অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ନିରୀକ୍ଷଣ ଏବଂ ମୂଲ୍ୟାଙ୍କନ

ଉପକ୍ରମଣିକା

ଏହି ଜ୍ଞାନକ୍ଷେତ୍ର ପାଥୱେଜ୍ ଇଣ୍ଡିଆ ପ୍ରକଳ୍ପର କାର୍ଯ୍ୟକ୍ରମର ନିରୀକ୍ଷଣ ଏବଂ ମୂଲ୍ୟାଙ୍କନ ସମ୍ବନ୍ଧୀତ ଅଟେ I ଏହା ହେଉଛି ଶେଷ ଜ୍ଞାନକ୍ଷେତ୍ର ଯାହା ପ୍ରକଳ୍ପର ନିବେଶ ବନାମ ଫଳାଫଳକୁ ମାପିବା ସହ ଏହି କାର୍ଯ୍ୟକ୍ରମର ପରିଣାମ ଓ ପ୍ରଭାବକୁ ଆକଳନ କରିବ I ଅଂଶଗ୍ରହଣକାରୀମାନେ ପ୍ରକଳ୍ପର ଉଦ୍ଦେଶ୍ୟ ବିଷୟରେ ଭଲଭାବରେ ପରିଚିତ ହେବା ଉଚିତ କାରଣ ଲକ୍ଷ୍ୟଧାର୍ଯ୍ୟ ସମୂହଠାରୁ ପ୍ରକଳ୍ପ କେଉଁ ପ୍ରକାର ପରିବର୍ତ୍ତନର ପ୍ରତ୍ୟାଶା ରଖିଥାଏ ଅଂଶଗ୍ରହଣକାରୀମାନେ ଜାଣିବା ଆବଶ୍ୟକ I ପାଥୱେଜ୍ ଇଣ୍ଡିଆ ପ୍ରକଳ୍ପର ଚାରିଗୋଟି ମୁଖ୍ୟ କାର୍ଯ୍ୟକ୍ରମ ହେଉଛି (୧) ମହିଳା ସ୍ୱୟଂ ସହାୟକ ଦଳର ସଶକ୍ତିକରଣ କରିବା; (୨) ଉନ୍ନତ୍ତ କୃଷି ପ୍ରଣାଳୀକୁ ପ୍ରୋତ୍ସାହିତ କରିବା; (୩) ଅଗ୍ରଗାମୀ ଓ ଅଧୋଗାମୀ (backward and forward linkages) ସଲଗ୍ନତା ସ୍ଥାପିତ କରିବା ଏବଂ (୪) ବଜାର ସୂଚନା ପ୍ରଦାନ କରିବା ସହ ଜୀବନ ଶୈଳୀରେ ଉନ୍ନତି ଆଣିବା ପାଇଁ ଜୀବିକା ସୁଯୋଗର ସୃଷ୍ଟି କରିବା ତଥା ଖାଦ୍ୟ ଓ ପୋଷଣର ଉପଲବ୍ଧତା ପାଇଁ ସାହାଯ୍ୟ କରିବା I

ଗୋଷ୍ଠୀ ସାଧନ ବ୍ୟକ୍ତି (ସିଆରପି) ମାନେ ପ୍ରକଳ୍ପର ତାର୍କିକ ରୂପରେଖାକୁ ଠିକ ଭାବେ ବୁଝିବା ଆବଶ୍ୟକ କାରଣ ଏଥିରେ ପ୍ରକଲ୍ପର ଫଳାଫଳ ଓ ପରିଣାମ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଅଛି I ଏହି ପ୍ରଶିକ୍ଷଣ ଟୁଲ୍ ଅଂଶଗ୍ରହଣକାରୀମାନଙ୍କୁ ନିରୀକ୍ଷଣ ଫରମାର୍ଟକୁ ପୂରଣ କରିବା ପାଇଁ ଦିଗ୍ ଦର୍ଶନ ଦେବ I ପାଥୱେଜ୍ ପ୍ରକଳ୍ପ ଅନ୍ତର୍ଗତ ଦିଆ ଯାଉଥିବା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସବୁକୁ 'ପ୍ରକଳ୍ପ ନିବେଶ' କୁହାଯାଏ ଏବଂ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସବୁରେ ଯୋଗଦାନ କରିଥିବା ଚାଷୀମାନଙ୍କ ସଂଖ୍ୟାକୁ 'ପ୍ରକଳ୍ପ ଫଳାଫଳ' କୁହାଯାଏ I ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରୂ ମିଳିଥିବା ତ୍ୱରିତ ଉପାଦେୟତାକୁ 'ପ୍ରକଳ୍ପର ପରିଣାମ' କୁହାଯାଏ I ଉଦାହରଣସ୍ୱରୂପ ଯଦି ଚାଷୀମାନେ ଅଧିକ ଅମଳ ପାଇବେ, ତେବେ ତାହାକୁ କୃଷିକାର୍ଯ୍ୟ ଜ୍ଞାନକ୍ଷେତ୍ର ଅନ୍ତର୍ଗତ ପ୍ରଦାନ କରାଯାଇଥିବା ପ୍ରଶିକ୍ଷଣକୁ ଶ୍ରେୟ ଦିଆ ଯାଇପାରିବ I ସେହିପରି ଯଦି ଚାଷୀମାନେ ସେମାନଙ୍କର ଉତ୍ପାଦ ପାଇଁ ମୂଲଚାଲ କରି ଅଧିକ ମୁଲ୍ୟ ପାଇଲେ, ତେବେ ଏହାର କାରଣ ଅମଳ-ପରବର୍ତ୍ତୀ ପରିଚାଳନା ଓ ବଜାର ସଲଗ୍ନତା ଞାନକ୍ଷେତ୍ର ଅନ୍ତର୍ଗତ ପ୍ରଦାନ କରାଯାଇଥିବା ପ୍ରଶିକ୍ଷଣକୁ ଦିଆଯିବ I ଦୀର୍ଘ ମିଆଦୀ ଭାବେ ଚିରନ୍ତନ ବିକାଶ ହେଉଥିଲେ ଏହାକୁ 'ପ୍ରକଳ୍ପର ପ୍ରଭାବ' ବାବେ ବିଚାର କରାଯାଏ I ଉଦାହରଣସ୍ୱରୂପ ପୁରୁଷ ଓ ମହିଳାମାନଙ୍କ ମଧ୍ୟରେ ଦେଖାଯାଉଥିବା ବ୍ୟବହାରିକ ପରିବର୍ତ୍ତନକୁ ପ୍ରକଳ୍ପର ଉଭୟ ପରିଣାମ ଓ ପ୍ରଭାବ ଭାବେ ବିଚାର କରାଯାଏ I ଲୈଙ୍ଗିକ ଜ୍ଞାନକ୍ଷେତ୍ର ଅନ୍ତର୍ଗତ ଦିଆ ଯାଇଥିବା ପ୍ରଶିକ୍ଷଣ ଦ୍ୱାରା ହୋଇଥିବା ବିକାଶକୁ ଜଣେ ଲୈଙ୍ଗିକ ସୂଚକକୁ ଆକଳନ କରିବା ସମୟରେ ଜାଣି ପାରିବ I ତେଣୁ ସିଆରପିମାନେ ପରିଣାମ ଓ ପ୍ରଭାବକୁ ପ୍ରତ୍ୟେକ ଜ୍ଞାନକ୍ଷେତ୍ର ଅନ୍ତର୍ଗତ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସହ ସଂଲଗ୍ନ କରିବାପାଇଁ ସର୍ମର୍ଥ ହେବା ଦରକାର ଯାହା ଚାଷୀମାନଙ୍କୁ ଏହି ଜ୍ଞାନକ୍ଷେତ୍ର ଅନ୍ତର୍ଗତ ପାଞ୍ଚଗୋଟି ମଡ୍ୟୂଲରେ ଧାର୍ଯ୍ୟକରାଯାଇଥିବା ନିରୀକ୍ଷଣ ଫର୍ମାର୍ଟ ସବୁ ଆଦୃତ କରିବାପାଇଁ ପଥ ପ୍ରଦର୍ଶନ କରିବ I

ପ୍ରଥମ ମଡ୍ୟୂଲ୍ ଚାଷୀମାନଙ୍କ ବିକାଶ ବ୍ୟକ୍ତିଗତ ସ୍ତରରେ ଆକଳନ କରିଥିବା ବେଳେ ପଞ୍ଚମ ମଡ୍ୟୂଲଟି ପ୍ରକଳ୍ପ କାର୍ଯ୍ୟକ୍ରମର ପ୍ରଭାବକୁ ଦଳ/ସମୂହ ସ୍ତରରେ ଆକଳନ କରିବାରେ ସାହାଯ୍ୟ କରିଥାଏ I ଦ୍ୱିତୀୟ ମଡ୍ୟୂଲଟି ଚାଷୀମାନେ ଆଦୃତ କରିiଥିବା ଉତ୍ତମ ପଦ୍ଧତି ସବୁକୁ ଦର୍ଶାଇବା ସହ ଏହି ବାର୍ତ୍ତା କିପରି ଭାବେ 'କୃଷକଙ୍କ କ୍ଷେତ୍ର ଦିବସ' ମାଧ୍ୟମରେ ଅନ୍ୟ ଚାଷୀମାନଙ୍କ ପାଖରେ ପହଞ୍ଚି ସେମାନଙ୍କୁ ଉତ୍ସାହିତ କରିଥାଏ, ସେ ବିଷୟରେ ପ୍ରତିଫଳିତ କରିଥାଏ I ତୃତୀୟ ମଡ୍ୟୂଲଟି ସାମୂହିକ ମୂଲଚାଲ ମାଧ୍ୟମରେ ନିଜ ଉତ୍ପାଦକୁ ବିକ୍ରିକରି ଚାଷୀମାନେ ପାଇଥିବା ବୃଦ୍ଧୀୟ ଲାଭକୁ ଆକଳନ କରିଥାଏ I ଏହି ଫାର୍ମାର୍ଟ ପ୍ରଶିକ୍ଷଣ ପରବର୍ତ୍ତୀ ବନାମ ପ୍ରକଲ୍ପ-ପୂର୍ବବର୍ତ୍ତୀ ଅବସ୍ଥାକୁ କଳନା କରିବାକୁ ଚାଷୀମାନଙ୍କୁ ସାହାଯ୍ୟ କରିବ I ଚତୁର୍ଥ ମଡ୍ୟୂଲ ଲିଙ୍ଗ ବିକାଶକୁ କଳନା କରିବାକୁ ସାହାଯ୍ୟ କରିଥାଏ ଯାହା ସମୁଦାୟରେ ପୁରୁଷ ଓ ମହିଳାମାନଙ୍କ ପାଇଁ ଅଲଗା ଅଲଗା ନିର୍ଦ୍ଧାରିତ ବିକାଶ ବିନ୍ଦୁ ସହ ମୂଲ୍ୟାଙ୍କନ କରାଯାଇଥାଏ I

ଯେଉଁ ସିଆରପିମାନେ ଏହି ମଡ୍ୟୂଲସବୁକୁ ସଞ୍ଚାଳନ କରିବେ ସେମାନେ ପ୍ରକଳ୍ପର ଉଦ୍ଦେଶ୍ୟ ଓ ପୂର୍ବାନୁମାନିକ ପରିଣାମ ବିଷୟରେ ଭଲଭାବରେ ପରିଚିତ ହୋଇଥିବା ଆବଶ୍ୟକ କାରଣ ଏହାଦ୍ୱାରା ସେମାନେ ଲକ୍ଷ୍ୟଧାର୍ଯ୍ୟ ଦଳମାନଙ୍କ ପାଇଁ ପ୍ରସ୍ତୁତ ଏହି ନୀରିକ୍ଷଣ ଫର୍ମାର୍ଟର ସଦୁପୋଯୋଗ କରିପାରିବେ I

ପ୍ରଶିକ୍ଷଣ ମଡ୍ୟୂଲ୍

କାର୍ଯ୍ୟକ୍ରମର ପ୍ରାରମ୍ଭରୁ ପୁରୁଷମାନଙ୍କୁ ଜଡିତ କରବାପାଇଁ ପ୍ରକଳ୍ପ ଆରମ୍ଭ ହେବା ସାଙ୍ଗେ ସାଙ୍ଗେ ଏହି ଅଧିବେଶନସବୁକୁ ଫସଲ ଋତୁର ବିଭିନ୍ନ ଚରଣରେ ବିଭାଜିତ କରି ସଞ୍ଚାଳନ କରାଯିବ ଯାହା ନିମ୍ନ ପ୍ରଦତ୍ତ ଚାର୍ଟରେ ଦର୍ଶା ଯାଇଅଛି I

ମଡ୍ୟୂଲ୍

ଶୀର୍ଷକ : ବିଷୟ ବସ୍ତୁ

ଫସଲ ବିକାଶର ଅବସ୍ଥା

ମଡ୍ୟୂଲ୍ – ୧

ପିପିଟି ଟୁଲ ବ୍ୟବହାର କରି ଆତ୍ମ ସମୀକ୍ଷା I

ପ୍ରାକ୍-ବୁଣା ଅବସ୍ଥା I

ମଡ୍ୟୂଲ୍ – ୨

“ଦେଖିବା ହିଁ ବିଶ୍ୱାସ କରିବା” ସିଦ୍ଧାନ୍ତକୁ ପ୍ରୋତ୍ସାହନ କରିବା I

ବୃଦ୍ଧୀୟ ଅବସ୍ଥା; କ୍ଷେତ୍ର ଦିବସ ଉଦ୍ଦେଶ୍ୟ ଉପରେ ନିର୍ଭରକରି ଫସଲର ବିଭିନ୍ନ ଅବସ୍ଥା ରେ ଅନେକଥର I

ମଡ୍ୟୂଲ୍ – ୩

ଉତ୍ପାଦ ଜମା-ସଂଗ୍ରହ କରିବା ପ୍ରକ୍ରିୟାର ଉପକାରିତାକୁ ଆକଳନ କରିବା I

ବୃଦ୍ଧୀୟ ଅବସ୍ଥା ଏବଂ ଅମଳ ଅବସ୍ଥା I

ମଡ୍ୟୂଲ୍ – ୪

ପୁରୁଷ ଓ ମହିଳାମାନଙ୍କ ମଧ୍ୟରେ ବ୍ୟବହାରରେ ପରିବର୍ତ୍ତନକୁ ଆକଳନ କରିବା I

ବୃଦ୍ଧୀୟ, ଅମଳ ଏବଂ ଅମଳ-ପରବର୍ତ୍ତୀ ଅବସ୍ଥା I

ମଡ୍ୟୂଲ୍ – ୫

ପିପିଟି ଟୁଲ ବ୍ୟବହାର କରି ସମୂହ ଗୁଡିକର ଆତ୍ମ ସମୀକ୍ଷା I

ସମୂହ ଗଠନ ଚରଣ I

ଅଧିବେଶନର ସଂରଚନା

ଏହି ଟୁଲ୍ କିଟ୍ ରେ ବ୍ୟବହାର କରାଯାଇଥିବା ସଂରଚନା ପ୍ରତ୍ୟେକ ପ୍ରଶିକ୍ଷଣ ଅଧିବେଶନକୁ କିପରି ପ୍ରଦାନ କରିବେ ତାହାର ବର୍ଣ୍ଣନା ନିମ୍ନରେ ପ୍ରଦତ୍ତ ହୋଇଛି I ଏହା ଅଧିବେଶନର ସଂରଚନା ବିଷୟରେ ସିଆରପିମାନଙ୍କୁ ଏକ ବୋଧତା ଦେବା ସହ ଅଂଶଗ୍ରହଣକାରୀଙ୍କୁ ଏହା ପ୍ରଦାନ କରାଯିବା ପାଇଁ କିପରି ବ୍ୟବହାର କରାଯିବ, ସେ ବିଷୟରେ ସୁଚନା ଦେବ I

ପ୍ରତ୍ୟେକ ଅଧିବେଶନର ସଂରଚନା

ବ୍ୟାଖ୍ୟାତ୍ମକ ଟିପ୍ପଣୀ

ପ୍ରତ୍ୟେକ ଅଧିବେଶନ ଆରମ୍ଭରେ ଦିଆଯାଇଥିବା ନିମ୍ନ ପ୍ରଦତ୍ତ ବିବରଣ ସିଆରପିମାନଙ୍କୁ ଅଂଶଗ୍ରହଣକାରୀଙ୍କସହ ସଭା ଆୟୋଜନ କରିବା ପାଇଁ ପ୍ରାରମ୍ଭିକ ଆୟୋଜନ କରିବାରେ ସାହାଯ୍ୟ କରିବ (ଯଥା ତାରିଖ ସ୍ଥିରୀକରଣ, ଦରକାରୀ ସରଞ୍ଜାମ ପ୍ରବନ୍ଧକରିବା ଇତ୍ୟାଦି) I

ମଡ୍ୟୂଲର ଶୀର୍ଷକ

ଚାଷୀଙ୍କ ଦିଗଦର୍ଶନ ପାଇଁ କରିବାକୁ ଥିବା କାର୍ଯ୍ୟକଳାପ ବିଷୟରେ ଏଠାରେ ଉଲ୍ଲେଖ କରାଯାଇଛି I

ଅଧିବେଶନ

ମଡ୍ୟୂଲ ଅନ୍ତର୍ଗତ ବିଷୟବସ୍ତୁକୁ ଏଠାରେ ଉଲ୍ଲେଖ କରାଯାଇଛି I

ଉଦ୍ଦେଶ୍ୟ

ଏହି ଉଦ୍ଦେଶ୍ୟ ଅଧିବେଶନ ପରିଚାଳନା କରିବାର ଅନ୍ତିମ ଲକ୍ଷ୍ୟକୁ ବାଖ୍ୟା କରିଥାଏ, ଯଥା ସମୁହ (ଦଳ)ର ସୁବିଧା ପାଇଁ କ'ଣ ସବୁ କାର୍ଯ୍ୟକ୍ରମ କରାଯାଇଛି I

ପଦ୍ଧତି

କାର୍ଯ୍ୟପଦ୍ଧତି ସିଆରପିମାନଙ୍କ ଦ୍ୱାରା ଅଧିବେଶନ ପରିଚାଳିତ କରିବାର ଧାରାକୁ ବ୍ୟାଖ୍ୟା କରିଥାଏ I ଏହି ଜ୍ଞାନକ୍ଷେତ୍ର ପ୍ରକଳ୍ପ ଅନ୍ତର୍ଗତ ନିରୀକ୍ଷଣ ଏବଂ ମୂଲ୍ୟାଙ୍କନକୁ ଆଦୃତ କରିବା ସମ୍ବନ୍ଧୀତ ଅଟେ ଏବଂ ଏହାକୁ ଶ୍ରେଣୀ କକ୍ଷ ଅଧିବେଶନ ମାଧ୍ୟମରେ ସଞ୍ଚାଳନ କରାଯିବ I

ଅଂଶଗ୍ରହଣକାରୀ

କାହାପାଇଁ ଏହି ଅଧିବେଶନଟି ପ୍ରଯୁଜ୍ୟ, ଏହା ସୂଚିତ କରେ I

ସଭା ସ୍ଥାନ

ଅଧିବେଶନ ଆୟୋଜନ କରାଯାଉଥିବା ସ୍ଥାନକୁ ଏଠାରେ ଉଲ୍ଲେଖ କରାଯାଇଛି I ଏହା ଗ୍ରାମର ମଧ୍ୟସ୍ଥ କୌଣସି ଜାଗା ହେବା ଦରକାର ଯେପରିକି କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ସ୍ଥଳ କିମ୍ବା ପଞ୍ଚାୟତ ଭବନ I

ଦରକାରୀ ସରଞ୍ଚାମ

ଅଧିବେଶନ ସଞ୍ଚାଳନ ପାଇଁ ସିଆରପିମାନଙ୍କ ଦ୍ୱାରା ଆବଶ୍ୟକ ହେଉଥିବା ସାମଗ୍ରୀ ସବୁକୁ ଏଠାରେ ଦିଆଯାଇଛି I ଏହା ଭିତରେ ପୋଷ୍ଟର, ଖେଳ କାର୍ଡ଼, ଚାର୍ଟ୍ କାଗଜ, କଲମ ଇତ୍ୟାଦି ଅନ୍ତର୍ଭୁକ୍ତ I

ସମୟ ସୀମା

ପ୍ରତ୍ୟେକ ଅଧିବେଶନ ସଞ୍ଚାଳନ କରିବା ପାଇଁ ଦରକାର ହେଉଥିବା ଆନୁମାନିକ ସମୟ ଏଠାରେ ଉଲ୍ଲେଖ କରାଯାଇଛି I

ଅଧିବେଶନ ପ୍ରବାହ

୧.ପୃଷ୍ଠଭୁମି

ସିଆରପିମାନଙ୍କ ସୁବିଧା ପାଇଁ ଅଧିବେଶନରେ ହେବାକୁ ଥିବା କାର୍ଯ୍ୟାବଳୀର ସବିଶେଷ ତଥ୍ୟ ଉଲ୍ଲେଖ କରାଯାଇଛି I ବଦଳରେ ସେମାନେ ଏହାକୁ ଆଗକୁ ନେଇ ପ୍ରସ୍ତୁତିକରଣ ଅଧିବେଶନକୁ (ପ୍ରାରମ୍ଭିକ କାର୍ଯ୍ୟକ୍ରମ ମାଧ୍ୟମରେ) ବିଭିନ୍ନ ପଥ ପ୍ରଦର୍ଶକ ପ୍ରଶ୍ନ ପଚାରି ବିଷୟ ବସ୍ତୁ ଉପରେ ପରସ୍ପର ଭିତରେ ଆଲୋଚନା କରି ପରିଚାଳିତ କରିବେ I ଏଥି ସହିତ, ଆଲୋଚ୍ୟ ବିଷୟବସ୍ତୁର "ଉତ୍କର୍ଷତା ଓ ତ୍ରୁଟି", "ସୁବିଧା ଓ ଅସୁବିଧା" ଏବଂ "କରନ୍ତୁ ଓ କରନ୍ତୁ ନାହିଁ" ଇତ୍ୟାଦି ବିଷୟରେ ଆଲୋଚନା କରନ୍ତୁ, ଯାହାସବୁ ପ୍ରଯୁଜ୍ୟ ହେବ I ତେଣୁ, ଏହି ପୃଷ୍ଠଭୂମି ତଥ୍ୟ ଚାଷୀମାନଙ୍କୁ କାର୍ଯ୍ୟାବଳୀର ମହତ୍ୱ ବିଷୟରେ ଶିକ୍ଷା ଦେବ I

୨. ଉତ୍ତୋରତ୍ତର କାର୍ଯ୍ୟାବଳୀ

ଅଧିବେଶନ ସଞ୍ଚାଳନ କଲାବେଳେ ସିଆରପିମାନେ ପ୍ରଶିକ୍ଷଣ ଉପକରଣର ଏହି ଭାଗରେ ଦିଆଯାଇଥିବା ବିଭିନ୍ନ ସୋପାନକୁ ଅନୁକରଣ କରିବେ I

  • ପ୍ରଥମ ଚରଣରେ ସିଆରପି ପୁର୍ବ ସଭାରେ ନିଆଯାଇଥିବା ଆପାତତଃ କାର୍ଯ୍ୟକ୍ରମର ନିଷ୍ପତ୍ତି ଅନୁସାରେ ଅଂଶଗ୍ରହଣକାରୀଙ୍କୁ ଏକ ସାର୍ବଜନିକ ସ୍ଥାନରେ ଏକତ୍ରିତ କରିବେ I
  • କାର୍ଯ୍ୟକ୍ରମର ପ୍ରଥମ ସୋପାନରେ ପ୍ରାରମ୍ଭିକ ଅଭ୍ୟାସ କରାଯିବ ଯେଉଁଥିରେ କି ଅଂଶଗ୍ରହଣକାରୀମାନେ ସିଆରପିଙ୍କ ସହ ଖୋଲା ବିଚାର ସହ ଆଗାମୀ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିବେ I ଏହା ଚାଷୀମାନଙ୍କୁ ଅଧିବେଶନର ବିଷୟବସ୍ତୁ ସମ୍ବନ୍ଧରେ ସେମାନଙ୍କର ପୂର୍ବବର୍ତ୍ତୀ କାର୍ଯ୍ୟକ୍ରମର ଅନୁଭୁତି ବାଣ୍ଟିବାରେ ସୁଯୋଗ ଦେବ I
  • ପରବର୍ତ୍ତୀ ପଦକ୍ଷେପ ହେଉଛି ଏହି କର୍ଯ୍ୟବାହୀକୁ ପରବର୍ତ୍ତୀ ସୋପାନ ହେଉଛି, ସିଆରପିମାନେ ଚାଷୀମାନଙ୍କୁ କାର୍ଯ୍ୟକ୍ରମକୁ ପରିଭାଷିତ କରିବା ସହ ସେହି ନିର୍ଦ୍ଦିଷ୍ଟ ନିରୀକ୍ଷଣ ଅଭ୍ୟାସକୁ ଆଦୃତ କରିବାର ସୁବିଧା ସବୁକୁ ସେମାନଙ୍କୁ ଜଣେଇବେ I ପରବର୍ତ୍ତୀ ପଦକ୍ଷେପ ହେଉଛି ଏହି ପ୍ରଣାଳୀକୁ କାର୍ଯ୍ୟକାରୀ କରିବା ପଦ୍ଧତ୍ତିକୁ ବର୍ଣ୍ଣନା କରାଯିବ I

. ଉପସଂହାର

  • ସିଆରପିଙ୍କ ସମାପନ ସମ୍ଭାଷଣ ଦ୍ୱାରା ଅଧିବେଶନର ସମାପ୍ତି ବିଷୟରେ ଏହି ଭାଗରେ ଅଲୋଚନା କରାଯାଇଛି I ସେ ପରୀକ୍ଷା କରିବେ କି ଅଂଶଗ୍ରହଣକାରୀମାନେ ଅଧିବେଶନର କାର୍ଯ୍ୟବାହୀକୁ ବୁଝିଛନ୍ତି ନା ନାହିଁ ଏବଂ ଯଦି ସେମାନଙ୍କ ମନରେ କିଛି ସଂଦେହ ଥାଏ ତେବେ ତାହାକୁ ଦୂର କରିବେ ଏବଂ ଶେଷରେ ନୁତନ ଅଭ୍ୟାସକୁ ଆଦୃତ କରିବା ପାଇଁ ସେମାନଙ୍କୁ ପ୍ରବର୍ତ୍ତାଇବେ I
  • ଅଂଶଗ୍ରହଣକାରୀମାନେ କାର୍ଯ୍ୟକ୍ରମକୁ ଠିକ ଭାବରେ ପୁନର୍ଗ୍ରହଣ କରିପାରୁଛନ୍ତି ନା ନାହିଁ ଜାଣିବା ପାଇଁ ସିଆରପିମାନେ କାର୍ଯ୍ୟକ୍ରମ ସମ୍ବନ୍ଧୀୟ କିଛି ପ୍ରଶ୍ନ ପଚାରି ଏକ ତ୍ଵରିତ ଆକଳନ କରିବେ I ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ଜଣକୁ ପଚରାଯାଇ ପାରିବ କି ସେ ଅଧିବେଶନ ବିଷୟରେ କ'ଣ ବୁଝିଲେ I

ଅଧିବେଶନ କାର୍ଯ୍ୟବାହୀର ଲିପିବଦ୍ଧ

ଅଧିବେଶନକୁ ପରିସମାପ୍ତି କଲାବେଳେ ସିଆରପିମାନେ ଅଧିବେଶନ କାର୍ଯ୍ୟବାହୀକୁ ନିମ୍ନ ପ୍ରଦତ୍ତ ଫର୍ମାଟରେ ଲିପିବଦ୍ଧ କରିବେ I ଦିଆଯାଇଥିବା ପ୍ରଶିକ୍ଷଣ ବିଷୟରେ ଚାଷୀମାନେ ଦେଇଥିବା ଉତ୍ତରକୁ ମାର୍ଗକରଣ କରିବା ପାଇଁ ଏହା ପ୍ରକଳ୍ପ ଅଧିକାରୀଙ୍କୁ ସାହାଯ୍ୟ କରିବା ସହ ପରବର୍ତ୍ତୀ ଅଧିବେଶନର ପ୍ରସ୍ତୁତି ପାଇଁ ମଧ୍ୟ ସାହାଯ୍ୟ କରିବ I

"ଅଧିବେଶନ କାର୍ଯ୍ୟବାହୀ-ତଥା-ମତାମତ ଫର୍ମ"

ପ୍ରଶିକ୍ଷଣ ଅଧିବେଶନର ସମାପ୍ତି ପରେ ସିଆରପିମାନେ ଉପରୋକ୍ତ ଫର୍ମାର୍ଟ୍ ପୁରଣ କରି ପ୍ରକଳ୍ପ ଅଧିକାରୀଙ୍କ ସୂଚନା ଏବଂ ଅଧ୍ୟୟନ ମତେ ସେମାନଙ୍କୁ ପ୍ରେରଣ କରିବେ I

ପ୍ରାରମ୍ଭିକ ଅଧିବେଶନ

ନିରୀକ୍ଷଣ ଏବଂ ମୂଲ୍ୟାଙ୍କନ ଜ୍ଞାନକ୍ଷେତ୍ର ସମ୍ବନ୍ଧୀୟ ପ୍ରଶିକ୍ଷଣ ଅଧିବେଶନ ଆରମ୍ଭ କରିବା ପୁର୍ବରୁ, ସିଆରପିମାନେ ଅଂଶଗ୍ରହଣକାରୀମାନଙ୍କ ପାଇଁ ଏକ ପ୍ରାରମ୍ଭିକ ଅଧିବେଶନ ଆୟୋଜନ କରିବେ I ସିଆରପିମାନଙ୍କ ସୁବିଧା ପାଇଁ, ସେମାନଙ୍କଦ୍ୱାରା ଅଧିବେଶନ ଆୟୋଜନର ନିର୍ଦ୍ଦେଶାବଳୀ ଦିଆ ଯାଇଛି I

  • ଅଧିବେଶନର ନାମ : ପ୍ରାରମ୍ଭିକ ଅଧିବେଶନ
  • ସଞ୍ଚାଳନକରିବ ବାରମ୍ବାରତା : ଖରିଫ ଏବଂ ରବି ଋତୁର ଆରମ୍ଭରେ
  • ଅଧିବେଶନର ଉଦ୍ଦେଶ୍ୟ: ଏହି ପ୍ରାରମ୍ଭିକ ଅଧିବେଶନ ଆୟୋଜନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେ ନିରୀକ୍ଷଣ ଏବଂ ମୂଲ୍ୟାଙ୍କନ ପ୍ରଶିକ୍ଷଣ ମଡ୍ୟୂଲ୍ ସମ୍ପର୍କରେ ଚାଷୀମାନଙ୍କୁ ଦିଗ୍ ଦର୍ଶନ ଦେବା
  • ଅଂଶଗ୍ରହଣକାରୀ କେଉଁମାନେ: ପାଥୱେଜ୍ ଇଣ୍ଡିଆ ପ୍ରକଳ୍ପ ଅନ୍ତର୍ଗତ ଧାର୍ଯ୍ୟ ସମସ୍ତ ସ୍ୱୟଂ ସାହାୟକ ଦଳ ଏବଂ ସମୂହଗୁଡିକର ସଦସ୍ୟମାନଙ୍କ ପାଇଁ ଏହି ପ୍ରାରମ୍ଭିକ ଅଧିବେଶନ ସିଆରପିମାନଙ୍କ ଦ୍ୱାରା ସଞ୍ଚାଳନ କରାଯିବ I
  • ସିଆରପିମାନଙ୍କ ପାଇଁ କ'ଣ ସବୁ ପ୍ରଶିକ୍ଷଣ ସାମଗ୍ରୀ ଦରକାର: ଫସଲ ବିକାଶର ବିଭିନ୍ନ ଚରଣରେ ସଞ୍ଚାଳିତ ହେବାକୁ ଥିବା ମଡ୍ୟୂଲସବୁକୁ ଦର୍ଶାଯାଇଥିବା ଫ୍ଲିପ୍-ଚାର୍ଟ୍ I

ଉପସଂହାର

ଫସଲର ସବୁ ଚରଣ ପାଇଁ ପ୍ରସ୍ତୁତ ନିରୀକ୍ଷଣ ଏବଂ ମୂଲ୍ୟାଙ୍କନ ଫର୍ମାଟସବୁକୁ ଚାଷୀମାନଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତୁ, ଯେପରିକି ସେମାନେ ଫସଲର ବିଭିନ୍ନ ଚରଣରେ ଏହି ଫର୍ମାଟସବୁକୁ ପୂରଣ କରିବା ପାଇଁ ଏହା ସହ ପରିଚିତ ହୋଇ ପାରିବେ I

ଆଧାର – ପୋର୍ଟାଲ ଟିମ

Last Modified : 4/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate