অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜମା-ସଂଗ୍ରହ ପ୍ରକ୍ରିୟା ସମୟରେ ରେକର୍ଡ ରଖିବା ଏବଂ ବଜାର ସଂଲଘ୍ନତା

ଲକ୍ଷ୍ୟ

ଅଧିବେଶନର ଶେଷ ଆଡକୁ ଅଂଶଗ୍ରହଣକାରୀ ମାନେ ଜମା-ସଂଗ୍ରହ ପ୍ରକ୍ରିୟା ଏବଂ ବଜାର ସଂଲଘ୍ନତା ସମୟରେ ସମୟରେ ରେକର୍ଡ ଲିପିବଦ୍ଧ କରିବାର ଉପାଦେୟତା ବିଷୟରେ ଜାଣିବେ, ଏହାସହ ସେମାନେ ରେକର୍ଡ ଲେଖିବାକୁ ଶିଖିବେ I

ଶିକ୍ଷଣ ଉଦ୍ଦେଶ୍ୟ

  • ଜମା-ସଂଗ୍ରହ ପ୍ରକ୍ରିୟା ଓ ବଜାର ସଂଲଘ୍ନତା ସମୟରେ ପାରଦର୍ଶୀତା ରଖିବା ପାଇଁ ରେକର୍ଡ଼ ଲେଖିବାର ଆବଶ୍ୟକତା ବିଷୟରେ ଚାଷୀମାନଙ୍କୁ ଶିକ୍ଷା ଦେବା I

ପ୍ରୟୋଜନ

ଏହି ଅଧିବେଶନର ଉଦ୍ଦେଶ୍ୟ ହେଉଛି ଅଂଶଗ୍ରହଣକାରୀ ମାନେ ଜମା-ସଂଗ୍ରହ ପ୍ରକ୍ରିୟା ଏବଂ ବଜାର ସଂଲଘ୍ନତା ସମୟରେ ସମୁହ, ଗ୍ରାମ, ସ୍ୱୟଂ ସହାୟକ ଦଳ ଏବଂ ଚାଷୀ ସ୍ତରରେ ରେକର୍ଡ ଲିପିବଦ୍ଧ କରିବାର ମହତ୍ୱ ବିଷୟରେ ଚାଷୀମାନଙ୍କୁ ଶିକ୍ଷାଦାନ କରିବା I ନିବେଶ ଓ ଅନ୍ୟାନ୍ୟ ଆର୍ଥିକ କାରବାର ରେକର୍ଡ଼ ପରିଚାଳନା ତଥା ଲିପିବଦ୍ଧ କରିବାପାଇଁ ଦଳମାନଙ୍କୁ ସାହାଯ୍ୟ କରିବାରେ ଧ୍ୟାନ ଦିଆଯିବ I ଅନେକ ପ୍ରକାର କାରଣ ବିଚାରକୁ ନେଇ ହିସାବ କରାଯାଏ ଯଥା ପ୍ରତ୍ୟେକ ଚାଷୀର ଉତ୍ପାଦ ଯୋଗଦାନ, ପରିବହନର ପ୍ରବନ୍ଧନ, ଦରକାର ହେଉଥିବା ଶ୍ରମ, ପରିବହନ ସମୟରେ ଓଜନହାନୀ, ବ୍ୟବହାର କରାଯାଇଥିବା ବସ୍ତା ସଂଖ୍ୟା ଇତ୍ୟାଦି I ଏହି ପୁରା ପ୍ରକ୍ରିୟାରେ ପାରଦର୍ଶୀତା ବଜାୟ ରଖିବା ପାଇଁ ସଠିକ ରେକର୍ଡ଼ ଲେଖିବା ମହତ୍ୱପୁର୍ଣ I ଦଳଗତ ବିପଣନ ପାଇଁ ସମୂହ ଏକ ପାରଦର୍ଶୀ ହିସାବ ରଖିବା ପ୍ରଣାଳୀକୁ ସୁନିଶ୍ଚିତ କରିବା ଉଚିତ I ଚାଷୀ/ସମୂହ ସ୍ତରରେ ରେକର୍ଡ଼ ରଖିବାପାଇଁ ପର୍ଯ୍ୟାପ୍ତ ପଦେକ୍ଷେପ ନେବା ଆବଶ୍ୟକ I ନିବେଶ ଓ ଅନ୍ୟାନ୍ୟ ଆର୍ଥିକ କାରବାରର ରେକର୍ଡ଼ ରଖିବା କାମ ସମାନ୍ୟତଃ ସ୍ୱୟଂ ସହାୟକ ଦଳ କିମ୍ବା ସମୂହର କମିଟି/ଦଳର ନେତାଙ୍କୁ ଦିଆଯାଇଥାଏ I ଅନେକ ପ୍ରକାର କାରଣ ବିଚାରକୁ ନେଇ ହିସାବ କରାଯାଏ ଯଥା ପ୍ରତ୍ୟେକ ଚାଷୀର ଉତ୍ପାଦ ଯୋଗଦାନ, ପରିବହନର ପ୍ରବନ୍ଧନ, ଦରକାର ହେଉଥିବା ଶ୍ରମ, ପରିବହନ ସମୟରେ ଓଜନହାନୀ, ବ୍ୟବହାର କରାଯାଇଥିବା ବସ୍ତା ସଂଖ୍ୟା ଇତ୍ୟାଦି I ବିକ୍ରୟ ପ୍ରକ୍ରିୟା ସମାପ୍ତି ପରେ ଚାଷୀମାନେ ଏକ ସଭାରେ ଏକତ୍ରିତ ହୋଇ ଲାଭ/କ୍ଷତିର ସମୀକ୍ଷା କରିବେ ଏବଂ ଲାଭ ବାଣ୍ଟିବାର ସୂତ୍ର ବିଷୟରେ ନିଷ୍ପତ୍ତି ନେବେ I

ଜମା-ସଂଗ୍ରହ ଏବଂ ବଜାର ସଂଲଘ୍ନତା ସମୟରେ ରେକର୍ଡ ରଖିବା ନିର୍ଦ୍ଦେଶାବଳୀ

ଅଧିବେଶନ ୮.୧

ଜମା-ସଂଗ୍ରହ ଏବଂ ବଜାର ସଲଗ୍ନତା ସମୟରେ ରେକର୍ଡ ରଖିବା ନିର୍ଦ୍ଦେଶାବଳୀ I

ଉଦ୍ଦେଶ୍ୟ

ଜମା-ସଂଗ୍ରହ ଏବଂ ବଜାର ସଲଗ୍ନତା ସମୟରେ ରେକର୍ଡ ରଖିବାର ମହତ୍ୱ ବିଷୟରେ ଚାଷୀମାନଙ୍କୁ ସଚେତନ କରିବା I

ପଦ୍ଧତି

ଏହି ଅଧିବେଶନ ଶ୍ରେଣୀ କକ୍ଷରେ ବ୍ୟାଖ୍ୟାନ ମାଧ୍ୟମରେ ସଞ୍ଚାଳନ କରିବେ I

ଅଂଶଗ୍ରହଣକାରୀ

ସ୍ୱୟଂ ସହାୟକ ଦଳ ଓ ସମୁଦାୟର ମହିଳା ସଦସ୍ୟା ତଥା ପରିବାରର ପୁରୁଷ ମାନେ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ, କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ କିମ୍ବା ଗ୍ରାମର ଅନ୍ୟ କୌଣସି ସୁବିଧାଜନକ ସ୍ଥାନ I

ଦରକାରୀ ସାମଗ୍ରୀ

ରେକର୍ଡ ବହି, ଫ୍ଲିପ୍ ଚାର୍ଟ୍, ମାର୍କର ପେନ I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୨୦ ମିନିଟ୍ |

ପୃଷ୍ଠଭୁମୀ

ଜମା-ସଂଗ୍ରହ ପ୍ରକ୍ରିୟା ଏବଂ ବଜାର ସଂଲଘ୍ନତା ସମୟରେ ସମୁହ, ଗ୍ରାମ, ସ୍ୱୟଂ ସହାୟକ ଦଳ ଏବଂ ଚାଷୀ ସ୍ତରରେ ରେକର୍ଡ ଲିପିବଦ୍ଧ କରିବା ଅତ୍ୟନ୍ତ ମହତ୍ୱପୁର୍ଣ I ନିବେଶ ଓ ଅନ୍ୟାନ୍ୟ ଆର୍ଥିକ କାରବାର ରେକର୍ଡ଼ ପରିଚାଳନା ତଥା ଲିପିବଦ୍ଧ କରିବାପାଇଁ ଧ୍ୟାନ ଦିଆଦେବା ଉଚିତ I ସାଧାରଣତଃ ସ୍ୱୟଂ ସହାୟକ ଦଳ/ସାଧାରଣ ଜୀବିକା ସମୂହକୁ ରେକର୍ଡ଼ ରଖିବା ପାଇଁ ଦାୟୀତ୍ୱ ଦିଆଯାଏ I ଅନେକ ପ୍ରକାର କାରଣ ବିଚାରକୁ ନେଇ ହିସାବ କରାଯାଏ ଯଥା ପ୍ରତ୍ୟେକ ଚାଷୀର ଉତ୍ପାଦ ଯୋଗଦାନ, ପରିବହନର ପ୍ରବନ୍ଧନ, ଦରକାର ହେଉଥିବା ଶ୍ରମ, ପରିବହନ ସମୟରେ ଓଜନହାନୀ, ବ୍ୟବହାର କରାଯାଇଥିବା ବସ୍ତା ସଂଖ୍ୟା ଇତ୍ୟାଦି I ଥରେ ବିକ୍ରୟ ପ୍ରକ୍ରିୟା ସମାପ୍ତି ହୋଇଗଲେ, ସ୍ୱୟଂ ସହାୟକ ଦଳ/ସାଧାରଣ ଜୀବିକା ସମୂହମାନେ ଏକ ସଭାରେ ଏକତ୍ରିତ ହୋଇ ଲାଭ/କ୍ଷତିର ସମୀକ୍ଷା କରିବେ ଏବଂ ଲାଭ ବାଣ୍ଟିବାର ସୂତ୍ର ବିଷୟରେ ନିଷ୍ପତ୍ତି ନେବେ I ଏହି ପୁରା ପ୍ରକ୍ରିୟାରେ ପାରଦର୍ଶୀତା ବଜାୟ ରଖିବା ପାଇଁ ସଠିକ ରେକର୍ଡ଼ ଲେଖିବା ମହତ୍ୱପୁର୍ଣ I ଦଳଗତ ବିପଣନ ପାଇଁ ସମୂହ ଏକ ପାରଦର୍ଶୀ ହିସାବ ରଖିବା ପ୍ରଣାଳୀକୁ ସୁନିଶ୍ଚିତ କରିବା ଉଚିତ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ -: ପ୍ରାରମ୍ଭିକ ଅଭ୍ୟାସ: ନିବେଶ ଓ ଅନ୍ୟାନ୍ୟ ଆର୍ଥିକ କାରବାର ରେକର୍ଡ଼ ପରିଚାଳନା ତଥା ଲିପିବଦ୍ଧ କରିବା କାହିଁକି ମହତ୍ୱପୁର୍ଣ ଚାଷୀମାନଙ୍କ ସହ ଆଲୋଚନା କରନ୍ତୁ I

ସୋପାନ -: ରେକର୍ଡ଼ ରଖିବା: ଅଂଶଗ୍ରହଣକାରୀମାନଙ୍କୁ ମନେ ପକାଇ ଦିଅନ୍ତୁ ଯେ ରେକର୍ଡ଼ ଲେଖିବା ସମୟରେ ସେମାନେ ଏହି ଦିଗସବୁକୁ ମନେ ରଖିବା ଉଚିତ:

  • ରେକର୍ଡ଼ ଦୁଇଟି ସ୍ତରର ରଖିବା ଉଚିତ: ସ୍ୱୟଂ ସହାୟକ ଦଳ ସ୍ତରରେ ତଥା କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ସ୍ତରରେ
  • ସବିଶେଷ ତଥ୍ୟ ଯଥା ସଦସ୍ୟ/ଚାଷୀର ନାମ, ଯୋଗଦାନ କରିଥିବା ମୋଟ ପରିମାଣ, ବସ୍ତା ସଂଖ୍ୟା ଇତ୍ୟାଦି ଲିପିବଦ୍ଧ କରିବାପାଇଁ ପ୍ରତ୍ୟେକ ଦଳ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟକୁ ଏକ ସରଳୀକୃତ ହିସାବ ରଖିବା ଫର୍ମାଟ ବିତରଣ କରିବା ଉଚିତ I
  • ଯଦି ବିପଣନ ପାଇଁ ଖର୍ଚ୍ଚ ହୋଇଥାଏ, ତେବେ ଏହିସବୁ ଖର୍ଚ୍ଚ ଯଥା, ସ୍ଥାନୀୟ ପରିବହନ, ମାଲ ବୋଝେଇ/ନିଷ୍କାସନ, ପରିବହନ ସମୟରେ ଓଜନହାନୀ ଇତ୍ୟାଦିକୁ କାଟି ସର୍ବମୋଟ ଲାଭ ପରିମାଣକୁ ହିସାବ କରିବା ଦରକାର ଯାହା ଯୋଗଦାନ (ଉତ୍ପାଦର ପରିମାଣ) ଅନୁସାରେ ଚାଷୀମାନଙ୍କୁ ବିତରଣ କରାଯିବ I
  • ହିସାବ ରଖିବା ପାଇଁ ଦଳର ନେତା ଏବଂ ଜଣେ ଦୁଇଜଣ ପ୍ରଗତିଶୀଳ ସଦସ୍ୟଙ୍କୁ ପ୍ରଶିକ୍ଷଣ ଦିଅନ୍ତୁ I
  • ହିସାବକୁ ନିୟମିତ ଭାବେ ଅଦ୍ୟତନ କରିବା (up-dating) ପାଇଁ ଏନିମେଟର୍/ସ୍ୱୟଂ ସହାୟକ ଦଳ ନେତାଙ୍କୁ ଦାୟିତ୍ୱବାନ୍ କରନ୍ତୁ I
  • ରେକର୍ଡ଼ ରକ୍ଷକଙ୍କ ମଧ୍ୟରେ ଗମ୍ଭୀରତା ଆଣିବା ପାଇଁ ବିଭିନ୍ନ ଅନ୍ତରାଳରେ ରେକର୍ଡ଼ ନିରୀକ୍ଷଣ କରନ୍ତୁ I
  • ଯଦି ଏହି ଦଳରେ କେହି ସାକ୍ଷର ନେତା ନ ଥାଆନ୍ତି, ତେବେ ଗ୍ରାମରେ ଥିବା ସ୍ୱେଚ୍ଛାସେବୀଙ୍କୁ ରେକର୍ଡ଼ ରଖିବା ପାଇଁ ପରାମର୍ଶ ଦେବା ଉଚିତ I
  • ନିଜର ଜ୍ଞାତ ପାଇଁ ସିଆରପି ସବୁବେଳେ ରେକର୍ଡ଼ର ଏକ ନକଲ ରଖିବା ଉଚିତ I

ସୋପାନ -: ଲାଭ ଓ କ୍ଷତିକୁ ବାଣ୍ଟିବା: ବିକ୍ରୟ ପ୍ରକ୍ରିୟା ସମାପ୍ତି ପରେ ଚାଷୀମାନେ ଏକ ସଭାରେ ଏକତ୍ରିତ ହୋଇ ଲାଭ/କ୍ଷତିର ସମୀକ୍ଷା କରିବେ ଏବଂ ଲାଭ ବାଣ୍ଟିବାର ସୂତ୍ର ବିଷୟରେ ନିଷ୍ପତ୍ତି ନେବେ I ଋଣ ଖାତାର ସଠିକ ହିସାବ ରଖିବା ନିଶ୍ଚିତ କରନ୍ତୁ I ଭବିଷ୍ୟତରେ ବ୍ୟବସାୟ କରିବାପାଇଁ ଲାଭ ପରିମାଣର କିଛି ଅଂଶ ବ୍ୟାଙ୍କରେ ରଖିବାପାଇଁ ସେମାନଙ୍କୁ ଦିଗ୍ ଦର୍ଶନ ଦିଅନ୍ତୁ I ପ୍ରାପ୍ୟ ଗ୍ରହଣ କଲାବେଳେ ସଦସ୍ୟମାନେ ରେକର୍ଡ଼ ବହିରେ ପ୍ରମାଣ ସ୍ୱରୂପ ସ୍ୱାକ୍ଷର କରିବା ଉଚିତ I

ସୋପାନ -: ରେକର୍ଡ଼ ରଖିବା ଫର୍ମାଟ: ତଳେ ପ୍ରସ୍ତାବିତ କରାଯାଇଥିବା ଦୁଇ ପ୍ରକାରର ହିସାବପତ୍ର ଲେଖିବା ଫର୍ମାଟ ରଖିବା ଉଚିତ, ଗୋଟିଏ ଗ୍ରାମ ପାଇଁ ଏବଂ ଅନ୍ୟ ଗୋଟିଏ ସ୍ୱୟଂ ସହାୟକ ଦଳ ପାଇଁ I ନିମ୍ନ ଉଲ୍ଲିଖିତ ଫର୍ମାଟସବୁ ସିଆରପି, ଗ୍ରାମ ସ୍ୱେଚ୍ଛାସେବୀ ଏବଂ ସ୍ୱୟଂ ସହାୟକ ଦଳ ନେତ୍ରୀମାନେ ପୂରଣ କରିବା ଉଚିତ I

  • ଗ୍ରାମ୍ୟ ସ୍ତରରେ ରେକର୍ଡ ରଖିବା ଫର୍ମାଟ
    1. ଜମା-ସଂଗ୍ରହ ପ୍ରକ୍ରିୟା:
    2. କ୍ର.ନଂ.

      ଗ୍ରାମର ନାମ

      ସ୍ୱୟଂ ସହାୟକ ଦଳ/ସମୁହ ସଦସ୍ୟଙ୍କ ନାମ

      ସ୍ୱୟଂ ସହାୟକ ଦଳ/ସମୁହର ନାମ

      ପ୍ରତିଶୃତି ଦେଇଥିବା ପରିମାଣ

      ଦିଆ ଯାଇଥିବା ମୋଟ ଉପଯୋଗ ଋଣ

      .

       

       

       

       

      ୨.

       

       

       

       

      ୩.

       

       

       

       

      ୪.

      2. ବିକ୍ରୟ ପର ହିସାବ:

      କ୍ର.ନଂ.

      ଗ୍ରାମର ନାମ

      ସ୍ୱୟଂ ସହାୟକ ଦଳ/ସମୁହ ସଦସ୍ୟଙ୍କ ନାମ

      ସ୍ୱୟଂ ସହାୟକ ଦଳ/ସମୁହର ନାମ

      ସଦସ୍ୟଙ୍କ ଦ୍ୱାରା ଯୋଗଦାନ କରାଯାଇଥିବା ମୋଟ ପରିମାଣ

      ମୂଳ ମୂଲ୍ୟ

      ବିକ୍ରୟ

      ମୂଲ୍ୟ

      ମୋଟ ପରିମାଣ (ଟ.)

      ସଦସ୍ୟଙ୍କର ହୋଇଥିବା ଅଧିକ ଆୟ

      .

       

       

       

       

       

       

       

      ୨.

       

       

       

       

       

       

       

      ୩.

       

       

       

       

       

       

       

      ୪.

  • କାରବାର କରିବା ସମୟରେ ସ୍ୱୟଂ ସହାୟକ ଦଳ ସ୍ତରରେ ହିସାବ ରଖିବା ଫର୍ମାଟ

ଏହି ଫର୍ମାଟ ଗ୍ରାମ ସ୍ୱେଚ୍ଛାସେବୀ ଏବଂ ସ୍ୱୟଂ ସହାୟକ ଦଳ ନେତ୍ରୀମାନେ ପୂରଣ କରିବା ଉଚିତ I ଆରମ୍ଭରେ, ସିଆରପିମାନେଏହି ଫର୍ମାଟ ମାଧ୍ୟମରେ ସ୍ୱୟଂ ସହାୟକ ଦଳଗୁଡିକୁ ହିସାବପତ୍ର ରଖିବା ପାଇଁ ମାର୍ଗଦର୍ଶନ କରିବା ଉଚିତ I

ଜମା-ସଂଗ୍ରହ/ବଜାର ସଂଲଘ୍ନତା ପୁର୍ବରୁ ସମୂହ ସ୍ତରରେ ପ୍ରଦାନ କରାଯାଇଥିବା ଉପଯୋଗ (consumption) ଋଣ ଉପରେ ନଜର ରଖିବା କରିବାପାଇଁ ଫର୍ମାଟ I

କ୍ର.ନଂ.

ସଦସ୍ୟଙ୍କ ନାମ

ପ୍ରତିଶୃତି ଦେଇଥିବା ପରିମାଣ

ଅନୁରୋଧ କରିଥିବା ଉପଯୋଗ ଋଣ

ମୋଟ ପାଇଥିବା ଉପଯୋଗ ଋଣ

.

 

 

 

୨.

 

 

 

୩.

 

 

 

୪.

 

 

 

୫.

 

 

 

୬.

 

 

 

୭.

 

 

 

୮.

 

 

 

 

 

 

୧୦.

  • ସମୂହ ସ୍ତରରେ ବିକ୍ରୟ ପରବର୍ତ୍ତୀ ରେକର୍ଡ

କ୍ର.ନଂ.

ସଦସ୍ୟଙ୍କ ନାମ

ଦଳକୁ ଯୋଗଦାନ କରାଯାଇଥିବା ପରିମାଣ୍/ଗ୍ରମ୍ୟ ସ୍ତରରେ ଜମା-ସଂଗ୍ରହ ଏବଂ ବଜାର ସଂଲଘ୍ନତା

ମୂଳ ମୂଲ୍ୟ

ବିକ୍ରୟ

ମୂଲ୍ୟ

ମୋଟ ପରିମାଣ (ଟ.)

ସଦସ୍ୟଙ୍କର ହୋଇଥିବା ଅଧିକ ଆୟ

ଋଣ ପରିମାଣରୁ ଅଧିକ କିମ୍ବା କମ (-/+)

ସ୍ୱୟଂ ସହାୟକ ଦଳକୁ ଋଣ ଫେରସ୍ତ ହୋଇଛି ନା ନାହିଁ (ହଁ/ନାଁ)

.

 

 

 

 

 

 

 

୨.

 

 

 

 

 

 

 

୩.

 

 

 

 

 

 

 

୪.

 

 

 

 

 

 

 

୫.

 

 

 

 

 

 

 

୬.

 

 

 

 

 

 

 

୭.

 

 

 

 

 

 

 

୮.

 

 

 

 

 

 

 

 

 

 

 

 

 

 

୧୦.

ସୋପାନ -: ମନେ ରଖିବା ବିନ୍ଦୁ: ଅଂଶଗ୍ରହଣକାରୀମାନଙ୍କୁ କିଛି ମହତ୍ୱପୁର୍ଣ ଦିଗ ବିଷୟରେ ବୁଝାଇବା ଦରକାର:

  • ସମୂହ ସଦସ୍ୟମାନେ କିଛି ସମୟପାଇଁ ଉତ୍ପାଦକୁ ଜମାକରି ରଖିବା ପାଇଁ କିମ୍ବା ଗ୍ରାମ ସ୍ତରରେ ଜମା-ସଂଗ୍ରହ ପ୍ରକ୍ରିୟାରେ ଭାଗନେବା ପାଇଁ ଉପଯୋଗ ଋଣ ନେଇଥାଆନ୍ତି I
  • ‘ମୂଳ ମୂଲ୍ୟ' ହେଉଛି ବଜାର ସଂଲଘ୍ନତା ଦିନ ଆଖପାଖ ଗ୍ରାମରେ ଉତ୍ପାଦର ପ୍ରଚଳିତ ଦର I
  • 'ଅଧିକ ଆୟ' ହେଉଛି ସବୁ ବିପଣନ ଖର୍ଚ୍ଚ ଯଥା ପରିବହନ, ଶ୍ରମ, ନେତାମାନଙ୍କ ଯାତାୟାତ ଖର୍ଚ୍ଚ ଇତ୍ୟାଦିକୁ ବାଦ୍ ଦେଲାପରେ ମୂଳ ଦର ଠାରୁ ଅଧିକ ମିଳୁଥିବା ଆୟ I
  • ଗ୍ରାମକୁ ମିଳୁଥିବା ମୋଟ ଆୟ ହେଉଛି, ବ୍ୟାପାରୀମାନଙ୍କୁଠାରୁ ମିଳିଥିବା ସମୁଦାୟ ପରିମାଣ I
  • ପ୍ରକୃତ ପରିପେକ୍ଷୀ ଉପରେ ନିର୍ଭର କରି ମୂଳ ମୂଲ୍ୟ ଏବଂ ବିକ୍ରୟ ମୂଲ୍ୟ ବିଭିନ୍ନ ଗ୍ରାମ ମଧ୍ୟରେ ବଦଳି ଥାଏ I
  • ଜମା-ସଂଗ୍ରହ ପ୍ରକ୍ରିୟା ମାଧ୍ୟମରେ ବିକ୍ରୟ ହେଉଥିବା ପରିମାଣ ହେଉଛି 'ମୋଟ ପରିମାଣ' I

ଉପସଂହାର

ଅଧିବେଶନର ଶେଷ ଆଡକୁ ଅଂଶଗ୍ରହଣକାରୀଙ୍କୁ ପଚାରନ୍ତୁ ଯେ ସେମାନେ ଆର୍ଥିକ କାରବାର ସମ୍ବନ୍ଧୀୟ ରେକର୍ଡ ଉଭୟ ଗ୍ରାମ ତଥା ସ୍ୱୟଂ ସହାୟକ ଦଳ ସ୍ତରରେ ରଖିବାର ମହତ୍ୱ ବିଷୟରେ ବୁଝିଛନ୍ତି ନା ନାହିଁ I

ଆଧାର – ପୋର୍ଟାଲ ଟିମ

Last Modified : 8/9/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate