର ବୃଦ୍ଧି ଏବଂ ଅମଳ ପାଇଁ ପୋଷକ ବା ଖାଦ୍ୟସାର ଏକ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଥାଏ I ଜମିରେ ଥିବା ଫସଲରେ ସାର ପ୍ରୟୋଗ କରିବା ପ୍ରକ୍ରିୟାକୁ "ଶୀର୍ଷ ସାର" ପ୍ରୟୋଗ କୁହନ୍ତି I ସାଧାରଣତଃ କମ ବ୍ୟବଧାନରେ ଚାଷ କରାଯାଉଥିବା ଫସଲ ଯେପରିକି ଗହମ ଓ ଧାନ ପାଇଁ ଶୀର୍ଷ ସାର ପ୍ରୟୋଗ କରା ଯାଇଥାଏ I ଏହି ଶୀର୍ଷ ସାର ମଧ୍ୟରେ ସୋଡିଅମ ନାଇଟ୍ରେଟ୍, ଆମୋନିୟମ ନାଇଟ୍ରେଟ୍ ଏବଂ ୟୁରିଆ ଅନ୍ତର୍ଭୁକ୍ତ ଯେଉଁଥିରେ ବଢନ୍ତି ଫସଲ ପାଇଁ ଖାଦ୍ୟସାର ତ୍ୱରିତ ମିଳୁଥିବା ଅବସ୍ଥାରେ ରହିଥାଏ I ଏହା ବିପରୀତ ଅଧିକ ବ୍ୟବଧାନ ଥିବା ଫସଲ ଯେପରିକି ମକା ଏବଂ କପା ଫସଲର ଧାଡିରେ ପ୍ରୟୋଗ କରାଯାଉଥିବା ସାରକୁ "ପାର୍ଶ୍ୱ ସାର" କୁହନ୍ତି I ଚାଷୀମାନଙ୍କୁ କୁହନ୍ତୁ ଯେ ପତ୍ର ଓଦା ଥିବା ସମୟରେ ଶୀର୍ଷ ସାର ପ୍ରୟୋଗ କରନ୍ତୁ ନାହିଁ, କାରଣ ଏହା ଦ୍ୱାରା ଫସଲର ପତ୍ର ଜଳି ଯିବାର କିମ୍ବା ପୋଡି ଯିବାର ଆଶଙ୍କା ଥାଏ I
ସୋପାନ -୩: ଶୀର୍ଷ ସାର ପ୍ରୟୋଗ ସମୟରେ ସାବଧାନତା: ଚାଷୀମାନଙ୍କୁ କୁହନ୍ତୁ ଯେ ଜମିରେ ଠିଆ ହୋଇଥିବା ଫସଲରେ ଶୀର୍ଷ ସାର ପ୍ରୟୋଗ କରିବା ବେଳେ ନିମ୍ନ ଲିଖିତ ସାବଧାନତା ଗ୍ରହଣ କରିବା ଉଚିତ :
ଫସଲର ବିଭିନ୍ନ ଅବସ୍ଥାରେ ପ୍ରୟୋଗ କରାଯାଉଥିବା ସାର: ଏହି ଚାର୍ଟକୁ ଚାଷୀମାନଙ୍କୁ ଦେଖାନ୍ତୁ ଯାହା ବିଭିନ୍ନ ଫସଲ ପାଇଁ ଆବଶ୍ୟକ ହେଉଥିବା ଶୀର୍ଷ ସାର ପରିମାଣ ଏବଂ ପ୍ରୟୋଗ କରିବାର ସମୟ ବିଷୟରେ ସୂଚନା ଦେବ:
କ୍ର. ନଂ. |
ଫସଲର ନାମ |
ଏକର ପିଛା ସାର ପ୍ରୟୋଗର ପରିମାଣ |
୧ |
ଧାନ ( ସହଳ ଅବଧି ) |
ବୁଣିବାର ୨୧ ଦିନ ପରେ ୧୨ କେ.ଜି. ଯବାକ୍ଷାରଯାନ ଏବଂ ପିଲ ଦେବା ଅବସ୍ଥାରେ ୬ କେ.ଜି. ଯବାକ୍ଷାରଯାନ ପ୍ରୟୋଗ କରନ୍ତୁ I |
୨ |
ଧାନ ( ମଝିଆଳୀ ଏବଂ ବିଳମ୍ବ ଅବଧି) |
ବୁଣିବାର ୨୧ ଦିନ ପରେ ୧୬ କେ.ଜି. ଯବାକ୍ଷାରଯାନ ଏବଂ ପିଲ ଦେବା ଅବସ୍ଥାରେ ୮ କେ.ଜି. ଯବାକ୍ଷାରଯାନ ପ୍ରୟୋଗ କରନ୍ତୁ I |
୩ |
ମକା ( କମ୍ପୋଜିଟ) |
ବୁଣିବାର ୨୧ ଦିନ ପରେ ୧୬ କେ.ଜି. ଯବାକ୍ଷାରଯାନ ଏବଂ ପିଲ ଦେବା ଅବସ୍ଥାରେ ୮ କେ.ଜି. ଯବାକ୍ଷାରଯାନ ପ୍ରୟୋଗ କରନ୍ତୁ I |
୪ |
ବାଇଗଣ |
ରୋଇବାର ୨୦ ଏବଂ ୪୦ ଦିନ ପରେ ଯଥାକ୍ରମେ ୨୦ କେ.ଜି. ଯବାକ୍ଷାରଯାନ ଏବଂ ୨୦ କେ.ଜି. ପଟାସ୍ ପ୍ରୟୋଗ କରନ୍ତୁ I |
୫ |
ଲଙ୍କା |
ରୋଇବାର ୧୫ ଏବଂ ୩୦ ଦିନ ପରେ ଯଥାକ୍ରମେ ୨୦ କେ.ଜି. ଯବାକ୍ଷାରଯାନ ଏବଂ ୧୬କେ.ଜି. ପଟାସ୍ ପ୍ରୟୋଗ କରନ୍ତୁ I |
୬ |
ଭେଣ୍ଡି |
ବୁଣିବାର ୧୫ ଏବଂ ୩୦ ଦିନ ପରେ ଯଥାକ୍ରମେ ୨୦ କେ.ଜି. ଯବାକ୍ଷାରଯାନ ଏବଂ ୭ କେ.ଜି. ପଟାସ୍ ପ୍ରୟୋଗ କରନ୍ତୁ I |
୭ |
କଖାରୁ |
ବୁଣିବାର ୧୫ ଏବଂ ୩୦ ଦିନ ପରେ ଯଥାକ୍ରମେ ୧୨ କେ.ଜି. ଯବାକ୍ଷାରଯାନ ଏବଂ ୧୨ କେ.ଜି. ପଟାସ୍ ପ୍ରୟୋଗ କରନ୍ତୁ I |
ସୋପାନ -୪: ଖାଦ୍ୟସାର ଅପୂର୍ଣ୍ଣତାକୁ ଚିହ୍ନଟ କରିବା: ଯେତେବେଳେ ଫସଲରେ ଖାଦ୍ୟସାରର ଅଭାବ ପରିଲକ୍ଷିତ ହୁଏ ଏହାକୁ କିଛି ଲକ୍ଷଣ ମାଧ୍ୟମରେ ଜାଣିହେବ ଏବଂ ଏହାକୁ ସୁଧାରିବା ପାଇଁ ଆବଶ୍ୟକ ପଦକ୍ଷେପ ନେଇହେବ I ଫସଲରେ ଖାଦ୍ୟସାରର ଅଭାବକୁ ଜାଣିବା ପାଇଁ ପରୀକ୍ଷାଗାରରେ ଗଛ କିମ୍ବା ମାଟିକୁ ପରିକ୍ଷଣ କରି ଜାଣିହେବ I କିନ୍ତୁ ସବୁବେଳେ ପରୀକ୍ଷାଗାରକୁ ଯିବା ସମ୍ଭବ ହୋଇ ନ ଥାଏ, କିନ୍ତୁ, ଏହି ଅଭାବକୁ ସହଜରେ ଫସଲର କିଛି ଲକ୍ଷଣକୁ ଦେଖି ଜାଣିହେବ I ଯଦି ଗଛ ସମ୍ପୂର୍ଣଭାବେ ପ୍ରଭାବିତ ହୋଇ ଅଛି, ତେବେ ଏହା ଯବାକ୍ଷାରଯାନ କିମ୍ବା ଫସଫରସ୍ ଅଭାବ କାରଣରୁ ହୋଇଥାଇପାରେ I ଯବାକ୍ଷାରଯାନ ନିଅଣ୍ଟିଆ ହେଲେ ପତ୍ରସବୁ ଫିକା ପଡିଯାଇଥାଏ ଅଥବା ସବୁଜ କିମ୍ବା ହଳଦିଆ ରଙ୍ଗର ହୋଇଯାଏ I ଫସଫରସ୍ ଅଭାବରେ ପତ୍ର ଘନ ସବୁଜ ରଙ୍ଗର ହୋଇଥାଏ I ଅଳ୍ପ କିଛି କ୍ଷେତ୍ରରେ ଏହା ଗାଢ ଏବଂ ଘନ ବାଦାମୀ ରଙ୍ଗର ହୋଇଥାଏ I ଅତ୍ୟଧିକ ଥଣ୍ଡା ଜଳବାୟୂରେ ମକା ଗଛ ମାଟିରୁ ଫସଫରସ୍ ଶୋଷଣ କରିପାରେ ନାହିଁ I ତେଣୁ ମାଟିରେ ଫସଫରସ୍ ପ୍ରୟୋଗ କଲେ ମଧ୍ୟ ଏଥିରେ ଫସଫରସ୍ ନିଅଣ୍ଟିଆ ଲକ୍ଷଣସବୁ ଦେଖା ଦେଇଥାଏ I
ଯଦି ଲକ୍ଷଣସବୁ ପୁରୁଣା ପତ୍ରରେ ଦେଖାଯାଏ, ତେବେ ଏହା ପଟାସ୍, ମ୍ୟାଗ୍ନେସିୟମ୍ କିମ୍ବା ମଲିବଡିନମ୍ ର ଅଭାବ କାରଣରୁ ହୋଇଥାଏ I ପଟାସ୍ ଅଭାବ ହେଲେ ବିବର୍ଣ ଦାଗ କିମ୍ବା ଫିକା ଦାଗ ଦେଖା ଦେଇଥାଏ I ଏହି ଲକ୍ଷଣସବୁ ପ୍ରାୟତଃ ପତ୍ର ଧାରରେ ଦେଖାଯାଇଥାଏ I ମ୍ୟାଗ୍ନେସିୟମ୍ ଅଭାବରେ ପତ୍ରର ଶିରା ସବୁଜ ଦେଖାଯାଏ କିନ୍ତୁ ମଝିରେ ମଝିରେ ଶୁଖିଲା ଦାଗ ସବୁ ଦେଖାଯାଏ I ବେଳେ ବେଳେ ପତ୍ର ଅଗ ଉପରକୁ ମୋଡି ହୋଇ ରହିଥାଏ I
ଯଦି ଲକ୍ଷଣସବୁ ନୁଆ ପତ୍ରରେ ଦେଖାଯାଏ ତେବେ ଏହା ଫସଲରେ ସଲଫର, ଲୌହ, ମାଙ୍ଗାନିଜ, କିମ୍ବା କପର୍ ଅଭାବ କାରଣରୁ ହୋଇଥାଏ I ଲୌହ କିମ୍ବା ମାଙ୍ଗାନିଜ ଅଭାବ ହେଲେ ପତ୍ର ସବୁଜ ଥିବା ସତ୍ତ୍ୱେ ପତ୍ର ଅଗ ହଳଦିଆ ପଡିଯାଇଥାଏ I ଯଦି ପୂରା ପତ୍ର ହଳଦିଆ ପଡିଯାଇଥାଏ, ତେବେ ଏହା ସଲଫର୍ କିମ୍ବା କପର୍ ଅଭାବ ଯୋଗୂଁ ହୋଇଥାଏ I
ଜିଙ୍କ୍ (ଦସ୍ତା) ଅଭାବରୁ ଦେଖାଯାଉଥିବା ଲକ୍ଷଣସବୁ ଉଭୟ ନୂଆ ତଥା ପୁରୁଣା ପତ୍ରରେ ଦେଖାଯାଇଥାଏ I ଯଦି ପତ୍ର ବାହାରିବା ଆଗରୁ ଛୋଟ ଡାଳରେ ଲକ୍ଷଣ ଦେଖାଦିଏ, ତେବେ ଏହା କ୍ୟାଲସିୟମ୍ କିମ୍ବା ବୋରନ୍ କାରଣରୁ ହୋଇଥାଏ I ବେଳେ ବେଳେ ଲକ୍ଷଣକୁ ଦେଖି ରୋଗର ନିଦାନ କରିବା କଷ୍ଟକର ହୋଇଥାଏ I ଏପରି କ୍ଷେତ୍ରରେ ସବୁବେଳେ ଏକ କୃଷି ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ I
କ୍ୟାଲସିୟମ୍ ନିଅଣ୍ଟିଆ ପାଇଁ ଚୁନ ପ୍ରୟୋଗ କରିହେବ I କ୍ୟାଲସିୟମ୍ ନାଇଟ୍ରେଟ୍ ସାର ପ୍ରୟୋଗ କଲେ ମାଟିକୁ କ୍ୟାଲସିୟମ୍ ମିଳିଥାଏ I ସିଙ୍ଗେଲ୍ ସୁପର୍ ସଲଫେଟ୍ ପ୍ରୟୋଗ କଲେ ଏହା ମାଟିକୁ ସଲଫର୍ ତଥା କ୍ୟାଲସିୟମ୍ ପ୍ରଦାନ କରିଥାଏ I ଆଜିକାଲି ଅନେକ ପ୍ରକାର ଅଣୁସାର ବଜାରରେ ମିଳୁଅଛି I ଅଣୁସାର ଅଭାବକୁ ପୁରଣ କରିବା ପାଇଁ ଏହିସବୁକୁ ପ୍ରୟୋଗ କରିହେବ I ଜମିରେ ଅଣୁସାର ମାତ୍ର ବୃଦ୍ଧି କରିବା ପାଇଁ କମ୍ପୋଷ୍ଟ, କମ୍ପୋଷ୍ଟ, ଜିଆ ଖତ, ଭର୍ମିନ ୱାସ ଇତ୍ୟାଦି ମଧ୍ୟ ପ୍ରୟୋଗ କରିହେବ I ବୋରୋନ ଅଭାବ ହେଲେ ପନିପରିବା ଫସଲରେ ଅମଳ କମିଯାଇଥାଏ I ଏହପରି କ୍ଷେତ୍ରରେ ଏକ ଲିଟର ପାଣିରେ ଦୁଇ ଗ୍ରାମ ବୋରନ ମିଶ୍ରଣ କରି ଫସଲରେ ସିଞ୍ଚନ କରିହେବ I
ଏହି ପ୍ରଶିକ୍ଷଣ ଅଧିବେଶନରେ ଶିକ୍ଷା ଦିଆଯାଇଥିବା ବିଷୟବସ୍ତୁ ଅଂଶଗ୍ରହଣକାରୀମାନେ କେତେ ଦୂର ବୁଝିପାରିଛନ୍ତି ଜାଣିବା ପାଇଁ ଅଧିବେଶନର ଶେଷ ଆଡକୁ ସେମାନଙ୍କୁ କିଛି ଫସଲରେ ସାର ପ୍ରୟୋଗର ମାତ୍ରା ବିଷୟରେ ପଚାରନ୍ତୁ Iସେହିପରି ଭାବେ ସେମାନଙ୍କୁ ପଚାରନ୍ତୁ ଯେ ଶୀର୍ଷ ସାର ପ୍ରୟୋଗ କରିବା ସମୟରେ କେଉଁ ସବୁ ସାବଧାନତା ଗ୍ରହଣ କରିବା ଆବଶ୍ୟକ I
ଆଧାର – ପୋର୍ଟାଲ ଟିମ
Last Modified : 2/11/2020